ଶୁଣ ହେ ଭଉଣୀ ଭାଇ
ଶୁଣ ହେ ଭଉଣୀ ଭାଇ
ଖରା ମାରେ ଚାଇଁଚାଇଁ
ସକାଳ ପହରୁ ସଞ୍ଜ ବେଳା ଯାଏଁ
ବାହାରକୁ ନୁହେଁ ଯାଇ l
ପବନର ନାହିଁ ଦେଖା
ଦେହରୁ ବହୁଛି ଝାଳ ଗମଗମ
ଶୁଖାଇ ପାରୁନି ପଙ୍ଖା l
ବିଦ୍ୟୁତ୍ ହୋଇଲେ କାଟ
ଇନର୍ଭେଟର ଗୋଟେ ଆଣିବାର ପାଇଁ
ନିତି ଘରେ ବସେ ହାଟ l
ଜ୍ୟେଷ୍ଠ ମାସ ଗୁଳୁଗୁଳି
ଝାଳରେ ପୋଷାକ ଓଦା ସରସର
ଘିମିରି ଗଲାଣି ଫଳି l
ବର ଗଛ ମୂଳେ ବସି
ଘରଣୀ କହିଲେ ରହି ହେଉନାହିଁ
ରୁଣ କରି ଆଣ ଏ ସି l
ତାଙ୍କୁ ମୁଁ ଦେଲି ବୁଝାଇ
ପଞ୍ଚ ଭୂତର ଏ ଶରୀର ଆମର
ସବୁ ସହିବାର ପାଇଁ l
ପ୍ରକୃତି ସହିତ ଯିଏ
ନିଜ ଶରୀରକୁ ଜଡିତ କରଇ
ନିରୋଗ ରହଇ ସିଏ l
ଘରଣୀ ଟୁଙ୍ଗାରି ମୁଣ୍ଡ
ସମର୍ଥନ କରି କହିଲେ ଏଥର
ଆଉ ଖୋଲିବନି ତୁଣ୍ଡ l
ଶୁଣ ହେ ଭଉଣୀ ଭାଇ
ପ୍ରକୃତିର କ୍ରିୟାକଲାପରେ କେବେ
ବିପରିତ କର ନାହିଁ l
ସର୍ବେ ହେବା ସଚେତନ
ପୁରୁଷ, ପ୍ରକୃତି ସନ୍ତୁଳନ ଥିଲେ
ନ ଆସେ ବିପଦ ଜାଣ l
ସଭିଏଁ ନେବା ସପଥ
ପ୍ରକୃତି ସୁରକ୍ଷା ଆମର ଦାୟିତ୍ଵ
କର ପ୍ରଦୂଷଣ ମୁକ୍ତ l