STORYMIRROR

Pratap Kishore Rout

Inspirational Children

4  

Pratap Kishore Rout

Inspirational Children

ବାପୁଜୀ

ବାପୁଜୀ

1 min
417

ପୂଣ୍ୟ ଭୂମି ଏ ଭାରତ ମାଟିରେ

        ଜନମ ଲଭିଲ ପ୍ରିୟ ବାପୁଜି

ବିଦେଶୀ ଶାସନ ଦେଖିଣ ତୁମର

       ପ୍ରାଣ କାନ୍ଦିଥିଲା ଉଠିଲ ଜାଗି

   ଛାତ୍ର ଜୀବନ ରୁ ସଂକଳ୍ପ କଲ

ସ୍ୱାଧୀନତା ପାଇଁ ଆସିଲ ଆଗେଇ

   ସୁଖ ସୌଭାଗ୍ୟ କୁ ତ୍ୟାଗ କରିଲ ।୧।


ଅହିଂସା କୁ କଲ ମହାନ ଅସ୍ତ୍ର ଯେ

      କୋଟି ହୃଦୟ ରେ ବସା ବାନ୍ଧିଲ

ସୁଖ ସ୍ୱାଚ୍ଛନ୍ଦ୍ୟ କୁ ବଳି ପକାଇଣ

    ଅନେକ ବାର ଯେ କାରା ବରିଲ

 ସତ୍ୟ ଅହିଂସା ର ପୂଜାରୀ ହୋଇ

ଏକତା ମନ୍ତ୍ରରେ ଦେଶକୁ ବାନ୍ଧିଲ

   ଗୋଳା ବାରୁଦ କୁ ଖାତର ନାହିଁ ।୨।


ଅସହଯୋଗ ର ଆନ୍ଦୋଳନ କରି

      ଜାତୀୟତା ପ୍ରୀତି ବିଛୁଡ଼ି ଦେଲ

କୋଟି ନରନାରୀ ଜାଗ୍ରତ କରିଣ

       ବ୍ରିଟିଶ ର ଛାତି ଥରାଇ ଦେଲ

   ସତ୍ୟାଗ୍ରହ ଅଗ୍ନି ସ୍ଫୁଲିଙ୍ଗ ଦେଇ

ଭାରତ ମାଟିରେ ଦେଶପ୍ରେମ ଧାରା

  କୋଣ ଅନୁକୋଣେ ଦେଲ ବୁହାଇ ।୩।


ମଥାନତ କଲେ ବିଦେଶୀ ବେପାରୀ

     ଆମ ହାତେ ସ୍ୱାଧୀନତା ଧରେଇ

ବାହୁଡ଼ିଲେ ସେଯେ ଆପଣା ଦେଶକୁ

       ସୁଖର ସୁରୁଜ ଆସିଲା ଉଇଁ

  ସ୍ୱାଧୀନ ଭାରତେ ତ୍ରିରଙ୍ଗା ଉଡି

ବୀରତ୍ୱ ର ଗାଥା ଗାଉଥିଲା ମନେ

    ବିଦେଶୀ ଶାସନ ଗଲା ଉଜୁଡି ।୪।


'ମହାତ୍ମା' ରେ ସିନା ଭୂଷିତ ହୋଇଲ

      ଆତତାୟୀ ହାତେ ପ୍ରାଣ ହାରିଲ

ପ୍ରତି ଭାରତୀୟ ହୃଦୟରେ ଥାଇ

      ଦେଶପ୍ରେମ ଭାବ ଜଗାଇ ଦେଲ

   ଆଜି ସିନା ତୁମେ ନାହଁ ଦେହରେ

ଏଜାତି ତୁମକୁ ଭୁଲି ପାରିବନି

   ଯେତେଦିନ ଚନ୍ଦ୍ର ସୂର୍ଯ୍ୟ ମହୀରେ ।୫।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational