Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Romance

4.2  

ପ୍ରଶାନ୍ତ କୁମାର ବେହେରା

Romance

ଜୀବନର ସଂଜ୍ଞା

ଜୀବନର ସଂଜ୍ଞା

1 min
181


କ'ଣ ପାଇଁ ଆଜିକାଲି

ଖୁବ୍ ନିଜର ତମେ 

ମୋ ଶ୍ବାସ ପ୍ରଶ୍ବାସ ଠାରୁ 

ଆହୁରି ନିବିଡ଼ ତମେ ।

ତମ ଯୌବନ ନିଶାରେ

ରାତ୍ରିରେ ହଜାଏ ନିଦ

କଳ୍ପନା ରାଜ୍ୟରେ ବୁଡି ରହି

ଦିନରେ ଦେଖେ ସପନ l

ତମକୁ ପାଇବାର ନିଶା

ମତେ ହଜାଏ

ଆନମନା କରେ

ନିର୍ଜୀବ ହୋଇଆସୁଥିବା

ମୋର ଦେହ ଓ ମନକୁ

ଆହ୍ଲାଦିତ କରେ l

ହଜିଯିବାକୁ ଇଛା ହୁଏ 

ତମର ସେଇ 

ମନୋମୁଗ୍ଧକର 

ରୂପଲାବଣ୍ୟରେ ।

ଯେତେ ଚାହିଁଲେ ବି 

ସବୁବେଳେ ଖୁବ୍ ଅସହାୟ 

ଆଉ ଅସଫଳ ହୁଏ

ତମକୁ ଜଡିତ କରି

ମୋ ଭିତରେ ଅହରହ 

ସୃଷ୍ଟି ହେଉଥିବା 

ସେଇ ଆବେଗ ସବୁକୁ

ଲୁଚାଇ ରଖିବାକୁ

ତମ ସାମ୍ନାରେ ।

ମୋତେ ଆଲଙ୍ଗିନ କରି 

ଦେଖି ନିଅ ଥରେ

ଅକ୍ଟୋପସ୍ ପରି ଜାବୁଡି ଧରି

ଗୋଟା ପଣେ ଏକାକାର ହୋଇ 

ହଜିଯିବି ଆଉ ମିଶିଯିବି 

ସମ୍ପୂର୍ଣ୍ଣ ରୂପେ 

ତମ ଦେହରେ l

କାହିଁକି ନା ?

ଏବେ ଖାଲି 

ତମେ ହିଁ ତ 

କେବଳ ପାଲଟି ଯାଇଛ 

ମୋ ଜୀବନର ସଂଜ୍ଞା ।


Rate this content
Log in

Similar oriya poem from Romance