STORYMIRROR

Jyotirmayee Panda

Abstract Drama Inspirational

4  

Jyotirmayee Panda

Abstract Drama Inspirational

ସ୍ଵୟଂଶ୍ରୀ

ସ୍ଵୟଂଶ୍ରୀ

2 mins
326

ସହନଶୀଳତାକୁ ମୋର ଡ଼ର ବୋଲି ଭାବନି

ପିଲାବେଳୁ କଷ୍ଟ ସହିଛୁ ,ତ କେବେ ଯାଏଁ ମୁହଁ ଖୋଲିବୁନି ?ଆଜି ଚାହିଁବି ଜବାବ୍ ମୋର ,ମନରେ ଅଛି ଯେତେ ପ୍ରଶ୍ନର ଯନ୍ତ୍ରଣା ଦେଖେଇବି ମୁଁ ମୋ ବିତିଯାଇଥିବା କାଲିର ଜନ୍ମ ହେବାରୁ ହିଁ ଜଣାନାହିଁ କାହିଁ 

ଘରେ, ବିଷାଦର ଛାୟା ଚାରିଆଡେ ବ୍ୟାପିଲା 

ଜନ୍ମ ହେଲା ଝିଅଟିଏ , ଚେହେଁରା ସମସ୍ତଙ୍କର ଶୁଖିଗଲା କେତେ କଟୁ ଆଉ ତିକ୍ତପୂର୍ଣ୍ଣ କଥା , ସବୁ କହିଗଲେ ମୋ ମା'କୁ କାରଣ ବାସ୍ ଏତିକି ଥିଲା ଯେ , କୂଳକୁ ବଢେଇବା ପୁଅ ନଥିଲା ଆବର୍ଜନା ଭାବି ଫୋପାଡିବାରେ ବି,ଲାଜ୍ଜସରମ୍ ମୁହଁକୁ ନଥିଲା ଏମିତି ରୂପରେ ଯେ, ମୋ ନିଜ ଘରେ ମୋର ସ୍ବାଗତ ହେବ 

ସେଇଟା ତ ମୋର ବିଚାରର ବାହାରେ ହିଁ ଥିଲା ।


ଗର୍ଭାଶୟର ସେ ଅନ୍ଧକାର ପାଚେରୀରୁ 

ଯେହେତୁ ନାନା ସଂଘର୍ଷରେ ,ଆମେ ଜୀବିତ ବାହାରି ପାରିଛୁ ଏବେ ପ୍ରତି ମୁହୂର୍ତ୍ତରେ, ବାରମ୍ଵାର ମରଣକୁ ଭେଟିବା ପାଇଁ ହିଁ ଆମେ ଏଠାକୁ ଏଇ ଦୁନିଆଁକୁ ଆସିଛୁ ଯନ୍ତ୍ରଣା ସହିବା ତ ଆମେ ଗର୍ବର ସହିତ ଶିଖିଛୁ ବ୍ୟବହାର ତ ଆମେ ସବୁବେଳେ ଗୋଟେ ପଶୁ ପରି ପାଇଛୁ 

ଘର ପରି ମନ୍ଦିରଠୁ ନେଇକି ବାହାର ଯାଏଁ , 

ଆଜିଯାଏଁ ସମସ୍ତଙ୍କ ଆଖିର ଶିକାର ସାଜି ଆସିଛୁ ତୁ ଝିଅ , ତେଣୁ ତୁ ଏଠାକୁ ଯିବୁନି 

ତୁ ଝିଅ , ତେଣୁ ତୁ ଏସବୁ ଖାଇ ପାରିବୁନି 

ତୁ ଝିଅ , ତେଣୁ ତୁ ଏମିତି ଚାଲି ପାରିବୁନି 

ତୁ ଝିଅ , ତେଣୁ ତୁ ଏମିତି ପିନ୍ଧି ପାରିବୁନି 

ହସିବୁନି କେବେ ଜୋର୍ ରେ , କଥା ଶୁଣିଥା ତୁ ଧ୍ୟାନରେ ତୁ ପରଘର ସଂପତ୍ତି , ଆଉ ଆମ ଉପରେ ଥିବା ବୋଝ ଜହରଠୁ କଷ୍ଟ ଏ କଥା , ଶୁଣାଯାଏ ସବୁବେଳେ କାନେ ।


ଝିଅ ଅବଳା ନୁହେଁ କି ସେ ଦୁର୍ବଳା ନୁହେଁ 

ସେ ଅପ୍ସସରା , ସେ ହେଉଚି ସ୍ଵୟଂଶ୍ରୀ 

ସେ ଚଟୁ ଧରି କେବଳ ରୋଷେଇ ନୁହେଁ , ବରଂ କଲମ ମୁନରେ ଦୁନିଆଁ ବଦଳେଇ ପାରେ ହେଲେ ଆଜି ବି କୋଉଠି ନା କୋଉଠି ତାକୁ ଭେଦତାରେ ରଖା ଯାଉଚି , ହେଲେ କାହିଁକି ?ଝିଅ ବଞ୍ଚାଅ , ଝିଅକୁ ପଢାଅ ! ଏ ନାରା ଆଜି ବି ଅଛି ହେଲେ କୋଉଠି ନା କୋଉଠି, ଆମ ସମାଜ ଆଜିବି ଏସବୁ ବିଚାରରୁ ଦୂରରେ ରହିଛି ବଦଳିବାକୁ ପଡ଼ିବ ଏ ସମାଜକୁ , ମୁଁ ଏକା ନୁହେଁ ବରଂ ଆମେ ସମସ୍ତେ ଏକତ୍ର ହେଲେ ଏଇଟା ସମ୍ଭବ ହେବ 

ତେବେ ଡେରି କାହିଁକି ? ସେଇ ବଡ଼ଠାକୁର

ସେଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ 

ଆମେ ବଚନ ରଖିବା , ଆମେ ଶପଥ ନେବା 

ଆସନ୍ତା କାଲିର ନୂତନ ସକାଳକୁ ଆମେ 

ଝିଅମାନଙ୍କର ବିକାଶ ଏବଂ ଉନ୍ନତି ପାଇଁ 

ହୃଦୟରୁ କାମନା କରିବା , ହଁ ହଁ ହୃଦୟରୁ କାମନା କରିବା ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract