ଟ୍ୟାକ୍ସି ଡ୍ରାଇଭର ରାଜାବୀର
ଟ୍ୟାକ୍ସି ଡ୍ରାଇଭର ରାଜାବୀର


ଓଃ ! ଏ ଦୁନିଆ ବଡ ବିଚିତ୍ର ।
ଏଠି କାହାକୁ କହିବା କଥା ଯେ ଏଠି ସାହାଯ୍ୟ ଓ ସହାନୁଭୂତି ଆଶା କରିବା ସତରେ କଣ ଭୁଲ !
କଣ ମଣିଷପଣିଆ ଲୋକ ମାନଙ୍କ ହଜିଗଲା କି ?
ଝିଅ ଟିରାସ୍ତାରେ ଆକ୍ସିଡେଣ୍ଟ ହୋଇ ପଡିଛି ଅଥଚ ସାହାଯ୍ୟ କରିବା ବଦଳରେ କିଛି ଲୋକ ମୋବାଇଲରେ ଫୋଟୋ ଉଠେଇବାରେ ବ୍ୟସ୍ତ ! ଯଦି ନିଜ ଲୋକ କେହି ଏମିତି ହୋଇଥାନ୍ତା ?କଣ ସେମାନେ ଏପରି ଫୋଟୋ ଉଠଉଥାନ୍ତେ ? ମଣିଷପଣିଆ ସତେ ମରିଗଲା କି ?
ହେ ଭଗବାନ ! ମୁଣ୍ଡରେ ଝିଅ ଟିର କିରକ୍ତ ! ଯେମିତି ବି ହେଉ ଶିଘ୍ର ଶୀଘ୍ର ଡାକ୍ତରଖାନା କୁ ନେଇ ପହଞ୍ଚିବାକୁ ପଡିବ । ମୋର ଯଦି ଛୋଟ ଭଉଣୀ ଟେ ଥାନ୍ତା ସେ ବି ଏମିତି ବୟସର ହୋଇଥାନ୍ତା । ଇଶ୍ୱର କାହିଁକି ଏମିତି ନିଷ୍ଠୁର ହୁଅନ୍ତି । ଛୋଟ ଥିଲା ବେଳେ ଶୁଣିଛି ଛୋଟ ଭଉଣୀଟା ସାପ କାମୁଡ଼ାରେ ମଲା ।
ଆଜି ବି କେହି ସେଥିପାଇଁରାକ୍ଷୀ ବାନ୍ଧନ୍ତିନି । ମୋ ଯଦି ଭଉଣୀଟିଏ ଥାନ୍ତା କେମିତି ଭଲ ହୋଇନଥାନ୍ତା ।
ଏମିତି ଟ୍ୟାକ୍ସି ଚଲାଉ ଚଲାଉରାଜାବୀର ଅନେକ କଥା ଭାବୁଛି । ଜନଗହଳି ସହରରେ ପ୍ରତିଦିନ କେତେ ଆକ୍ସିଡେଣ୍ଟ ହୁଏ ,ସେଥିରେ ଅନେକ ମରନ୍ତି ଆଉ ଅନେକ ବଞ୍ଚିଯାନ୍ତି । ଏଇରାଜବୀର ଉତ୍ତରପ୍ରଦେଶର ସହରାନପୁରରେ ତାହାର ଘରରେ ମାଆ ସହ ନିଜର ପତ୍ନୀ ଓ ଦୁଇ ଛୁଆ ଅଜୁ ଓ ବିଜୁ କୁ ନେଇ ପରିବାର ।
ବାପା ବହୁତ ଦିନ ହେଲା ଚାଲିଗଲେଣି । ବାପାଙ୍କ ମୃତ୍ୟୁ ପରେ ପରିବାରର ସବୁ ବୋଝରାଜାବୀର ଉପରେ ପଡିଥିଲା । ତେଣୁ ଅଧାରୁ ପାଠ ପଢ଼ା ଡୋରି ବନ୍ଧା ହେଲା । ତେବେ ନିଜେ ସିନା ପରିବାରର ସମସ୍ୟା ହେତୁ ଭଲ କି ପାଠ ପଢ଼ିପାରିଲେ ନାହିଁ କିନ୍ତୁ ତାଙ୍କ ପଣ କରିଛନ୍ତି ଯେମିତି ବି ହେଉ ଦୁଇ ପୁଅ କି ନିଶ୍ଚୟ ଭଲ ମଣିଷ ଟେ କରିବେ ।
ପ୍ରତ୍ୟେକଦିନ ଟ୍ୟାକ୍ସି ଚଳେଇବା ଦ୍ୱାରା ହିଁ ତାରିବାରର ଚଳେ । ଏହା ହିଁ ତାଙ୍କ ପରିବାରର ସବୁ କିଛି କହିଲେ ଭୁଲ ହେବ ନାହିଁ । ଟ୍ୟାକ୍ସି ତାଙ୍କ ପରିବାରର ବଞ୍ଚିବାର ମାଧ୍ୟମ କହିଲେ ଭୁଲ ହେବନାହିଁ । ସବୁ ଦିନ ପରି ଆଜିବିରାଜବୀର ଟ୍ୟାକ୍ସି ଚଲେଇ ଆସୁଛନ୍ତି ।ଦେଖିଲେ ଝିଅ ଟିରାସ୍ତାରେ ଆକ୍ସିଡେଣ୍ଟରେ ପଡ଼ିଛି କେହି ମଧ୍ୟ ସାହାଯ୍ୟ କରିବାକୁ ନାହିଁ ।
ଝିଅ ଟିର ବୟସ 22ରୁ 23 ଭିତରେ ହେବ । ଓଃ ମୁଣ୍ଡ ଫାଟି କିପରିରକ୍ତ ବାହାରୁଛି । ଅନେକ ଲୋକେ କହୁଛନ୍ତି କାରଟିଏ ଝିଅରାସ୍ତା ପାରି ହେବା ସମୟରେ ଆକ୍ସିଡେଣ୍ଟ କରିପଳେଇଲା । ଏହା ଦେଖି ଆଉରାଜାବୀର ରହିପାରିଲାନି । ସିଧାଟ୍ୟାକ୍ସିରେ ଧରି ହସ୍ପିଟାଲ ଭିମୁଖେ ବାହାରିଛି ।
ହେ ଭଗବାନ ଝିଅ ଟି ଭଲ ହୋଇଯାଉ ।ଆରେ ! ଡାକ୍ତରଖାନା ପହଞ୍ଚିଗଲା । ଝିଅ ଟିକେ ଟ୍ୟାକ୍ସିରୁ ରାଜାବୀର ବାହାର କଲେ ।ରାଜବୀର ହସ୍ପିଟାଲର କର୍ମଚାରୀ ସହାୟତାରେ ଶୀଘ୍ର ଆଡମିଟ ହୋଇଗଲା ।
ଅନେକ ଥର ସେ ହସ୍ପିଟାଲ କୁରୋଗୀ ଙ୍କୁ ନେଇ ଆସନ୍ତି ତେଣୁ ସେତେ କିଛି ଅସୁବିଧା ହେଲାନାହିଁ । ଏମାରଜେନ୍ସି ୱାର୍ଡ କୁ ସେହି ଆକ୍ସିଡେଣ୍ଟ ହୋଇଥିବା ଝିଅ କୁ ନିଆଗଲା । ଅଧଘଣ୍ଟା ପରେ ଡାକ୍ତର ବାହାରି -ଏ ଝିଅର ଅବସ୍ଥା ବହୁତ ସାଙ୍ଘାତିକ ।
ଆକ୍ସିଡେଣ୍ଟରେ ମୁଣ୍ଡରେ ବହୁତ ଆଘାତ ଲାଗିଛି ଅପରେସନ ପାଇଁ ପ୍ରାୟ 2/3 ଲକ୍ଷ ଟଙ୍କା ଦରକାର ,ନ ହେଲେ ଝିଅଟିର ଜୀବନ ପ୍ରତି ବିପଦ ଅଛି ।
ଆପଣ ତାଙ୍କ ସମ୍ପର୍କୀୟ ତ ! ଟଙ୍କାର ବ୍ୟବସ୍ଥା କରନ୍ତୁ ଯେମିତି ବି ହେଉ ଆଜି ଅପରେସନ ଜରୁରୀ ନଚେତ ବହୁତ ଅସୁବିଧା ହୋଇପାରେ । ବାକି ଭଗବାନ ଙ୍କ ଇଚ୍ଛା ।
ଡାକ୍ତରଙ୍କ କଥା ଶୁଣିରାଜାବୀର କଣ କରିବେ ଭାବି ପାରିଲେନାହିଁ କଣ କରିବେ ଝିଅର ପରିବାର ବିଷୟରେ କିଛି ଜାଣିନାହାନ୍ତି ? ଯଦି ଅପରେସନ ହେଲେ ପ୍ରାୟ 2/3 ଲକ୍ଷ ଟଙ୍କା ଦରକାର ଯାହା ତାଙ୍କ ପରି ଗରିବ ପାଇଁ ବହୁତ ବେଶୀ ! କେମିତି ଏମିତି ଜଣ କୁ ଛାଡ଼ିଦେଇ ଚାଲିଯିବେ ।
ପୁଣି ରାଜାବୀର ଭାବୁଛନ୍ତି ଯଦି ତାଙ୍କର ଛୋଟ ଭଉଣୀ ଟେ ଥାନ୍ତା ଏପରି ଆକ୍ସିଡେଣ୍ଟ ହୋଇଥାନ୍ତା ତେବେ ସେ କଣ କରିଥାନ୍ତେ ।ହଟାତ ସେ ନିଷ୍ପତ୍ତି ନେଲେ - ନା..ଏହି ଟ୍ୟାକ୍ସି କୁ ହିଁ ବିକି ଟଙ୍କା ଅପରେସନ ପାଇଁ ଦେବାକୁ ପଡ଼ିବ ବରଂ ଟାକ୍ସି ପରେ ଭଡ଼ାରୁ ଆଣି ଚଳେଇବେ । ଆଉ ଡେରି କରି ଲାଭ ନାହିଁ । ରାଜବୀର ଟ୍ୟାକ୍ସି କୁ ବିକି ହସ୍ପିଟାଲରେ ଟଙ୍କା ଜମା କଲେ ।
ବାସ ଠିକ ସମୟରେ ଅପରେସନ ହୋଇଗଲା ।
ଝିଅ ଟି ସୁସ୍ଥ ସାତ ଆଠ ଦିନ ଭିତରେ ହୋଇଗଲା ।
ଝିଅ ଟିର ନାମ ଅସୀମା । ପାଖ ବିଶ୍ୱବିଦ୍ୟାଳୟରେ ପଢ଼େ । କିଛିଦିନ ପରେ ଝିଅ କୁ ହସ୍ପିଟାଲରୁ ଡିସଚାର୍ଜ କରାଗଲା ।ଏହା ପୂର୍ବରୁ ପ୍ରତ୍ୟେକ ଦିନରାଜାବୀର ଆସି ଝିଅ କୁ ଭେଟି ଯାନ୍ତି କିନ୍ତୁ ଟ୍ୟାକ୍ସି ବିକିବା ବିଷୟରେ କିଛି ବି କହିଲେନାହିଁ ।ଅସୀମା ନିଜକୁ ଏହି ବିପଦରୁ ବଞ୍ଚେଇଥିବା ଲୋକ ବିଷୟରେ ସବୁ ସଂଗ୍ରହ କରିବାକୁ ଲାଗିଲେ ।
ଡାକ୍ତରଖାନାର କର୍ମଚାରୀ ଠାରୁ ସମସ୍ତ ଘଟଣା ଶୁଣି ଅସୀମାର ଆଖିରେ ଲୁହ ଆସିଗଲା ।ଡାକ୍ତରଖାନାରୁ ଫେରିଗଲା ପରେ ସେ ଦିନେ ଅସୀମାରାଜବୀର ଘରକୁ ଗଲେ ଓ କହିଲେ -
" ମୁଁ ଅସୀମା,ଏଇ ପାଖ ୟୁନିଭର୍ସିଟି ରେ ପଢ଼େ ଏ ବର୍ଷ ମୋର ଶେଷ ପଢ଼ା ଥିଲା ,ଆପଣ ମୋର ଜୀବନ ବଞ୍ଚେଇଥିବାରୁ କିପରି ଧନ୍ୟବାଦ ଦେବି ମୋ ମୁହଁରେ ଭାଷା ନାହିଁ । ଆଜି ସନ୍ଧ୍ୟାରେ ଆମ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେରାଷ୍ଟ୍ରପତି ଆସୁଛନ୍ତି ସେଠି ପୁରସ୍କାର ବି ବିତରଣ କରାଯିବ ,ପ୍ଲିଜ ଭାଇ ମନା କରିବେନାହିଁ,ନିଶ୍ଚିତ ଆସିବେ । "
ରାଜାବୀର ଟାକ୍ସି ବିକିଦେବାପରେ ସେ ଅନ୍ୟ ମାଲିକ ଠାରୁ ଟ୍ୟାକ୍ସି ଭଡାରେ ଆଣି ଚଳେଇଲେ ବର୍ତ୍ତମାନ ତାଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତଲା ତଥାପି ସେ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯିବା ପାଇଁ ଅସୀମା କୁ ସମ୍ମତି ଜଣେଇଲେ ।
ସନ୍ଧ୍ୟା ସମୟରେ ବିଶ୍ୱ ବିଦ୍ୟାଳୟ ପରିସରରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଯାଇ ଶେଷ ଧାଡିରେ ବସିଲେ । ରାଷ୍ଟ୍ରପତି ଆସିବାପରେ ଉଦଘାଟନ କାର୍ଯ୍ୟକ୍ରମ ଆରମ୍ଭ ହେଲା ।
ଅଳ୍ପ ସମୟ ପରେ ମାଇକରୁ ଭାଷି ଆସିଲା - ଏ ବର୍ଷ ଆମ ବିଶ୍ୱବିଦ୍ୟାଳୟର ଛାତ୍ରୀ କୁମାରୀ ଅସୀମା ଙ୍କୁ ଶ୍ରେଷ୍ଠ ଛାତ୍ରୀ ହିସାବରେ ବିଶ୍ୱ ବିଦ୍ୟାଳୟ ତରଫରୁ ଗୋଲଡ ମେଡାଲରେ ପ୍ରଦାନ କରାଯିବ ।
ଆମ ଭାରତର ମାନ୍ୟବରରାଷ୍ଟ୍ରପତି ହାତରୁ ସ୍ଵର୍ଣ୍ଣପଦକ ଗ୍ରହଣ କରିବା ପାଇଁ ଆମେ କୁମାରୀ ଅସୀମା ପରିଡା ଙ୍କୁ ଅନୁରୋଧ କରୁଛୁ ଆପଣ ମାନେ କରତାଳି ମାରି ଏହି ଛାତ୍ରୀ ଙ୍କୁ ସ୍ୱାଗତ କରନ୍ତୁ । "
ଲୋକ ମାନଙ୍କ କରତାଳି ଭିତରେ ଷ୍ଟେଜ ଉପରକୁ ଅସୀମା ଆସି ପହଞ୍ଚିଲେ ।ରାଷ୍ଟ୍ରପତିଙ୍କରୁ ଗୋଲଡ ମେଡାଲ ଗ୍ରହଣ କରି ସାରିବା ପରେ ମାଉଥ ସ୍ପିକର କୁ ହାତରେ ଧରି କହିଲେ ।
" ଏଠାରେ ଉପସ୍ଥିତ ସମସ୍ତଙ୍କୁ ମୋର ହୃଦୟରୁ ନମସ୍କାର । ମୁଁ କିଛି କହିବା ପାଇଁ ଚାହୁଁଛି ଯଦି କିଛି ଭୁଲ ଥିଲେ କ୍ଷମା କରିବେ ।"
ଏହା ପରେ ସେ ବକ୍ତବ୍ୟ ଆରମ୍ଭ କଲେ -
" ଆପଣମାନେ ଜାଣିଥିବେ ଆମ ସରକାର ଙ୍କ ଚାଲିଚାଲି ଯାଉଥିବା ବ୍ୟକ୍ତି ପାଇଁ ଓ ଯାନବାହାନରେ ଯାଉଥିବା ବ୍ୟକ୍ତି ପାଇଁ କିଛି ନିୟମ ଅଛି ।
ତଥାପି ଜନଗହଳିରେ ଚଳଚଞ୍ଚଳ ହେଉଥିବା ସହରରେ ପ୍ରତିଦିନ ଛୋଟିଆମୋଟିଆ ଦୁର୍ଘଟଣା ଘଟିଥାଏ ।
କିଛି ଦୁର୍ଘଟଣା ଏମିତି ଭୟଙ୍କର ହୋଇଥାଏ ଯେ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇଥାଏ ଏବଂ ଅନ୍ୟ କେତେକ ଦୁର୍ଗମ ଅଞ୍ଚଳରେ ଘଟିଥିବା ଦୁର୍ଘଟଣାରେ ପୀଡିତ ବ୍ୟକ୍ତିମାନେ ଏହିପରି ମୃତ୍ୟୁବରଣ କରିଥାନ୍ତି ।
କାହିଁକି ନା ଏମାନଙ୍କଏ ସାହାଯ୍ୟ କରିବା ପାଇଁ କେହି ଆଖପାଖରେ ନ ଥାନ୍ତି ।
ଏପରି ଖବର ଆପଣ ମାନେ ଖବରକାଗଜରେ ପଢ଼ିଥିବେ ବା ଟି.ଭିରେ ଦେଖିଥିବେ ।
ଆଜିକାଲି ସମୟରେ ଟେକ୍ନୋଲୋଜି ଦିନ କୁ ଦିନ ବଢିଚାଲିଛି ଓ ଉନ୍ନତମାନର ହେବାକୁ ଲାଗୁଛି ପ୍ରତିବଦଳରେ ହୃଦୟ ସଂକୀର୍ଣ୍ଣ ହେବାକୁ ଲାଗିଛି ।
ପ୍ରାୟତଃ ଲୋକମାନେ ସଡକ ଦୁର୍ଘଟଣାରେ ଆଘାତପ୍ରାପ୍ତ ବ୍ୟକ୍ତି କୁ ସାହାଯ୍ୟ ପାଇଁ ମଧ୍ୟ କୁଣ୍ଠ।ବୋଧ କରନ୍ତି ଅର୍ଥାତ ଅନ୍ୟ ଭାଷାରେ କହିଲେ ଦୁର୍ଘଟଣା ପୀଡିତ ବ୍ୟକ୍ତି କୁ ଦେଖନ୍ତି କିନ୍ତୁ କିଛି କରନ୍ତି ନାହିଁ ।
ଅନ୍ୟପକ୍ଷରେ କିଛି ଦୟାଳୁ ଲୋକ କାରଣରୁ ଏ ଦୁନିଆରେ ସାହାଯ୍ୟ ଓ ସହାନୁଭୂତି ଶବ୍ଦ ପ୍ରଚଳିତ ଅଛି ।
ଗତ ସପ୍ତାହରେ ସଡକ ଦୁର୍ଘଟଣାରେ ମୁଁ ଆଘାତପ୍ରାପ୍ତ ହୋଇରାସ୍ତାରେ ପଡିରହିଥିବା ବେଳେ ସେହି ଲୋକ ଟି ମୋରରକ୍ତଗତ ସମ୍ପର୍କ ନ ଥାଇ ମଧ୍ୟ ମାନବିକ କର୍ତ୍ତବ୍ୟରେ ଅନୁପ୍ରାଣିତ ହୋଇ ଦେବଦୁତ ସାଜି ଦୁର୍ଘଟଣା ସ୍ଥଳରୁ ନିଜ ଟ୍ୟାକ୍ସିରେ ନେଇ ହସ୍ପିଟାଲରେ ଆଡମିଟ କରେଇଥିଲେ ।
ସେହି ଟ୍ୟାକ୍ସି ଥିଲା ତାଙ୍କ ସମ୍ବଳ । ଯାହା ଦ୍ୱାରାରୋଜଗାର କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ।
ଆଉ ଯେତେବେଳେ ମୋ ଅପରେସନ ପାଇଁ 2/3 ଲକ୍ଷ ଟଙ୍କା ର ଆବଶ୍ୟକତା ହେଲା ସେ ନିଜ ଟ୍ୟାକ୍ସି କୁ ହିଁ ବିକି ମୋ ଚିକିତ୍ସା ର ସମସ୍ତ ଖର୍ଚ୍ଚ ବହନ କରିଥିଲେ ।
ମୁଁ ଭଲ ହେଲା ପରେ ବି କହିନ ଥିଲେ ଯେ ସେ ମୋର ଚିକିତ୍ସା ପାଇଁ 2/3 ଲକ୍ଷଖର୍ଚ୍ଚ କରିଛନ୍ତି ବୋଲି ! ! !
ଆଉ. ଶେଷରେ ନିଜେ ଜଣେ ଗାଡି ଠାରୁ ଟ୍ୟାକ୍ସି ଭଡାସୂତ୍ରରେ ଆଣି ଏବେ ପରିବାର ଖୁସି ପାଇଁ କଠିନ ପରିଶ୍ରମ କରୁଛନ୍ତି ।ସେହିଁ ମହାନ ବ୍ୟକ୍ତି ମୋ ପାଇଁ ଦେବଦୂତ ହେଉଛନ୍ତି ଭାଇରାଜବୀର । ମୁଁ ଯଦି ସେ ଦିନ ମରିଥାନ୍ତି ତେବେ ଏ ଗୋଲଡ ମେଡାଲର କଣ ମୂଲ୍ୟଥାନ୍ତା ?
ଭାଇରାଜବୀର ଠାରୁ ଶିଖିଛି-
" କେବଳ ନିଜପାଖରେ କୋଟି କୋଟି ଧନ ସମ୍ପତ୍ତି ଥିଲେ ସେ ଏ ଦୁନିଆରେ ବଡ଼ ନୁହେଁ ।
ବାସ୍ତବରେ ଯାହାର ହୃଦୟ ବଡ଼,ମନ ବଡ ଲୋକ ମାନଙ୍କ ଦୁଃଖ କୁ ଯିଏ ଦେଖି ସହି ପାରନ୍ତି ନାହିଁ ସେମାନେ ହିଁ ମନୁଷ୍ୟ ଭିତରେ ଦେବତା ଓ ଧନବାନ । "
ପରୋପକାର ପାଇଁ ଯାହାଙ୍କ ଜୀବନ ଉତ୍ସର୍ଗିକୃତ ସେମାନେ ହିଁ ଆଜି ଆମ ମାନଙ୍କ ପାଇଁ ପ୍ରେରଣା ।
ଆଜି ମୋର ଏହି ଗୋଲଡ ମେଡାଲର ପ୍ରକୃତ ହକଦାର ମୋ ଭାଇରାଜବୀର । "
ଏହାପରେ ଅସୀମା ଷ୍ଟେଜ ତଳକୁ ଆସି ହାତଧରିରାଜବୀର କୁ ହାତଧରି ଷ୍ଟେଜ ଉପରକୁ ନେଇ କହିଲେ :- ଭାଇ ! ଏ ଗୋଲଡ ମେଡାଲର ଆପଣ ପ୍ରକୃତ ଅଧିକାରୀ ।
ଆପଣଙ୍କୁ ଭାଇ ବୋଲି କହିପାରିବି ନା ! ! !
ରାଜାବୀର ଓ ଅସୀମା ଆଖିରେ ଖୁସିରେ ଲୁହର ଧାରା ବନ୍ଧବାଡ଼ ମାନୁ ନ ଥାଏ ।
ଆଉ ଜନତାଙ୍କ ଗହଳି ମଧ୍ୟରୁ କରତାଳିର ଶବ୍ଦ ଆହୁରି ଅଧିକ ଶୁଣା ଯାଉଥାଏ ।
କୁହାଯାଏ ଏ ଘଟଣା ପରେ ଅସୀମା ଯାଇରାଜବୀର ଘର ଲୋକଙ୍କ ସାଙ୍ଗେ ଏକାଠିରହିଥିଲା ଓ ଭାଇ କୁ ନୂଆ ଗୋଟିଏ ଟ୍ୟାକ୍ସି ଉପହାରରେ ଦେଇଥିଲା ।
ସତରେ - ପାଠପଢ଼ି ଗୋଲଡ ମେଡାଲ ଜିତିବା ବଡ଼ କଥା ନୁହେଁ,ବଡ଼ କଥା ହେଉଛି ନିଜର ହୃଦୟ ଗୋଲଡ ପରି ହେବା ଜରୁରୀ ।
" All that glitters is not gold.