ସୁନୁଗାଡି
ସୁନୁଗାଡି
- ଦୀନବନ୍ଧୁର ସାନଭାଇ ସିତନାଥ । ସିତନାଥର ପିତା କାଶୀନାଥ। କାଶୀନାଥ ସିତନାଥର ପାଇଁ ସୁନୁଗାଡି କିଣି ଘରକୁ ଆଣିଲା। ଦୁଇଟି ଚକକୁ ଲୁହା ସଂଯୋଗ ତାହାକୁ ଇଂରାଜିରେ ଫ୍ରେମ କୁହନ୍ତି ।ଉପରେ ବସିବାକୁ ସିଟ । ପେଡଲ ମାରି ଚଳାଇଲେ ସୁନୁଗାଡି ଚାଲିବ ।ଆଜକୁ ପ୍ରାୟ ଶହେ ବର୍ଷତଳେ ସୁନୁଗାଡି ମାତ୍ର ପଚିଶ ଟଙ୍କାରେ କିନାହୋଇଥିଲା। ସେତେବେଳେ ଗୋରା ମାନେ ଦେଶକୁ ଶାସନ କରୁଥିଲେ ।ଏହି ଟିକୁ ଇଂରାଜି ରେ ସାଇକେଲ ବୋଲି କୁହାଯାଉଥିଲା ।ଗାଁର ଲୋକମାନେ ସାଇକେଲ ନକହି ସୁନୁଗାଡି କହୁଥିଲେ । ଯେଉଁମାନେ ସ୍କୁଲ ରେ ପାଠପଢୁଥିଲେ ସେଇମାନେ ସାଇକେଲ କହୁଥିଲେ । ଗାଁରେ କାଁ ବାଁ ଗୋଟିଏ ସାଇକେଲ ଦେଖିବାକୁ ମିଳୁଥିଲା । ଦୀନବନ୍ଧୁ ଡରି ସାଇକେଲ ଚଢି ଶିଖି ପାରିଲେ ନାହିଁ। ସିତନାଥ କିନ୍ତୁ ଶିଖିଗଲେ ।ସାଇକେଲ ଧରି ବଜାର ବଂଧୁ ଘର ଓ ନିଜକର୍ଯ୍ୟ କ୍ଷେତ୍ର ରେ ଯୋଗଡ଼ିଆନ୍ତି। ବହୁଲୋକ ପଚାରନ୍ତି ଦାମ ଓ ଭଲ ମନ୍ଦ। ସୁନୁଗାଡି ଲୋକଡାକିବାର କାରଣ ପେଡଲ ମାରି ଜଲଦି ପହଂଚି ପାରେ ।ଅନ୍ୟ କଥାବି ବିନା ଇନ୍ଧନ ରେ ଗାଡି ଚାଲେ। ଜାହେଉ ସୁନୁଗାଡି ର ଅର୍ଥ ଅବୁଝା ନୁହେଁ କିନ୍ତୁ ଇଂରାଜୀରେ ସାଇକେଲ ଅର୍ଥ ବୁଝି ପାରିବା ସହଜନୁହେଁ ।ବୋଧେ ସାଇକେଲ ନାମକ କେହିଜଣେ ବ୍ୟକ୍ତି କଂ ନାମ ଅନୁସାରେ ହୋଇପାରେ ।ଜାହେଉ ସେତେବେଳେ ଅମଦେଶରେ ସାଇକେଲ ତିଆରି କାରଖାନା ନଥିଲା ।ତେଣୁ ଗୋରା ମାନେ ଭାରତକୁ ଆଣି ବିକୁଥିଲେ । ଗୋରା କମ୍ପାନୀ ଭାରତରେ ବିକି ଲାଭ କରିଥିଲେ।ସିରନାଥର ଭାଇ ବାଇଧର ବି ସାଇକେଲ ନେଇ ଚାକିରୀକୁ ଯାଏ । ସାଇକେଲଟି ଭଲ ଗଡେ । ପେଡଲ ମାରିଦେଲେ ପବନରେ ଉଡିଲା ପରି ଲାଗେ।ବାଇଧର ବିବାହ କରି ସାଇକେଲ ଟିଏ ଯୌତୁକ ପାଇଲେ।ତାର ଦୁଇବର୍ଷ ପରେ ସିତନାଥର ବଡ଼ପୁଅ ଜିତେନ୍ଦ୍ର ମଧ୍ୟ ବିବ
Advertisement
ାହ କରି ସାଇକେଲ ଯୌତୁକ ଆଣିଲେ ।ଏବେ ଘରେ ତିନୋଟି ସାଇକେଲ। ଏହି ଯେଉଁ ନୂଆ ଦୁଇ ସାଇକେଲ ଆସିଲା ତାର ନାମ ହରକ୍ଳେଶ। କହିରଖେ ସେତେବେଳେ ସାଇକେଲ ର ଏତେ ଚାହିଦା ଆସିଗଲା ଗୋରା ଲୋକ ଭାରତରେ ସାଇକେଲ କମ୍ପାନୀ ଖୋଲିଲେ। କିନ୍ତୁ ପୁରୁଣା ସାଇକେଲ ନାମଥିଲା ବାସିଙ୍ଗ ଟନ ମେଡ ଇଁନ ଲଣ୍ଡନ ଫ୍ରେମରେ ଲେଖାହୋଇଥିଲା। କେତେକସାଇକେଲ ମିସ୍ତ୍ରୀ କୁହନ୍ତି ଫ୍ରେମ ଟି ଗୋଟିଏ ଲୁହାରେ ତିଆରି ।କେଉଁଠି ଝଳେଇ ନାହିଁ । ସାଇକେଲରେ ମଝିରେ ମଝିରେ ପମ୍ପ ଦେବାକୁ ପଡେ ।ଭାରତରେ ସାଇକେଲ ତିଆରି ହେଲାପରେ ପ୍ରତିଗାଁରେ ଦଶପନ୍ଦର ଖଣ୍ଡ ସାଇକେଲ ଲୋକ ଚଢିଲେ ।ସିତନାଥ କଂ ମଝିଆ ପୁଅ କୁନିଆ ସେଇସାଇକେଲକୁ ଶହେ ଟଙ୍କାରେ ବିକ୍ରୀ କରି ଦେଲେ ।ମଣିଷ ତାର ଯାତାୟତ ପାଇଁ ମଟର ଯାନ ଓ ବାଇକ ସ୍କୁଟି ଆଦି କିଣି ସେଥିରେ ପେଟ୍ରୋଲ ବା ଡିଜେଲ ପକାଇ ଚଲାଇ ଥାଏ । କିନ୍ତୁ ସାଇକେଲରେରେ ଇନ୍ଧନ ଦରକାର ପଡେନାହିଁ । ମଣିଷ ଇନ୍ଧନ ବ୍ୟବହୃତ ଗାଡି ଚଲାଇ ପରିବେଶ ପ୍ରଦୂଷଣ କରେ । ସୁନୁଗାଡିରେ ତାହା ହୁଏନାହିଁ । ଅଙ୍ଗ ଚଳନ ଦ୍ୱାରା ଶରୀର ସୁସ୍ଥ ରୁହେ ।
ସିତନାଥ ଆରପାରିକୁ ଗଲେଣି। ବାଇଧର ଜୀତେନ୍ଦ୍ର ଏବେ ବୟସର ଅପରାହ୍ଣନ ରେ ସାଇକେଲ ନଚଢ଼ି ମୋଟରଜାନରେ ଯାତାୟତ କରନ୍ତି । ସାଇକେଲ ବା ସୁନୁଗାଡି ମନେ ପକେଇଦିଏ ଅତୀତକୁ। ମଣିଷ ଯେତେ ଆଧୁନିକ ଆଡକୁ ଗତି କରୁଛି ତାର ପ୍ରତିକ୍ରୟା ପଡୁଛି ପ୍ରକୃତି ଉପରେ । ଆମ ପରିବେଶରେ ଆଜି କରୋନା ଭୂତାଣୁର ସଂକ୍ରମଣ ପାଇଁ ମୋଟର ଯାନ କେତେକ ପରିମାଣରେ ଦାୟୀ ।ସମସ୍ତେ ସାଇକେଲ ଚଢିଲେ ଦୁସ୍ଥ ପରିବେଶ ରୁ ବଂଚିବା ଠିକ ନା?