Jyotirmayee Panda

Abstract Tragedy Inspirational

4  

Jyotirmayee Panda

Abstract Tragedy Inspirational

ବନିତା ଜୀବନର ରଙ୍ଗ

ବନିତା ଜୀବନର ରଙ୍ଗ

7 mins
377


ହୋଲିର ପର୍ବ ଆସିଚି , ସାଙ୍ଗରେ ଖୁସିର ଜୁଆର ନେଇ ଆସିଚି ଘରେ ଘରେ ଘୋ ଘା ର ଶବ୍ଦ ସମସ୍ତେ ହଜି ଯାଉଛନ୍ତି ହୋଲିର ରଙ୍ଗରେ , ଆକାଶ ରଙ୍ଗୀନ୍ ଦେଖା ଯାଉଚି । ନାଚ ଗୀତର ଆସର ସହିତ ଦୋଳପୂର୍ଣ୍ଣିମା ପାଇଁ ଧାଡିକି ଧାଡି ବିମାନ ଗୁଡ଼ିକର ମେଳ ଯେମିତି ମେଳଣ ପଡ଼ିଆଠୁ ଗାଁ ଦାଣ୍ଡ ଯାଏଁ କୋଳାହଳର ମାହଲ ସୃଷ୍ଟି କରିଛି । ଗାଁର ସବୁ ଯୁବକ ଯୁବତୀ ବୁଢ଼ା ଠୁ ନେଇ ଟୋକା ଯାଏଁ ପିଲା ଠୁ ନେଇ ମହିଳା, ଘରର ସମସ୍ତ ନାରୀ ପୁରୁଷ ଏକାଠି ,ସେଇ ଆନନ୍ଦରେ ମାତି ଚାଲିଛନ୍ତି । ବର୍ଷକ ପରେ ଆସିଥିବା ଏ ହୋଲି ଦେଶ ବିଦେଶରେ ରହୁଥିବା ଆତ୍ମୀୟ ମାନଙ୍କୁ ଗାଁକୁ ଟାଣି ଆଣିଚି। ସମସ୍ତେ ଏକାଠି ହେଇ ଜାତି ଧର୍ମ ବର୍ଣ୍ଣ ଆଉ ଉଚ୍ଚ ନୀଚର ଭେଦରୁ ଦୂରେଇ ଭାଈଚାରାକୁ ପ୍ରସାର କରି ଚାଲିଛନ୍ତି ।

ଆନନ୍ଦର ଏ ପର୍ବ ହୋଲି ପାଇଁ ବିରାଜ ବାବୁଙ୍କ ଘରେ ମଧ୍ୟ ସକାଳୁ ସକାଳୁ କୋଳାହଳ ଦେଖା ଦେଇଛି । ସେ ନିଜର ବଙ୍ଗଳା ପଛପଟେ ହୋଲିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଯେଉଁଠିକି ଗାଁର ସମସ୍ତେ ଏକତ୍ର ହେଇ ନାଚି ଗାଇ ହୋଲି ଖେଳି ମଜା ଉଠେଇବାରେ ଲାଗିଛନ୍ତି । ହେଲେ ଠିକ୍ ସେଇ କୋଳାହଳର ମାହଲ ଭିତରୁ ବନ୍ଦନା, ଯେ କି ଏକ ଉଚ୍ଚ ଶିକ୍ଷିତ ବାହାରେ କାର୍ଯ୍ୟରତ ଥିବା ଗାଁର ଏକ ଝିଅ , ନିଜର ଅଫିସ୍ ରୁ ଆସିଥିବା ଫୋନ୍ କୁ ନେଇ ସେଇ କୋଳାହଳ ମାହଲ ଭିତରୁ ଟିକେ ଦୂରକୁ ଆସି କଥା ହେବାରେ ଲାଗିଛନ୍ତି । ଅଫିସ୍ ରୁ ଆସିଥିବା କଲ୍ କୁ ନେଇ ନିଜର ଆସାଇନମେଣ୍ଟ ସଂପୂର୍ଣ୍ଣ କରିଛନ୍ତି ବୋଲି ଜଣେଇବା ସହିତ ଛୁଟି ଯୋଗୁଁ ତାଙ୍କୁ ଆଉ ବାରମ୍ଵାର ଫୋନ୍ ନ କରିବା ପାଇଁ ନିବେଦନ କରିଛନ୍ତି । ତାଙ୍କର ନିବେଦନ ଗ୍ରହଣ ହେବା ପରେ ସେ ଫୋନ୍ କୁ କାଟିଛନ୍ତି ଏବଂ ପୁନଃ ସେଇ ରଙ୍ଗାରଙ୍ଗ ଉତ୍ସବରେ ଯୋଗ ଦେବାକୁ ପାଦ ବଢାଉଛନ୍ତି। 


ହେଲେ ଠିକ୍ ସେତିକି ବେଳେ ସେ ଲକ୍ଷ୍ୟ କରିଛନ୍ତି ବିରାଜ ବାବୁଙ୍କ ବଙ୍ଗଳାର ଝରକା ଫାଙ୍କକୁ , ଦେଖି ଆଶ୍ଚର୍ଯ୍ୟ ହେଇଛନ୍ତି ଯେ ଏପରି ଏକ ଖୁସିର ମାହଲ ଭିତରେ ଜଣଙ୍କ ମୁହଁରୁ ହସ ଲିଭି ଯାଇଚି । ବିଷାଦର ଛାୟା ଯେପରି କଳା ବାଦଲ ପରି ଦେଖା ଯାଉଚି । ତେବେ ବନ୍ଦନା ଜାଣି ପାରିଛନ୍ତି ଯେ ଇଏ ଆଉକେହି ନୁହେଁ ଇଏ ହେଉଛି ବିରାଜ ବାବୁଙ୍କ ସାନ ବୋହୂ । ତେବେ ଏପରି ଖୁସିର ମାହଲରେ ସମସ୍ତେ ,ସପରିବାର ହସୁଥିବା ସମୟରେ ଏ ସାନ ବୋହୂଙ୍କ ମୁହଁକୁ ବିଷାଦର ଛାୟା କାହିଁକି ??ତାହା ତାଙ୍କ ମନକୁ ବାରମ୍ଵାର ଉଙ୍କି ମାରୁଛି । ତେବେ ବନ୍ଦନା କାଳ ବିଳମ୍ବ ନକରି ପ୍ରବେଶ କରିଛନ୍ତି ସେଇ ବଙ୍ଗଳା ଭିତରେ , ଉପରକୁ ଯାଇ କବାଟ ବାଡେଇଛନ୍ତି ସେ ସାନ ବୋହୂଙ୍କ କକ୍ଷର । ସଙ୍ଗେ ସଙ୍ଗେ ସାନ ବୋହୂ ଝରକା ଫାଙ୍କରୁ ନିଜର ନଜର ହଟେଇ ଆଖିର ଲୁହକୁ ପୋଛି ଓଠରେ ମିଛ ହସକୁ ଦର୍ଶେଇ ଚାଲିଯାଇଛନ୍ତି ଖୋଲିବାକୁ କବାଟ ।

କବାଟ ଖୋଲିବା ପରେ ସେ ଦେଖିଛନ୍ତି ବନ୍ଦନାଙ୍କୁ , ଏବଂ ସସମ୍ମାନେ ପାଛୋଟି ନେଇଛନ୍ତି ନିଜ କକ୍ଷ ଭିତରକୁ । ବନ୍ଦନା କହିଛନ୍ତି ଭାଉଜ ତୁମେ ଏଠି ଏକା ଏକା କଣ କରୁଛ ?? । ତଳେ ସମସ୍ତେ ଏତେ ମଜା କରୁଛନ୍ତି ,ପୂର୍ବବର୍ଷ ମୋର ମନେ ଅଛି ତୁମେ କେମିତି ମୋ ସହିତ ଏବଂ ସମସ୍ତଙ୍କ ସହିତ ହୋଲିର ରଙ୍ଗକୁ ଉପଭୋଗ କରୁଥିଲ, କେମିତି ତୁମେ ନାଚୁଥିଲ, ଗାଉଥିଲ ଆଉ ଖୁସିରେ ହଜି ଯାଉଥିଲ । ଏଥର ବି ଦୁଇ ଭାଉଜ ତଳେ ହୋଲିର ଆନନ୍ଦ ଉଠୋଉଛନ୍ତି , ତାଙ୍କ ସହିତ ଆଖ ପାଖର ସମସ୍ତେ ଏମିତିକି ମୁଁ ବି ସେଠି ଖୁବ୍ ମଜା କରୁଚି , ହେଲେ ହଠାତ୍ ଦେଖିଲି ତୁମେ ଏ ଝରକା ଫାଙ୍କରେ ଥାଇ ବିଷାଦ ମୁହଁର ସହିତ ଏସବୁ ଦୂରରୁ ଦେଖି ଚାଲିଛ। ତୁମେ ତଳକୁ କାଇଁ ଆସୁନ ଯେ ?? । ଚାଲ ମୋ ସହିତ ଚାଲ ଆମେ ପୂର୍ବବର୍ଷ ପରି ଏଥର ବି ମଜା କରିବା ।


ଉତ୍ତରରେ ସାନ ବୋହୂ କୁହନ୍ତି , ଆରେ ବନ୍ଦନା ନା ଏବେ ମୋର ଏସବୁରେ ଇଚ୍ଛା ନାହିଁ । ମୁଁ ଏଇଠି ଠିକ୍ ଅଛି , ମତେ ତୁ ତୋ କଥା କହ , କେମିତି ଅଛୁ ?? ଚାକିରୀ ଜୀବନ ତୋର କେମିତି ଚାଲିଛି ଆଉ କେବେ ବାହାଘର ଖୁସି ଖବରଟା ଆମକୁ ଶୁଣେଇବା ପାଇଁ ଇଚ୍ଛା ଅଛି ?? । ପ୍ରତି- ଉତ୍ତରରେ ବନ୍ଦନା କୁହନ୍ତି , ହଁ ଭାଉଜ ଏତେ ବ୍ୟସ୍ତ କଣ ପାଇଁ ?? ଶୀଘ୍ର ଶୁଣେଇବା । ହେଲେ ତୁମେ କହିଲ ତମେ ଭଲ ଅଛ ତ?? ମତେ ତୁମ ମୁହଁରୁ ଲାଗୁନି ଯେ ତୁମେ ଖୁସିରେ ହସୁଛ ବୋଲି । ଏଇଟା ମତେ ତୁମର ଉପର ଦେଖାଣିଆ ପରି ଲାଗୁଚି । ଭାଉଜ ସତ କୁହ, ଯଦି ତୁମେ ସତରେ ମତେ କେବେ ନିଜର ବୋଲି ଭାବିଚ ତେବେ ତମକୁ ମୋ ରାଣ ମତେ କିଛି ବି ନ ଲୁଚେଇ ଯାହାବି ତୁମ ମନରେ ଅଛି ସବୁକିଛି ଖୋଲି କହିଦିଅ । ବହୁ ବାଧ୍ୟ ବଧକତା ପରେ ସାନ ବୋହୂ ନିଜକୁ ଆଉ ରୋକି ପାରି ନାହାଁନ୍ତି, ଶେଷରେ ମନର ଅକୁହା କଥା ଆଉ ବେଦନାକୁ ଧୀରେ ଧୀରେ ଆଖି ଲୁହ ସହିତ ନିଜ ଓଠର ଦୁଇପଦ କଥାରେ ପ୍ରକାଶ କରିଛନ୍ତି , ସେ କହିଛନ୍ତି ବନ୍ଦନା ଆଉ କି ଖୁସି ଦେଖିବି ?? ମୋର ତ ସବୁ ହସ ଖୁସି ଭଗବାନ୍ ମୋ ଠୁ ଛଡେଇ ନେଇଗଲେ । କେଜାଣି କୋଉ ଜନ୍ମରେ ବୋଧେ କିଛି ପୂଣ୍ୟ କର୍ମ କରିଥିଲି , ଯେଉଁଥିପାଇଁ ଏ ଜନ୍ମରେ ଏପରି ସୁନ୍ଦର୍ ବର ଏବଂ ଗୋଟେ ଭଲ ହସ ଖୁସିର ପରିବାରଟିଏ ପାଇଥିଲି । ହେଲେ ହଠାତ୍ ବୋଧେ ମୋ ଖୁସିରେ କାହାର ନଜର ଲାଗିଗଲା ।



ତୁ ତ ସବୁ ଜାଣିଚୁ , ୟାଙ୍କ ଦେହାନ୍ତ ପରେ ଆଉ କୋଉ ଖୁସି ବା ମୋ ପାଇଁ ବାକି ରହି ଯାଇଚି । ଯୁଆଡ଼େ ଯାଉଚି ନା ନା ପ୍ରକାର ତାନାମରା କଥାର ଶିକାର ହେଇ ଚାଲିଚି । ଏସବୁ ଭିତରେ ଖାଲି ନିଃଶ୍ୱାସଟା ଯାହା ଚାଲିଛି । ଏତିକି କହି କାନ୍ଦି ପକାଇଛନ୍ତି ବିରାଜ ବାବୁଙ୍କ ସାନ ବୋହୂ । ଶାନ୍ତ୍ବନା ଦେଇ ଆଲିଙ୍ଗନ କରି କିଛି ସମୟର ଦୁଃଖକୁ ପ୍ରାୟ ହରଣ କରି ନେଇଛନ୍ତି ବନ୍ଦନା , ଏବଂ କହିଛନ୍ତି , ଯାହା ହେବାର ଥିଲା ସେଇଟା ତ ହେଇ ସାରିଛି । ନିଅତିକୁ ବା କିଏ ରୋକି ପାରିବ ?? ହେଲେ ଯାହା ଘଟି ଯାଇଚି ତାକୁ ନେଇ ଆମ ବର୍ତ୍ତମାନ ଏବଂ ଆମର ଆଗାମୀ ଉଜ୍ଜ୍ୱଳ ଭବିଷ୍ୟତକୁ ତ ଆମେ ନଷ୍ଟ କରି ପାରିବା ନାହିଁ । ଆଜି ଗୋଟେ ଦିନରେ ସମସ୍ତେ ଖୁସିବାସୀରେ ଅଛନ୍ତି , କେହିବି ତ ସେଇ ପୂରୁଣା କଥାକୁ ନେଇ ଭାଙ୍ଗିପଡ଼ି ନାହାଁନ୍ତି । ତେବେ ତୁମେ କାହିଁକି ଏ ବନ୍ଦ୍ କକ୍ଷ ଭିତରେ ନିଜକୁ ବନ୍ଦୀ କରିଛ ?? ଅନ୍ତତଃ ଆଜି ନିଜକୁ ମୁକ୍ତ କର, ଏବଂ ଆସ ଆମ ସମସ୍ତଙ୍କ ସହିତ ଏକତ୍ର ହୋଲି ପର୍ବକୁ ଉପଭୋଗ କର ।



ଉତ୍ତରରେ ସାନବୋହୂ ଟିକେ କ୍ରୋଧର ସହିତ କୁହନ୍ତି , ତୁ ମୋ ଜଖମରେ କଣ ଲଙ୍କାଗୁଣ୍ଡର ଛିଟା ପକେଇବାକୁ ଆସିଚୁ ?? । ତତେ ଜଣା ଅଛି ମୁଁ ଗୋଟେ ବିଧବା , ମୁଁ ହୋଲିର ରଙ୍ଗରେ ରଙ୍ଗୀନ୍ ହେଇ ପାରିବି ନାହିଁ । ଏମିତି ହେଲେ ଏ ସମାଜ ମତେ କଣ କହିବ ?? ବିଧବା ମାନଙ୍କ ପାଇଁ ବହୁତ୍ କିଛି ଜିନିଷର ବାରଣ ରହିଥାଏ , ତୁ ବୋଧେ ସେସବୁ ବିଷୟରେ ଜାଣି ନାହୁଁ , ତେଣୁ ମୁଁ ତତେ କ୍ରୋଧରେ ସେମିତି ବେଶୀକିଛି କହୁନି । ତୁ ଯା, ସମସ୍ତଙ୍କ ସହିତ ତଳେ ଖୁସିମଜା କରିବୁ । ସବୁକିଛି ଶୁଣି ଉତ୍ତରରେ ବନ୍ଦନା କୁହନ୍ତି , ମୋ ଜାଣିବାରେ ରୀତିନୀତି ନିୟମ ସବୁ ଆମ ପୂର୍ବ ପୁରୁଷମାନେ ବନେଇଛନ୍ତି , ସେଥିରୁ ଯାହା ଯାହା ବାରଣ କରିବାରେ କାହାର ଆତ୍ମାକୁ କଷ୍ଟ ନ ମିଳେ , ସେପରି ନୀତି ନିୟମ ଗୁଡିକ ଏବେ ମଧ୍ୟ ସମସ୍ତେ ଆପଣେଇ ରଖିଛନ୍ତି । ହେଲେ କିଛି ନିୟମ ଯାହା ଆମ ମାଧ୍ୟମରେ ପରିବର୍ତ୍ତନ କରିବା ଦ୍ୱାରା ସମାଜ ତଥା ଲୋକଙ୍କର ହିତ ହେବ ତେବେ ଆମେ ସେଥିରୁ କେମିତି ଆଉ କାହିଁକି ପଛଘୁଞ୍ଚା ଦେବା ଯେ ?? । ହୋଲି ପରି ଏତେ ବଡ ପର୍ବରେ ଜାତି ଧର୍ମ ବର୍ଣ୍ଣ ତଥା ଉଚ୍ଚ ନୀଚ କୌଣସି ଭେଦଭାବ ନ ରଖି ଯଦି ସମସ୍ତେ ଏକାକାର ହେଇ ପାରିବେ ତେବେ ବିଧବା ମାନଙ୍କ ପାଇଁ ଏ ପର୍ବ ଟିକେ ଖୁସି କାହିଁକି ଆଣି ନ ପାରିବ?? । 

ତୁମେ ମୋ ସହିତ ତଳକୁ ଚାଲ ଆମେ ହୋଲି ଖେଳିବା , ପରିବର୍ତ୍ତନ ପ୍ରଥମେ ଜଣଙ୍କ ଠୁ ହିଁ ଆରମ୍ଭ ହେଇଥାଏ , ଆଉ ଆଜି ଏ ପରିବର୍ତ୍ତନ ମୁଁ ତୁମଠୁ ଆରମ୍ଭ କରିବାକୁ ଚାହୁଁଛି ଭାଉଜ , ମୋର ଆଶା ଏବଂ ବିଶ୍ଵାସ ଯେ ଏ ପରିବର୍ତ୍ତନ ସମସ୍ତଙ୍କ ପାଇଁ ଖୁସି ଆଣିବ । ତୁମେ ଆସ ଭାଉଜ ନିବେଦନ କରୁଚି ଆସ । ବହୁ ବାଧ୍ୟ ବଧକତାର ସହିତ ବୁଝାବୁଝି କରି ଯେତେବେଳେ ବନ୍ଦନା ତଳକୁ ନେଇ ଆସିଛନ୍ତି ସାନ ବୋହୂଙ୍କୁ , ଏବଂ ରଙ୍ଗର ପର୍ବକୁ ଉତ୍ସାହର ସହିତ ଉପଭୋଗ କରିବାକୁ ରଙ୍ଗ ବୋଳିଛନ୍ତି ସାନ ବୋହୂକୁ । ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ପାଖ ସ୍ତ୍ରୀ ଲୋକ ସହିତ ସେଇ ଘରର ବଡ଼ ଭାଉଜ ତଥା ବିରାଜ ବାବୁଙ୍କ ବଡ଼ ବୋହୂ ଆସି କୁହନ୍ତି , ବନ୍ଦନା ତୁ ଏ କଣ କରୁଚୁ ?? ସେ ଗୋଟେ ବିଧବା ତୁ ତାକୁ ଆମ ସହିତ ଏକାଠି ରଙ୍ଗ ଖେଳିବାକୁ ଡାକୁଚୁ ?? ତା' ପାଇଁ ଏ ରଙ୍ଗଖେଳ ମନା । 

ଉତ୍ତରରେ ବନ୍ଦନା କୁହନ୍ତି , ରଙ୍ଗ ଖେଳରେ ଯଦି ଜାତି ବର୍ଣ୍ଣ ଧର୍ମ ଉଚ୍ଚ ନୀଚର ଭେଦଭାବ ନାହିଁ , ତେବେ ମଣିଷର ଭେଦଭାବ କାହିଁକି ?? । ସେ ବି ତ ଜଣେ ମଣିଷ , ତାଙ୍କ ସହିତ ଯାହା ଘଟିଛି କାଲି କି କାଲି ବାକି କାହା ସହିତ ବି ଘଟି ପାରେ , ସେବେ କେମିତି ଲାଗିବ ଯେବେ , ଯାହା ବ୍ୟବହାର ମୋର ଏଇ ଭାଉଜଙ୍କ ସହିତ ହେଉଚି ସେଇଟା କାଲି କି କାଲି ଯଦି ସମସ୍ତଙ୍କ ସହିତ ହେବ ?? । ରଙ୍ଗ କେବଳ ଉପରୁ ଲଗେଇଲେ ହେବନି , ହୃଦୟ ସ୍ୱଚ୍ଛ ରଖି ପ୍ରେମର ରଙ୍ଗ ବି ବାଣ୍ଟିବା ଦରକାର୍ । କାହାର ଦୁଃଖରେ ତାକୁ ଏକା ଛାଡ଼ିଦେଇ ନୁହେଁ ବରଂ ତା ସହିତ ଏକତାର ହାତ ମିଶେଇ ଏ ପର୍ବରେ ରଙ୍ଗୀନ୍ ହେବା ଦରକାର୍ । ମାନୁଛି କିଛି ନୀତି ନିୟମ ଅନୁସାରେ ଆମକୁ ଚାଲିବାକୁ ପଡେ , ଏବଂ ତାକୁ ସମ୍ମାନ ମଧ୍ୟ ଦେବା କଥା , ହେଲେ ବେଳେବେଳେ ସମୟ ଆଉ ପରିସ୍ଥିତିକୁ ନେଇ ପରିବର୍ତ୍ତନ ମଧ୍ୟ ଆବଶ୍ୟକ ପଡିଥାଏ । କିଛି କିଛି ପରିବର୍ତ୍ତନ ଯାହାକି ଆମକୁ ନୂତନ ଶିକ୍ଷା ସହିତ ସମାଜକୁ କିଛି ନକରାତ୍ମକ ପ୍ରଭାବ ପକେଇ ନଥାଏ , ତଥା ଲୋକଙ୍କ ଓଠରେ ହସ ଫୁଟେଇ ଥାଏ , ସେପରି ପରିବର୍ତ୍ତନ ଘଟେଇବାରେ କ୍ଷତି ବା କଣ?? । 

ଯଦି ଗୋଟେ ନାରୀ ଚାଲିଯିବା ପରେ ବିବାହିତ ପୁରୁଷ ଜଣଙ୍କ ନିଜର ସ୍ଵେଚ୍ଛାକୃତ ଜୀବନ ଅତିବାହିତ କରି ପାରେ , ତେବେ ପୁରୁଷ ଚାଲିଯିବା ପରେ,ନାରୀ କାହିଁକି ନୁହେଁ ?? । କାଲି କି କାଲି ଏ ସଙ୍କଟ କାହା ସହିତ ବି ଘଟିପାରେ ତେବେ ଏପରି ବେଡି କାହିଁକି ଆମେ ରଖିବା ଯାହାକି ଆମକୁ ଆମର ଖୁସିଠୁ ବଞ୍ଚିତ କରିଥାଏ ??। ସେଠାକାର ଉପସ୍ଥିତ ସମସ୍ତେ ଯେମିତି ସ୍ତବ୍ଧ ଥିଲେ ବନ୍ଦନାର କଥାକୁ ନେଇ , ପ୍ରାୟ ନିଛକ ସତ କଥାଟି ଯାହାକି ସମସ୍ତଙ୍କ ମନକୁ ଛୁଇଁ ଥିଲା , ସମସ୍ତେ ସେଦିନ ସେଇ ଘରୁ ହିଁ ପ୍ରଥମେ ପରିବର୍ତ୍ତନକୁ ଆରମ୍ଭ କରିଥିଲେ । ପରେ ପରେ ସମସ୍ତ ଗ୍ରାମବାସୀ ଧୀରେ ଧୀରେ ବିଧବା ମହିଳାଙ୍କ ପ୍ରତି ଥିବା କିଛି କିଛି କଟୁ ନୀତି ନିୟମ ଗୁଡ଼ିକୁ ବଦଳେଇବାରେ ଲାଗିଥିଲେ । ଯାହା ସମସ୍ତଙ୍କ ମୁହଁରେ ହସ ଫୁଟାଇବାର କାରଣ ସାଜିଥିଲା । ଯେଉଁଥି ପାଇଁ ଶ୍ରେୟ କେବଳ ସେଇ ବନ୍ଦନାଙ୍କୁ ହିଁ ମିଳିଥିଲା , ଯିଏ କି ଗୋଟିଏରୁ ପ୍ରଥମେ ପରିବର୍ତ୍ତନ ଆରମ୍ଭ କରି ସମଗ୍ର ଗାଁକୁ ସକାରାତ୍ମକ ଦୃଷ୍ଟିକୋଣରୁ ବଦଳେଇ ଦେଇଥିଲେ । 



        



Rate this content
Log in

Similar oriya story from Abstract