STORYMIRROR

Jyotirmayee Panda

Romance

3  

Jyotirmayee Panda

Romance

ସଂପର୍କ ନୁହେଁ ଖେଳଘର (ଭାଗ -୪୪)

ସଂପର୍କ ନୁହେଁ ଖେଳଘର (ଭାଗ -୪୪)

2 mins
118

ବାଃ ବାଃ କି ଚମତ୍କାର ଅଭିନୟ କରୁଥିଲେ ବନ୍ଦନା, ହେଲେ ଆମ ସହିତ ଯାହା କଲେ କଲେ, ଶେଷରେ ନିଜ ବାପାଙ୍କ ସହିତ ବି ଖେଳିଗଲେ । ତାଙ୍କ ମୁହଁରୁ ତ ଜଣାଯାଏ ଯେମିତି ସେ ଅତି ନିରୀହ ହେଲେ ତାଙ୍କ ମନ ଯେ ଏତେ ଖଳ ପ୍ରକୃତିର ସେଇଟା ଏ କାର୍ଯ୍ୟରୁ ଯାହା ଜଣା ପଡ଼ୁଛି । କିନ୍ତୁ ଏମିତିରେ ଦେଖିବାକୁ ଗଲେ ତାଙ୍କୁ ଏକା ଦୋଷ ଦେଇ ହେବନି । ଦୋଷ ତ ରାୟ ଅଙ୍କଲଙ୍କର ବି କାରଣ ବନ୍ଦନା ତ ନିଜର ଭଲପାଇବାକୁ ପ୍ରକାଶ କରିଥିଲେ, ଅଥଚ ତାଙ୍କୁ ଯେହେତୁ ଆଶା ମୁତାବକ ଫଳ ମିଳିନଥିଲା ସେଥିପାଇଁ ହୁଏତ ସେ ଏ ପଦକ୍ଷେପ ନେବାକୁ ବାଧ୍ୟ ହେଇଥିବେ । 


ଯାହା ହେବା କଥା ତ ଘଟି ଯାଇଛି, ଏବେ ମୋର କର୍ତ୍ତବ୍ୟ ମୁଁ ରାୟ ଅଙ୍କଲଙ୍କୁ ସାନ୍ତ୍ୱନା ଜଣେଇବି ଏବଂ ମୋ ପରିବାର ପାଇଁ ସାହସ ଦେଖେଇ ଛିଡ଼ା ହେବି । ତେବେ ପ୍ରଥମେ ଅଙ୍କଲଙ୍କୁ ବୁଝେଇ ଦିଏ । ଏତିକି ଚିନ୍ତାକରି ସ୍ଵରାଜ କହିଛନ୍ତି, ଦେଖନ୍ତୁ ଅଙ୍କଲ୍ ଯଦି ବନ୍ଦନାଙ୍କ ମନରେ ମୁଁ ନଥିଲି, ତେବେ ବନ୍ଦନା କେବେ ବି ମୋ ସହିତ ଖୁସିରେ ସଂସାର କରି ପାରି ନଥାନ୍ତେ । ବରଂ ସିଏ ସବୁବେଳେ ନିଜ ମନରେ ଗୋଟେ ବୋଝ ଧରି ଚାଲୁ ଥାଆନ୍ତେ, କିନ୍ତୁ ଆପଣ ନିଜେ କୁହନ୍ତୁ କ'ଣ ବୋଝ ଭାବିକି ଗୋଟେ ସଂପର୍କକୁ ମୁଣ୍ଡେଇ ଆଗକୁ ବଢ଼ିବା ସହଜ ହୁଏ କି ?? ନୁହେଁ ନା, ଯାହାର ଫଳସ୍ୱରୂପ କେବେବି ଆମର ସଂପର୍କ ମଜବୁତ୍ ହେଇ ପାରି ନଥାନ୍ତା । ସବୁବେଳେ କେବଳ ହୁଗୁଳା ହୁଗୁଳାରେ ଚାଲିଥାନ୍ତା, ଯୋଉଟା କି ଭବିଷ୍ୟତରେ ଆମ ଉଭୟ ପରିବାରକୁ କିଛି ନା କିଛି ଅସୁବିଧାରେ ପକେଇ ଥାଆନ୍ତା । 



ତେବେ ଈଶ୍ୱର ଯାହା କରିଛନ୍ତି ମଙ୍ଗଳ କରିଛନ୍ତି, ଆଉ ଆପଣ କିଛି ଚିନ୍ତା କରନ୍ତୁ ନାହିଁ । ସମସ୍ତେ ନିଜ ନିଜ ଜାଗାରେ ଠିକ୍ ଅଛନ୍ତି, ଆପଣ କାହିଁକି ଭାବୁଛନ୍ତି ଯେ ଏ ଛୋଟ କଥାରେ ମୋ ବାପାଙ୍କର ଏବଂ ଆପଣଙ୍କର ବନ୍ଧୁତାରେ ପୂର୍ଣ୍ଣଛେଦ ପଡ଼ିଯିବ । ସେମିତି କେବେ ବି ହେବନି, ଆପଣ ଦୁହିଁଙ୍କର ବନ୍ଧୁତା ଅମର, ନିଃସ୍ଵାର୍ଥପର ତେବେ ଏଥିରେ ତିକ୍ତତାର କୌଣସି ସ୍ଥାନ ନାହିଁ । 



କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in

Similar oriya story from Romance