ସାତଦରିଆ ସେପାରି {ଅନ୍ତଃସ୍ୱର-୮୦}
ସାତଦରିଆ ସେପାରି {ଅନ୍ତଃସ୍ୱର-୮୦}
ସାଗର ଦେଶ ରାଜକୁମାର ଅଶ୍ୱିନ
ନୀଳ ସବୁଜିମା ସମ ପ୍ରିୟତମ
ଯେତେ ମାଖୁ ମାଖିଲେ ହଳଦୀ ଅଳତା ସିନ୍ଦୁର
ସିନ୍ଧୁ ଦେଶ ତନୟା
ନୀଳ ନୀଳିମା ରଙ୍ଗ ଯେ ତା ହୃଦେ ଭରା
ପଲକେ ଲଗା କଜ୍ୱଳ କାଳିମାକୁ
ତାରି ଭାରି ଭୟ
ଦେହ ସିନା ଯାଇ ମିଶେ ସାଗରେ
ମଧୁପୀୟୂଷକୁ କରେ ଲବଣାକ୍ତ ଲୁହଧାର
କିନ୍ତୁ
ହୃଦୟ ଆଜି ବି ଝୁରେ ପଲକେ ଭରି
ରହି ଯାଇଥିବା ପ୍ରତିଛବି
ଅଶ୍ୱିନ
ମଦନ ମୋହନ ପହଲି ଯୌବନ
ଚମକ ସେ କମଳଦେଶ ରାଜକୁମାରର
ପହଲି ଅସ୍ପଷ୍ଠ ଅସ୍ପର୍ୟ ରେଖାଙ୍କିତ
ଅଜଣାସ୍ପର୍ଶେ
ଆଜି ବି ପୁଲକିତ ସେ ଅଭୁଲା ଅତୀତ ସଞ୍ଜ
କବିତା କବିତା ଅଧର ଅଧର
ଅଥୟ ଅପୂରଣୀୟ ଅଭାବନୀୟ
ମନୋବାଞ୍ଛା
କିଂକର୍ତବ୍ୟବିମୁଡ଼
କବିତା କବିତା ଅଦ୍ଵିତୀୟା !
©®କାଶ୍ୟପ,ବିଜୟୱାଡା ।