STORYMIRROR

Amit Bal

Abstract Classics Inspirational

4  

Amit Bal

Abstract Classics Inspirational

ଡଙ୍ଗା ଭସା ପର୍ବ

ଡଙ୍ଗା ଭସା ପର୍ବ

1 min
356

ଅତୀତର କବର ତଳୁ ନୂଆ ଦେହ ଧରି

ପ୍ରତି ବର୍ଷ ଡଙ୍ଗାଭସା ପର୍ବ ଆସେ

  କାର୍ତ୍ତିକ ପୁନେଇଁରେ ଶଙ୍ଖ ହୁଳହୁଳି କରି,

ପାହାନ୍ତି ଆକାଶ ତଳେ ଆନମିତ ହୋଇ 

  କେତେ କେତେ ସୁସଜ୍ଜିତ ଡଙ୍ଗାସବୁ ନେଇ

   ସଭିଏଁ ନଈପୋଖରୀରେ ବୁଡିପକାନ୍ତି ବିଭୁଙ୍କୁ ସ୍ମରି,


କାର୍ତ୍ତିକରେ ସମୁଦ୍ରରେ ବୋଇତ ଭସାଣ

            ଉତ୍କଳୀୟ ଅତୀତର ଗୌରବ ଜାଣ

ବାଣିଜ୍ୟ ବେପାର କରିବାର ଅଭିପ୍ରାୟ ନେଇ

           ପରଦେଶେ ଯାଉଥିଲେ ସାଧବ ଗଣ,


ଡଙ୍ଗାଭସା କାର୍ତ୍ତିକେ ନୁହେଁ ତେଣୁ ସାଧାରଣ କଥା

       ଧର୍ମ ନାଁ ରେ ଏ ଆମର, ବଡ଼ ଗୋଟେ ଆସ୍ଥା,

ହଁ ସମୟ ଚକ୍ରର ଚକା ଭଉଁରୀ ଭିତରେ

       ଅନ୍ତର୍ଦ୍ଧାନ ଆଜି ଅତୀତର ସେ ବିଧି ବ୍ୟବସ୍ଥା,


ଏମିତି ବି ଏବେ ଗତି ଜୀବନ ଡଙ୍ଗାର

             ସଂସାର ସାଗରେ ଖୁବ୍ ଯେ ଅସ୍ଥିର

ଉବୁ ଡୁବୁ ହେଉଛି ପ୍ରତିକ୍ଷଣେ ଡଙ୍ଗା

          ଜଣା ନାହିଁ କେତେ ବା ଆୟୂଷ ତାହାର,


ତଥାପି ଡଙ୍ଗା ଭସାଇ ମନ ପୁଲକିତ ହୁଏ

        ମାସକର ଧର୍ମ କାର୍ଯ୍ୟ ହୃଦୟକୁ ଛୁଏଁ,

ବିଭୁକୃପା ଧ୍ୟାଇ ଗ୍ରାମ୍ଯ ନରନାରୀ ଯେବେ

     ସଂସାର ମଙ୍ଗଳ କାମନା କରି ହରିବୋଲ ଦିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract