Jyotirmayee Panda

Romance

3  

Jyotirmayee Panda

Romance

ସଂପର୍କ ନୁହେଁ ଖେଳଘର (ଭାଗ -୪୯)

ସଂପର୍କ ନୁହେଁ ଖେଳଘର (ଭାଗ -୪୯)

2 mins
197


ଅବଶ୍ୟ ତାଙ୍କୁ ଗୋଟେ କଥା ବୋଝ ଲାଗୁଥିଲା କି ହୁଏତ ତାଙ୍କ ବନ୍ଧୁତା ଭାଙ୍ଗିଯିବ । ହେଲେ ଏମିତିରେ ଦେଖିବାକୁ ଗଲେ ଯଦି ସିଏ କହିବା ପରେ କୌଣସି ଅସୁବିଧା ଉପୁଜି ଥାଆନ୍ତା ତେବେ ସେଇଟା କଥା ସମ୍ପୂର୍ଣ୍ଣ ଅଲଗା ଥାଆନ୍ତା । କିନ୍ତୁ କିଛି ନ ଜଣେଇ ନିଜ ଜିଦିରେ ଅଟଳ ରହିବାର ନିଷ୍ପତ୍ତିଟା ତାଙ୍କୁ ସମ୍ପୂର୍ଣ୍ଣ ରୂପରେ ଦୋଷାରୋପ କରି ଛିଡ଼ା କରେଇ ଦେଲା । 


ଆଉ ଗୋଟେ ପ୍ରଶ୍ନ ତାଙ୍କ ମନକୁ ଉଙ୍କି ମାରିଥିଲା ସତ, ଯାହା ଥିଲା ଅନାଥ ପିଲାଟାକୁ ବିବାହ କଲେ ମୋ ଝିଅର କିଛି ଅସୁବିଧା ହେବନି ତ, ସେଠି ଆଗକୁ ପଛକୁ କେହି ନଥିବେ । କିନ୍ତୁ ମୋର ହୁଏତ ଏମିତି ଭାବିବାର ଥିଲା କି ଯଦି ବନ୍ଦନା ନିଜର ମା' କୁ ପିଲାବେଳୁ ହରେଇବା ପରେ ବି ମୁଁ ତାକୁ କେବେ ବି ମା' ର କମି ଅନୁଭବ କରିବାକୁ ଦେଇନି । କାରଣ ହେଉଛି କେବଳ ମୋର ଭଲପାଇବା ଯାହାକି ତାକୁ କେବେ ବି ଏକା ଅନୁଭବ କରିବାର ସୁଯୋଗ ତିଆରି କରିନି । ତେବେ କେମିତି ବିକାଶଙ୍କୁ ବିବାହ କରିଲେ ମୋ ଝିଅ ଦୁଃଖରେ ରହିବ ??। ଏମିତି ବି ତ ହେଇପାରେ, ଯେହେତୁ ସେ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣି ନେଇ ସାରିଲେଣି । ତେଣୁ ତାଙ୍କର ଭଲପାଇବା, ଉଚିତ୍ ବୁଝାମଣା ପାଇଁ ତାଙ୍କ ସଂପର୍କ ଗଭୀର ହେଇ ଉଠିବ । ଏବଂ ସେ ଦୁହେଁ ବହୁତ ଖୁସିରେ ରହିବେ । ଏଇଟା ମୋର ସେ ସମୟରେ ଭାବିବାର ଥିଲା, କିନ୍ତୁ ମୁଁ ମୋର କଥାକୁ ନେଇକି ଏତେ ଶକ୍ତ ବ୍ୟବହାର ରେ ରହିଲି ଯେ, ସେ ବିଚାରି ନା ତ କିଛି କହି ପାରିଲା, ନା ସେ ଅନାଥ ପିଲାଟାକୁ ଛାଡ଼ିବା କଥା ଭାବି ପାରିଲା । ସେଥିପାଇଁ ସେ ବାଧ୍ୟ ହେଇ ଏମିତି ଗୋଟେ ନିଷ୍ପତ୍ତିରେ ପହଞ୍ଚିଥିଲା । 



ଯାହା ଘଟିବାର କଥା ତ ଘଟି ଯାଇଛି, ଏବେ ଏତେ ଅଭିମାନ କରି କିଛି ବି ଲାଭ ନାହିଁ । ମତେ ସବୁକିଛିକୁ ଭୁଲିଯାଇ ସ୍ୱରାଜ କହିଲା ପରି ପୁଣିଥରେ ବନ୍ଦନାକୁ ଆପଣେଇ ନେବାକୁ ପଡ଼ିବ । ତେବେ ଯାଇ ମୁଁ କରିଥିବା ଭୁଲ୍ ର କିଛିଟା ପ୍ରାୟଶ୍ଚିତ ହୋଇ ପାରିବ । ଏପଟେ ସମସ୍ତେ ତ ରାଜି ହୋଇ ଗଲେଣି ସେ ସମ୍ପର୍କକୁ ସ୍ୱୀକାର କରିବା ପାଇଁ ତେବେ ମୋର ଆଉ ଚିନ୍ତା କ'ଣ ଯେ ?? ।



କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in

Similar oriya story from Romance