Jyotirmayee Panda

Drama Fantasy

3  

Jyotirmayee Panda

Drama Fantasy

ଆସ୍ତିକ୍ (ଭାଗ -୫୨)

ଆସ୍ତିକ୍ (ଭାଗ -୫୨)

1 min
205


ସବୁକିଛି ଜଣେଇବା ପରେ ଶେଷରେ , ଘରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି , ଏବଂ ପରେ ପରେ ନିଜର ବୋହୂକୁ ସସମ୍ମାନେ ଗ୍ରହଣ କରିଛନ୍ତି । ଏବଂ ଅତି ସୁନ୍ଦର ଜୀବନ ବିତାଇଛନ୍ତି । ଏପଟେ ରାଘବ ମଧ୍ୟ ନିଜର କର୍ମକ୍ଷେତ୍ରରୁ ଫେରିବା ବାଟରେ , ଭଉଣୀର ଭଲ ମନ୍ଦକୁ ବୁଝିବାକୁ ତା' ଶାଶୁ ଘରକୁ ଯାଇଛନ୍ତି । ଶାଶୁ ଘରେ ସବୁ ଠିକ୍ ଠାକ୍ ଥିବାର ଦେଖି ସେ ଖୁସି ଅଛନ୍ତି , ଏବଂ ସବୁ ସେଇ ଭଗବାନ୍ ଙ୍କ ଲୀଳା ବୋଲି ସେ ସେଇଠି ସମ୍ବୋଧନ କରିଛନ୍ତି । 


ପରେ ପରେ ସେ ଘରକୁ ଫେରି ନିଜର ପତ୍ନୀଙ୍କୁ ସବୁ ବିଷୟରେ ଜ୍ଞାନ୍ତ କରାଇଛନ୍ତି । ପତ୍ନୀ ସବୁକିଛିକୁ ଧ୍ୟାନର ସହିତ ଶୁଣିଛନ୍ତି , ଏବଂ କିଛି କିଛି ମନରେ ଉପୁଜିଥିବା ଦ୍ଵନ୍ଦକୁ ସେ ଭଲରେ ବୁଝି ସମାପ୍ତ କରିଛନ୍ତି । ଯାହା ଫଳରେ କି ସବୁକିଛି ପୂର୍ବ ପରି ହେଇ ଯାଇଚି । ଏପଟେ ରାଘବ ଏବଂ ସେପଟେ ସେ ନାରୀ ( ଯିଏକି ରାଘବଙ୍କ ଭଉଣୀ ସାଜିଛନ୍ତି , ଉଭୟ ବେଶ୍ ଖୁସିରେ ଅଛନ୍ତି ନିଜ ନିଜର ପରିବାରକୁ ନେଇକି , ଏମିତି ଦିନ ପରେ ଦିନ , ମାସ ପରେ ମାସ ବିତି ଚାଲିଚି । ହଠାତ୍ ଦିନେ ଖୁସିର ଖବର ସେଇ ନାରୀର ଜୀବନରେ ପୁଣି ଆସିଛି । ଯାହା ସେ ନାରୀ ଜାଣିବା ପରେ , ଘରେ ଖୁସିର ଲହରୀ ଖେଳିଯାଇଛି ।

ଯେଉଁ ଲହରୀର ଖବରକୁ ସେ ସାଙ୍ଗେ ସାଙ୍ଗେ ନିଜର ଭାଈ ରାଘବଙ୍କୁ ଜଣାଇଛନ୍ତି । ଆଉ ଆଶ୍ଚର୍ଯ୍ୟର କଥା କି ଏପଟେ ଖୁସିର ଖବର ସେପଟେ ପହଞ୍ଚୁ ପହଞ୍ଚୁ , ସେପଟର ଖୁସି ଦୁଇଗୁଣ ବଢ଼ି ଯାଇଛି , ଯାହା ହେଉଛି ରାଘବଙ୍କ ବାପା ହେବାର ଖବର । ହଠାତ୍ ଦୁଇ ପାର୍ଶ୍ୱର ଏ ଖବର ଉଭୟ ପରିବାରକୁ ଖୁସି କରେଇ ଦେଇଚି । ବର୍ଷକ ପରେ ଉଭୟ ନିଜ ନିଜର ସନ୍ତାନକୁ କୋଳରେ ଧରି ମାତା, ପିତା ହେବାର ସୌଭାଗ୍ୟକୁ ଅର୍ଜନ କରିଛନ୍ତି । ଶେଷରେ ଉଭୟ ପରିବାର ହସ ଖୁସିରେ ଜୀବନ ବିତେଇଛନ୍ତି । 


               ।।ସମାପ୍ତ।।


Rate this content
Log in

Similar oriya story from Drama