Neelamadhab Rath

Abstract Drama Fantasy

3  

Neelamadhab Rath

Abstract Drama Fantasy

ତୁମପାଇଁ ଫର୍ଦ୍ଦେ

ତୁମପାଇଁ ଫର୍ଦ୍ଦେ

2 mins
10


 ଆଜିବି ମୁଁ ଅସମାପ୍ତ ଡାଏରୀଟାରେ ପୃଷ୍ଠା ପରେ ପୃଷ୍ଠା ଲେଖିବସେ ରାତିସାରା। ଯାହା କିଛି ମିଶି ଯାଉଥିଲା ସ୍ମୃତୀର ଅତଳ ଗର୍ଭରେ । କାଲି ପରି ଲାଗୁଥାଏ ସେହି ଅଭୁଲା ମୁହୂର୍ତ୍ତ ସବୁ। କାହିଁକି କେଜାଣି କେହିଖଣ୍ଡ ପିଞ୍ଜରା ତଳେ ବସା ବାନ୍ଧିଥିବା ହୃଦୟଟା ଧଡପଡ ହୋଇଯାଏ, ନିଦ ହଜିଯାଏ ଅନ୍ଧାରୀ ରାତିରେ । କିଏ ଜଣେ କାନ ପଖରେ ଫିସ୍ ଫିସ୍ କରି ଦୋହରାଇଥାଏ ପୁରୁଣା ଇତିହାସ। ଭୁଲିବି ହୁଏନି କି ଭୁଲାଇ ହୁଏନି । 

   ହଁ ତୁମେ ସେହି ବିନିଦ୍ର ରଜନୀର ନାୟକ ସମ୍ବିତ୍ ନା ? ଯିଏ ମୋତେ ଭଲପାଇ ବସିଥିଲା ଠିକ୍ କୋଡିଏ ବର୍ଷ ତଳେ ।

    ତୁମେ ସେହି ସମ୍ବିତ ନା କିଛି ନା କିଛି ବାହାନା କରି ମୋ ସହ ସମ୍ପର୍କର ସେତୁଟିଏ ବାନ୍ଧିଥିଲ । ସାତ ଜନ୍ମ ପାଇଁ ସାଥି ହେବା ପାଇଁ କଥା ଦେଇଥିଲ । ବିଶ୍ବାସର ଟୋପାଏ ସିନ୍ଦୁର ମୋ ସିନ୍ଥିରେ ବୋଳି ସାରିଥିଲ। ତୂମ ନାର ଶଙ୍ଖା ମୋ ହାତରେ ପିନ୍ଧାଇଥିଲ। 

    ବୋଧେ ତୁମକୁ ମୋ ରକ୍ତ ମାଂସର ଶରୀରଟା ଖୁବ୍ ବାସୁଥିଲା,ମଲ୍ଲୀଫୁଲ ପରି । ଆଉ ଫୁଲର ବାସ୍ନା ସରି ଗଲାପରେ ଛାଡ... ଏଠି ଖାଲି ବୟସର ଶାଗୁଣା ପଲକୁ ହୁରୁଡାଇବା ସାର, ନ ହେଲେ ସେମାନେ ଖିନ୍ ଭିନ୍ କରିନେବେ ମୋ ଅଶଂଯତ ପଚିଲା ଶବକୁ । 

    ସମ୍ବିତ୍ ତୁମେ ନିଶ୍ଚେ ଧୋକାବାଜ ପ୍ରେମିକଟିଏ ଥିଲ । ଆଜି କଣ ତୁମେ ମୋ ଆଖିରେ ଆଖି ମିଶାଇ କହିପାରିବ ତୁମେ ଧୋକେବାଜ ନୁହଁ । 

    ତୁମେ ସତରେ ଧୋକେବାଜ, ନ ହେଲେ ମୋ ପ୍ରେମର ପ୍ରତିଦାନର ସ୍ବରୁପ କେହିଟା ଦୁର୍ବଳ ମୂହୁର୍ତ୍ତରେ ମୋତେ ଉପଭୋଗ କରିସାରି ଛାଡି ଦେଇନଥାନ୍ତ ବିଚ୍ ରାସ୍ତାରେ ଅପହଞ୍ଚ ଇଲାକାରେ ମରିମରି ବଞ୍ଚିବା ପାଇଁ ନିଜ ଶବ ନିଜ କାନ୍ଧରେ ଉଠାଇ । ବାପ ମାଁ ଆଉ ସମାଜ ପାଖରୁ ତଡା ମୁଁ ଖାଇଛି । ମୁଁ କାଳେ ଅଭିଆଡି ମାଁ । 

ହେଲା ଛାଡ,ମୁଁ କିନ୍ତୁ ମୋ ପ୍ରେମକୁ ବିଫଳ ହେବାକୁ ଦେଇନି । ମୋ ପ୍ରେମ ସତ୍ୟ,ଚିରନ୍ତନ,ଶାଶ୍ଵତ ଆଜିବି ମୁଁ ତୁମ ପ୍ରେମର ଦସ୍ତଖତଟିକୁ ସାଇତି ରଖିଛି । ତୁମ ରକ୍ତରୁ ଜନ୍ମ ନେଇଥିବା କନ୍ୟା ସନ୍ତାନଟିକୁ ଖୁବ୍ ଆଦରରେ ପାଳିଛି ଖାଲି ଯାହା ତାକୁ ତା ବାପା ଆସିବାର ଦ୍ବାହି ଦେଇ । ଆଜି ତୁମ ଝିଅ ଖୁବ୍ ଭଲ ପଢି ବିଦେଶ ଯିବାକୁ ଭିସା କରୁଛି । ଯଦିକେବେ ପରିଚୟ ହୋଇଯାଏ ଆଖିରେ ଆଖି ମିଶିଯାଏ ,ତାକୁ ତା ବାପର ପରିଚୟ ଦେଇଦେବ ନିଶ୍ଚେ । 



Rate this content
Log in

Similar oriya story from Abstract