Prasanta Kumar Bidyadhar

Abstract Comedy Inspirational

4.2  

Prasanta Kumar Bidyadhar

Abstract Comedy Inspirational

ଟମି ଦ ଗ୍ରେଟ୍ ଫିଲୋସଫର

ଟମି ଦ ଗ୍ରେଟ୍ ଫିଲୋସଫର

4 mins
294



     ସବୁଦିନ ଭଳି ଆଜିବି ଆମ୍ ଗାଆଁ ରେ ସତସଙ୍ଗ ହେଉଥିଲା । ପଣ୍ଡିତେ ଶୁଣାଇଥିଲେ , ଅନେକ ଶ୍ରୋତା ମାନେ ବସିଥିଲେ , ସାଧୁ , ସନ୍ଥ ବି ଥିଲେ ତତ୍ ସହିତ ଆମ୍ ଟମି ଥଲା , ଅଧ୍ୟାୟ ୧୧ , ବିଶ୍ଵଋପ ଦର୍ଶନ ଯୋଗଃ , ଶ୍ଳୋକ ସଂଖ୍ୟା - ୪୧,୪୨ !!


!! ସଖେତି ମତ୍ଵା ପ୍ରସଭଂ ୟଦୁକ୍ତଂ ହେ କୃଷ୍ଣ ହେ ୟାଦଵ ହେ ସଖେତି |ଅଜାନତା ମହିମାନଂ ତଵେଦଂ ମୟା ପ୍ରମାଦାତ୍ପ୍ରଣୟେନ ଵାପି || ୪୧ ||ୟଚ୍ଚାଵହାସାର୍ଥମସତ୍କୃତୋ‌உସି ଵିହାରଶୟ୍ୟାସନଭୋଜନେଷୁ |ଏକୋ‌உଥଵାପ୍ୟଚ୍ୟୁତ ତତ୍ସମକ୍ଷଂ ତତ୍କ୍ଷାମୟେ ତ୍ଵାମହମପ୍ରମେୟମ || ୪୨ || 


       ଗlଣ୍ଡିବଧାରୀ , ଅର୍ଜ୍ଜୁନ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି , ହେ ପ୍ରଭୁ , ହେ ଜଗତର ଈଶ୍ୱର , ମୁଁ ଆପଣଙ୍କର ଏପରି ମହିମା ଜାଣି ନପାରି ଆପଣଙ୍କୁ କେବଳ ଜଣେ ସଖା ମନେକରି ପ୍ରମାଦ ବଶତଃ ଅଥବା ସ୍ନେହ ଶ୍ରଦ୍ଧାବଶତଃ ନିର୍ବିଚାର ଭାବରେ ସମ୍ୱୋଧନ କରି ଯାହା କିଛି କହିଛି ଏବଂ ଆହାର ବିହାର ଶୟନେ ଏକାକୀ ଅଥବା ଆପଣଙ୍କ ସମକକ୍ଷ ବନ୍ଧୁ ସମ୍ମୁଖରେ ପରିହାସ ଛଳରେ ଯାହା ଯାହା ଅସମ୍ମାନ କରି କହିଛି ହେ ଅଚ୍ୟୁତ ହେ କୃଷ୍ଣ ହେ ଯାଦବ ସେ ସବୁ ପାଇଁ ଆପଣଙ୍କର ଅକଳନୀୟ ହୃଦୟ ନିକଟରେ କ୍ଷମା ଭିକ୍ଷା କରୁଛି ।


    ପlରାୟଣ ସରିଲା , ଠିକ୍ ସମୟରେ ଜଗଦେବ ବାବୁଙ୍କ ସ୍ତ୍ରୀ ଗୋଟିଏ କଳା ମଚ ମଚ , ଦେହରେ ମେଞ୍ଚାଏ ମେଞ୍ଚାଏ ବାଳ ଥିବା କୁକୁର ଟିକୁ କୋଳରେ ବଡ଼ ଯତ୍ନର ସହିତ ଧରି ସନ୍ଧ୍ୟା କାଳୀନ ଭ୍ରମଣ ରେ ବାହାରି ପଡ଼ିଲେ । ସାଥିରେ ୪ ବର୍ଷର ପୁଅ ଅଛି , ବିଚରା ର କି ଦୁର୍ଭାଗ୍ୟ , ଅମାପ ସମ୍ପତ୍ତିର ମାଲିକ ହେଇ , ପୁଣି ଘରର ଏକମାତ୍ର କୂଳ ପ୍ରଦୀପ ହେଇ ମଧ୍ୟ ତାକୁ ଅଣଦେଖା କରୁଥିଲେ ରୁବିନା ବେବୀ । କିନ୍ତୁ ସବୁ ଦେଖିବା ପରେ ଟମି ଛୁଆଟି ପାଖକୁ ଯାଇ , ବୋଧହୁଏ ତା ଭାଷାରେ କିଛି କହିବାକୁ ଯାଉଥିଲା ।କିନ୍ତୁ ଭାଗ୍ୟ ବିଡ଼ମ୍ବନା ନା ଛୁଆଟି କହିଁପlରୁଛି ନା ଟମି । ସବୁଦିନ ପୁରାଣ , ଶାସ୍ତ୍ର , ଶୁଣି ଶୁଣି ସେ ମଧ୍ୟ ଅନେକ ତତ୍ତ୍ୱ ଜ୍ଞାନର ସ୍ୱରୂପକୁ ବୁଝି ସlରିଛି ତେଣୁ ସେ ଛୁଆଟି କୁ ବୁଝାଉଛି , ଟମିର କ୍ରିୟାକଳାପ ଦେଖି ପାଖକୁ ଆସିଲା ଛୁଆଟି ଆଉ ସତସଙ୍ଗରେ ଜ୍ଞାନର ଗାରିମାକୁ ମନଭରି ଉପଭୋଗ କରିଲା । ଏ ସବୁ ଦେଖି ରୁବୀନା ବେବିଙ୍କ କୋଳରେ ଥିବା କଳା କୁକୁର ଟି ଭୁ... ଉ , ଭୁ...ଭୁ କରି ହେନ୍ତାଳ ଖାଇଲା , କିନ୍ତୁ ଛୁଆଟି କୁ ସେହି ସ୍ଥାନରେ ଛାଡ଼ି ରୁବୀନl ବେବୀ ଚାଲିଗଲେ । 


    କଥାରେ ଅଛି ପରା , ସବୁ କୁକୁର ଯଦି ଗଙ୍ଗା ସ୍ନାନ କରିବେ ତାହାଲେ ଖଲି ଚାଟିବ କିଏ ..? ହଁ ରେ ବାବା ଆଜି କାଲିକା ନବ ଯୌବନ। ସ୍ତ୍ରୀ ମାନେ ପରା ନୂଆ ଟ୍ରେଣ୍ଡିଁ ରେ ଅଛନ୍ତି , ଛୁଆଙ୍କୁ କୋଳରେ ଧରିବେ ନାହିଁ , ସ୍ତନ ପାନ ନକରାଇ , ପୁଅକୁ ବୋତଲ ଧାରାଇବେ , କାରଣ ସୌନ୍ଦର୍ଯ୍ୟ ନଷ୍ଟ ହେବ । କେହି ଦେଖିବେ ନାହିଁ କି କହିବେ ନାହିଁ ଏଇ ଦେଖ, ସେ ରୁବିନା ବେବୀ , କେତେ ସୁନ୍ଦର୍ ଲାଗିଛନ୍ତି , ତେଣୁ ନିଜ ପୁଅକୁ ଚlକରଣୀଙ୍କୁ ଧରାଇ ନିଜେ ସୌନ୍ଦର୍ଯ୍ୟ ମୟୀ କାମିନୀ ହେବେ , ସ୍ଵାମୀ କି ପୁଅକୁ ଦିନେ , ଗେଲ୍ହୁ , ଧନ ଡାକିବି ନଥିବେ କିନ୍ତୁ ପାଳିତ କୁକୁରକୁ ଡାକିବେ , ପାଖରେ "ରାଜକୀୟ ସେବା " ଦେଇ ଶୁଆଇବେ । ଶାଶୁ ଶଶୁରଙ୍କ ସେବା କରିବାରେ ପୂଣ୍ୟ ଅର୍ଜନ କରି ଲାଭ କଣ ଅଛି କିନ୍ତୁ କୁକୁର ସେବା କରି ନିଶ୍ଚିନ୍ତ କୁକୁରୁଣି ହେବେ । ଏଇ ଆମ ସଭ୍ୟତା ଓ ସଂସ୍କୃତି ହେଲାଣି । କିନ୍ତୁ ମୋ ଟମି ସତରେ ଜଣେ ବଡ଼ ଫିଲୋସଫର୍ । ସବୁ ବୁଝୁଛି । ସେ ମୋ ବିଶ୍ଵସ୍ତ । ପଶୁ ଟିଏ ହେଲେ ମଧ୍ଯ ତାକୁ ଅଣଦେଖା କରିବା ଠିକ୍ ନୁହେଁ କିନ୍ତୁ ସେ କେବେ ମୋ ଠାରୁ ଆଶା ବି କରିନି "ରାଜକୀୟ ସେବା" କେବଳ ସେ ଜାଣିଛି ତାର ଧର୍ମ , କର୍ମ ଓ ସଂସ୍କୃତି କୁ । 


    ଯେଉଁମାନଙ୍କୁ ଆମେ ଆବଶ୍ୟକତା ଠାରୁ ଅଧିକ ଗୁରୁତ୍ବ ଦେଇଥାଉ ସାଧାରଣତଃ ସେଇମାନେ ହିଁ ଆମକୁ ଅଣଦେଖା କରିଥାନ୍ତି , କାହିଁକିନା ଇତିହାସ ସାକ୍ଷୀ ଅଛି ଯେ ଯାହା ଆବଶ୍ୟକତା ଠାରୁ ଅଧିକ ହୋଇଥାଏ ତାହା ହିଁ କ୍ଷତି କରିଥାଏ !! ଆଜିକାଲି ପ୍ରାୟ ଏହିପରି "ରାଜକୀୟ ସେବା" ର ହକଦାର କେବଳ ମୋ ଜାଣିବାରେ ଜଣଙ୍କର ଅଛି ସେ ମହାନୁଭବ ଆମ୍ "ଟମି ଦ ଗ୍ରେଟ ଫିଲୋସଫର୍"


   ଭଗବାନ୍ ଶ୍ରୀକୃଷ୍ଣ କହୁଛନ୍ତି, ମୋତେ ପାଇବାର ତିନୋଟି ମାର୍ଗ ରହିଛି, ଯଥା - ଭକ୍ତିଯୋଗ,ଜ୍ଞାନଯୋଗ ଓ କର୍ମଯୋଗ । ଯେଉଁମାନେ ଏସବୁ ମାର୍ଗ ଛାଡ଼ି ଚଞ୍ଚଳ ଇନ୍ଦ୍ରିୟମାନଙ୍କ ଦ୍ବାରା କ୍ଷୁଦ୍ର ବିଷୟଭୋଗରେ ମଜ୍ଜି ରହନ୍ତି, ସେମାନେ ବାରମ୍ବାର ଜନ୍ମ-ମୃତ୍ୟୁରୂପ ସଂସାରଚକ୍ରରେ ପଡ଼ି ଘୁରିବୁଲନ୍ତି । ନିଜ ନିଜର ଅଧିକାର ଅନ୍ତର୍ଗତ ଧର୍ମରେ ଦୃଢ଼ନିଷ୍ଠା ରଖିବା ହିଁ ଗୁଣ ଏବଂ ଏହାର ବିପରୀତ ଅନଧିକାର ଚେଷ୍ଟା କରିବା ହିଁ ଦୋଷ । ଶୁଦ୍ଧ-ଅଶୁଦ୍ଧର ଯେଉଁ ନିର୍ଣ୍ଣୟ ତାହା ଧର୍ମକୁ ନେଇ କରାଯାଏ । ବ୍ୟବହାର ଓ ଶରୀରନିର୍ବାହ ନିମନ୍ତେ ହିଁ ଏହିସବୁ ବ୍ୟବସ୍ଥା କରାଯାଇଛି । ଧର୍ମର ମର୍ଯ୍ୟାଦା ରକ୍ଷା ନିମନ୍ତେ ମୁଁ ଏହି ଧର୍ମ ସମ୍ବନ୍ଧୀୟ ଆଚାର ପାଳନ କରିବାକୁ କହିଛି ।


       ଦିନକର ଘଟଣା , ରୁବିନା ବେବୀ ଛୁଆକୁ ଛାଡ଼ି ଉପରେ ସାଙ୍ଗ ସାଥିଙ୍କ ମେଳରେ ବସି ଚାସ ପତି ଖେଳୁଥିଲେ , ହଠାତ୍ ଗୋଟିଏ ସାପ ପୁଅକୁ ଆଘାତ କରିବାକୁ ଆସିଲା । ତାଙ୍କ୍ ପାଖରେ ଥିବା ପୋଷା କୁକୁରଟି କୁଉଁ....କୁଉଁ କରି ନିଜର ଲଙ୍ଗୁଡ଼କୁ ନେଇ ପଛ ପାଖରେ ଭର୍ତ୍ତି କରି ବିଁଛଣା ଉପରେ ଶୋଇଗଲା , ସେ କି ଜାଣିବ ମାଲିକର ସେବା , ସେ ତ ବିଲାତି ନା ..! ନିଜକୁ ସେ ଭାବୁଛି ରାଜା କିନ୍ତୁ ଯେଉଁ ଦେଶୀ କୁକୁରକୁ ଦିନେ ଛେଙ୍କର ନlକର୍ କରୁଥିଲେ ରୁବିନା ବେବୀ ସେହି ଟମି ଯାଇ ବଞ୍ଚାଇଲା ତାଙ୍କ୍ ପୁଅର ପ୍ରାଣ । 


     ଅତଃ ପ୍ରଭୁ ଶ୍ରୀ କୃଷ୍ଣ କର୍ମ ଯୋଗ ,ଶ୍ଳୋକ----୭ରେ କହିଥିଲେ ....


।। ଯସ୍ତୁ ଇନ୍ଦ୍ରିୟାଣି ମନସା ନିୟମ୍ୟାରଭତେଽର୍ଜୁନ କର୍ମେନ୍ଦ୍ରିୟୈଃ କର୍ମଯୋଗମସକ୍ତଃ ସ ବିଶିଷ୍ୟତେ।।


. ଅର୍ଥାତ୍ , ହେ ଅର୍ଜୁନ! ଯେଉଁ କର୍ମଯୋଗୀଗଣ ମନ ଦ୍ୱାରା ନିଜର ଜ୍ଞାନେନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରି,କର୍ମେନ୍ଦ୍ରିୟ ଦ୍ୱାରା ଆସକ୍ତି ରହିତ କର୍ମ କରନ୍ତି,ସେମାନେ ନିଶ୍ଚିିତ ରୂପେ ଉଚ୍ଚଶ୍ରେଣୀର ଅଟନ୍ତି । 


     ମନ ପଡ଼ିଗଲା , ରୁବିନା ବେବୀଙ୍କର , ଭାଗବତ ବାଣୀ ର କିଛି କଥା , ତେଣୁ ସେ କହିଲେ ଯାହାବି ହେଉ ଟମି ଜଣେ ଦାର୍ଶନିକ , ତତ୍ତ୍ଵ , ଗୁଣ ଜ୍ଞାନ ସବୁଥିରେ ସମ୍ପର୍ନ୍ନ । ଅସଲୀ "ରାଜକୀୟ ସେବା" ର ହକଦାର କେବଳ ମୋ ଜାଣିବାରେ ଜଣଙ୍କର ଅଛି ସେ ମହାନୁଭବ ଆମ୍

"ଟମି ଦ ଗ୍ରେଟ ଫିଲୋସଫର୍" 




Rate this content
Log in

Similar oriya story from Abstract