STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ଆତ୍ମଯାତନା

ଆତ୍ମଯାତନା

1 min
347


କାହାକୁ ଲାଗିପାରେ ଏ କଥା ଗୁଡ଼ିକ ତୁଚ୍ଛ

ଅନେକ ଭାବୁଥିବେ ଏ ସବୁ କଳ୍ପନା ଓ ମିଛ

ଯଦି ଦେଖାଇ ହୁଅନ୍ତା ଆତ୍ମା

ଯଦି ଦେଖାଇ ହୁଅନ୍ତା ବିବେକ

ତେବେ ଦେଖନ୍ତେ ମୋ' ଆପଣାର ଓ ପର

ଅନ୍ତରେ ସୁନାମୀ ପରବର୍ତ୍ତୀ ବିଧ୍ୱସ୍ତ ମନ ଓ ହୃଦୟର,

ନା ଅଛି ଜିଇଁବାର ଉତ୍ସାହପଣ ଅବା ଉତ୍କଣ୍ଠା 

ନା ଅଛି ଚାଲିବାର ଉଦ୍ଦୀପନା ଅବା ଉନ୍ମାଦନା

ଗୋପନରେ ସରିଯିବ ଦିନେ ଶରୀର ସହ

ମୋ' ଅନ୍ତଃର ଆତ୍ମାର କଷଣ, କ୍ଷତ, ଯନ୍ତ୍ରଣା ଓ ଯାତନା ।


ଆସୁ ଯେତେ ଅକୁହା କଷ୍ଟ, ବିପଦର ବତାସ

ଯେତେ ହେଉ ମନେ ତିଆରି ଅବସାଦ, ଅବଶୋଷ

ମୋ' ଯାତନା ପାଇଁ ସ୍ୱୟଂ ନିଜେ ହିଁ କାରଣ

କେହି ଦାୟୀ ନୁହଁ, କାହାକୁ ଦେବିନି କେବେ ଦୋଷ,

ମୁଁ ଦୃଢନିଶ୍ଚିତ ଲୁହ ଯେତେ ସବୁ ମୋର 

ଦୁଃଖ ଯେତେ ଅଦେଖା ଅବ୍ୟକ୍ତ ଭୋଗେ ମନ

ସବୁ ଫଳ ଏ ମୋ' ପୂର୍ବ ଜନ୍ମର କୃତକର୍ମର,

ନା ମୁଁ ହୋଇପାରୁଛି ସମ୍ପୂର୍ଣ୍ଣ ଯୋଗୀ 

ନା ହୋଇପାରୁଛି ମୁଁ ତିଳେମାତ୍ର ଭୋଗୀ

ନିଃଶ୍ୱାସର ବିୟୋଗରେ ସରିଯିବ ସବୁ ତ୍ୟାଗର ଭାବନା

ମୁଁ ଓ ଈଶ୍ୱର ଜାଣନ୍ତି ମୋ' ଭିତରର ଅଦୃଶ୍ୟ ଅକଥ୍ୟ ଯାତନା ।


କେବେ ଦିନେ ସନ୍ଧାନ କରିବେ ସମସ୍ତେ

ପ୍ରାଣହୀନ ଶରୀର ଦେଖି ଇଛା ନଥାଇ ମଧ୍ୟ

କୁଣ୍ଠା ଭାବନାରେ ହାତ ଯୋଡ଼ି କରିବେ ନମସ୍ତେ

ମୁଁ ସରିଗଲେ ବି ମୋ' ଶବ୍ଦରୁ ପାଇବ ମୋତେ,

ସଦା ଶାନ୍ତି ଖୋଜୁଥିବା ମଣିଷଟିଏ ମୁଁ

ଆଜି ଅଜସ୍ର ଅଶାନ୍ତିରେ କଟୁଛି ପ୍ରତିଟି କ୍ଷଣ ମୁହୁର୍ତ୍ତ

ଆତ୍ମାର ବେଦନା ବର୍ଣ୍ଣନା ଅସମ୍ଭବ ଶବ୍ଦରେ

ମରିଗଲାଣି ମନ ଖାଲି ଯାହା ଶରୀର ଅବସ୍ଥିତ

ସରିଆସୁଛି ସମୟ, ଜୀବନେ ଶେଷ ପ୍ରାୟ ସୁଖଶାନ୍ତି ସମ୍ଭାବନା

ଶରୀର ସରିଲେ ହିଁ ସରିବ ଏ ଅପ୍ରକାଶିତ ଯନ୍ତ୍ରଣା ଓ ଯାତନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract