STORYMIRROR

Sonali Garnayak

Abstract Classics

4  

Sonali Garnayak

Abstract Classics

ସୁଭଦ୍ରା

ସୁଭଦ୍ରା

11 mins
327

ବିଷୟରେ ଦେଖୁ ଦେଖୁ ସମସ୍ତଙ୍କ ମନକୁ ହୁଏତ ବଡ଼ଦେଉଳରେ ଜାଗା, ବଳିଆର ବାହାଭୂଜର ଆଢୁଆଳରେ ଥିବା ଦେବି ସୁଭଦ୍ରାଙ୍କ କଥା ମନକୁ ଆସିଥିବ ଆସିବା ବି ଠିକ୍ |ଏ ଦୁନିଆରେ ଏମିତି କେତେ ଜଣ ସୁଭଦ୍ରା ଭଳି ଭଉଣୀ ଅଛନ୍ତି ଯେଉଁମାନଙ୍କ ଭାଇ ଜଗନ୍ନାଥ |ସମସ୍ତେ କୁଆଡେ କୁହନ୍ତି ଏ ବଡ଼ ଦେଉଳରେ ହୁଏତ ଜଗନ୍ନାଥ ଲକ୍ଷ୍ମୀଙ୍କ ଠାରୁ ଅଲଗା ହୋଇଛନ୍ତି କିନ୍ତୁ ସୁଭଦ୍ରା ଠାରୁ ନୁହେଁ |ହାତ ନାହିଁ ବୋଲି ସୁଭଦ୍ରା ଜଗନ୍ନାଥଙ୍କ ଠାରେ ଅଭିମାନ କଲାବେଳେ ଜଗନ୍ନାଥ ତାଙ୍କ ଦୁଇ ହାତ ସୁଭଦ୍ରା ପାଇଁ ବଢ଼େଇ ଦେଇଛନ୍ତି |ପ୍ରତିଟି ଘରେ ପ୍ରତିଟି ପରିବାରରେ ଭାଇ ଓ ଭଉଣୀ ସମ୍ପର୍କ ଜଗନ୍ନାଥ ଓ ସୁଭଦ୍ରା ଭଳି ହେବା ଦରକାର, ଭଉଣୀ କିଛି କହିବା ଆଗରୁ ପୁରା ବଡ଼ଦେଉଳ, ମହାସାଗର, ଆଉ ସେ ବଡ଼ଦାଣ୍ଡ ଭଉଣୀର ହୋଇଯିବା ଦରକାର |ସୁଭଦ୍ରା ବି କମ୍ ନୁହନ୍ତି, ସେ ଯୋଗମାୟା ଏବଂ ସେ ହିଁ ଜାଗା ଓ ବଳିଆ କୁ ନେଇ ରୋହିଣୀ ଏବଂ ଯଶୋଦା ଗର୍ଭରେ ସ୍ଥାପନ କରିଥିଲେ |ବଡ଼ ସାମନ୍ତର ଅଧା ହାତ ଥାଇ ବି ଯଦି ସେ ସୁଭଦ୍ରାକୁ ବାହୁଆଢୁଆଳରେ ରଖିପାରିଛି, ତାହେଲେ ପ୍ରତ୍ୟେକ ଭାଇମାନଙ୍କ ପାଖରେ ଶର୍ଯ୍ୟ, ବଳ ଥାଇ ବି ସୁଭଦ୍ରା ଭଳି ଭଉଣୀ ହୀନିମାନ ହୁଏ କାହିଁକି? 

     ବଡ଼ ଦେଉଳରେ ସୁଭଦ୍ରାକୁ ଲକ୍ଷ୍ମୀ କେତେ ଭଲପାଆନ୍ତି ତା ହୁଏତ ଜଣା ନାହିଁ, କିନ୍ତୁ କେବେ ସୁଭଦ୍ରାଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିନାହାନ୍ତି କି ଜଗନ୍ନାଥଙ୍କୁ କେବେ ବାଧ୍ୟ୍ୟ ବି କରିନାହାନ୍ତି ବଡଦେଉଳରୁ ସୁଭଦ୍ରାକୁ ତଡି ଦେବା ପାଇଁ, ପ୍ରତ୍ୟକ୍ଷରେ କହିବାକୁ ଗଲେ ସୁଭଦ୍ରା ସମସ୍ତଙ୍କ ଅଲିଅଳି |

      ସେ ମହାପ୍ରଭୁ ଜଗନ୍ନାଥ ହୁଏତ ମୋ ପାଖକୁ ଆସିପାରିବେନି ସେଥିପାଇଁ ମୋ ଭାଇକୁ ମୋ ପାଖକୁ ପଠେଇଛନ୍ତି |ମୁଁ ତାଙ୍କ ସୁଭଦ୍ରା କି ନୁହଁ ଜାଣିନି ହଁ ସେ ମୋ ଜଗନ୍ନାଥ, ମୋ ସବୁ କିଛି ଅଭିମାନ, ଅଳି ସବୁ କିଛି ପୁରା ହୁଏ ଆଖି ଖୋଲୁ ଖୋଲୁ |ମୋ ପ୍ରତିଟି କ୍ଷେତ୍ରରେ ମୋ ପ୍ରେରଣା ଅନିଲ ଭାଇ, ମୋ ଜୀବନଠୂ ଅଧିକା ଭଲ ପାଏ ମୋ ଦାରୁବ୍ରହ୍ମ ଓ ମୋ ଭାଇକୁ |ମୋ ଜଗନ୍ନାଥଙ୍କ ପାଖରେ ଏତିକି ଅଳି ଯେ ମୋ ଚଳନ୍ତି ଜଗନ୍ନାଥକୁ ସବୁବେଳେ ଭଲରେ ରଖିଥାନ୍ତୁ |

    ଏ ସମ୍ପୂର୍ଣ ଗଳ୍ପ ମୋ ମହାପ୍ରଭୁ ବଳିଆରଭୁଜଙ୍କ ଶ୍ରୀପୟରେ ସମର୍ପଣ ଏବଂ ପ୍ରେରଣାର ଉତ୍ସ ମୋ ଅନିଲ ଭାଇର ଶୁଭେଚ୍ଛା ସହ ଏ ଗଳ୍ପକୁ ଆରମ୍ଭ କରୁଛି |ଏମିତି ଏକ କାହାଣୀ ଯେଉଁଠି ଭାଇ, ଭଉଣୀ ଥିଲେ ଜଗନ୍ନାଥ ଏବଂ ସୁଭଦ୍ରା ପରି କିନ୍ତୁ ସମୟ କେମିତି ଅଲଗା କରିଦେଇଛି ସୁଭଦ୍ରାକୁ ଜଗନ୍ନାଥଙ୍କ ବଡଦେଉଳରୁ ଏ ଗଳ୍ପର ପ୍ରକୃତ ମହତ୍ୱ |

   ସୁଭି ବୋଲି ତା ବୋଉ ଡ଼ାକ ଛାଡୁଥାଏ, ଆରେ ଉଠିଲୁଣି କି ନାହିଁ ଏତେବେଳ ହେଲାଣି |ଏ ଛୁଆଟାକୁ ମୁଁ କଣ କରିବି ଏଣେ ମୁଁ ବୁଢ଼ୀ ଲୋକଟା ଆଉ ଏ କାମ ପାଇଟିକୁ ପାରୁନି! ଆଉ ମୋ ଝିଅ ଏଠି ଆରାମା କରିଚାଲିଛି |ସେପଟୁ ଶଶାଙ୍କ କହୁଥାଏ ବୋଉ ତୁ କାହିଁକି ପାଟି କରୁଛୁ କହିଲୁ ! ଶୋଇଥାଉ ସେ, ଚାଲ ତୋର କଣ କାମ ଅଛି ମୁଁ କରି ଦେବି | ବୁଝିଲୁ ଶଶାଙ୍କ ତୋ ମୁହଁ ପାଇକି ସେ ବେଶୀ ବାହବଳା ହଉଚି |ତୁ ତାକୁ ଆଉ ମୁହଁ ଦେନି, ନହେଲେ ଏ ଟୋକି ଶାଶୁ ଘରକୁ ଯାଇ ନା ପାଣି ବଦନାମ କରିବ | ଶଶାଙ୍କ ହଠାତ କହି ଉଠେ ନା ବୋଉ ମୋ ସୁନାନାକି କୁ ମୁଁ ଶାଶୂଘରକୁ ଜମା ଯିବାକୁ ଦେବିନି | ସେ ସବୁବେଳେ ମୋ ପାଖରେ ରହିବ, ମୋ ଘରେ ରାଜଜେମା କରିକି ରଖିବି | ତୁ ତୋ ଜାଣୁ ବୋଉ ତା କଷ୍ଟ ମୁଁ ଦେଖି ପାରେନି, ଆଉ ଶାଶୁ ଘରେ କଷ୍ଟ ପାଇଲେ ମୁଁ କେମିତି ସହିବି ! ସୁଭି ଉଠି ଆସି କହିଲା ଭାଇ ତୁ ନ ଚାହିଁଲେ କଣ ହବ କିନ୍ତୁ 'ମା' ତ ଚାହୁଁଛି ମୁଁ ଶାଶୁ ଘରକୁ କୁ ଯାଇକି କଷ୍ଟ ପାଏ ! ସେଥିପାଇଁ ପାଇଁ ତ ସକାଳୁ ମିଛରେ ପାଟି କରୁଛି | ଯୋଶୋଦା ଦେବି ରାଗି ଯାଇ କହିଲେ ମୁଁ ସବୁଦିନେ ମିଛରେ ପାଟି କରୁଛି ହଉ ହେଲା ଆଜିଠୁ ଆଉ କିଛି କହିବିନି | ମୋର କଣ ପଡିଛି, ତମେ ଭାଇ ଭଉଣୀ ବୁଝା ବୁଝି ହଉଥାଅ | ଓହୋ ! ବୋଉ ମିଛରେ କାଇଁ ରାଗୁ କହିଲୁ, ସୁଭି ପରା ମୋ ଜୀବନ, ସେଥିପାଇଁ କହିଲି | ହଉ ହେଲା ସୁଭି ଯା ତୁ ଗାଧୋଇକି ଆସିବୁ ଆସିଲେ ଭାଇ ଭଉଣୀ ଏକାଠି ବସି ଖାଇବ ଯଶୋଦା ଦେବି କହିଲେ |

ରତନପୁର ଗାଁ ରେ ଯଶୋଦା ଦେବି ଏବଂ ତାଙ୍କ ପୁଅ ଝିଅ କୁ ନେଇ ପରିବାର | ସ୍ୱାମୀ ମଦ ରେ ମାତାଲ ହୋଇ କେବେ ଠୁ ସଂସାର ଛାଡିଦେଇଥିଲେ | ଯଶୋଦା ଙ୍କ କୋଳ ରେ ରହିଯାଇଥିଲେ ଦୁଇ ଛୁଆ ସୁଭଦ୍ରା ଏବଂ ଶଶାଙ୍କ | ସ୍ୱାମୀ ଙ୍କ ମୃତ୍ୟୁ ପରେ ତାଙ୍କ ମାମୁଁ ଭାଇ କୁହବୋଲା କରି ତାଙ୍କ ଅଫିସ ରେ ପିଅନ ଚାକିରୀ ଟିଏ ଦେଇ ଥିଲେ | ସେହି ବେତନ ଟଙ୍କା ରେ ମଣିଷ କରିଛନ୍ତି ଦୁଇ ଛୁଆଙ୍କୁ | ଶଶାଙ୍କ ଏବେ ଇଂଜିନିୟର ଡିଗ୍ରୀ ହାସଲ କରିବା ବେଳେ ସୁଭଦ୍ରା +2 ପରେ କିଛି ନ ପଢି ରହିଯାଇଥିଲା | ଶଶାଙ୍କର ସେ ଅଲିଅଳି ବୋଲି ତାକୁ ବାଧ୍ୟ ମଧ୍ୟ କରି ନଥିଲା ଶଶାଙ୍କ | ଏମିତି ଦୁଃଖେ ସୁଖେ ଚାଲିଥାଏ ଯଶୋଦା ଦେବୀଙ୍କ ପରିବାର |

ଶଶାଙ୍କର କିନ୍ତୁ ଜୀବନ ଥିଲା ସୁଭି | ସୁଭି ପାଦରେ କଣ୍ଟା ଫୁଟିଗଲେ ଶଶାଙ୍କ ଦେହରୁ ରକ୍ତ ନିଗାଡ଼ି ହୋଇପଡେ | ସୁଭି ବି ସେତିକି ଶଶାଙ୍କ କୁ ଭଲପାଏ | 'ମା' ମାଛ ତରକାରୀ କରିଥିଲେ ସୁଭି ଅଧିକ ଶଶାଙ୍କ ପାଇଁ ରଖିଦିଏ, ସବୁ ପର୍ବପର୍ବାଣିରେ ତା ଭାଇ ପାଇଁ ସବୁ ଜିନିଷ ଅଧିକ ରଖିଥାଏ | ଶଶାଙ୍କ କୁଆଡେ ଟିକିଏ ବଡଖିଆ ବଡ଼ଦେଉଳର ଜଗନ୍ନାଥ ଭଳି, ସୁଭି ପାଇଁ ତା ଶଶାଙ୍କ ଭାଇ କୁଆଡେ ଜଗନ୍ନାଥ ! ଶଶାଙ୍କ କୁ ମାଗିବା ଆଗରୁ ସବୁ ମିଳିଯାଏ ସୁଭିକୁ | ସବୁ ବର୍ଷ ରାକ୍ଷୀ ପୂର୍ଣ୍ଣିମା ରେ ହଷ୍ଟେଲ ରୁ ଛୁଟି ନେଇ ଦୌଡ଼ି ଆସେ ସୁଭି ପାଖକୁ |

ଏ ବର୍ଷ ବି ରାକ୍ଷୀକୁ ଆସିଛି ଶଶାଙ୍କ ଘରକୁ | କେଡେ ସରାଗରେ ସୁଭି ସକାଳୁ ଉଠି ମିଠା ଓ ରାକ୍ଷୀ ସଜେଇଛି ଶଶାଙ୍କ ପାଇଁ, ଆରେ ସୁଭି ଆସେ ଜଲ୍ଦି ମୋର ପୁଣି ଆଜି ହଷ୍ଟେଲ ଯିବାର ଅଛି ଚାକିରୀ ପାଇଁ ଫର୍ମ ପକେଇବା ପାଇଁ |ହଁ ହଁ ଯାଉଛି କହିଥିଲା ସୁଭଦ୍ରା |

  (ରାକ୍ଷୀ ବନ୍ଧା କାମ ସମାପ୍ତ )

ଦେଖେ ସୁଭି ତୁ ଯଉଠି ବି ଥାଆ ନା କାହିଁକି ଆଗ ତୁ ମୋ ହାତରେ ରାକ୍ଷୀ ବାନ୍ଧିବୁ ତା ପରେ ଯାଇକି ଯଉ କଥା, ନହେଲେ ସେ ରାକ୍ଷୀ ପୂର୍ଣ୍ଣିମା ମୋ ପାଇଁ କିଛି ବି ନୁହଁ ଶଶାଙ୍କ କହିଥିଲା |ଆରେ ଭାଇ ମୋ ଛଡା ତୋତେ ଆଉ କିଏ ରାକ୍ଷୀ ବାନ୍ଧିବ କହିଲୁ, ତୁ ପା ମୋ କାଳିଆ ଠାକୁର ଯାହାର ଦୁଇ ଭୁଜା ଭଉଣୀ ପାଇଁ ଖୋଲା |ସେହି ସମୟରେ ଯଶୋଦା ଆସି କହିଲେ ସେତିକି ଥାଉ ଏ ଭାଇ ଭଉଣୀ ପ୍ରେମ!ଶଶାଙ୍କ ସ୍ତ୍ରୀ ଆସିବା ପରେ ଏମିତି ସମ୍ପର୍କ ରହିଲେ ହେଲା |ଓହୋ !ମା ତୋର ସବୁବେଳେ ବେକାର କଥା, ମୋ ଭାଇର ସ୍ତ୍ରୀ ଠିକ୍ ଲକ୍ଷ୍ମୀଙ୍କ ଭଳି ହୋଇଥିବ |ହଉ ଛାଡେ ବୋଉ ଚାଲ୍ ମୋତେ ଖାଇବାକୁ ଦେବୁ ଭୋକ ଲାଗିଲାଣି, ଶଶାଙ୍କ ଖାଇଦେଇ ବାହାରିଗଲା ହଷ୍ଟେଲ ଏବଂ ଘରେ କହିଦେଇ ଯାଇଥିଲା କାଲି ଚାକିରୀ ପାଇଁ ସାକ୍ଷାତକାର ଅଛି ସେ ଭୁବନେଶ୍ୱର ଯିବ |ସୁଭି ସେମିତି ଠାକୁରଙ୍କ ପାଖରେ ବସିଛି ତା ଭାଇର ଚାକିରୀ ହୋଇଯାଉବୋଲି, ତା ଡ଼ାକ ଭଗବାନ ଶୁଣିଲେ ଆଉ ଶଶାଙ୍କଙ୍କୁ ଚାକିରୀ ମିଳିଯାଇଥିଲା, ଯଶୋଦା ଦେବୀ ଠାକୁରଙ୍କୁ ଲଖେ ଜୁହାର କରି କହିଲେ ଯାହା ହଉ ପ୍ରଭୁ ମୋ ଛୁଆକୁ କୋଳରେ ଲଗେଇଦେଲ |

  ଶଶାଙ୍କ ଚାକିରୀରେ ଯୋଗଦେବ ବୋଲି ଦିଲ୍ଲୀ ବାହାରୁଥାଏ, ସୁଭଦ୍ରା ତା ମନ ଜାଣି ସବୁ ରକମର ଖାଇବା ତିଆରି କରିଥାଏ ଏବଂ ଶଶାଙ୍କ ବ୍ୟାଗରେ ରଖିଦେଇଥିଲା ସବୁ ସଜାଡି |ଶଶାଙ୍କ ବାହାରିଯିବା ଦେଖି ସୁଭିର ଆଖି ଲୁହରେ ଛଳ ଛଳ ସତେ ଯେମିତି ତା ଜଗନ୍ନାଥ ତାକୁ ବଡଦେଉଳରେ ଏକା ଛାଡି ଚାଲିଯାଉଛନ୍ତି, ଶଶାଙ୍କ ତା ଆଖିରୁ ଲୁହ ପୋଛି ଦେଇ କହିଲା ଆରେ ତୁ କାନ୍ଦୁଛୁ କଣ ପାଇଁ? ତୋତେ କଣ ଏମିତି ଦେଖି ମୁଁ ବାହାରକୁ ଯାଇପାରିବି |କଥା ଦେଲି ନିଶ୍ଚୟ ଆସିବି ସବୁ ରାକ୍ଷୀପୂର୍ଣ୍ଣିମାରେ ତୋ ପାଖକୁ ଏବଂ ଚାଲିଯାଇଥିଲା ଶଶାଙ୍କ |

   ଘରଟା ପୁରା ଖାଲି ଖାଲି, ମନ ମାରି ବସିଥାଏ ସୁଭଦ୍ରା, ତା ଜଗନ୍ନାଥଙ୍କ ବିନା ଭଲ ଲାଗୁନି ଏ ବଡ ଦେଉଳ ତାକୁ ଶଶାଙ୍କ ଭାଇ ଯାଇଛି ଯେ ଯାଇଛି ଚିଠି ନାହିଁ କି କିଛି ଖବର ନାହିଁ |ଠିକ୍ ଏହି ସମୟରେ ଡ଼ାକ ଵାଲା ଆସି ଚିଠି ଚିଠି ଡ଼ାକପକାଇଲା, ସୁଭଦ୍ରା ଦେହରେ ଜୀବନ ପଶିଲା ଶେଷରେ ଜଗନ୍ନାଥଙ୍କ ଚିଠି ଆସିଛି, ତୁଳସୀ ତୁଳସୀ ବାସୁଛି |ଯଶୋଦା ପଚାରିଲେ କାହା ଚିଠି !ସୁଭି ଉତ୍ତର ଦେଇଥିଲା ଶଶାଙ୍କ ଭାଇର ଚିଠି |ଆଛା ପଢ଼ ତ କଣ ଲେଖିଛି? ବୋଉ ଶଶାଙ୍କ ଭାଇ ଏ ଦଶହରା ଛୁଟିରେ ଘରକୁ ଆସୁଛି ବୋଲି ଲେଖିଛି |ଖୁସିରେ ମା ଆଉ ଝିଅ ଦୁହିଁଙ୍କ ମୁହଁ ପ୍ରସନ ଦିଶିଲା |

  ଦଶହରା ଛୁଟିରେ ତା ଶଶାଙ୍କ ଭାଇ ଘରକୁ ଆସିଲା, ତା ପାଇଁ ଦିଲ୍ଲୀରୁ କେତେ କଣ ନେଇଆସିଥାଏ, ସ୍ୱୟଂ ଜଗନ୍ନାଥଙ୍କୁ ପାଇଲା ପରେ ଅନ୍ୟବସ୍ତୁ ପାଖରେ କେଉଁ ମୋହ ଯେ !ସୁଭଦ୍ରା ତ ଜଗନ୍ନାଥଙ୍କ ଅପେକ୍ଷାରେ, ତା ମନତ ସେଇଥିରେ ପୁରେ |କେତେ ଖୁସି ମଜ଼ା କରୁଛନ୍ତି ଭାଇ ଭଉଣୀ ଦୁହେଁ ଏ ଛୁଟିରେ |ହଠାତ୍ ଯଶୋଦା ଦେବୀଙ୍କ ଦେହ ଅସୁସ୍ଥ ହୋଇପଡିଲା, ଶଶାଙ୍କ ସଙ୍ଗେ ସଙ୍ଗେ ତାକୁ ହସ୍ପିଟାଲ ନେଇ ଚାଲିଗଲା ଆଉ ସୁଭିକୁ କହିଦେଇଯାଇଥିଲା ତୁ ବ୍ୟସ୍ତ ହେବୁନି ମୁଁ ବୋଉକୁ ନେଇ ସଙ୍ଗେ ସଙ୍ଗେ ଚାଲିଆସିବି |ଶଶାଙ୍କ ବୋଉକୁ ନେଇ ଯାଇଛି ଯେ ଯାଇଛି ଏ ପର୍ଯ୍ୟନ୍ତ କିଛି ଖବର ନାହିଁ, ଭାରି ବ୍ୟସ୍ତ ହୋଇପଡୁଥିଲା ସୁଭି |

      (ହସ୍ପିଟାଲ ପରିସରର ଦୃଶ୍ୟ )

ଶଶାଙ୍କ :ଡାକ୍ତର ମୋ ବୋଉର କଣ ହୋଇ |

ଡାକ୍ତର :କିଛି ଟେଷ୍ଟ କରାଯାଇଛି ରିପୋର୍ଟ ଅପେକ୍ଷାରେ |

ଶଶାଙ୍କ :ମୁଁ ମୋ ବୋଉ ପାଖକୁ ଯାଇପାରିବି|

ଡାକ୍ତର :ନିଶ୍ଚୟ !

ଶଶାଙ୍କ :ବୋଉ ତୋ ଦେହ କେମିତି ଲାଗୁଛି !

ଯଶୋଦା :ମୁଁ ଆଉ ବଞ୍ଚିବିନିରେ ବାପା !

ଶଶାଙ୍କ :ତୁ ସେମିତି କଥା କହନି, ତୁ ଭଲ ହୋଇଯିବୁ ତା ପରେ ଆମେ ଘରକୁ ଯିବା ସୁଭି ସେପଟେ ବ୍ୟସ୍ତ ହେଉଥିବ |

ଯଶୋଦା :ବାପରେ, ସୁଭି ତୋତେ ଲାଗିଲା, ତାର ସବୁ ଦାୟିତ୍ୱ ନେବୁ |

ଏତିକି କହି ଯଶୋଦା ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କଲେ. 

ଶଶାଙ୍କ:ଡାକ୍ତର, ମୋ ବୋଉ କଣ କିଛି କଥା କୁହନି? 

ଡାକ୍ତର :ଆଇଆମ ସରି, ଆପଣଙ୍କ ବୋଉ ଆଉ ନାହାନ୍ତି |

   ଆପଣ ତାକୁ ଆଣିବାରେ ଲେଟ କରିଦେଲେ, ତାଙ୍କ ରିପୋର୍ଟ ଅନୁସାରେ ସେ କୀଡୀନି ରୋଗରେ ପୀଡିତ ଥିଲେ, ତାଙ୍କର ଦୁଇଟି ଯାକ କୀଡୀନି ଖରାପ ହୋଇଯାଇଛି |

ଶଶାଙ୍କ:ବୋଉ ଆମକୁ ଏତେ ବଡ ରୋଗ ଲୁଚାଇଥିଲା |

    (ଯଶୋଦା ଦେବୀଙ୍କ କାହାଣୀ ଶେଷ )

  ସୁଭି ତୁ ଏତେ ବଡ ଘରଟାରେ ଏକୁଟିଆ କେମିତି ରହିବୁ, ମୋ ଛୁଟି ସରିଯାଇଛି ମୋତେ ଦିଲ୍ଲୀଯିବାକୁ ପଡିବ |ମୁଁ ଭାବୁଛି ତୋତେ ମାମୁଁ, ମାଇଁଙ୍କ ପାଖେ ଛାଡ଼ିଦେଇ ଯିବି, ସେଇଠି ତୁ ରହିବୁ |ମାମୁଁଙ୍କୁ କହିଛି ସେ ଆସି ତୋତେ ନେଇଯିବେ |ଦେଖ ନିଜ ଦେହର ଯତ୍ନ ନେବୁ, ବୋଉକଥା ଭାବିକି କାନ୍ଦିବୁନି, ମୁଁ ଜଲ୍ଦି ପଳେଇ ଆସିବ |

   ନାଇ ଭାଇ ତୁ ଯାଅନା ମୋତେ ଛାଡିକି, ତୋ ବିନା ମୁଁ ଏକୁଟିଆ ହୋଇଯିବ ବୋଉ ବି ମୋ ହାତ ଛାଡି ଅଧାରୁ ଚାଲିଗଲା |ଆଜି କାହିଁକି ସୁଭଦ୍ରାର ଇଚ୍ଛା ନଥାଏ ଶଶାଙ୍କକୁ ଛାଡିବା ପାଇଁ, ମନ ଭିତରେ ଗୋଟେ ଅଲଗା ଡର |ସତେ ଯେମିତି ତା ଭାଇ ଆଉ ତା ପାଖକୁ ଫେରିବନି ହେଲେ ବି ଇଚ୍ଛା ନଥାଇ ମଧ୍ୟ ତା ଭାଇକୁ ବିଦାୟ ଦେବାକୁ ପଡିଲା |ଆଉ ସୁଭି ଚାଲିଯାଇଥିଲା ତା ମାମୁଁ ସହ ମାମୁଁଘରକୁ, ଆଉ ତାଙ୍କ ଘରକୁ ଜଗେଇ ଦେଇଥିଲା ତା ପଡୋଶୀ ଘର ସନାତନ ହାତରେ |ଏ ଘରେ ସେମାନେ ଛୋଟରୁ ବଡ ହୋଇଛନ୍ତି, କେତେ ରାଗ ରୁଷା ଅଭିମାନ ଏ ଘରେ ସ୍ମୁତି ହୋଇ ରହିଗଲା କଉ ବଡ଼ଦେଉଳରୁ କମ୍ ନଥିଲା ତାଙ୍କର ଏ ଘର |ଆଉ ଆଜି ତାକୁ ଏ ଘର ଛାଡିବାକୁ ପଡୁଛି ସବୁ ସେ ଜଗନ୍ନାଥଙ୍କ ଇଚ୍ଛା ସେ ଘରୁ ଯିବା ସମୟରେ ସେ ତା ଜଗନ୍ନାଥଙ୍କୁ ସାଥିରେ ନେଇଥିଲା |

ମାମୁଁ ଘରେ ପହଞ୍ଚିଥିଲା ସୁଭି ମାମୁଁ ଘରକୁ ଯିବାର କିଛିଦିନ ମାଇଁ ତାକୁ ଠିକ ଠାକ ରଖିଥିଲେ | କିନ୍ତୁ ତାପରେ ଆରମ୍ଭ ହୋଇଥିଲା ମାଇଁଙ୍କର ପ୍ରତିକଥାରେ ଇଙ୍ଗିତ କରି କହିବା, ମାମୁଁ ଅଫିସରୁ ଆସିବା ପରେ ଆରମ୍ଭ ହୋଇଯାଇଥିଲା ମାଇଁଙ୍କର "ମୁଁ ଆଉ ଏ କାମ ଧାମ କୁ ଆଉ ପାରୁନି, ତା ଉପରେ ଝିଅଟା ମୋ ପାଖରେ ଅଛି କେତେ ଦାୟିତ୍ୱ ନେବାକୁ ପଡୁଛି "ତମେ କିଛି ଜାଣିପାରୁଛ ନା ନାହିଁ !ମାମୁଁ ଚାହିଁଥିଲେ ପ୍ରତିଉତ୍ତର ଦେଇଥାନ୍ତେ କିନ୍ତୁ କିଛି ନ କହି ଚୁପ୍ ରହିଥିଲେ, ସୁଭଦ୍ରା ଏ ସବୁ ଶୁଣି ଆଖିରୁ ଲୁହ ଝରାଇବା ଛଡା କୌଣସି ଉପାୟ ନଥିଲା |ତା ପରେ ବି ସେ ଘରର ସବୁ କାମ କରେ, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସବୁ କାମ କରେ, ଖଟି ଖଟି ଥକି ଗଲେ ବି ମାଇଁ ତାକୁ ଭଲକି କହିବାକୁ ଦିମୁଠା ଦିଅନ୍ତିନି, ଆଜି କାହିଁକି ସୁଭିର ତା ବୋଉ କଥା ମନେପଡିଯାଉଛି ବୋଉଥିବା ବେଳେ କେତେ ବେଖାତିର କରେ ତା ବୋଉ କୁ ସେ |ଶଶାଙ୍କ ଭାଇବି ଯାଇଛି ଯେ ଫୋନ୍ କି ଚିଠି କିଛି ନାହିଁ, ଦାୟିତ୍ୱ ବୋଲି ତାର କିଛି ଅଛି କି ନାହିଁ କାହାକୁ କହିବ ସେ କାହାକୁ ଦୋଷ ଦେବ, ଦୋଷ ତ ତା ଭାଗ୍ୟର |

   ଶଶାଙ୍କ ଦିଲ୍ଲୀରୁ ଚିଠି ଦେଲା ସେ ଘରକୁ ଆସିବ ଦୁଇଦିନ ପରେ, ମାମୁଁଙ୍କୁ କହିଥିଲା ସୁଭଦ୍ରାକୁ ନେଇ ଘରେ ଛାଡ଼ିଦେବା ପାଇଁ |ସୁଭଦ୍ରା ଖୁସି କହିଲେ ନ ସରେ, କିନ୍ତୁ ତା ଖୁସି ଯେ ଅଳ୍ପଦିନ ପାଇଁ ସେ ଜାଣିନଥିଲା | ଶଶାଙ୍କ ଘରକୁ ଆସିବା ପରେ ଜାଣିଲା ସୁଭି ତା ଭାଇ ଏକା ଆସିନି ସାଙ୍ଗରେ ତା ସ୍ତ୍ରୀକୁ ବି ନେଇଆସିଛି |ସୁଭି ବହୁତ ମନଦୁଃଖ କଲା ତା ଭାଇ ତାକୁ ଥରେ ଏ ବିଷୟରେ ଜଣେଇପାରିଲାନି, ତଥାପି ମନକୁ ବୁଝେଇ ନେଇଥିଲା, ଯାହା ହଉ ତା ଭାଉଜକୁ ଘରକୁ ତ ଆଣିଛି, ଭାଉଜ କିନ୍ତୁ ପୁରା ସହରୀ ଢାଞ୍ଚାର ଉପରେ |ଶୋଭା ବନ୍ଦାପନା ଯେଉଁ ଥାଳି ନେଇ ଆସିଥିଲା ତାକୁ କଟୁଉକ୍ତି ଛଳରେ କହିଥିଲେ ଏ ସବୁ ଫାଲତୁ କାମ ଛାଡି ଦୁଇକପ୍ ଚା ନେଇଆସେ |ଏ କଣ ଭାବିଥିଲା ସେ ଆଉ ଆଜି କଣ ପାଇଲା ସେ, ଜଗନ୍ନାଥ ପାଇଁ ଲକ୍ଷ୍ମୀର ଅନୁସନ୍ଧାନରେ ଥିଲା ହେଲେ ଇଏ ତ ରାମଚନ୍ଦ୍ରକୁ ବିବାହ ପ୍ରସ୍ତାବ ଦେଇଥିବା ସ୍ୱରୂପଣରେଖା !ହଁ ତା କଟୁ ଉକ୍ତିରେ ଶଶାଙ୍କ ବି କୌଣସି ଉତ୍ତର ଦେଇନଥିଲା, ଏଇ କଣ ଆଜି କୁଆଡେ ଗଲା ତା ଭାଇ ତାର ଥିବା ସେ ଭଉଣୀ ପ୍ରତି ସ୍ନେହ, ତା ଭାଇ ବି ବଦଳିଯାଇଛି |

    ସୁଭି ସକାଳୁ ଉଠି ସବୁ କାମ ସାରିଦେଇଥାଏ, ଏମିତି ତା ଭାଇ ଓ ଭାଉଜଙ୍କ ବେଡ଼ରୁମ୍ କୁ ଚାହା ନେଇଯିବା ସେମାନଙ୍କ ଗାଧୋଇବା ବ୍ୟବସାୟ କରିବା, ସକାଳ ଜଳଖିଆରୁ ଆରମ୍ଭ କରି ରାତି ଖାଇବା ପର୍ଯ୍ୟନ୍ତ, ଯଉ ଭାଇ ଦିନେ ତା କାମ କରିବାକୁ ନେଇ ବୋଉକୁ ପାଟିକରୁଥିଲେ, ଆଜି କିଛି ନ କହି ଚୁପଚାପ୍ |ହଁ ଏତିକି କହିଛନ୍ତି ଆରେ ସୁଭି ବହୁତ ବଢିଆ ରୋଷଇ କରୁଛୁ ତ କେଉଁଠୁ ଶିଖିଲୁ !କେତେ କଷ୍ଟ ସୁଭି ଟା ଛାତି ଭିତରେ ଲୁଚାଇ ରଖିଥିଲା, ଶଶାଙ୍କଙ୍କୁ ଆସିଲେ କହିବ ବୋଲି କିନ୍ତୁ ଏଠି ପରିସ୍ଥିତି ପୁରା ଓଲଟା କଷ୍ଟ ହରଣ କରିବା ଲୋକ ଯଦି କଷ୍ଟ ଦିଏ ତେବେ ସେ କହିବ କାହାକୁ? 

  ସେ ଦିନ ରାତିରେ ନମିତା (ସୁଭିର ଭାଉଜ )କହିଥିଲା ଶଶାଙ୍କଙ୍କୁ ବହୁତ ଦିନ ରହିଗଲେଣି କାଲି ଆମେ ଦିଲ୍ଲୀ ପଳେଇବା |ଶଶାଙ୍କ ମଧ୍ୟ ତା ଉତ୍ତରରେ ସଂମତି ପ୍ରକାଶ କରିଥିଲା, ଆଉ ସୁଭିକୁ କହିଥିଲା ଶଶାଙ୍କ ପୁଣିଥରେ ମାମୁଁଘରକୁ ଚାଲିଯିବା ପାଇଁ !କାହିଁକି ଶଶାଙ୍କ ଆଉ ନମିତା ଥାଉ ଥାଉ ସେ କଣ ପାଇଁ ଯାଇକି ମାମୁଁ, ମାଇଁ ପାଖରେ ବୋଝ ହେବ |ସୁଭି ମନା କରିଦେଲା ମାମୁଁ ଘରକୁ ଯିବା ପାଇଁ, ନମିତା କିନ୍ତୁ ସିଧା ସିଧା କହିଦେଇଥିଲା ସୁଭିକୁ ନେଇ ସେଠି ଚାଲିପାରିବ ନାହିଁ |ଶଶାଙ୍କର ତ ମୁହଁ ନଥାଏ କିଛି କହିବାକୁ ବରଂ ସୁଭିକୁ କହିଦେଲା ତୋତେ ଯେମିତି ଠିକ୍ ଲାଗୁଛି ତୁ ସେଇୟା କର, ଏ କଥା ଶୁଣିବା ପୂର୍ବରୁ ସେ ମରିଗଲାଣି କାହିଁକି? ଆଜି କୁଆଡେ ଗଲେ ସେ ଜଗନ୍ନାଥ, ଆଜି କାହିଁ ସେ ବଡ଼ଦେଉଳ ଆଉ କାହିଁ ତାଙ୍କ ସୁଭଦ୍ରା ପାଇଁ ଜାଗା ଏ ବଡ଼ ଦେଉଳରେ |

   ତା ପରଦିନ ସକାଳେ ବାହାରିଯାଇଥିଲେ ନମିତା ଓ ଶଶାଙ୍କ, ହଁ ଶଶାଙ୍କ ଗଲାବେଳେ କିଛି ପଇସା ଦେଇଆସିଥିଲା ସୁଭିକୁ, ସୁଭି କିନ୍ତୁ ଜାଣିଥିଲା ଆଉ ଆଗଭଳି ତା ଶଶାଙ୍କ ଭାଇ ଜଲ୍ଦି ଆସିବାର ପ୍ରତିଜ୍ଞା ଦେବନି |ସୁଭି ଆଉ ଫେରିନଥିଲା ମାମୁଁ ଘରକୁ, ଗାଁରେ ରହି ୟା ତା ଘର କାମପାଇଟି କରି ଯାହା ମିଳେ ସେଇଥିରେ ଖାଇ ରହିଯାଏ କେବେ କେବେ ନ ମିଳିଲେ ବି ପାଣିପିଇ ନିଜକୁ ସମ୍ଭାଳି ନିଏ ସୁଭଦ୍ରା |ଏମିତି ଭୋକ ଉପାସରେ ଧୀରେ ଧୀରେ ଦୁର୍ବଳ ହୋଇପଡ଼ିଥିଲା, ବଞ୍ଚିବାର ଆଶା ତା ମନରୁ ଦୁରେଇ ଯାଇଥିଲା |ତାଙ୍କ ଗାଁରେ ଏକ କ୍ୟାମ୍ପ ପଡିଥିଲା ଯେଉଁଥିରେ" ଆଖି ଦାନ"ନିମନ୍ତେ ସଚେତନ କରାଯାଉଥିଲା |ମୃତ୍ୟୁ ପରେ ଆଖିଦାନ କରିଥିବା ବ୍ୟକ୍ତିର ଆଖି ନେଇ ଆଖିନଥିବା ଲୋକଙ୍କୁ ଦାନ କରାଯିବ ବୋଲି ଲୋକମାନଙ୍କୁ ବୁଝେହେଉଥିଲା ଏବଂ ଯେଉଁମାନେ ଇଛୁକ ସେମାନେ ଆସି ଏ କାଗଜରେ ଦସ୍ତଖତ କରନ୍ତୁ ବୋଲି ଦିଦି କହିଲେ |ସୁଭି ସେ ଲୋକମାନଙ୍କ ଗହଳିରୁ ଉଠିଆସି ସେ ଫର୍ମରେ ଦସ୍ତଖତ କରିଥିଲା |

    ଦିନେ ଦିଲ୍ଲୀରେ ଶଶାଙ୍କର ସଡ଼କ ଦୁର୍ଘଟଣା ଘଟି ସେଥିରେ ତା ଆଖି ଦୁଇଟା ନଷ୍ଟ ହୋଇଯାଇଥିଲା, ଶଶାଙ୍କର ସମସ୍ତ ଜୀବନ ପୁରା ଅନ୍ଧାରମୟ ହୋଇଯାଇଥିଲା |ନମିତା କିନ୍ତୁ ପଇସା ଖର୍ଚ୍ଚ କରି ଶଶାଙ୍କର ଆଖି ଅପରେସନ କରାଇ ତାକୁ ନୂଆ ଦୁନିଆ ଦେଖେଇଥିଲା |ଶଶାଙ୍କ କିନ୍ତୁ ଡାକ୍ତରଙ୍କୁ ପଚାରିଥିଲା ତାକୁ କିଏ ଆଖି ଦାନ କରିଛି? ଡାକ୍ତର କହିଥିଲେ କିଛି ମାସ ତଳେ ଏକ ଗାଁରେ 'ଚକ୍ଷୁଦାନ 'ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା, ସେଇଠି ଏକ ଝିଅ ତା ମୃତ୍ୟୁପରେ ଚକ୍ଷୁଦାନ ନିମନ୍ତେ ସମ୍ମତି ପ୍ରକାଶ କରିଥିଲା ଆଉ ତା ମୁତ୍ୟୁ ପରେ ତୁମକୁ ତା ଆଖିଦିଆଯାଇଛି |ତା ନାମ ମୁଣ୍ଡ ଜାଣିପାରେ ଡାକ୍ତର? ନିଶ୍ଚୟ !ଡାକ୍ତର ଶଶାଙ୍କ ହାତକୁ ଏକ କାଗଜ ବଢ଼ାଇଦେଲେ ଯେଉଁଥିରେ ଲେଖା ହୋଇଥିଲା (ନାମ :ସୁଭଦ୍ରା ରଥ, ଗ୍ରାମ :ରତନପୁର, ମଦର୍ସ ନାମ :ଯଶୋଦା ରଥ ) ଶଶାଙ୍କ ହାତରୁ ଖସିପଡିଲା ସେ ଫର୍ମ, ସଙ୍ଗେ ସଙ୍ଗେ ଚାଲିଯାଇଥିଲା ଗାଁକୁ, ସେଇଠି ଜାଣିବାକୁ ପାଇଲା ଭୋକବିକଳରେ ତା ସୁଭଦ୍ରା ଦୁଇମାସ ହେଲା ଆରପାରିକୁ ଚାଲିଗଲାଣି |ଗାଁ ଲୋକ ମିଶି ତା ଅନ୍ତିମ ସଂସ୍କାର କରିଦେଇଥିଲେ କାରଣ ସେ କାହା ଫୋନ୍ ଉଠେଇନଥିଲା ସେତେବେଳେ, ଶଶାଙ୍କ ଥମ କି ବସିପଡିଲା ସେଇଠି, ଗାଁ ଲୋକ ଭାରି ନିନ୍ଦା କରିଥିଲେ ତାକୁ |

  ଶଶାଙ୍କ ସେଇଠାରୁ ଏକ ମୁଁହା ହୋଇକି ଦୌଡିଲେ ତାଙ୍କ ଘରକୁ ଦେଖିଲା କାନ୍ଥରେ ଟଙ୍ଗା ହୋଇଛି ତା ମା ଆଉ ତା ଭଉଣୀ ସୁଭଦ୍ରା ଫୋଟୋ, ଆଜି ତାର କେମିତି ସବୁକଥା ମନେପଡିଯାଉଛି ତା ବୋଉ ତା ସୁଭି କଥା, ଯଉ ସୁଭି ଦିନେ ତା ଜୀବନ ଥିଲା କେମିତି ତାକୁ ଭୁଲିଗଲା !ଥରେ ବି ତା ସୁଭି କଥା ଭାବିପାରିଲାଣି ସେଠି ସେ ବହୁତ ମଉଜ ମସ୍ତିରେ ଥିବା ବେଳେ ଏଠି ତା ଭଉଣୀ ଭୋକରେ ଡହଳ ବିକଳ ହେଉଥିଲା, ଛି ତା ଭାଇ ପଣିଆ, ବହୁତ କାନ୍ଦିଲା ତା ଫୋଟୋକୁ ଧରି |ସନାତନ ଆସି ରାକ୍ଷୀଟିଏ ଶଶାଙ୍କ ହାତକୁ ବଢ଼େଇଦେଇ କହିଲା ସୁଭଦ୍ରାର ପୂର୍ଣ୍ଣ ବିଶ୍ୱାସ ଥିଲା ଆଜି ରାକ୍ଷୀ ପୂର୍ଣ୍ଣିମାରେ ତମେ ନିଶ୍ଚୟ ଆସିବ ସେଥିପାଇଁ ମୋତେ ଏ ରାକ୍ଷୀଟି ଦେଇ କହିଦେଇ ଯାଇଥିଲେ ଏ ରାକ୍ଷୀଟି ତୁମକୁ ଦେଇଦେବା ପାଇଁ, ଶଶାଙ୍କ ନିରୁତ୍ତର କାରଣ ଏ ରାକ୍ଷୀପୂର୍ଣମୀରେ ତା ଜହ୍ନ ରୋସିଛି ତା ସହ ସେ ଆଉ କେବେ କଥା ହେବନି |

   ଆଜି ଜଗନ୍ନାଥଙ୍କ ହାତ ଅଛି, ବଡ଼ଦେଉଳ ଅଛି, ଲକ୍ଷ୍ମୀସାନ୍ତାଣି ଅଛନ୍ତି କିନ୍ତୁ ସୁଭଦ୍ରା ନାହାନ୍ତି, ଜଗନ୍ନାଥ ଆଜି ମଣୋହି ହୋଇନାହାନ୍ତି, ଆଲଟ ଚାମ୍ବର ଆଜି ଢଳା ହୋଇନି ବଡ଼ଦେଉଳ ଆଜି ଭଉଣୀ ହୀନ |ଜଗନ୍ନାଥ ଏମିତି ହାତ ରଖିଥିବେ କିନ୍ତୁ ସୁଭଦ୍ରା ଆଉ ରାକ୍ଷୀ ବାନ୍ଧିପାରିବେନି କାରଣ ସୁଭଦ୍ରାଙ୍କ ହାତ ନାହିଁ ପା !ଶଶାଙ୍କର ଭୁଲ ପାଇଁ ସେ ସୁଭଦ୍ରା ଭଳି ଭଉଣୀକୁ ହରାଇଛି କିନ୍ତୁ ସୁଭଦ୍ରା ତା ଭଉଣୀର କର୍ତ୍ତବ୍ୟ କରିଦେଇଯାଇଛି |

  ଭାଇ ଭଉଣୀ କୁ ନେଇ ଏ ଦୁନିଆ ନହେଲେ କେବେ ବି ଜଗନ୍ନାଥ ତା ଭାଇ ଭଉଣୀକୁ ନେଇ ବଡ଼ଦେଉଳରେ ରୁହନ୍ତାନି |

     ଓଁ ନୀଳାଚଳ ନିବାସାୟ 

     ନିତ୍ୟ ପରମାତେୟା ନମଃ 

     ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନାଥୟେ ତ ନମଃ |


Rate this content
Log in

Similar oriya story from Abstract