STORYMIRROR

Jyotirmayee Panda

Romance

3  

Jyotirmayee Panda

Romance

ସଂପର୍କ ନୁହେଁ ଖେଳଘର (ଭାଗ -୪୨)

ସଂପର୍କ ନୁହେଁ ଖେଳଘର (ଭାଗ -୪୨)

2 mins
167

ଯେହେତୁ ମୁଁ ବାପା ତେଣୁ ମତେ ମୋ ଝିଅର ସବୁ ଭଲ ମନ୍ଦ କଥା ଜଣା ଅଛି, ଅଭାବ ଅନଟନକୁ ନେଇକି ଚଳିବା ଝିଅ ସିଏ ନୁହେଁ । ସିଏ କେବେ ବି ଖୁସି ମଉଜ୍ ମଜଲିସ୍ ଛାଡ଼ି ରହି ପାରିବ ନାହିଁ, ଏଇଠି ଯେହେତୁ ବଡ଼ ଦୁଇ ଲୋକଙ୍କର ହାତ ରହିବା ସହିତ ମୁଁ ବଂଚି ରହିଥିବା ପର୍ୟ୍ୟନ୍ତ ମୋର ମଧ୍ୟ ହାତ ରହୁଛି ତେଣୁ ଗୋଟେ ଦୃଷ୍ଟିରୁ ମୁଁ ନିଶ୍ଚିନ୍ତ ଯେ ସିଏ ଭଲରେ ରହିବ, ଯଦି ତମ ଦୁଇ ଜଣଙ୍କ ଭିତରେ କିଛି ଭୁଲ ବୁଝାମଣା ହୁଏ ତେବେ ତାକୁ ମୋ ବନ୍ଧୁପତ୍ନୀ ଏବଂ ବନ୍ଧୁ ଉଭୟ ସମାଧାନ କରିଦେବେ, ହେଲେ ସଂପର୍କ ଭାଙ୍ଗିବାକୁ ଦେବେନି । କିନ୍ତୁ ସେଠି ସେ ଏକା କେହି ନାହାଁନ୍ତି, ସେ ପୁଅ ପ୍ରକୃତରେ କେମିତି କିଛି ଜଣା ନାହିଁ । ବନ୍ଦନା ମୋର ଭଲ ଝିଅ ହେଲେ ବି କିଛି କିଛି ଗୁଣ ତା'ର ବି ଖରାପ ରହୁଛି ଯୋଉଟାକୁ ମୁଁ ଲୁଚେଇବି ବା କାହିଁକି, ବାପା ହିସାବରେ ମୋର ଖାଲି ଏତିକି ଇଚ୍ଛା ମୋ ଝିଅ ଭଲରେ ରହୁ କିନ୍ତୁ ମୁଁ ସେ ବିକାଶ ପାଖରେ ମୋ ଝିଅର ଖୁସି କାହିଁକି କେଜାଣି ଦେଖି ପାରୁନି । 


ସେ ଦୁଇଜଣ ଉଭୟ ଉଭୟଙ୍କୁ କେତେ ଭଲ ପାଆନ୍ତି ସେଇଟା ତ ମୁଁ କହି ପାରିବିନି, କିନ୍ତୁ ସାରା ଜୀଵନ ଏକାଠି ରହିବା ପାଇଁ ଯେ କେବଳ ଭଲ ପାଇବା ଥିଲେ ହେବ ସେଇଟା ନିରାଟ ସତ ନୁହେଁ । ଏକାଠି ରହିବା ପାଇଁ ବୁଝାମଣା ବି ଦରକାର୍, ମୋ ଝିଅ ବହୁତ୍ ଜିଦଖୋର୍ ପ୍ରକୃତିର ତା' ପାଇଁ ତା' ଖୁସିକୁ ମାରିବାଟା ଭାରି କଷ୍ଟ, ଏମିତି ପୁଣି ତା'ର କ୍ଳବ୍, ପାର୍ଟି ଯୋଉ ବନ୍ଧୁ ମିଳନରେ ରୁଚି ଯାହା ତମେ ଜାଣିଛ ସେଇଟା ସେ ପୁଅକୁ ଜ୍ଞାତ ଅଛି କି ନାହିଁ ଜଣା ନାହିଁ । ବାକି ସିଏ ଏସବୁକୁ କେମିତି ଗ୍ରହଣ କରିବ ସେଇଟା ବି ଜଣାନାହିଁ । ମୋ ଝିଅ ଅବଶ୍ୟ ରୋକ୍ ଠୋକ୍ କଥା କହେ ଯେହେତୁ, ହୁଏତ ସିଏ କହିଥିବ । କିନ୍ତୁ ବିବାହ ପରେ ଏ ବିଷୟକୁ ନେଇକି ଯେ ତାଙ୍କର ଝଗଡା ସୃଷ୍ଟି ହେବନି ତା'ର କିଛି ବି ଠିକ୍ ଠିକଣା ନାହିଁ । 



ସେଥି ପାଇଁ ମୁଁ ବହୁତ୍ ଚିନ୍ତିତ, ମୋର ଇଚ୍ଛା ନୁହେଁ ସେ ବିକାଶ ସହିତ ବିବାହ ବନ୍ଧନରେ ରହୁ । 



କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in

Similar oriya story from Romance