STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ହେ ହୃଦୟ !

ହେ ହୃଦୟ !

1 min
227

ହେ ହୃଦୟ

ଦେଉଛି ରାଣ

ଭାଙ୍ଗିବନି କେବେ ତୁମ ନିରୀହ ମନ

ନିରାଶେ

ହରିବାର ଅବଶେଷେ

ମନଉଣା କରିବନି

ବିରହ ନିଆଁରେ

ନିଜକୁ ଏକାକୀ ଭାବି

କାନ୍ଦିବନି ରାତି ରାତି

ମମତା ବିହୁନେ

ଛାତିକୁ ପଥର କରିବ

ପ୍ରତାରଣାର ଝଡ଼

ଆଉ ଛଳନାର ବତାସ ଆସିଲେ

ସମ୍ଭାଳି ନେବ ନିଜକୁ

ଆତ୍ମୀୟ ପଚାରିଲେ ତୁମର ପରିଚୟ

ନିଜର ଅସହାୟତାକୁ କରିବନି ଘୃଣା

ମାନିନେବ

ବୁଝିନେବ ଏ ତ ସ୍ୱାର୍ଥର ଦୁନିଆ

ସେନେହ, ଶରଧାକୁ କିଏ ପଚାରେ

ଯଦି ସମ୍ଭବ

ଦେଖିବ ନୂଆ ସପନ

ଜିଇଁବାକୁ ଆଉଥରେ ନୂଆ ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract