ଟ୍ରେନରେ ଅନ୍ତାକ୍ଷରୀ
ଟ୍ରେନରେ ଅନ୍ତାକ୍ଷରୀ
ପ୍ରତିଦିନ ଟ୍ରେନରେ ପୁରୀରୁ ଭୁବନେଶ୍ୱର ସଟଲରେ ଯିବା ଆସିବା ମୋର. ଟ୍ରେନ ଟିକେଟ ହିସାବରେ ମାସିକ ପାସ ହୋଇଯାଇଥାଏ.l ଟୀଫିନ ସଜାଡି ଦିଅନ୍ତି ଘରଣୀ । ଆଉ ଷ୍ଟେସନ ଯାଏ ମୁଁ. l ଗୋଟେ ନିର୍ଦ୍ଦିଷ୍ଟ କମ୍ପାର୍ଟମେଣ୍ଟରେ ଆମେ କେଇଜଣ ଏକତ୍ରିତ ହେଉ. ଆରାମରେ ଗୋଡ଼ ଉପରେ ଗୋଡ଼ ଥୋଇ ଗାଡି ଟିକେ ଗଡ଼ିବା ସଙ୍ଗେ ସଙ୍ଗେ ଆରମ୍ଭ ହୁଏ ତାସ ଖେଳ, କେବେ ବ୍ରେ, ଟ୍ୱଣ୍ଟି ନାଇନ ଓ ମାଗ ଖେଳ ଚାଲେ. ଆମ ହାର ଜିତ ହୋ ହାଲ୍ଲାର ଛୋଟିଆ ଛୋଟିଆ ଖୁସି ଉପଭୋଗ କରନ୍ତି ଆମସହିତ ପାଖାପାଖି ଯାତ୍ରୀ.l
ସେଦିନ ବି ତାସ ବାଡ଼ିଆ ଚାଲିଥାଏ.। କାହା ପାଖରେ ବ୍ରେ ରହିଲା? କିଏ ନାଲିଆ ପତା ସବୁ କେମିତି କୌଶଳରେ ଛାଡ଼ି ଛାଡ଼ି ଜ଼ିରୋ ପଏଣ୍ଟ ହାତେଇଲାର ହିସାବ ବରାବର ଟିପି ରଖି ଖେଳୁଥାଆନ୍ତି ଦୈନିକ ପ୍ୟାସେଞ୍ଜର ତ ଉପଭୋଗ କରୁଥାନ୍ତି ଆଖପାଖ ନୂଆ ପୁରୁଣା ଯାତ୍ରୀ. ହଠାତ ଖେଳ ଠପ ହୋଇଗଲା.। କି ସୁଲଳିତ ମଧୁର ଝଙ୍କାର ସ୍ୱର ତୋଳି ଗୀତଟିଏ ଗାଉଛି କେହି. । କିଏ ସେ?ଝୁଙ୍କି ପଡିଲେ ସମସ୍ତେ, କିଏ ଏହି ପ୍ରକୃତ କଳାକାର??ଯାହା ପାଖରେ ଭରି ରହିଛି ଇଶ୍ୱରଦତ୍ତ ବା ସ୍ବର୍ଗୀୟ କଳା !
ହାତ ଲମ୍ବି ଆସିଲା.। ଅନ୍ଧ ଭାଇ ଜଣେ ଗୀତ ବା ସୁମଧୁର ସ୍ୱରରେ ଭଜନ ଗାଇ ଗାଇ ହାତ ବଢ଼େଇ ଦେଉଛନ୍ତି ତାଙ୍କ ସ୍ୱର ବଦଳରେ କିଛି ଜୀବନ ଜୀବିକା ପାଇଁ.। ଖେଳ ଛାଡ଼ି ସମସ୍ତେ ପଇସା ଦେବାକୁ କିଏ ପର୍ସ କିଏ ପକେଟ ଦେଖୁଥିଲେ ଆଉ ଅନ୍ଧ ଭାଇ ଆଗେଇ ଯାଉଥିଲେ, ଛାଡ଼ିଦେଇ ସେ ମିଠା ଲହର ଯାହାର ମୂଲ୍ୟ ଦେଇ ହୁଏନା. ସତରେ ଭଗବାନଙ୍କ ଏ ଅପୂର୍ବ ସୃଷ୍ଟିରେ ଯଦି କାହାକୁ ଦିବ୍ୟାଙ୍ଗ କରିଛନ୍ତି ତେବେ ଅନ୍ୟ କୋଉ କଳା ଦେଇ ତା ଜୀବନକୁ ଧନ୍ୟ କରିଦେଇଛନ୍ତି.। କେତେ କୁହୁକ ମନ୍ତର ଜାଣିଛନ୍ତି ଏ ସୃଷ୍ଟି ରକ୍ଷକ ସତରେ!ତା ପରଦିନଠୁ ତାସ ବଦଳରେ ଅନ୍ତାକ୍ଷରୀ ଚାଲିଥିଲା ତ ମୋ ଭିତରେ ଅନ୍ଧ ଭାଇଙ୍କର ସେହି ମିଠା ଗୀତର ସ୍ୱର ରାଗିଣୀ ଝଙ୍କାରେ ଝଙ୍କୃତ ହୋଇ ତୋଳୁଥିଲା ଗୋଟେ ନୀରବ ଖୁସି. କେହିଜଣେ କାନ୍ଧ ହଲେଇ କହୁଥିଲା ଗାଉନୁ, ଏଇଟା ତୋ ପାଳି ତ ମୁଁ ଚମକି ପଡୁଥିଲି ସେହି ଚମତ୍କୃତ ଗୀତର ସ୍ୱର ଲୟ ଓ ତାଳରେ.l
ତା ଆରଦିନ ସେମିତି ଅନ୍ତାକ୍ଷରୀ ଚାଲିଥାଏ, ଆସି ପହଞ୍ଚିଗଲେ ଅନ୍ଧ ଭାଇ.। ତାଙ୍କୁ ଘେରିଗଲେ ସମସ୍ତେ, ଅନୁରୋଧ କଲେ ଗାଇଚାଲ ଭାଇ, ସେହି ଗୀତଟି.। ଅନୁରୋଧ ରଖି କଳାର ପୂଜାରୀ ଭାଇ ବି ଭୁଲିଗଲେ ଜୀବନ ଜୀବିକା, ଗାଇ ଚାଲିଥିଲେ ଖଞ୍ଜଣୀ ବାଡେଇ, ଗୋଟିକ ପରେ ଗୋଟିଏ ସୁଲଳିତ ମଧୁର ସଂଗୀତ.। ଷ୍ଟେସନ ପରେ ଷ୍ଟେସନ ପଛରେ ପକାଇ ଚାଲିଥିଲା ସ୍ୱତନ୍ତ୍ର ଅନ୍ତାକ୍ଷରୀ,ଆଉ ଭରି ଯାଇଥିଲା କଳାକାର ଭାଇଙ୍କ ଖାଲି ହାତ ମୁଠା.ଖୁସିର ଲହର ଜମୁ ଜମୁ ଭୁବନେଶ୍ୱରରେ ପହଞ୍ଚି ଯାଇଥିଲା ପାସେଞ୍ଜର ଟ୍ରେନ, ସଟଲ. । ବସିବା ସ୍ଥାନରୁ ଉଠିବାକୁ ଇଛା ନଥିଲା କାହାର ସେଦିନ.l
