Jyotirmayee Panda

Children Stories Children

3  

Jyotirmayee Panda

Children Stories Children

ପଙ୍କରୁ ପଦ୍ମ (ଭାଗ -୩୩)

ପଙ୍କରୁ ପଦ୍ମ (ଭାଗ -୩୩)

3 mins
182


ଆଲୋକ ବାମ ହାତରେ ଧରିଥିବା ଅସ୍ତ୍ର ଯାହାକି ସେ, ସେଇ ଯୋଦ୍ଧାଙ୍କ ନିକଟରୁ ଭେଟି ରୂପରେ ପାଇଥିଲା, ସେଇ ଅସ୍ତ୍ରଟିକୁ ଆଲୋକ ଯେତେବେଳେ ସେ ଶାମୁକାର ନିକଟତର କରୁଚି, ଠିକ୍ ସେତିକିବେଳେ ହିଁ ଆପେ ଆପେ ଶାମୁକାଟି ଖୋଲି ଯାଉଚି । ତ ଏବେ ଗୋଟାଏ କଥା ତ ତା' ପାଇଁ ସ୍ପଷ୍ଟ ହେଇଗଲା ଯେ, ଯଦି ସେ ସପ୍ତମ ଅସ୍ତ୍ରକୁ ତା ସାଙ୍ଗରେ ନେବାକୁ ଚାହୁଁଚି ତେବେ ସେ ତା ନିଜର ଦୁଇ ହାତକୁ ଏକା ସାଙ୍ଗରେ ବ୍ୟବହାର କରି ଉଚିତ୍ ବ୍ୟବଧାନ ଭିତରେ ଗୋଟେ ଅସ୍ତ୍ରକୁ ଶାମୁକା ଭିତରେ ଥୋଇ ଅନ୍ୟକୁ ଅତି ସାବଧାନତାର ସହିତ ଉଠେଇ ଆଣିବ । ତ ବାସ୍ ଆଲୋକ ବର୍ତ୍ତମାନ ସେଇ ପ୍ରୟାସରେ ଲାଗିଗଲା, ଡ଼ର ଲାଗୁଥାଏ ହୁଏତ ପୁଣି କିଛି ଅଘଟଣ ଘଟି ଯିବନି ତ ?? । 


ମୁଁ ପୁଣି କିଛି ବଡ଼ ବିପଦକୁ ସାମ୍ନା କରିବିନି ତ??, ଭିତରେ ପ୍ରଚୁର ପରିମାଣର ଡରକୁ ଚାପି ଧରି ଆଲୋକ ନିଜକୁ ଉପରୁ ଶକ୍ତ କରିଥିଲେ, ଏବଂ ମନେ ମନେ ଭାବୁଥିଲେ ମୋର ପ୍ରଭୁ ମୋ ସହିତ ଥିବାଯାଏଁ ମୋର କେହି କିଛି ବି କ୍ଷତି କରି ପାରିବ ନାହିଁ। ବାସ୍ ଏଇ ସାହସ ହିଁ ତାକୁ ପ୍ରକୃତରେ ଏ ଅସାଧ୍ୟ କାର୍ଯ୍ୟକୁ ସିଦ୍ଧ କରାଇବାରେ ସହାୟକ ହେଇଥିଲା। ଶେଷରେ ଆଲୋକ ଗୋଟେ ଅସ୍ତ୍ର ବିନିମୟରେ ସପ୍ତମ ଅସ୍ତ୍ରକୁ ହାସଲ କରି ପାରିଥିଲା । ସପ୍ତମ ଅସ୍ତ୍ରକୁ ହାସଲ କରି ସେ ଖୁବ୍ ଖୁସି ହେଇ ନିଜର ଘରକୁ ଫେରିଯିବା ପାଇଁ ମନସ୍ଥ କରିଥିଲା । ତେବେ ସେ ଆଗକୁ ଅଗ୍ରସର ହେଇ ହଠାତ୍ ଭାବିଲା, ଯୋଦ୍ଧାଙ୍କର ସେଇ ଅସ୍ତ୍ର ଯାହା ସାହାଯ୍ୟରେ ମୁଁ ସପ୍ତମ ଅସ୍ତ୍ରକୁ ପାଇ ପାରିଲି । ସେଇ ଅସ୍ତ୍ରର କଣ କେବଳ ସେତିକି ବ୍ୟବହାର ଥିଲା ନା ମୁଁ ତାକୁ ସେଠାରେ ଛାଡ଼ିଦେଇ କୌଣସି ସମସ୍ୟାକୁ ସାଙ୍ଗରେ ଡାକି ନେଉଛି ?? ।


ବାରମ୍ଵାର ଭାବିବା ପରେ ମଧ୍ୟ ତାକୁ କୌଣସି ଉତ୍ତର ମିଳିଲା ନାହିଁ, ତେବେ ସେ ମନେ ମନେ କହିଲା ଠିକ୍ ଅଛି ତାଙ୍କର ଆଉ ଏକ ଭେଟି ମୋ ପାଖରେ ଏବେ ବି ସୁରକ୍ଷିତ ଅଛି । ତା' ଛଡା ମଁ ବର୍ତ୍ତମାନ ସବୁ ଅସ୍ତ୍ର ଗୁଡ଼ିକୁ ହାସଲ କରି ସାରିଛି, ତେବେ ମତେ ଆଉ ଲାଗୁନି ଯେ ଆଗକୁ କିଛି ବିପଦ ହୁଏତ ମୋ ପାଇଁ ଅଛି ବୋଲି । ଯଦି ବି ଥିବ ମୋର ଆରାଧ୍ୟ ମତେ ପ୍ରତ୍ୟେକଟି କ୍ଷେତ୍ରରେ ବାଟ ଦେଖେଇଛନ୍ତି, ତେବେ ଆଗକୁ ମଧ୍ୟ ସେ ହିଁ ମୋତେ ବାଟ ଦେଖେଇବେ ସେଇଟା ମୋର ବିଶ୍ଵାସ । ବର୍ତ୍ତମାନ ଆଉ ବିଳମ୍ୱ ନକରି ମତେ ଆଗକୁ ବଢ଼ିବାକୁ ପଡ଼ିବ । ମା' ମତେ ସାତଟି ଅସ୍ତ୍ର ସହିତ ଦେଖିଲେ ଖୁବ୍ ଖୁସି ହେଇଯିବ ।


ଆଗକୁ ବଢ଼ି ଶେଷରେ ପହଞ୍ଚି ଯାଇଛି ଆଲୋକ ନିଜ ଘର ନିକଟରେ, ଘର ଭିତରକୁ ଯାଇ ମା' ମା' ଦେଖିବୁ ଆସେ ତୋ ପୁଅ ଭଲରେ ଭଲରେ ଫେରି ଆସିଛି । ଦେଖ୍ ମା' ମୋର କିଛି ବି ଅସୁବିଧା ହେଇନି, ମୁଁ ସଂପୂର୍ଣ୍ଣ ଠିକ୍ ଅଛି । ପୁଅର ଓଠରୁ ସଂପୂର୍ଣ୍ଣ ଠିକ୍ ଅଛି କଥାକୁ ଶୁଣି ମା' ଠାକୁର ଘରୁ ଅଧିଆ ପଡ଼ିଥିବାରୁ ଉଠି ସଙ୍ଗେ ସଙ୍ଗେ ପଳେଇ ଆସିଛି ପୁଅକୁ ଟିକେ ଆଖି ଭରି ଦେଖିବା ପାଇଁ । ପାଖକୁ ଆସି ବାପ ଲୋ, ଧନ ଲୋ କହି ନିଜର ସ୍ନେହ ସବୁ ଅଜାଡ଼ି ପକେଇଛି । କହିଛି, ଏତେ ଦିନ କୋଉଠି ଥିଲୁରେ ବାପ, କେମିତି ଥିଲୁ, କଣ ଖାଉଥିଲୁ, ଏ ଦୁଃଖୀ ମା' କଥା ତୋର କଣ ଟିକେ ବି ମନେ ପଡୁ ନଥିଲା ରେ । ଏମିତି ଅନେକ କିଛି ଭାବପ୍ରବଣତାର ସହିତ ବଖାଣି ଚାଲିଛନ୍ତି ଆଲୋକର ମା', ଆଲୋକ ସବୁ କଥାକୁ ଶୁଣି ଗୋଟେ ଗୋଟେ କରି ଉତ୍ତର ଦେଇ ସାନ୍ତ୍ଵନା ପହଞ୍ଚେଇଛି ସେଇ ମା' ର ମନକୁ । 


ପରେ ପରେ ନିଜ ହାତରୁ ସ୍ନେହରେ କିଛି ଖୁଆଇ ଦେଉଛନ୍ତି ମା', ଯାହାକୁ ଖୁସିରେ ଗ୍ରହଣ କରିଛି ଆଲୋକ । ଖାଇବା ପିଇବା ସରିବା ପରେ କିଛି କ୍ଷଣ ମା'ର କୋଳରେ ମୁଣ୍ଡ ରଖି ଅପୂର୍ବ ଆନନ୍ଦକୁ ଅନୁଭବ କରିଛି ଆଲୋକ, ମା'ର କୋଳ ଆଗରେ ତାକୁ ସବୁକିଛି ଫିକା ଲାଗିଚି । ତେଣୁ ଆଲୋକ ସେଇ କୋଳରେ ଶାନ୍ତିରେ କିଛି କ୍ଷଣ ଶୋଇପଡିଚି । ବେଳ ଦି-ଘଡିକରେ ନିଦ୍ରା ତ୍ୟାଗ କରି ସେ ଯେତେବେଳେ ଉଠିଛି, ମା'କୁ ନିଜ ସାଙ୍ଗରେ ଆଣିଥିବା ଅସ୍ତ୍ରଗୁଡ଼ିକ ବିଷୟରେ କହିଛି ଏବଂ ସବୁ ଅସ୍ତ୍ରକୁ ଦେଖେଇଚି । ପୁନଃ ସେଇ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ମା'ଠୁ ଅନୁମତି ମାଗିଛି, ଯାହାକୁ ଶୁଣି ମା'ଙ୍କ ହସ ହସ ମୁହଁରେ ହଠାତ୍ ବିଷାଦ ଖେଳି ଯାଇଥିବାର ଦେଖି ଆଲୋକ ନିଜର କଥା ମାଧ୍ୟମରେ ବୁଝେଇ କହିଛି ଯେ " ମା' ବର୍ତ୍ତମାନ ମୁଁ ଏକା ନୁହେଁ ବରଂ ମୋ ସହିତ ଏବେ ମୁଁ ତୁମକୁ ବି ନେଇକି ଯିବି ", ଏତିକି ପୁଅ ମୁହଁରୁ ଶୁଣି ମା'ଙ୍କ ମନକୁ ଯେମିତି ତୃପ୍ତି ମିଳିଛି, ହଜି ଯାଇଥିବା ହସ ମା'ଙ୍କ ମୁହଁରେ ପୁଣି ଖେଳି ଯାଇଛି । 


ମା' ଆଲୋକକୁ କହିଛନ୍ତି, ପୁଅରେ ଏତେ ଦିନ ତୋ ପାଖରୁ ଦୂରେଇ ରହିଛି, ଆଜି ତତେ ଆଖିଭରି ଭଲରେ ଦେଖୁଚି । ପୁଣି ତୁ କହିଲୁ ଆଉଥରେ ଚାଲିଯିବୁ ବୋଲି, ମୋ ପାଇଁ ତ ତୁ ହେଉଚୁ ମୋର ସବୁଠୁ ବଡ଼ ସମ୍ପତ୍ତି । ତୁ ଯିବା ପରେ ମୋର ଭଗବାନ୍ ଜାଣିଛନ୍ତି ମୁଁ କେମିତି ସକାଳୁ ସଞ୍ଜ ଯାଏଁ ତାଙ୍କ ପାଖରେ ତୋର ଭଲମନ୍ଦ ପାଇଁ ଅଧିଆ ପଡ଼ିଥିଲି । ମୋ ମନକୁ ଏବେ ତୃପ୍ତି ମିଳିଗଲା ତତେ ଟିକେ ଆଖି ଭରି ଦେଖିଦେଲି । ତୁ ଯୁଆଡେ ଯାଉଛୁ ମୋତେ ତୋ ସାଙ୍ଗରେ ନେଇକି ଯା, ମରଣ ଆସିଲେ ଅନ୍ତତଃ ତୋ ପାଖରେ ତ ଶାନ୍ତିରେ ମରି ପାରିବି । ନଚେତ୍ ଏମିତି କେତେବେଳେ ଯେ କଣ ହେଇଯିବ, ଆଉ ତତେ ନ ଦେଖିବାର ଆଶା ମୋ ମନରେ ରଖି ମୁଁ ଛଟପଟ ହେଇ ଚାଲିଯିବି । 


ଏସବୁ ମା' ମୁହଁରୁ ଶୁଣି ଆଲୋକ ଆଖିରୁ ଦୁଇଟୋପା ଲୁହ ଝରେଇ କହିଛି .....

କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in