Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ସ୍ବଚ୍ଛତା ଆମ ଭୂଷଣ

ସ୍ବଚ୍ଛତା ଆମ ଭୂଷଣ

1 min
261



ପର ଗ୍ରହବାସୀ    କେଉଁଠାରୁ ଆସି

କରିଛ ଅନୁପ୍ରବେଶ

ସ୍ବରୂପ ତ କାହିଁ     ପ୍ରକାଶିତ ନାହିଁ

ଧରିଅଛ ଛଦ୍ମବେଶ ।

କି କାରଣେ ତୁମେ  ଆମ ଏହି ଭୂମେ

ପକାଇଛ ନିଜ ପାଦ

କାହା ଅନୁମତି     ନେଇଛ କୁମତି

ଲାଗୁଅଛି ପରମାଦ ।

ହେୟଜ୍ଞାନ କଲେ   ଛାଡିବୁନି ଭଲେ

ଜାଣିନାହଁ ଶକ୍ତି ଆମ

ଛୋଟ ସିନା କାୟା  ସ୍ଥୂଳସୂକ୍ଷ୍ମ ମାୟା 

ପୂରିଅଛି ଏହି ଧାମ ।

ସାରା ଏ ବ୍ରହ୍ମାଣ୍ଡ  ଆମ ଖେଳ ଦାଣ୍ଡ

ଯାଇପାରୁ ଯହିଁ ଇଚ୍ଛା

ବିନୁ ଯନ୍ତ୍ର ବଳେ   ମନ୍ତ୍ର ଶକ୍ତି ଛଳେ

କରିପାରୁ ତୁମ ପିଛା ।

ପ୍ରାଚୀନ ସଂସ୍କୃତି ଯୋଗୁଁ ଆମେ ବୃତ୍ତି

ବଦଳାଇ ନାହୁଁ ଜାଣି

ପ୍ରତ୍ୟେକ ପ୍ରହରେ  ଆମରି ଗ୍ରହରେ

ବିଶୁଦ୍ଧତା ପରିମାଣି ।

ଆମ ଦଳପତି      ଅଛନ୍ତି ଦମ୍ପତି

ଅଦୃଶ୍ୟରେ ଥାଇ ସଦା

ଏ ଗ୍ରହର ଭାର     ପ୍ରକୃତି ସମ୍ଭାର 

ତାଙ୍କରି ଉପରେ ଲଦା ।

ସାମର୍ଥ୍ୟ ବି ଥାଇ  ଅନ୍ୟ ଗ୍ରହେ ଯାଇ

କରିନାହୁଁ ହସ୍ତକ୍ଷେପ

କାଳେ କି ବାହାର  ଭୂତାଣୁ କାହାର

ଅନ୍ୟତ୍ର ହେବ ବିକ୍ଷେପ ।

କରନାହିଁ ଡେରି  ଶୀଘ୍ର ଯାଅ ଫେରି

ହେବା ଆଗୁ ପ୍ରଦୂଷଣ

ନିରାମୟ ଆମେ   ରହୁ ପ୍ରତି କାମେ

ସ୍ବଚ୍ଛତା ଆମ ଭୂଷଣ ।



Rate this content
Log in

Similar oriya poem from Inspirational