STORYMIRROR

Dr Jharana Satapathy

Classics Inspirational Others

4  

Dr Jharana Satapathy

Classics Inspirational Others

ଯାହା ନ ଦେଖିବ ଵେନି ନୟନେ

ଯାହା ନ ଦେଖିବ ଵେନି ନୟନେ

3 mins
245


ପୁଅ ଚାକିରି ପାଇବା ଖୁସିରେ ସୁବାସ ବାବୁ ତାଙ୍କ ଅଫିସ କର୍ମଚାରୀଙ୍କୁ ମିଠା ବାଣ୍ଟିବା ପାଇଁ ମନ କଲେ । ଏଥିପାଇଁ ସେ ଭଲ ମିଠେଇ ଦୋକାନରୁ ଚାରୋଟି ପେକଟ୍ ଆଣି ନିଜେ ଖୁସିରେ ମିଠାଗୁଡିକୁ ବାଣ୍ଟି ଚାଲିଲେ। ତାପର ଦିନ ସେହି ଅଫିସର ଜଣେ କର୍ମଚାରୀ ପ୍ରଦ୍ୟୁମ୍ନ ବାବୁ ସୁବାସ ବାବୁଙ୍କୁ କହିଲେ ଆପଣ ମତେ କାଲି କି ମିଠା ଖୁଆଇଲେ ମୋର ପେଟ ରାତି ସାରା ଗୋଳମାଳ ହୋଇଗଲା । ଆପଣ ବୋଧେ କେଉଁଠୁ ନ୍ୟୁନମାନର ମିଠା ଆଣିଛନ୍ତି। 

ପ୍ରଦ୍ୟୁମ୍ନ ବାବୁଙ୍କ କଥାରେ ସୁବାସ ବାବୁ ମନ ଦୁଃଖ କରି କହିଲେ ଏଠି ସମସ୍ତଙ୍କୁ ମୁଁ ମିଠା ବାଣ୍ଟିଛି କାହାର କିଛି ହେଲା ନାହିଁ ଆପଣଙ୍କର କେମିତି ପେଟ ଗୋଳମାଳ ହେଲା । କିନ୍ତୁ ସୁବାସ ବାବୁ ପ୍ରଦ୍ୟୁମ୍ନ ବାବୁଙ୍କ କପଟତାକୁ ବୁଝି ପାରୁନଥିଲେ ତାହାର ଅନ୍ୟ ଏକ କାରଣ ଥିଲା ଯାହାକି ପ୍ରକାଶ ବାବୁଙ୍କୁ ଅଛପା ଥିଲା। ପ୍ରକାଶ ବାବୁଙ୍କ ପୁଅର ଚାକିରି ପାଇବାର ଖୁସି ପ୍ରଦ୍ୟୁମ୍ନ ବାବୁ ଆଦୌ ସହ୍ୟ କରିପାରିନଥିଲେ। କାରଣ ଗୋଟିଏ ପୋଷ୍ଟ୍ ଥିଲା ସେ ଚାକିରି ନିମନ୍ତେ ଯେଉଁଥିରେ କି ପ୍ରଦ୍ୟୁମ୍ନ ବାବୁଙ୍କ ପୁଅ ମଧ୍ୟ ଏପ୍ଲାଏ କରିଥିଲା। କିନ୍ତୁ ସିଏ ସେ ଚାକିରିଟି ପାଇ ପାରିନଥିଲା। 


ପରବର୍ତ୍ତୀ ସମୟରେ ଏକଥାଟି ସୁବାସ ବାବୁଙ୍କୁ ସେହି ଅଫିସର ଅନ୍ୟ ଜଣେ ଘନିଷ୍ଟ ବନ୍ଧୁ କେଦାର ବାବୁ ଏ ବିଷୟରେ ତାଙ୍କୁ ସବିଶେଷ ତଥ୍ୟ ଦେଇଥିଲେ। 

ମନେମନେ ଭାବିଲେ ସୁବାସ ବାବୁ ଇଏ ବି ଜଣେ ତେନାଲିରାମାର ଏକ ଚରିତ୍ର ନିର୍ବାହ କରିଛନ୍ତି। 


ଏ ବିଷୟ ବସ୍ତୁକୁ ନେଇ ଏକ କାହାଣୀ ସୁବାସ ବାବୁଙ୍କ ମନକୁ ଆସିଗଲା ଯାହାକୁ କି ଉପସ୍ଥିତ ଥିବା ଅଫିସର ଅନ୍ୟ କର୍ମଚାରୀମାନଙ୍କୁ ନିଜେ ଶୁଣାଇବାକୁ ଚାହିଁଲେ।


ବିଜୟନଗରର ରାଜା କୃଷ୍ଣଦେବ ରାୟ ଥରେ ଏକ ରାଜ୍ୟଜୟ କରି ଆସିବା ପରେ ଖୁସିରେ ପ୍ରଜାମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବାଣ୍ଟିବା ପାଇଁ ନିଷ୍ପତ୍ତି କଲେ। ଏଥିପାଇଁ ରାଜସଭାରେ ରାଜା ଘୋଷଣା କଲେ ଆସନ୍ତା ସପ୍ତାହରେ ଏକ ଉତ୍ସବରେ ବୀରତ୍ବ ପ୍ରଦର୍ଶନ କରିଥିବା ସୈନିକମାନଙ୍କୁ ପୁରସ୍କୃତ କରିବା ସହ ପ୍ରଜାମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯିବ। ଏଥିପାଇଁ ରାଜା ଆଦେଶ ଦେଲେ ନିଜ ମନ୍ତ୍ରୀଙ୍କୁ ଏକ ମିଷ୍ଟାନ୍ନ କାରିଗରକୁ ଚୟନ କରିବା ପାଇଁ ଯିଏ କି ସ୍ବାଦିଷ୍ଟ ମିଠା ଠିକ୍ ସମୟରେ ପ୍ରସ୍ତୁତ କରି ଯୋଗେଇପାରିବ।

ରାଜପରିଷଦର ସମସ୍ତ ମନ୍ତ୍ରୀଗଣ ଏକ ଭଲ କାରିଗରକୁ ଖୋଜିବାପାଇଁ ଲାଗିପଡିଲେ। ଉକ୍ତ ରାଜସଭାରେ ତେନାଲିରାମା ଏକାଧାରାରେ ଜଣେ କବି, ବିଦ୍ବାନ, ଉପଦେଷ୍ଟା, ବିଦୁଷୀ । ଏହି କଥା ଶୁଣି ସଙ୍ଗେ ସଙ୍ଗେ ଏକ ପ୍ରସ୍ତାବ ଜରିଆରେ ରାଜାଙ୍କୁ କହିଲେ ଏ ରାଜ୍ୟରେ ଏକ ଜଣାଶୁଣା ଭଲ କାରିଗରୀ ଜଣେ ଅଛନ୍ତି। ଆପଣ ମତେ ଅନୁମତି ଦେଲେ ସେହି କାରିଗର ସହ କଥାବାର୍ତ୍ତା କରିବି।


ତେନାଲିରାମାଙ୍କ କଥାରେ ବିଶ୍ବାସ କରି ସଙ୍ଗେ ସଙ୍ଗେ ରାଜା ସେହି କାରିଗରକୁ ସବୁ ପ୍ରକାର ମିଷ୍ଟାନ୍ନ ପ୍ରସ୍ତୁତ କରିବା ନିମନ୍ତେ ନିର୍ଦ୍ଦେଶ ଦେଲେ। ଏହିସବୁ ଦେଖି ସଭାରେ ଥିବା ମନ୍ତ୍ରୀ ଏବଂ ଅନ୍ୟ ପରିଷଦଗଣ ତେନାଲିରାମା ଉପରେ ଅସହିଷ୍ଣୁ ଭାବ ଜାଗ୍ରତ ହୋଇଥିଲା। 


କେମିତି ମିଠା ପ୍ରସ୍ତୁତିରେ ବିଭ୍ରାଟ ହେବ ଏକ ଯୋଜନା କରୁଥିଲେ। କାରିଗର ମିଷ୍ଟାନ୍ନ ପ୍ରସ୍ତୁତ କରିସାରିଲା ପରେ ମିଷ୍ଟାନ୍ନ ଯେତେବେଳେ ରାଜ ଉଆସକୁ ଆସି ପହଞ୍ଚିଲା କାରିଗରର ଅଜାଣତରେ ଏକ ଟୋକେଇରେ ମନ୍ତ୍ରୀ କିଛି ନିମ୍ନମାନର ମିଠା ମିଶାଇ ଦେଇଥିଲେ। ଏହା କାରିଗରକୁ ଅଜଣା ଥିଲା। କିନ୍ତୁ ତେନାଲିରାମାଙ୍କ ନଜରରୁ ଏହା ବର୍ତ୍ତିପାରିନଥିଲା।


ରାଜା ଆଦେଶ ଦେଲେ ସବୁ ପାତ୍ରମନ୍ତ୍ରୀଙ୍କୁ ମିଷ୍ଟାନ୍ନ ଚାଖି ତାର ସ୍ବାଦ ବିଷୟରେ ପରଖିବା ପାଇଁ। ଏମାନଙ୍କ ଭିତରୁ ଯେଉଁ ମନ୍ତ୍ରୀଜଣକ କପଟକରି ମିଶାଇଥିଲେ ସେ ସେ ନିମ୍ନମାନର ମିଠାକୁ ଚାଖି ରାଜସଭାରେ ଘୋଷଣା କଲେ ସେ ମିଷ୍ଟାନ୍ନ କିଛି ସ୍ବାଦିଷ୍ଟ ନୁହଁ। ରାଜା ଏହା ଶୁଣି ସତକି ମିଛ ଅନ୍ୟମାନଙ୍କୁ ଚାଖିବାକୁ କହିଲେ। ପ୍ରାୟ ସମର୍ଥେ ମନ୍ତ୍ରୀଙ୍କ କଥାକୁ ସମର୍ଥନ କଲେ। ଏହା ଶୁଣି ରାଜା କ୍ରୋଧିତ ହୋଇ କାରିଗର ସହ ତେନାଲିରାମାଙ୍କୁ ମଧ୍ୟ ମୃତ୍ୟୁଦଣ୍ଡର ଆଦେଶ ଦେଇଥିଲେ।


ରାଜାଙ୍କ ନିର୍ଦ୍ଦେଶ କ୍ରମେ ସେ କାରିଗର ଏବଂ ତେନାଲିରାମାକୁ ବନ୍ଦି କରାଗଲା। ମୃତ୍ୟୁଦଣ୍ଡ ପୂର୍ବରୁ ରାଜା ଶେଷ ଇଚ୍ଛା କଣ ପ୍ରକାଶ କରିବାକୁ ତେନାଲିରାମାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଶୁଣି ତେନାଲିରାମା ବିନମ୍ରତାର ସହ ହାତଯୋଡି ରାଜାଙ୍କୁ କହିଲେ ମୋର ଶେଷ ଅନୁରୋଧ ରକ୍ଷା କରି ଆପଣ ଅନ୍ୟ ଏକ ଝୁଡିର ମିଠାର ସ୍ବାଦ ଚାଖିପାରିବେ। ଏହା ଶୁଣି ରାଜା ଉତ୍କ୍ଷିପ୍ତ ହୋଇ ଗଲେ। 


କିନ୍ତୁ ମହାରାଣୀ ତେନାଲିରାମାଙ୍କର କଥାକୁ ବିଶ୍ବାସ କରି ଅନ୍ୟ ଏକ ଝୁଡିରୁ ମିଷ୍ଟାନ୍ନ ନେଇ ତାର ସ୍ବାଦ ଚାଖିଥିଲେ। ସ୍ବାଦ ଚାଖି ବହୁତ ଉନ୍ନତମାନର ମିଠା କହି କାରିଗରକୁ ପ୍ରଶଂସା କରିଥିଲେ। ରାଣୀଙ୍କ କଥା ସତ କି ମିଛ ଜାଣିବା ପାଇଁ ରାଜା ନିଜେ ଅନ୍ୟ ଏକ ଝୁଡିରୁ ଏକ ମିଠା ଆଣି ସ୍ବାଦ ଚାଖିଥିଲେ। ରାଜା ମିଷ୍ଟାନ୍ନ ଚାଖିବା ପରେ ତାଙ୍କୁ ଅମୃତ ସମାନ ଲାଗିଥିଲା। ରାଜା ଏଭଳିଭାବେ ପ୍ରତ୍ୟକ ଝୁଡିରୁ ଗୋଟିଏ ଗୋଟିଏ ମିଠା ଚାଖିଥିଲେ ସବୁମିଠା ତାଙ୍କୁ ସ୍ବାଦିଷ୍ଟ ଲାଗିଥିଲା ସେ ଗୋଟେ ଝୁଡି ବ୍ୟତିତ। ଏହାର କାରଣ କଣ ତେନାଲିଙ୍କ ମୁହଁରୁ ଜାଣିବାକୁ ଚାହିଁଲେ। ତେନାଲିରାମା ସତ କଥାଟି ଖେଲିଦେଲେ ମନ୍ତ୍ରୀଙ୍କ କାରାନାମା ବିଷୟରେ। ରାଜା ଏସବୁ ତେନାଲିଙ୍କ ମୁହଁରୁ ଶୁଣି ତେନାଲିଙ୍କୁ ଭାରି ପ୍ରଶଂସା କରିଥିଲେ। ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ଶୁଣାଇଥିଲେ।ସେ କାରିଗର ଉପରେ ଖୁସି ହୋଇ ଧନ, ରତ୍ନ, ମୋତି, ମାଣିକ ସବୁ ପ୍ରଦାନ କରିଥିଲେ।


ସୁବାସ ବାବୁ ସତରେ ଏ କାହାଣୀଟି ଶୁଣାଇଲେ ଏଥିରୁ ବହୁତ କିଛି ଆମମାନଙ୍କୁ ଶିଖିବା ପାଇଁ ମିଳିଲା। କଥାରେ ଅଛି ଯାହା ନ ଦେଖିବ ଵେନି ନୟନେ ପରତେ ନ ଯିବ ଗୁରୁ ବଚନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics