Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଅକର୍ମଣ୍ୟ

ଅକର୍ମଣ୍ୟ

1 min
6.9K


ରମାକାନ୍ତ ପୁରୋହିତ


ହସ୍ତରେ ଧରି ସାନୁମାନ ,

ଆସନ୍ତି ବୀର ହନୁମାନ ।

ଏ କଥା ଶୁଣି ଅନୁମାନ

ନ କଲା ଯେଣୁ ଅଂଶୁମାନ ।

ଅଳପ ହସି ଧୀର ମନ ,

କରି ପାଖକୁ ଆଗମନ ।

କହିଲେ ପୁରାଣ କୁମାନ

ନହେଲେ ହେବ ବେଇମାନ ।

ପୁରାଣ ପୁରୁଣା ନମଣ ,

ସାକ୍ଷୀଛନ୍ତି ରମା ରମଣ ।

ପର ଉପକାର ସମାନ ,

ବ୍ରତକୁ ଯେ କରେ ସମ୍ମାନ ।

ତାକୁ ସହାୟ ଶକ୍ତିମାନ

ତା’ ପାଶେ ପରାସ୍ତ ଶମନ ।

ଏପରି ମହାନ ସୁମନ

ଚିର ବ୍ରହ୍ମଚର୍ଯ୍ୟ ପ୍ରମାଣ ।

ପବନ ପୁତ୍ର ହନୁମାନ

ପୟରେଭଜ ମୂଢ ମନ ।

ବିଜ୍ଞାନ ଏବେ ପରମାଣ

କଲାଣି ସେତୁ ନିରିମାଣ ।

ସୀତା ସନ୍ଧାନେ ହନୁମାନ

କରିଲେ ଲଙ୍କାକୁ ଗମନ ।

ଅକର୍ମ କର୍ମ ପ୍ରଶମନ

ଜନ୍ମ ଦିନେ ଶ୍ରଦ୍ଧା ସୁମନ ।

ପ୍ରଦାନ କରି ପାପୀ ମନ

ରଖ ଜୀବ ଜୀବନ ମାନ ।

କାମ କାମନା ଆକ୍ରମଣ

ନ କରୁ ଦିନେ ଅକର୍ମଣ୍ୟ ।


Rate this content
Log in

Similar oriya poem from Classics