STORYMIRROR

Jyotirmayee Panda

Others

3  

Jyotirmayee Panda

Others

ଆସ୍ତିକ୍ (ଭାଗ -୫୦)

ଆସ୍ତିକ୍ (ଭାଗ -୫୦)

2 mins
137

ସକାଳର ସୂର୍ଯ୍ୟ କିରଣ ନୂତନ କାର୍ଯ୍ୟକୁ ରାଘବଙ୍କ ନିକଟରେ ରଖିଲା । ସେ ତତ୍ପର ହେଇଗଲେ ଭଗବାନଙ୍କ ପୂଜାକୁ ନେଇକି । ସେ ପୂଜା କରି, ଯଜ୍ଞ, ଆହୁତି ଆଦି ଦେଇ ଏକ ଚିତ୍ତରେ ଭଗବାନଙ୍କ ଦର୍ଶନ ପାଇଁ କାମନା କରି ତାଙ୍କୁ ଡ଼ାକିବାରେ ଲାଗିଲେ । ଶେଷରେ ଭଗବାନ୍ ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଦର୍ଶନ ଦେଲେ, ଏବଂ ପ୍ରଶ୍ନ କଲେ, ତୁ ମୋର ପ୍ରିୟ ରାଘବ, କିନ୍ତୁ ସେଥିପାଇଁ ଯେ ତୁ ସବୁବେଳେ ମୋର ସାହାଯ୍ୟ କାମନା କରିବୁ ଏହା ଉଚିତ୍ ମାର୍ଗ ନୁହେଁ। ତତେ ତୋ ନିଜ ସମସ୍ୟାକୁ ପ୍ରଥମେ ନିଜେ ଦେଖିବାକୁ ପଡ଼ିବ । ମୁଁ କେବଳ ଯଦି ପାରିବି ତ ତତେ ରାସ୍ତା ଦେଖେଇ ପାରିବି । କିନ୍ତୁ ଚାଲିବା ତ ସମ୍ପୂର୍ଣ୍ଣ ତୋ ଉପରେ ହିଁ ନିର୍ଭର କରିବ । ତୁ ମତେ ଏବେ କ'ଣ ପାଇଁ ଆରାଧନା କରିଛୁ ତାହା ମୁଁ ଜଣେ । 


ପୂର୍ବ ନିର୍ଦ୍ଧାରିତକୁ ପରିବର୍ତ୍ତନ କରିବାକୁ ନେଇକି ଘଟିଥିବା ଘଟଣାରୁ ତୁ ନିଶ୍ଚିନ୍ତ ଭାବରେ ବୁଝି ସାରିଚୁ ଯେ ପ୍ରକୃତରେ ଯାହା ହେବାର ଥାଏ, ତାହା ସମସ୍ତଙ୍କ ଭଲ ପାଇଁ ମଧ୍ୟ ହେଇଥାଏ । ସେଇଟା ଆମେ ହୁଏତ ଡେରିରେ ବୁଝିଥାଉ । କିନ୍ତୁ କିଛି ସୁଖର କାମନା କଲେ ଯେ ଦୁଃଖ ଦେଇକି ସେ ସୁଖକୁ ହାସଲ କରାଯିବ ସେଇଟା ନିହାତି ବୁଝିବା ଦରକାର୍ । 


ତୁ ଯେଉଁ ନାରୀକୁ ନେଇକି ଏତେ ବ୍ୟସ୍ତ ହେଉଚୁ, ସେ ନିଜର କର୍ମକୁ ନେଇକି ଫଳ ପାଇଛି । ଥରେ ସେ ଗୋଟେ ଛୋଟ ପକ୍ଷୀ ଛୁଆଟିକୁ ତା' ମା ପାଖରୁ ଅଲଗା କରିଦେଇଥିଲା । ଯାହା ସେ ସବାକ ଥିବା ବେଳେ କରିଥିଲା ସତ, କିନ୍ତୁ ସେ ପକ୍ଷୀ ମା' ଟି ଭାରି ନିରୀହ ଆଉ ଭକ୍ତି ଭାବରେ ଭରା ଥିଲା । ତେଣୁ ତା'ର ଦୁଃଖ, ଯନ୍ତ୍ରଣାର ଭାର ଏ ନାରୀ ଉପରେ ସେବେଠୁ ପଡ଼ିଥିଲା । ଯାହାର ଫଳସ୍ୱରୂପ ସେ ନିଜେ ତା ଛୁଆଠୁ ଅଲଗା ରହିଲା । କିନ୍ତୁ ଏବେ ତା'ର ସେ ଦଶା କଟିବାରେ ଲାଗିଚି । ତୁ ନିଶ୍ଚିନ୍ତରେ ରହ ତା'ର ଗୋଟେ ପୁତ୍ର ସନ୍ତାନ ଖୁବ୍ ଶୀଘ୍ର ଜନ୍ମ ହେବାର ଅଛି । ତାକୁ ଖାଲି ଏତିକି କହ ସେ ନିଜ ଘରକୁ ଯାଉ, ଏବଂ ସେଠି ସେ ସମସ୍ତଙ୍କୁ ନେଇକି ରହୁ, ମୋର ବ୍ରତ, ଉପବାସ ସିଏ କରୁ । ଦେଖିବୁ ବାକି ସବୁ ଠିକ୍ ହେଇଯିବ । ତା'ର କର୍ମ ହିଁ ତାକୁ ଫଳ ପ୍ରଦାନ୍ କରିବ । 


ଏତିକି ଶୁଣିବା ପରେ, ରାଘବ ଖୁସି ହେଇ ପ୍ରଭୁଙ୍କୁ ପ୍ରଣାମ ଜଣାଇଛନ୍ତି, ଏବଂ ପ୍ରଭୁ ତାଙ୍କୁ ଆଶୀର୍ବାଦ କରି ସେଠାରୁ ଚାଲିଯାଇଛନ୍ତି । ପରେ ପରେ ରାଘବ ନିଜର ଚାକିରୀ କ୍ଷେତ୍ରର କାର୍ଯ୍ୟ ପାଇଁ ବାହାରିଛନ୍ତି, ବାଟରେ ସେ ସେଇ ଭଉଣୀ ଘରକୁ ଯାଇଛନ୍ତି । ସେଇ ନାରୀ ଏ ଭାଇଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି । ହଠାତ୍ ଭାଇଙ୍କୁ ଦେଖି ସେ ବୁଝି ପାରିଛନ୍ତି ଯେ, ଭାଇ ତାଙ୍କ ପାଇଁ କିଛି ନା କିଛି ନିହାତି ସମାଧାନର ରାସ୍ତା ଖୋଜିକି ଆଣିଛନ୍ତି । ଯାହା ସେ ଶୁଣିବା ପାଇଁ ତତ୍ପର ଅଛନ୍ତି ।


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in