ହେ ହୃଦୟ !
ହେ ହୃଦୟ !
ହେ ହୃଦୟ
ଦେଉଛି ରାଣ
ଭାଙ୍ଗିବନି କେବେ ତୁମ ନିରୀହ ମନ
ନିରାଶେ
ହରିବାର ଅବଶେଷେ
ମନଉଣା କରିବନି
ବିରହ ନିଆଁରେ
ନିଜକୁ ଏକାକୀ ଭାବି
କାନ୍ଦିବନି ରାତି ରାତି
ମମତା ବିହୁନେ
ଛାତିକୁ ପଥର କରିବ
ପ୍ରତାରଣାର ଝଡ଼
ଆଉ ଛଳନାର ବତାସ ଆସିଲେ
ସମ୍ଭାଳି ନେବ ନିଜକୁ
ଆତ୍ମୀୟ ପଚାରିଲେ ତୁମର ପରିଚୟ
ନିଜର ଅସହାୟତାକୁ କରିବନି ଘୃଣା
ମାନିନେବ
ବୁଝିନେବ ଏ ତ ସ୍ୱାର୍ଥର ଦୁନିଆ
ସେନେହ, ଶରଧାକୁ କିଏ ପଚାରେ
ଯଦି ସମ୍ଭବ
ଦେଖିବ ନୂଆ ସପନ
ଜିଇଁବାକୁ ଆଉଥରେ ନୂଆ ଜୀବନ
