STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Romance Others

4  

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Romance Others

ଵ୍ୟାଡ ଗାର୍ଲ୍

ଵ୍ୟାଡ ଗାର୍ଲ୍

6 mins
337


    ସେଦିନ ତାନୀୟାଙ୍କ ସ୍ଵାମୀ ଘରେ ନଥାନ୍ତି । ବର୍ଷା , ଘଡ଼ଘଡି ଚଡଚଡ଼ି ରେ ସତେ ଯେମିତି ଲାଗୁଥିଲା , ଖଣ୍ଡ ଖଣ୍ଡ ମେଘ ଗୁଡାକ ନୀଳ ଆକାଶର ପ୍ରଶସ୍ଥ ଛାତିକୁ ଫାଡି ତାଣ୍ଡବ କରୁଛନ୍ତି । ଆକାଶଟା ଛିଡିପଡ଼ିବ ଏଇ ପୃଥିବୀ ବକ୍ଷରେ । ଅଳ୍ପ ବୟସ୍କା କଳା ମଚ ମଚ ମେଘମାଳା ଗୁଡ଼ିକ ବଡ଼ ବିବ୍ଭତ୍ସ ରୂପ ନେଇ ଆକାଶର ବକ୍ଷରେ ଉତ୍ପାତ କରୁଛନ୍ତି । ନିର୍ମଳ ଆକାଶର ନିଳୀମା ରେ ଅଳ୍ପ ବୟସ୍କା ମେଘମାଳା ମାନେ , ନେସି ହେଇଯାଉଛନ୍ତି  । ବର୍ଷା ସହିତ ବିଜୁଳି ଘଡ ଘଡି ରେ ସମସ୍ତେ ଆତଙ୍କିତ । ଗାଁ ଦାଣ୍ଡରେ ଭରପୁର ମାତ୍ରାରେ ଗୋଳିଆ ଗୋଳିଆ ପାଣି ବହି ଯାଉଛି , ସତେ ଯେମିତି ପ୍ରଖର ଖରସ୍ରୋତା ନଦୀ ସମାନ । ସେଇ ସମୟରେ ଯାତାୟାତ ସମ୍ଭବ ହେଉ ନାହିଁ , ତେଣୁ ବିନୟ ଆଶ୍ରୟ ନେବା ପାଇଁ ଚଢ଼ିଗଲା ବାରଣ୍ଡା ଉପରକୁ । ଗାଡ଼ି ଟି ପ୍ରଖର ସ୍ରୋତରେ ଆଖି ସାମ୍ନାରେ ଭାସି ଯାଉଛି ହେଲେ ବିନୟ କିଛି କରିପାରୁ ନାହିଁ । 


    ସମୟ କ୍ରମେ , ବର୍ଷା ଅଧିକରୁ ଅଧିକ ହେଉଥାଏ । ସନ୍ଧ୍ୟା ଯାଇ ରାତ୍ରୀ ହେଲାଣି । ସମୟରେ ଯେଉଁ ତାରାମାନେ ନୀଳ ଆକାଶର ସବୁଜିମା ରେ ଲୁଚକାଳି ଖେଳି ଥାଆନ୍ତି , ଆଜି ସେମାନଙ୍କୁ କୁଆଡେ ବର୍ଷାରାଣୀ ଲୁଚେଇ ଦେଇଛନ୍ତି । ସମୟ ଅନେକ ହେଲାଣି କିନ୍ତୁ ବର୍ଷlର ପ୍ରଭାବ କମିବାକୁ ନାହିଁ । ଭୋକରେ ପେଟ ପୋଡ଼ିଲାଣି ତେଣେ ବର୍ଷାର ଛିଟା ପଡ଼ି ଶରୀର ଟା ଅଧା ଭିଜି ଗଲାଣି । ଶୀତର ପ୍ରକୋପ ମଧ୍ୟ ବଢ଼ି ଚାଲିଛି ,ବିନୟ କରିବ ବା କଣ ...! 


    ଏସବୁ ଦୃଶ୍ୟ ଦେଖି ଭିତରେ ତାନ୍ୟାଙ୍କ ମନରେ ଅନେକ ପ୍ରଶ୍ନ ଆସିଛି । କଣ କରିବେ ଓ କଣ ନକରିବେ କିଛି ବିଚାର କରିପାରୁ ନାଁହାନ୍ତି । ଏପଟେ ବିଚରା ବିନୟ କାହାକୁ ଅବା ସାହାର୍ଯ୍ୟ ମାଗିବ । କିଏ ପରିଚିତ ବା ଏଇ ଗାଁ ଚନ୍ଦନପୁର ରେ ଅଛନ୍ତି ..! ବର୍ଷା ପାଇଁ ସମସ୍ତେ ପ୍ରାୟ ନିଜ ନିଜ ଘରେ ତାଟି କବାଟ ଦେଇ ଅନେଇ ବସିଛନ୍ତି । ଅଦିନ ଝଡ଼ି ତୁଫାନ ବର୍ଷା ଯୋଗୁଁ ବିଜୁଳୀବତି ମଧ୍ୟ କଟି ଯାଇଛି । ମୋବାଇଲ ନେଟୱର୍କ ବ୍ୟବସ୍ଥା ନାହିଁ । ଶୀତ ର ପ୍ରକୋପ ରୁ ରକ୍ଷା ପାଇବାକୁ ହେଲେ ଶୁଖିଲା ପରିଧାନ ଆବଶ୍ୟକ କିନ୍ତୁ ଏପରି ପରିସ୍ଥିତି ରେ ତାହା ଆସିବ ବା କେଉଁଠୁ । ବିନୟ ସମସ୍ୟାର ସମାଧାନ ପାଇଁ ନିଜ ସାର୍ଟ ଓ ଗେଞ୍ଜି କୁ ଖୋଲି ଚିପୁଡି ଦେଇ ଶୀତଳ ପବନର ଧାରେ ଧାରେ ଶୁଖାଇବାକୁ ଚେଷ୍ଠା କରୁଛି । ଠିକ୍ ଏତିକି ବେଳେ ଝରକା ଫାଙ୍କରୁ ତାନ୍ୟା ଙ୍କ ନଜର ବିନୟଙ୍କ ବଳିଷ୍ଠ ଶରୀର ଉପରେ ପଡ଼ିଲା । ଆଖିକୁ ଆଖି ମିଶିଗଲା । ବିନୟ ନିଜକୁ ସମ୍ଭାଳି ନେଇ ଓଦା ସାର୍ଟଟିକୁ ପିନ୍ଧି ପକେଇଲେ । 


    କ୍ରମଶଃ ମୁଷଳଧାରା ବର୍ଷା ହେଉଛି । ବାରାଣ୍ଡରୁ ବାହାରକୁ ଗଲେ ଓଦା ହେବା ସହିତ ପାଣିର ପ୍ରଖର ସ୍ରୋତରେ ଭାସିଯିବାର ଭୟ । କଥାରେ ଅଛି ପରା " ନିଜ ଗାଁ ମଶାଣୀ କୁ ଭୟ ଆଉ ପର ଗାଁ ପୋଖରୀ " କୁ । ତା'ପରେ କିଏ ଜାଣେ ରୋଡ଼ ଟା ଏବେ କିପରି ଥିବ । ନଦୀ ନାଳ ଭଳି ସବୁଆଡେ ଜଳାର୍ଣ୍ଣବ । ତେଣୁ ବିଚରା ବିନୟ ସେହି ସ୍ଥାନରେ ବିଶ୍ରାମ ପାଇଁ ବସିପଡ଼ିଲା । 


    କିଛି ସମୟ ପରେ ଦାଣ୍ଡ ଘରୁ କିଛି କଥା ଶୁଭିଲା । ମହାଶୟ ଆପଣ ଚାହିଁବେ ଯଦି ,ଆଜି ମୋ ଘରେ ବିଶ୍ରାମ ନେଇ ପାରିବେ କିନ୍ତୁ ସକାଳ ହେବା ପୂର୍ବରୁ ଆପଣଙ୍କୁ ଏହିସ୍ଥାନ ପରିତ୍ୟାଗ କରିବାକୁ ପଡ଼ିବ । କୁହନ୍ତୁ କଣ ?? ଆପଣଙ୍କ ଜବାବ ଶୁଣିବାପରେ ମୁଁ ଦୁଆର ଖୋଲିବି ଆଉ ଆପଣ ଶୀଘ୍ର ଭିତରକୁ ଆସିବେ । କଥାଟି ଟିକେ ଅଡ଼ୁଆ ଖିଅ ର ସୂତା ଭଳି ଲାଗୁଥିଲା । ତେଣୁ ବିନୟ କହିଲେ ଆଜ୍ଞା କୃତଜ୍ଞତା ଜ୍ଞାପନ କରୁଛି । ମୁଁ ଏହି ସ୍ଥାନରେ ଠିକ୍ ରେ ଅଛି କିଛି ସମୟପରେ ବର୍ଷାର ପ୍ରଭାବ କମିଗଲେ ମୁଁ ଚାଲିଯିବି ।ଆପଣ ଅଯଥାରେ ବ୍ୟସ୍ତ ହୁଅନ୍ତୁ ନାହିଁ । 

_ ଆରେ , ବ୍ୟସ୍ତ ହେବିନାହିଁ କିପରି ?? ଆପଣଙ୍କୁ କେବେ ଏଇ ଗାଁ ରେ ଆଗରୁ ଦେଖିନାହିଁ । ଆଉ ଆପଣ ଶୀତରେ ବରଡ଼ା ପତ୍ର ଭଳି ଥରୁଛନ୍ତି । ଥଣ୍ଡା ଲାଗିଯିବ ଯଦି ...! ଘରେ ,ଆପଣଙ୍କୁ କେହି ଅପେକ୍ଷା କରିଥିବେ ନିଶ୍ଚିନ୍ତ ..!


_ ନାଇଁ ଆଜ୍ଞା । ମୋର ଆଗକୁ କି ପଛକୁ କେହି ନାହାନ୍ତି ।

_ ମାନେ ..?


_ଅନେକ ବର୍ଷ ପୂର୍ବେ ବାପା ଓ ମାଆ ଗୋଟେ ଆକ୍ସିଡେଣ୍ଟ ରେ ମରିଗଲେ । ଘରେ କେବଳ ଅଛି ବୁଢ଼ୀ ଜେଜେ ମାଆ ,ଯିଏ ଅନେକ ବର୍ଷ ହେଲା ଶଯ୍ୟାସାୟୀ । ଦାଦା ଓ ଖୁଡି ସମ୍ପତି ଲୋଭରେ ମୋତେ ବାରମ୍ବାର , ମାରିବା ପାଇଁ ପ୍ରୟାସ କରିଛନ୍ତି । ତେବେ ନିଶ୍ଚିନ୍ତ ସେମାନେ ମୋତେ ଖୋଜିବେ ନାହିଁ ..।

_ ହଉ , ମହାଶୟ ଖରାପ୍ ଭାବିବେ ନାହିଁ ଯଦି ଏବେ ଭିତରକୁ ଆସନ୍ତୁ । ମୁଁ ଦୁଆର ଖୋଲୁଛି । 


   ତାନ୍ୟା ,କବାଟ ଖୋଲିଲେ । କିଛି ଭାବିବା ପୂର୍ବରୁ ତlନ୍ୟା କହିଲେ ଶୀଘ୍ର ଆସନ୍ତୁ ମହାଶୟ , ଏବେ ଯେଉଁ ଯୁଗ କାଳ ହେଲାଣି ଲୋକେ ସଜ ମାଛରେ ପୋକ ପକାଇଦେବେ । କଥାଟି ମଧ୍ୟ ସତ୍ୟ । ବିନୟ ଘର ଭିତରକୁ ପ୍ରବେଶ କରିଲେ । ତାନ୍ୟା ,ବିନୟଙ୍କୁ ବିଶ୍ରାମ କରିବା ପାଇଁ ବିଶ୍ରାମ କକ୍ଷ ଦେଖାଇ କହିଲେ ଆପଣ ଫ୍ରେସ୍ ହେଇ ଯାଆନ୍ତୁ ଆଉ ମୁଁ କିଛି ଖାଇବା ପାଇଁ ଖାଦ୍ୟର ବ୍ୟବସ୍ଥା କରୁଛି । କିଛି ସମୟ ମଧ୍ୟରେ ଖାଦ୍ୟ ବ୍ୟବସ୍ଥା ହେଇଗଲା । ବିନୟ ଙ୍କୁ ଖାଇବା ପିଇବାକୁ ଦେଇ ତାନ୍ୟା ନିଜେ କିଛି ଖାଇଲେ । କିଛି ସମୟ ପରେ ବେଡଟିକୁ ସଜାଡି ଆରାମ କରିବାକୁ ନିର୍ଦ୍ଦେଶ ଦେଇ ନିଜ ଶୟନକକ୍ଷକୁ ଚାଲିଗଲେ । 


    ରାତ୍ରୀ ଅନେକ ହେଲାଣି କିନ୍ତୁ ବର୍ଷାର ପ୍ରକୋପ ହ୍ରାସ ପାଇବା ବଦଳରେ ବୃଦ୍ଧି ହେଉଛି । ମନରେ ଅନେକ ଭାଵନା ମଧ୍ୟ ଉଜାଗର ହେଉଛି । ପାଖରେ ସ୍ୱାମୀ ନାହାନ୍ତି କି କୋଳରେ ଛୁଆଟିଏ । କିପରି କଟିବ ଏଇ ଅସରନ୍ତି ରାତ୍ରୀ । ସ୍ଵାମୀ ସଦାବେଳେ ବ୍ୟବସାୟ ରେ ବ୍ୟସ୍ତ । ସ୍ତ୍ରୀ ପାଇଁ ସମୟ ନାହିଁ । ସକାଳୁ ସଞ୍ଜ ନଇଁବା ପର୍ଯ୍ୟନ୍ତ ଏକା ଏକା ରହିବାକୁ ପଡୁଛି । କିଏ ବା ବୁଝୁଛି ନାରୀ ର ମନ ତଳର ଗହନ କଥା ।ତଥାପି ମନରେ ଅନେକ ଭାର ବହନ କରି , ସେଇ ନାରୀ ନିଜେ ନାରାୟଣୀ ହେଇ ଜଗତ କଲ୍ୟାଣ କରେ । ଏପରି ଭାବନା ମଧ୍ୟରେ ତାନ୍ୟା ଅତିଥି କକ୍ଷ କୁ ଯାଇଛନ୍ତି ଅତିଥିଙ୍କ ଖବର ବୁଝିବା ପାଇଁ । ବାହାର ପlର୍ଶ୍ୱୋରୁ କିଛି ଶବ୍ଦ ଶୁଣିବାକୁ ପାଇଲେ , ଯେପରି ଅତିଥି ଜଣଙ୍କ କଷ୍ଟରେ ଅଛନ୍ତି । ତାନ୍ୟା ତୁରନ୍ତ ଭିତରେ ପ୍ରବେଶ କରି ଦେଖିଲେ ଦେହରେ ଓଦା ବସ୍ତ୍ର ରହିବା ପାଇଁ ବିନୟଙ୍କର ଅତ୍ୟଧିକ ପରିମାଣ ରେ ଦେହର ତାତି ବଢ଼ି ଯାଇଛି । ଶୀତରେ ଥରୁଛନ୍ତି ବିନୟ । ତାଙ୍କର ଏପରି ଅବସ୍ଥା ଦେଖି ତାନ୍ୟା ନିଜେ ତାଙ୍କ୍ ଶରୀର ରୁ ପ୍ୟାଣ୍ଟ୍ ସାର୍ଟ ଉତ୍ତlରୀ ଶୁଖିଲା ଜlମା ପିନ୍ଧିବାକୁ ଦେଲେ ତଥା କିଛି ମେଡ଼ିସିନ୍ ସହିତ ଶୀତବସ୍ତ୍ର ଘୋଡେ଼ଇ ଦେଇ ଚାଲି ଆସିଲେ ।


   ଏହିପରି ଭାବରେ କିଛି ସମୟ ବିତିଗଲା । ଦୀର୍ଘ ୪ କି ୫ ଘଣ୍ଟା ବର୍ଷl , ପବନରେ ରହିବା ଦ୍ଵାରା ବିନୟ ସମ୍ପୂର୍ଣ୍ଣ ଅସୁସ୍ଥ ହେଇ ପଡିଛନ୍ତି । ଏପଟେ ତାନ୍ୟା ଙ୍କୁ ନିଦ ନାହିଁ । ଦେହଟା ସତେ ଯେମିତି ଥକି ଯାଇଛି । କାହାର କୋମଳ ସ୍ପର୍ଶ ଅନୁଭବ କରିବାକୁ ଇଚ୍ଛା ଦୃଢୀଭୂତ ହେଉଛି କିନ୍ତୁ ଘରେ ଠିକ୍ ସମୟରେ ସ୍ଵାମୀ ନାହାନ୍ତି । ବହୁତ୍ ଏକାକୀ ଅନୁଭବ କରୁଥିଲେ ତାନ୍ୟା । ଭରା ଯୌବନ ଟା ସତେ ଯେମିତି ଉପହାସ କରୁଥିଲା । ତା'ପରେ କୋହଲିଆ ପାଗକୁ ପବନ । ପବନରେ ଝରକା ରାସ୍ତା ଦେଇ ବର୍ଷା ରାଣୀଙ୍କ ଥିରି ଥିରି ଟୁପୂର୍ ଟାପୂର୍ ବର୍ଷାଛିଟା ଗୁଡ଼ିକ ଦେହରେ ବାଜିଲା ପରେ ତନୁମନ କୁ ଉତ୍ତେଜିତ କରିପକାଉଥିଲା । ଦେହର ଲୋମ ଗୁଡ଼ିକ ଟାଙ୍କୁଳି, ଏକ ଅଜବ ପ୍ରକାର ଶିହରଣ ଖେଳି ଯାଉଥାଏ ଦେହରେ । ତଥାପି ମନକୁ ଆୟତ କରି ବେଡ ଉପରେ ଶୋଇ ରହିଥିଲେ ତାନ୍ୟା ।


   ବର୍ଷା ଓ ବିଜୁଳି ପର୍ଯ୍ୟାପ୍ତ ପରିମାଣର ହେଉଛି । ବିଦ୍ୟୁତ୍ ବିତରଣ ଠପ୍ ହୋଇଯାଇଛି । କାଳ ରାତ୍ରୀରେ ବର୍ଷାର ପ୍ରକୋପ କମିନାହିଁ । ସେମିତି ତାବଡ ତୋଡ , ମୂଷଳ ଧାରାରେ ବର୍ଷା ହେଉଛି । ବର୍ଷା ଯୋଗୁଁ ବିନୟଙ୍କ ଦେହ ଅସୁସ୍ଥ ହେଉଛି । ଦେହରେ ଥଣ୍ଡା ପଶିଯାଇଛି । ପ୍ରଖର ମାତ୍ରାରେ ଦେହର ତାତି ବଢ଼ି ଯାଇଛି । ଔଷଧ ଠିକ୍ ରେ କାମ କରୁନି । ଦେହରେ କମ୍ପନ ସୃଷ୍ଟି ହେଇଛି । ତାନ୍ୟା ଯାଇ ଦେଖୁଛନ୍ତି କିଛି ସମୟ ମଧ୍ୟରେ ବଳିଷ୍ଠ , ଆକର୍ଷିତ ଗୋରା ଦେହଟା କଳା ପଡିଗଲାଣି । ବିନୟ ଙ୍କ ଏପରି ଅବସ୍ଥା ଦେଖି ତାନ୍ୟା ଅନେକ ପ୍ରକାର ଉପଚାର କରିଲେ କିନ୍ତୁ ସମୟ ବଳବାନ ଥିଲା ଏବଂ ସମୟକୁ ବୋଧହୁଏ ଆଉ କିଛି ପରିବର୍ତ୍ତନ କରିବାର ଥିଲା । 


   ରାତ୍ରୀ ଉଜାଗର ରହି , ବିରୋହିଣୀ ରାଧାଙ୍କ ଭଳି ସେବା ମନବୃତ୍ତିରେ ତାନ୍ୟା ସେବା କରିଚାଲିଛନ୍ତି ବିନୟଙ୍କର ଠିକ୍ ସମୟରେ ମେଘମାଳା ଫାଟି , ଏକ ଏପରି ଭୟଙ୍କର ଘଡଘଡି ଚଡଚଡ଼ି ଶବ୍ଦ ହେଲା ଏବଂ ସେଇ ଶବ୍ଦରେ ଭୟଭୀତ ହେଇ ତାନ୍ୟା କିଛି ସମୟ ପାଇଁ ବିନୟ ଙ୍କୁ ଜାବୁଡ଼ି ଧରିଲେ । ବୋଧହୁଏ ଏହି ବିଧିର ବିଧାନ ଥିଲା । କିଛି ସମୟ ମଧ୍ୟରେ ଥକି ଯାଇଥିବା ଶରୀର ଟା ଆରାମ ରେ ପୂର୍ଣ୍ଣ ନିଦ୍ରାରେ ପଡ଼ି ରହିଲା । ଶୀତଳ ସମୀରଣ ସହିତ ବିନୟଙ୍କ ଦେହର ସ୍ପର୍ଶରେ ଖୁବ୍ ଆନନ୍ଦ ଅନୁଭବ କରୁଥିଲେ ତାନ୍ୟା ତଥା ତାନ୍ୟାଙ୍କ ଦେହର ଉଷ୍ମତା ପାଇ ଆସ୍ତେ ଆସ୍ତେ ବିନୟଙ୍କ ତାତି କମିବାକୁ ଲାଗିଲା । ଦେହ ସହିତ ଦେହର ମହାମିଲନ ହେଇଗଲା । ଆନନ୍ଦରେ ଆତ୍ମହରା କାଶତଣ୍ଡୀ ଯେପରି ହାଲକା ପବନରେ ମୁଣ୍ଡ ହଲେଇ ନାଚୁଥିଲା ନଦୀଜଳରେ ନିଜର ପ୍ରତିଛବିକୁ ଦେଖି ,ଠିକ୍ ଗୋଟିଏ ନବଯୌବନା ଲଳନାଟିଏ ଆଇନାରେ ନିଜ ମୁଖର ସୌନ୍ଦର୍ଯ୍ୟ କୁ ଏପଟ ସେପଟ କରି ଉପଭୋଗ କରୁଥିବା ପରି ତlନ୍ୟା ଅନେକ ଦିନର ଅଭିଳାଷା କୁ ପୂରଣକରି ଖୁସି ଅନୁଭବ କରୁଥିଲେ । ଆହା ଅନିନ୍ଦ୍ୟ ଆନନ୍ଦ । 


   ସମୟ ହେଇଯାଇଛି । ସିନ୍ଦୁର। ଫାଟି ଉଦିତ ସୂର୍ଯ୍ୟନାରାୟଣ ଙ୍କ ଲାଲିମା ଝରକା ବାଟ ଦେଇ ବିଛାଡ଼ି ହେଇ ପଡ଼ିଥିଲା ବେଡ୍ ଉପରେ । ମେଞ୍ଚା ମେଞ୍ଚା ସ୍ବପ୍ନ ଗୁଡ଼ିକ ସତ ହେଇ ନାଚି ଉଠିଥିଲା । ବିନୟଙ୍କ ଶରୀର ମଧ୍ୟ ସୁସ୍ଥ ହେଇଯାଇଛି ତାନ୍ୟାଙ୍କ ଦେହର ଉଷ୍ମତା ପାଇ କିନ୍ତୁ ଆଦିତ୍ୟନାରାୟଣ ଙ୍କ କୋମଳ ରଶ୍ମୀର ତେଜରେ ତାନ୍ୟା ଙ୍କ ନିଦ ଭାଙ୍ଗି ସାରିଥିଲା । ତାନ୍ୟାଙ୍କ ନଗ୍ନ ଶରୀର ଟା ଏବେ ବିନୟଙ୍କ ଦୀର୍ଘ ପ୍ରସସ୍ଥ ଛାତିରେ ଲୋଟି ରହିଥିଲା । ସତରେ କେତେବଡ଼ ଭୁଲ୍ କରିଛନ୍ତି ସେ । ସେ ସ୍ୱପ୍ନରେ ସୁଦ୍ଧା କେବେ କଳ୍ପନା କରିନଥିଲେ ଯେ ଏହା ହିଁ ସତ୍ୟ ଥିଲା । ପରିବାର ଓ ସ୍ଵାମୀଙ୍କ ପ୍ରେମ , ମାନ ସମ୍ମାନ, ମର୍ଯ୍ୟାଦା କୁ ଭୁଲି ନାରୀ ର ଲଜ୍ୟା , ଆଦର୍ଶ ଓ ଶାଳୀନତା ର ଉର୍ଦ୍ଧରେ କେବଳ ଥିଲା "ପରଦା ପଛର ଚେହେରା " । ତାନ୍ୟା ଙ୍କ ଆଖିରୁ ଟପ୍ ଟପ୍ ହେଇ ଦୁଇ ବୁନ୍ଦା ଅଶ୍ରୁ ଝରିପଡ଼ି କହୁଥିଲା ତାନ୍ୟା ସତରେ ତୁମେ ଜଣେ ....


"" ବ୍ୟାଡ ଗାର୍ଲ୍ "'


    ଏହା ହିଁ ହେଇଛି ତୋପାଇଁ ଉପଯୁକ୍ତ ଶାସ୍ତି ....


!! ସମାପ୍ତ !!


Rate this content
Log in

Similar oriya story from Abstract