Padmalaya Mishra

Abstract Classics Inspirational

3  

Padmalaya Mishra

Abstract Classics Inspirational

ଏପ୍ରିଲ୍ ଫୁଲ୍

ଏପ୍ରିଲ୍ ଫୁଲ୍

2 mins
6



ପ୍ରଥମ ଚିତ୍ର

-------------

ଏଇ ନୂଆ ନୂଆ ପ୍ରେମିକାକୁ ଖୁସି କରିବାକୁ ଯାଇ ମଟରସାଇକେଲ୍ ପଛରେ ବସାଇ ପାର୍କ୍, ସିନେମା ହଲ୍ ବୁଲେଇ ନେବା ଚନ୍ଦନର ନିତି ଦିନିଆ କାମ ପାଲଟିଚି । ପାଠ ପଛ ଆଗ ପ୍ରେମିକାର ଖୁସି । ସହରର କୋଉ ଗୁପଚୁପ୍ ଷ୍ଟଲ୍ କି କୋଉ ରେଷ୍ଟୁରାଣ୍ଟ୍ ନାହିଁ ଯେଉଁଠି ତାକୁ ଖୋଇନି । ବାପାଙ୍କ ଟଙ୍କା ଅଛି ପୁଅ ଗାର୍ଲଫ୍ରେଣ୍ଡ କରିଛି । ତା ଚକରରେ ବିଏ ତିନି ବର୍ଷ ବଦଳରେ ଛ ବର୍ଷ ପଢିଲା । ଶେଷକୁ ପ୍ରେମିକା ମାସିକ ଦେଢଲକ୍ଷ ପାଉଥିବା ଆମେରିକା ନିବାସୀ ଇଂଜିନିୟର୍ ବାହା ହେଇ ଚାଲିଗଲା । 


ଦ୍ଵିତୀୟ ଚିତ୍ର

---------------

ଧାର କରଜ କରି ଜମି ବନ୍ଧା ପକେଇ ପୁଅକୁ ବଡ଼ ଡାକ୍ତର କଲେ ଦୀନବନ୍ଧୁ । ଏକୋଇରବଳା ବିଶିକେଶନ ବାପା ଦୁଃଖ ବୁଝିବ ଭାବିଥିଲେ । ପୁଅ ଏ ଗାଁ ରେ ଚଳି ପାରୁନି ତ ଆସୁନି । ଭୁବନେଶ୍ୱର ରୁ ବମ୍ବେ ଆଉ ବମ୍ବେ ରୁ ଏବେ ଲଣ୍ଡନ । ଆଉ ଗାଁ କୁ ଫେରିଲାନି କି ବାପାଙ୍କ କଥା ବୁଝିଲାନି । ପୁଅ ଆଗରେ ହାତ ପାତିବାକୁ କଷ୍ଟ ହେଲା ତେଣୁ ନିଜ ଜମି ରେ ନିଜେ ଦିନ ମଜୁରିଆ ।


ତୃତୀୟ ଚିତ୍ର

---------------

ଅଫିସ୍ ରେ ନିଜ ଆତ୍ମା ରଖି କାମ କରୁଥିବା ଭୁବନ ଭାବିଥିଲା ସେ ଏଥର ପ୍ରମୋଶନ୍ ପାଇଯିବ । ହେଲେ ବସ୍ ର ଆଗ ପଛ ହେଇ, ତାଙ୍କ ପିଲାଙ୍କୁ ସ୍କୁଲ୍ ନେବା ଆଣିବା କରି , ମାଡାମ୍ ଙ୍କ ଫେବରାଇଟ୍ ସ୍ନାକ୍ସ ଖୁଏଇ ଜୁନିୟର ଅଭିଜିତ ପ୍ରମୋଶନ୍ ପାଇଗଲା । ଭୁବନ ସେମିତି ଅଫିସ୍ ରେ ଖଟୁଚି ।


ଚତୁର୍ଥ ଚିତ୍ର

-------------

ଆମେ ବେଷ୍ଟ୍ ଫ୍ରେଣ୍ଡ୍ । ଏକାଠି ସାଇକେଲ୍ ରେ ସ୍କୁଲ୍ ଯିବା । ସବୁଦିନ ସାଇକେଲ୍ ପଛସିଟ୍ ରେ ବସେଇ ମଧୁକୁ ମିତା ସ୍କୁଲ୍ ଯାଏ । ଘରଠୁ ଚାରି କିଲୋମିଟର ଦୂର ସ୍କୁଲ୍ । ଯେଉଁ ଦିନ ସ୍କୁଲ୍ କୁ ନୂଆ କରି ଜିତା ଆସିଲା ତାର ବଡ଼ କାରରେ ବସି ସେବେଠାରୁ ମଧୁର ବେଷ୍ଟ୍ ଫ୍ରେଣ୍ଡ୍ ମିତା ନୁହେଁ ଜିତା ।


ପଞ୍ଚମ ଚିତ୍ର

-------------

ଏଇ ଥର ଭୋଟ୍ ଦେଇ ଦେଖ ଆମ ଏରିଆର ନକ୍ସା ବଦଳେଇ ଦେବି । ଆମ ଏରିଆର ପ୍ରତ୍ୟେକ ପରିବାର ଲାଭବାନ ହେବେ । ପାଣି, ଇଲେକ୍ଟ୍ରି ଚିନ୍ତା ଦୂର ହେବ । ହେଲେ ଏମେଲେ ବାବୁ ବିଗତ ଦୁଇ ଥର ବି ଏମିତି କହି ଭୋଟ ନେଲ । ତାପରେ ଦେଖା ଦେଉନ କି ଆମ କଥା ବୁଝୁନ । ଆରେ ବାବୁ ମୁଁ ଏମେଲେ ହେଉଛି ସିନା ମନ୍ତ୍ରୀ ହେଇ ପାରୁନଥିଲି, ତେଣୁ କିଛି କରି ପାରୁ ନଥିଲି । ଏଥର ପାର୍ଟି ହାଇକମାଣ୍ଡ୍ ମନ୍ତ୍ରୀ ପଦ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ମୁଁ ବି ପ୍ରତିଶୃତି ଦେଉଛି ମୁଁ ଜିତିଲେ ପର୍ସନାଲି ସମସ୍ତଙ୍କୁ ଦେଖା କରି କାର୍ଯ୍ୟ କରିବି । ଭୋଟ ସରିଲା । ଏମେଲେ ମନ୍ତ୍ରୀ ବି ହେଲେ । କିନ୍ତୁ ଦିଲ୍ଲୀ ଯିବା ଆସିବାରେ ଫରେନ୍ ଟୁରରେ ଏତେ ବ୍ୟସ୍ତ ଯେ ନିଜ ଏରିଆକୁ ଆସିବାକୁ ଟାଇମ୍ ମିଳୁନି । ଭୋଟର୍ ଚାତକ ପରି ଆଗାମୀ ନିର୍ବାଚନକୁ ଚାହିଁଛନ୍ତି ।



Rate this content
Log in

Similar oriya story from Abstract