STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ଯାହାକୁ ରଖିବେ ଅନନ୍ତ

ଯାହାକୁ ରଖିବେ ଅନନ୍ତ

1 min
223

ପ୍ରକୃତି କୋଳରେ ବହିଯାଉଥିବା ନଇଧାର ରେ ଝିଅଟି ବସେ ,ତା ମନ ଦର୍ପଣରେ ଥିବା ଅସହ୍ୟ ଯନ୍ତ୍ରଣା ର ପ୍ରତିଛବି କୁ ଧୋଇ ନଈ ର ଢେଉ ରୁ ,ନଈର କୂଳୁ କୂଳୁ ଶବ୍ଦ ଭିତରୁ ଜୀବନର ମୂର୍ଚ୍ଛନା ସାଉଁଟି ନିଏ ,ଆଉ ପରିପ୍ରକାଶ କରେ ହର ପାର୍ବତୀ ଗଣନାଟ୍ୟ ମଞ୍ଚରେ ,ସେ ଯେବେ ସୁଲଳିତ କଣ୍ଠ ର ଯାଦୁରେ ଚାମକେଇ ଦିଏ ଷ୍ଟେଜଉପରେ ,ସମସ୍ତେ ସ୍ତବ୍ଧ ହୋଇଯାନ୍ତି ,ମୁଗ୍ଧ ନୟନ ରେ ଦେଖୁଥାନ୍ତି ଝିଅଟିକୁ ,ସତେ ଯେମିତି ପ୍ରକୃତି କନ୍ୟା ଟିଏ l

   ପରକୀୟା ପ୍ରେମର ମିଠା ସ୍ୱପ୍ନରେ ମସଗୁଲ ହୋଇ ଝିଅଟିର ବାପା ଯେବେ ଚାଲିଗଲେ ସଂସାର ଆଡେଇ ମିନୁ ସେତେବେଳେ କୋଳରେ ,ସେ ବୁଝିପାରୁନଥିଲା ତା ମାଆ ବା ତାର ଦୋଷ କଣ ,ଘର ପାଖରେ ଥିବା ପ୍ରକୃତିର ଗଛ ପବନ ,ଋତୁ ବର୍ଷା ଭିତରୁ ସେ ଶିଖିଗଲା ସଂଗୀତ ର ଯାଦୁକାରୀ ମନ୍ତ୍ର ଆଉ ପାଲଟିଗଲା ସୁଗାୟିକା 

  ହେଲେ ସେଦିନ ଯେବେ ହରପାର୍ବତୀ ଗଣନାଟ୍ୟ ର କର୍ମକର୍ତ୍ତା ମାନେ କହିଗଲେ ତାଙ୍କ ପାର୍ଟି ଭାଙ୍ଗିବାକୁ ଯାଉଛି ,କିଛି ସମୟ ପାଇଁ ସେ ସ୍ଥାଣୁ ପାଲଟି ଗଲା ,ରେଡ଼ିଓ ରୁ ଭାଷି ଆସୁଥିଲା ଅକ୍ଷୟ ମହାନ୍ତି ଙ୍କ ଗୀତଟିଏ ," ହାରିଯାଇଥିବା ଲୋକର କି ଅଛି ,ଜୀଇଁଲେ ଜିଇଁଲା ନହେଲେ ନାଇଁ "ଯାହା ତାକୁ ପୁଣି ସହାୟ ହେଲା ସେ ଉଠିବସିଲା ଚାଲୁ ଚାଲୁ ଝୁଂଟିବାକୁ ହୁଏ ବୋଲି ମାଆ କୁ ବୁଝେଇଦେଲା ,ଆଉ ପ୍ରକୃତି ରୁ ଶିଖିଗଲା ଯେମିତି ବଂଚିବାର ନିଆରା ସ୍ୱାଦ ,ଫେରିପଡ଼ି ଅତୀତ କୁ ନଚାହିଁ ସେ ଆଗକୁ ବଢିଲା ,ଆଜି ସେ ପ୍ରଥମ ଶ୍ରେଣୀର କଣ୍ଠଶିଳ୍ପୀ ରେଡ଼ିଓ ଷ୍ଟେସନ ରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract