Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Romance

3  

Prasant Kumar Nath

Romance

ଅମର ପ୍ରେମ

ଅମର ପ୍ରେମ

1 min
254


ମଥାରେ ତୁମର ଆଉକା ସିନ୍ଦୁର

ତଥାପି ଆଜି ମୁଁ ଖୁସି

ମୋତେ ଭୁଲି ତୁମେ ଚାଲିଗଲ ବୋଲି

ଭାବିବିନି ଜମା ଦୋଷୀ ।

ତୁମେ ହସିଦେଲେ ଓଠରୁ ତୁମର

ମୁକୁତା ପଡଇ ଝରି

ହସ ଥାଉ ସଦା ଓଠରେ ତୁମର

ମିଳୁଥାଉ ସୁଖ ଶିରି ।

ଲୁହ ପଛେ ସାଜୁ ଆପଣା ମୋହର

ଖୁସି ହେବି ତୁମ ପାଇଁ

ବଞ୍ଚିଥିବା ଯାଏ ପ୍ରେମଟା ଆମର

ରହିବ ଜୀବିତ ହୋଇ ।

ପାଇବାରେ ଖାଲି ଆନନ୍ଦ ନଥାଏ

ଦେବାରେ ବି ରହିଥାଏ

ସେହି ଆନନ୍ଦରେ ହେଉଛି ବିଭୋର

ଆଜି ସୁଧା ଭଲପାଏ ।

ଖୁସି ମୁଁ ହୋଇବି ଆମ ଅତୀତରେ

ତୁମ ବର୍ତ୍ତମାନ ସାଥେ

ଭବିଷ୍ୟତ ମୋର ଯେମିତି ହୋଇଲେ

ଚିନ୍ତା ଅବ ମୋର କେତେ ।

ତୁମ ସ୍ମୃତି ଥିବ ସାଥିରେ ମୋହର

ପ୍ରେମର ଡୋରୀଟି ଧରି

ଜିଇଁ ରହିଥିବି ଯେତେଦିନ ମୁହିଁ

ପ୍ରେମଟା ଯିବନି ମରି ।

  


Rate this content
Log in

Similar oriya poem from Romance