ସଂପର୍କ ନୁହେଁ ଖେଳଘର (ଭାଗ -୫୮)
ସଂପର୍କ ନୁହେଁ ଖେଳଘର (ଭାଗ -୫୮)
ଏସବୁ ଦେଖି ବିକାଶ ରାଗି ଯାଇ ଯଦି କିଛି କହୁଥିଲେ, ତେବେ ଉତ୍ତରରେ ସଙ୍ଗେ ସଙ୍ଗେ ଶୁଣିବାକୁ ମିଳୁଥିଲା ମୋ ପଇସାରେ ଘର ଚଳୁଛି ନିଜେ କିଛି ରୋଜଗାର କରୁନ ଉପରେ ତମର ରୋଗ, ସେତିକିରେ ପୁଣି ଆଉ କ'ଣ ଅଛି ଯେ ଛୋଟ ଝିଅଟିକୁ ସମ୍ଭାଳି ପାରୁନ । ଏ ସବୁ ବିକାଶଙ୍କ ମନରେ ବହୁତ୍ କଷ୍ଟ ଦେଇଥାଏ ସତ, ହେଲେ ତଥାପି ସେ ହସି ହସି ଝିଅର ମୁହଁକୁ ଚାହିଁ ସବୁକିଛି ସହି ଯାଇଥାନ୍ତି ।
ଗୋଟିଏ ଦିନ ବସିକି ଏକା ଏକା ବିକାଶ ଭାବୁଥାନ୍ତି ହଠାତ୍ ଏତେ ପରିବର୍ତ୍ତନ ଦିନକୁ ଦିନ କେମିତି ହେଇ ଯାଉଛି । ବନ୍ଦନା ତ ଏମିତି ନଥିଲେ, କ'ଣ ଏମିତି ହେଇଗଲା ଯେଉଁଥିପାଇଁ ମୁଁ ତାଙ୍କୁ ଏତେ ତୁଚ୍ଛ ଲାଗିଲି ?? ମୋର ସ୍ୱାମୀ ଭୂମିକାରେ କିଛି ଆଉ କମୀ ରହିଗଲା କି ?? । ମୋ ଜାଣିବାରେ ମୁଁ ତ ସବୁ ଜିଦିଙ୍କୁ ତାଙ୍କର ପୁରା କରିଥାଏ । ସେ ଯେତେବେଳେ ଯାହା ଇଚ୍ଛା କରନ୍ତି ମୁଁ ସବୁକିଛି ତାଙ୍କ ପାଦତଳେ ଅଜାଡ଼ି ଦେଇଥାଏ । ତେବେ ହଠାତ୍ ଏମିତି କ'ଣ ହେଇଗଲା ଯେଉଁଥିପାଇଁ ସେ ମୋ ଠୁ ଦୂରେଇ ଯିବାକୁ ଚାହୁଁଛନ୍ତି ।
ମତେ ଯାହା ହେଉ ପଛକେ ଆଜି ତାଙ୍କୁ ପଚାରିବାକୁ ପଡ଼ିବ, ଯେ ପ୍ରକୃତରେ ସେ କ'ଣ ଚାହୁଁଛନ୍ତି ?? ଯଦି ମୁଁ କୋଉଠି କିଛି ଭୁଲ କରିଛି ତେବେ ମତେ କହି ପାରିବେ, କିନ୍ତୁ ଏମିତି ସବୁବେଳେ ବିନା କିଛି କଥାରେ ରାଗିବର କୌଣସି ମାନେ ହିଁ ନାହିଁ । ମୁଁ ତ ସବୁବେଳେ ତାଙ୍କୁ ଭଲ ବାଟ ହିଁ ଦେଖୋଉଚି ହେଲେ ସେ ସେଇଟାକୁ କାହିଁକି ବୁଝି ପରୁ ନାହାଁନ୍ତି । ପାର୍ଟି, କ୍ଳବ୍ ଯିବା ସାଙ୍ଗ ମାନଙ୍କ ସହିତ ସମୟ ବିତାଇବା ତାଙ୍କୁ ପସନ୍ଦ ସେଇଟା ମତେ ପ୍ରଥମରୁ ଜଣା, ହେଲେ ବୟସ ବଢିବା ସହିତ ଆମକୁ ବି ଆମ ନିଜ ଭିତରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ତେବେ ଯାଇ ଆମ ପିଲାମାନେ ଆମଠାରୁ କିଛି ଭଲ ଶିକ୍ଷା ହାସଲ କରି ପାରିବେ । ଏଇଟା ତାଙ୍କର ବୁଝିବା ନିହତି ଦରକାର୍ । ସେ ପାର୍ଟି, କ୍ଳବ୍ ଯିବା ସାଙ୍ଗ ମାନଙ୍କ ସହିତ ସମୟ ବିତାଇବା ଅପେକ୍ଷା ନିଜର ଝିଅକୁ ସମୟ ଦେବାଟା ଏବେ ନିହାତି ଦରକାର୍ । ଏଇଟା ତାଙ୍କୁ ବୁଝିବାକୁ ପଡ଼ିବ । ମୁଁ ତାଙ୍କୁ ବହୁତ୍ ସମୟ ଦେଇ ସାରିଛି ବନ୍ଦନା କିନ୍ତୁ ସେ ସମୟ ଆଉ ସୁଯୋଗର ଠିକ୍ ବିନିଯୋଗ କରିନାହାନ୍ତି ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

