Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ସ୍ଵପ୍ନର ପଥେ ପଥେ

ସ୍ଵପ୍ନର ପଥେ ପଥେ

2 mins
8



  - ନାମଟା କ'ଣ ତ ?

  - ସାର୍ ସ୍ଵପ୍ନା

  ଏତିକି ମନେ ଅଛି । ଝିଅଟି ଦେଖିବାକୁ ସୁନ୍ଦର । ଆଖି ଦୁଇଟିରେ ଆକର୍ଷଣ ଭରପୁର । ଯେ କେହି ଥରେ ଆଖିରେ ଆଖି ମିଶେଇ ଦେଲେ ସମ୍ମୋହିତ ହୋଇଯିବ । 

   ସନ୍ଦିପ୍ କେମେଷ୍ଟ୍ରି ଲେକଚର୍ । ଫାଷ୍ଟ୍ ପୋଷ୍ଟିଂ ଏଇ କଲେଜରେ । ବୟସ ଛବିସ୍ । ସ୍ଵପ୍ନା ଗ୍ରାଜୁଏସନର ଫାଇନାଲ୍ ଇୟର୍ । ସୁନ୍ଦର ହେବା ସହ ସ୍ମାର୍ଟ ଓ ପାଠୋଇ । କିନ୍ତୁ ସନ୍ଦିପ୍ କିଛି ପଚାରନ୍ତି ନାହିଁ । ତାକୁ ଚାହିଁଲେ କେମିତି କେଜାଣି ଆକର୍ଷିତ ହୋଇ ଯାଆନ୍ତି । ଜଣେ ଷ୍ଟୁଡେଣ୍ଟ୍ ପ୍ରତି ଏପରି ମନୋଭାବ ଅଶୋଭନୀୟ । 

   ଗ୍ରାଜୁଏସନ୍ ପରେ ସ୍ଵପ୍ନା ପିଜି ପଢିବା ପାଇଁ ୟୁନିଭରସିଟିରେ ଆଡମିସନ୍ ନେଲା । ମାର୍କସିଟ୍ ନେବା ଦିନ ଶେଷ ଦେଖା କଲେଜରେ । 

   ସେମିନାର୍ ପାଇଁ ସନ୍ଦିପ୍ ମୁମ୍ବାଇ ଆସିଛନ୍ତି । ତାଙ୍କ ଗାଡି ଯେଉଁ ହୋଟେଲ ସାମନାରେ ରହିଲା, ସେଠି ଚିହ୍ନା ମୁହଁଟିଏ ଛିଡା ହୋଇଛି । ଏ ତ ସ୍ଵପ୍ନା । ହେଲେ ଏ କି ରୂପ । ଯେଉଁ ଡ୍ରେସ୍ ପିନ୍ଧିଛି ସେଥିରେ ସନ୍ଦିପ୍ ତାକୁ ଚାହିଁବାକୁ ଟିକେ ଲାଜେଇଲେ । ପାଖକୁ ଯାଇ ପଚାରିଲେ ସ୍ଵପ୍ନା ? ଟିକିଏ ଚମକି ପଡିଲା ସ୍ଵପ୍ନା । ଆଖି ଫେରେଇ ନେଇ କହିଲା ... ନେହିଁ ମେ ସୋନାଲି । ଟିକିଏ ଭାବିବା ଭଳି ହୋଇ ସନ୍ଦିପ୍ କହିଲେ, ମତେ ଚିହ୍ନି ପାରୁନ । କଲେଜ୍... କେମେଷ୍ଟ୍ରି ଡିପାର୍ଟମେଣ୍ଟ୍ । ସ୍ଵପ୍ନା କ'ଣ କହିବ ଭାବିବା ପୂର୍ବରୁ ଜଣେ ଲୋକ ଆସି କହିଲା... ଏକ୍ ରାତ୍ କେଲିଏ ଦଶ୍ ହଜାର୍ । ଟିକିଏ ଚମକି ପଡିଲେ ସନ୍ଦିପ୍ । ସ୍ଵପ୍ନାକୁ ଟିକିଏ ଚାହିଁକହିଲେ- ଡନ୍ ।

   ହୋଟଲ୍ ଭିତରକୁ ସ୍ଵପ୍ନାକୁ ନେଇ ଗଲେ ସନ୍ଦିପ୍ । ମନରେ ଅନେକ ପ୍ରଶ୍ନର ସମାହାର । ସ୍ଵପ୍ନାରୁ ସୋନାଲି ହେବାର ରହସ୍ୟ ଜାଣିବାକୁ ଚାହାନ୍ତି । କିନ୍ତୁ ପଚାରିବାକୁ ଜିଭ ଲେଉଟୁ ନଥାଏ । ସ୍ଵପ୍ନା ଗୋଟେ କୋଣରେ ଛିଡା ହୋଇ କାନ୍ଦି ଚାଲିଥାଏ । 

   ପାଣି ଗିଲାସେ ବଢେଇ ନିଜ ରୁମାଲକୁ ଲୁହ ପୋଛିବାକୁ ବଢ଼ାଇ ଦେଲେ । କିଛି ସମୟର ନିରବତା ପରେ ସ୍ଵପ୍ନା କେମିତି ସୋନାଲି ହେଲା, କହି ଚାଲିଲା । ୟୁନିଭରସିଟିରେ ପ୍ରେମ - ଘର ଲୋକଙ୍କ ଠାରୁ ଲୁଚି ବିବାହ - ମୁମ୍ବାଇ ଆସି ହିରୋଇନ୍ ହେବାର ଇଚ୍ଛା - ତଥାକଥିତ ସ୍ଵାମୀ ବୋଲାଉଥିବା ମନର ମଣିଷ କିପରି ଦଶଲକ୍ଷ ଟଙ୍କାରେ ବିକ୍ରି କରି ଉଭାନ୍ ହେଇଗଲା । ଏବେ.... ପୁଣି କାନ୍ଦିବାକୁ ଲାଗିଲା । 

   ତମ ଘର ଲୋକ । ମାନେ ବାପା ବୋଉ... 

   ମୁଁ ଥରେ କଥା ହେବାକୁ ଚେଷ୍ଟା କରିଥିଲି । ସେମାନଙ୍କ ପାଇଁ ମୁଁ ମରି ଯାଇଛି । 

    ପରଦିନ ସେ ଲୋକଟା ସ୍ଵପ୍ନାକୁ ନେବାକୁ ଆସିଲା । ସନ୍ଦିପ୍ ଦଶଲକ୍ଷ ଟଙ୍କାର ଚେକ୍ ବଢେଇ ଦେଲେ । କ'ଣ କହିଲେ କେଜାଣି ସେ ଲୋକଟି ଚାଲିଗଲା । 

    ତୁମେ ଏବେ ସ୍ଵତନ୍ତ୍ର ସ୍ଵପ୍ନା । - ହେଲେ ସାର୍... କୋଉ ମୁହଁରେ ମୁଁ କୁଆଡେ ଯିବି । 

- ମୁଁ ଦିଲ୍ଲୀରେ ରହୁଛି । ସେଠାରେ ତୁମର ପାଠ ପଢିବା ବ୍ୟବସ୍ଥା କରିଦେବି । ହଷ୍ଟେଲରେ ରହି ନିଜ ସ୍ଵପ୍ନକୁ ସାକାର କରିବ । ଥରେ ସଠିକ୍ ପଥରେ ଚାଲିଲେ ସବୁ ଠିକ୍ ହେଇଯିବ । ପୂର୍ବ ଘଟଣାକୁ ଦୁଃସ୍ଵପ୍ନ ଭାବି ଭୁଲିବାକୁ ଚେଷ୍ଟା କର ।

   ଜଣେ ପୁରୁଷ ଦଶଲକ୍ଷ ପାଇଁ ତା ଜୀବନ ନଷ୍ଟ କଲା । ଆଉ ଜଣେ ଦଶଲକ୍ଷ ଦେଇ ତାକୁ ପୁନର୍ଜନ୍ମ ଦେଲେ । ଗୁରୁ ଦକ୍ଷିଣା କ'ଣ ଦେବ । ମସ୍ତକ ଚରଣରେ ନଇଁଗଲା ।।



Rate this content
Log in

Similar oriya story from Abstract