STORYMIRROR

Akshayakumar Dash

Action Classics Inspirational

2  

Akshayakumar Dash

Action Classics Inspirational

ଉତ୍କଳର ବୁଦ୍ଧ

ଉତ୍କଳର ବୁଦ୍ଧ

1 min
3.1K

ଉତ୍କଳ ର ଦୁଇଜଣ ବଣିକ ତପଶୁ ଓ ଭଲୁକ ବୁଦ୍ଧଧର୍ମ ଗ୍ରହଣ କରି ଉତ୍କଳରେ ଧର୍ମ ପ୍ରଚାର କଲେ ।ତାଙ୍କ ନାମ ଅନୁସାରେ ଭାଲୁଖାଇ ଓ ତରାପୁର ଦୁଇଟି ଗ୍ରାମ ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ ରେ ଅଛି ।ସୋମ କହିଲା ସାର ଭାଲୁଖାଇ ମୋ ମାମୁଁଘର। ଠିକ, ତୁମେ ଏହି ଅଂଚଳର । ତେଣୁ ତୁମ ଅଂଚଳର ଇତିହାସ ଜାଣିବା ଉଚିତ ।ଧର୍ମଶାଳା ଅଞ୍ଚଳ ବୁଦ୍ଧବିହାର ପୁଷ୍ପଗିରି ଏବେକାର ନାମ ଲାଙ୍ଗୁଡ଼ି ପାହାଡ଼ର ଖନନ କାର୍ଯ୍ୟ ସମ୍ପାଦନ ହେବା ପରେ ଏହି ବୁଦ୍ଧ ବିହାରର ସନ୍ଧାନ ମିଳିଛି ।ଧର୍ମଶାଳାର ପାଖାପାଖି ଲଳିତଗିରି ଯାହା ବୁଦ୍ଧ ବିହାର ଥିଲା ।ଏହାକୁ ଖନନ ପରେ ଗୁପ୍ତଯୁଗୀୟ ସ୍ଵର୍ଣ୍ଣ ମୁଦ୍ରା ଓ ପୁରୀ କୃଷ୍ଣ ମୁଦ୍ରା ମିଳିଛି ।ଦୁଇ ତାଲା ବିସିଷ୍ଟ ଗୁମ୍ଫା ଓ କୂପର ସନ୍ଧାନ ମିଳିଛି ।ସ୍ତୁପ ଓ ସଭାଗୃହ ଅଛି ।ଏହି ଧର୍ମଶାଳାର ରତ୍ନଗିରି ନିକଟସ୍ତ ଉଦୟଗିରି ବୁଦ୍ଧ ବିହାର ।ବୁଦ୍ଧଙ୍କ ମୂର୍ତ୍ତି ଓ ଅନେକ ମୂର୍ତି ସଂଗ୍ରହ କରାଯାଇ ନିକଟସ୍ତ ସଂଗ୍ରହାଳୟ ରେ ରଖା ଯାଇଛି ।ଏଠାରୁ ମିଳିଥିବା ସୁନା ନିର୍ମିତ ସିନ୍ଦୁକରୁ ବୁଦ୍ଧଦେବଙ୍କ ଅସ୍ତି ଖଣ୍ଡ ସଂଗ୍ରହ ହୋଇ ସଂଗ୍ରହାଳୟ ରେ ରହିଛି ।ଏହି ଉଦୟଗିରି ଥିଲା ଓଡ଼ିଆ ଭାଷା ପ୍ରବର୍ତ୍ତକ 84 ସିଦ୍ଧ ଆଚାର୍ଯ୍ୟଙ୍କ ସାଧନା ପୀଠ ।ଏମାନେ ହେଲେ ଲୁଇପା, କାହ୍ନପା, ବିରୂପା, ଆଦି।ତାଙ୍କର ରଚିତ ଶିଶୁ ବେଦ ଓଡ଼ିଆ ଅପଭ୍ରଂଶ ଭାଷାରେ ରଚିତ ।ଏମାନେ ସାଧନା ଲବ୍ଧ ସାଙ୍କେତିକ ଭାଷା ପ୍ରୟୋଗ କରି କାର୍ଯ୍ୟ ସାଧନ କରୁଥିଲେ ।ଝଡ।ଫୁଙ୍କ। ବିଦ୍ୟା ବା ଗୁଣୀ ଗାରେଡି ଏହାର ଅଂଶ ବିଶେଷ ଅଟେ ।ତେଣୁ ଉଦୟଗିରି ଥିଲା ସିଦ୍ଧ ସାଧକଙ୍କ ସାଧନା ପୀଠ ।ଏହାଛଡା ରତ୍ନଗିରି,ଲଳିତଗିରି ଉଦୟଗିରି କୋଲନ ଗିରି ଲାଗୁଡି ଓ ତର।ପୁର ପାହାଡରେ ବୁଦ୍ଧ କୀର୍ତି ବିହାର ସନ୍ଧାନ ମିଳିଛି ।ଏହାଛଡା ଉତ୍କଳର ରାଣୀପୁର ଝରିୟାଲୀ, ବନ୍ତ, ବନିଅପଲ୍ଲୀ, କୁପାରି, ବୌଦ୍ଧ, କେନ୍ଦୁପଟଣା, ଯଉଁଗଡ, ଦେଉଳି, ନେଉଳପୁର, ଜି ଉଦୟଗିରି,ଧଉଳି, ହରିପୁର ଓ ପୁରୀର ରାମଚଣ୍ଡୀ ଠାରେ ବୁଦ୍ଧଙ୍କ ସ୍ମାରକ ଅଛି ।


Rate this content
Log in

Similar oriya story from Action