STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଡଙ୍ଗା

ଡଙ୍ଗା

1 min
401


ଯାରେ ଭାସି ଭାସି ଯା ମୋଓ କାଗଜ ଡଙ୍ଗା ଭାସିଯା

ଲବଙ୍ଗ ଦୀପ ରାଜ କୁମାରୀ ଗାଆଁ କୂଳରେ ଲାଗିଯା 

ଯାରେ ଭାସି ଭାସି ଯା…।।


ସାତ ଦରିଆ ତେର ନଈର ସେପାରେ ସେହି ଦୀପ

ସେ ଦୀପ ରାଜ ଜେମା କନକ ପ୍ରତିମା ପ୍ରାୟ ରୂପ

ତାପାସେ ଯାଇ ମୋ କଥା କହି ଆ

ଯାଆ ରେ ଭାସି ଭାସି ଯା…।।


ଦୂର ଦେଶରୁ ସବୁଦିନ ମୁଁ ଭାବଇ ତା’ର କଥା

ସପନେ ଆସେ ସପନେ ଯାଏ ବଢାଏ ମନେ ଚିନ୍ତା

ତାପାସେ ଯାଇ କହ ମୋ ସ୍ଵପ୍ନ କଥା

ଯାଆ ରେ ଭାସି ଭାସି ଯା…।।


ଝଡ ବରଷା ପବନ ଯେବେ ଜଗିବ ତୋର ବାଟ 

ପ୍ରଣୟ ଭାଷା ନେଇ ଯାଉଛି କହିବୁ ତାରେ ସତ

ଛାଡ଼ିବେ ବାଟ ହେବେରେ ତୋର ସାହା

ଯାଆ ରେ ଭାସି ଭାସି ଯା…।।


କାଗଜ ଡଙ୍ଗା ହେଇଛି ରଙ୍ଗା “ସେନେହ ଶ୍ରଦ୍ଧା ପ୍ରେମ 

ରଙ୍ଗେ ରଙ୍ଗାଇ” ଗଢିଛି ତାକୁ କରିଛି ଅନୁପମ

ନେଇ ଆଣିବ ବାରତା ମୋର ଆଶା

ଯାଆ ରେ ଭାସି ଭାସି ଯା…।।


ଏଇ କଳିଙ୍ଗ ସାଧବ ପୁଅ ଡଙ୍ଗା ଚଳାଇ ଦିନେ

ଦେଶେ ବିଦେଶେ ଉତ୍କଳ ଯଶ କହିଛି କାନେ କାନେ

ଅଗାଧ ସିନ୍ଧୁସଲିଳେ ବାହି ନାଆ 

ଯାଆ ରେ ଭାସି ଭାସି ଯା…।।


ଜଳ ପଥର ପ୍ରଥମ ଯାନ ଡଙ୍ଗା କାଠରେ ଗଢା

ଅନେକ ଇତିହାସ ର ସାକ୍ଷୀ ଏଇ କାଠର ଭେଳା

ପ୍ରତିକ ତା’ର ୟେ ମୋ କାଗଜ ଡଙ୍ଗା

ଯାଆ ରେ ଭାସି ଭାସି ଯା…।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics