STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ତୁଳସୀ

ତୁଳସୀ

2 mins
186

ମିଲି କହିଲେ ଚାଲ ବଡ଼ବୋହୁମା, ଏ ବର୍ଷ ପୁରୀରେ ପହିଲି କାର୍ତ୍ତିକ କରିବ ମୋ ସହ. ମିଲି ମୁଁହକୁ ଜଳ ଜଳ ଆଖିରେ ଚାହିଁ ଫିକା ହସ ହସିଲେ ମିନତି. ମନେ ମନେ ଭାବିଲେ ସେହି ସୃଷ୍ଟିକର୍ତ୍ତା କାଳିଆ ସାଆନ୍ତ କଥା. ମଣିଷ ବଞ୍ଚିବା ପାଇଁ କେତେ ଡ଼ାଳ ତିଆରି କରିଛ ଠାକୁର. ସ୍ୱାମୀଙ୍କୁ ନେଲ, ଶାଶୁରଙ୍କୁ ପୁଅ ପରି କରିଥିଲି ଯେ ମୋ ବୁଢାପୁଅଙ୍କର ସେଵା ଶୁଶୃଷା କରି ମଣିଷ ବଞ୍ଚିବା ଅଧିକାର ଛଡାଇ ନେଲ . ପୁଣି ଧରେଇ ଦେଇଛ ମିଲି ଓ ତାଙ୍କ ପୁଅ ଗୋବିନ୍ଦଙ୍କୁ ତ ମିଲିଙ୍କୁ ଛାଡ଼ି ବଞ୍ଚିବି କେମିତି ଠାକୁର? କାହିଁକି ତୁମର ମୋ ପ୍ରତି ଏତେ ଅନ୍ୟାୟ ଥରେ ଦେଖାହୋଇ କହିବି ତୁମକୁ ନିଶ୍ଚୟ ଭାବି ନିଜ ଜିନିଷ ପତ୍ର ସଜାଡିନେଲେ ମିନତି. କାର୍ତ୍ତିକ ମାସ ଶୀତରେ ବାହାରି ପଡିଲେ ମିଲିଙ୍କ ସହ ପୁରୀ. ମିଲି କହୁଥିଲେ, ବୁଝିଲ ବୋହୁମା ଆଗେ ସିନା ସବୁ ହବିଷିଆଳିମାନେ କିଏ କୋଉଠି ଭଡା କରି ରହୁଥିଲେ, ଏବେ ପରା ସରକାର ସେମାନଙ୍କ ପାଇଁ ଖୁବ ଭଲ ବ୍ୟବସ୍ଥା କରିଛନ୍ତି. ସୁନ୍ଦର ମାର୍ବଲ, ମୋଜାଇକ ଓ ଟାଇଲ ଖଞ୍ଜା ଘର. ପାଣି, ଇଲେକ୍ଟ୍ରି ସବୁ ସୁବିଧା ପୁଣି ବୁଢା ବୁଢ଼ୀମାନଙ୍କୁ ସୁବିଧାରେ ଅବଢ଼ା ଭୋଜନ ଓ ଦର୍ଶନ ବ୍ୟବସ୍ଥା ସହିତ ସେମାନଙ୍କ ପାଇଁ ସୁରକ୍ଷା କର୍ମୀ ମଧ୍ୟ ଖଞ୍ଜିଛନ୍ତି , ଦେଖିବ, ତୁମ ପେଟ ପୁରିଯିବ. ରୋମାଞ୍ଚିତ ହେଲେ ମିନତି ।

   ସତକୁ ସତ ବଢିଆ ଘର ସାଙ୍ଗକୁ ଗାଧୁଆ,ପାଧୁଆ, ଚଉରା ମୂଳେ ଦାମୋଦର ପୂଜା, ଜଗନ୍ନାଥ ଦର୍ଶନରେ ବିଭୋର ମିନତି. ଜଗନ୍ନାଥଙ୍କ ପ୍ରତି କ୍ଷୋଭ ନଥିଲା ଆଉ ମନ ହୃଦୟରେ ବରଂ ତାଙ୍କୁ ତଥା ଚତୁର୍ଦ୍ଧାଙ୍କୁ ଦର୍ଶନ କଲାବେଳେ ତାଙ୍କ ଦୁଇ ଆଖିରୁ ଧାର ଧାର ଲୁହ ଗଡିଆସୁଥିଲା. ସେଦିନ, ଦର୍ଶନ ପରେ ଗହଳିରେ ପଡି ଯାଉ ଯାଉ ତାଙ୍କୁ ଯିଏ ଧରିନେଲା, ସେ ଥିଲା ତୁଳସୀ. କାର୍ତ୍ତିକ ବ୍ରତ କରୁଥିବା ବୁଢ଼ୀମାନଙ୍କର ସେଵା ପାଇଁ ନିୟୋଜିତ ତୁଳସୀ ଥିଲା ପ୍ରକୃତ ତୁଳସୀ ମହକ ଭରା ସୁନ୍ଦର ତଥା ଗୁଣର ଝିଅଟିଏ. ଭାଗ୍ୟର ବିପର୍ଯୟ ଏମିତି ଯେ ସେ ଥିଲା ବେସାହାରା. ଅଳ୍ପ ବୟସରେ ଉଚ୍ଚଶିକ୍ଷାରୁ ବଞ୍ଚିତ ତୁଳସୀକୁ ସାବତମାଆ କଥାରେ ପଡି ବାପା ବିବାହ କରାଇ ଦେଇଥିଲେ. ଯୁବକଟି କେଇଦିନ ତାକୁ ଖୁବ ଭଲରେ ରଖିଥିଲେ ମଧ୍ୟ ଆକ୍ସିଡେଣ୍ଟରେ ଚାଲିଯିବା ପରେ ଘରକୁ ଫେରିଥିଲା ତୁଳସୀ,କାରଣ ଶାଶୁ ତାଙ୍କ ଏକମାତ୍ର ପୁଅର ମୃତ୍ୟୁ ପାଇଁ ତୁଳସୀକୁ ଦାୟୀ କରି ଘରୁ ବାହାର ।କରିଦେଇଥିଲେ.ସେତିକିରେ ଦୁଃଖ କଷ୍ଟ ସରିଲାନି ଯେ ଘରକୁ ଆସିବାର କିଛି ଦିନ ପରେ ବାପା ଓ ସାବତ ଭଉଣୀ ମଧ୍ୟ ଆକ୍ସିଡେଣ୍ଟରେ ଚାଲିଗଲେ.ଏତେ ଦୁଃଖରେ ମଧ୍ୟ ଜଗନ୍ନାଥ ବଞ୍ଚେଇ ରଖିଛନ୍ତି ବରଷକୁ ଥରେ ଆପଣମାନଙ୍କ ସେଵା କରିବାକୁ କହି ତୁଳସୀ କାନ୍ଦିଲା ବେଳେ ସାହିପାରନ୍ତି ନାହିଁ ମିନତି. ତାକୁ ନିଜ ଝିଅ କରି, ମିଲିଙ୍କୁ ସେ ଏକ ପ୍ରସ୍ତାବ ଦେଇଥିଲେ, ତୁଳସୀ ପରି ସର୍ବଗୁଣସମ୍ପର୍ଣ୍ଣ ଝିଅଟିକୁ ଗୋବିନ୍ଦ ପାଇଁ ବୋହୁ କରିନେଲେ କେମିତି ହୁଅନ୍ତା !ମିଲିଙ୍କ ମନକୁ କଥାଟା ଖୁବ ପାଇଥିଲା. ତୁଳସୀ ପରି ଝିଅକୁ ବୋହୁ କରିବାକୁ କିଏ ବା ଆଗ୍ରହ ପ୍ରକାଶ ନକରିବ? କଥାଟା ତା ମାଆଙ୍କ ପାଖେ ପକେଇବାକୁ ଚାହିଁ ସେଦିନ ସବୁ ଖୋଲି କହିଥିଲେ ମିନତି, ତୁଳସୀକୁ. ଗୋବିନ୍ଦ ମଧ୍ୟ ରାଜି ଅଛି ବୋଲି ଜଣାଇବା ପରେ ତୁଳସୀ କିଛି ନକହି ଦିନେ ଦର୍ଶନରୁ ଫେରିବା ବାଟରେ ମିନତି ଓ ମିଲିଙ୍କୁ ନେଇ ଯାଇଥିଲା ତା ଘରକୁ. ରୋଗଶଯ୍ୟାରେ ପଡ଼ିଥିବା ସାବତମାଆ ଖାଲି ନିଦ ବାଉଳାରେ ବୋଉ ବୋଉ ବୋଲି ଡାକୁଥାନ୍ତି ତୁଳସୀକୁ. ଏଥର ତୁଳସୀ ପାଟି ଖୋଲିଲା, ଏଥର କୁହନ୍ତୁ ମାଉସୀ ଯିଏ ଦିନେ ମୋର ସାବତମାଆ ଥିଲା ଆଜି ମୁଁ ତାର ବୋଉ, ଏହାପରେ ତାକୁ ଛାଡ଼ି ଓ ମୋ ହୃଦୟ ଭିତରେ ଥିବା ମୋ ସ୍ୱାମୀଙ୍କ ଭଲପାଇବାର ସ୍ମୃତିକୁ କାଢ଼ି,ମୁଁ ଆଉ କାହାର ଜୀବନ ସାଥି କିପରି ହୋଇପାରିବି!ସଂସ୍କୃତିସମ୍ପର୍ଣ୍ଣ ତୁଳସୀ କଥା ଶୁଣି ମିନତି ଓ ମିଲି ଶୀତରାତିରେ ସ୍ଥାଣୁ ପାଲଟି ଯାଇଥିଲେ ।



Rate this content
Log in

Similar oriya story from Abstract