ସଂପର୍କ ନୁହେଁ ଖେଳଘର (ଭାଗ -୨୬)
ସଂପର୍କ ନୁହେଁ ଖେଳଘର (ଭାଗ -୨୬)
ଗାଡ଼ିରେ ବସି ବାହାରିଥିଲେ କିଣା କିଣି ପାଇଁ ମା' ପୁଅ ଏବଂ ବନ୍ଦନା । ଗାଡ଼ି ଚଳାଇଥିଲେ ସ୍ଵରାଜ, ପୁଅ ବୋହୂ ଦୁହେଁ ଦୁହିଁଙ୍କୁ ଟିକେ ଜାଣିବେ ଏବଂ ବୁଝିବେ ବୋଲି ବାହାନା କରି ଅଣ୍ଟା ପେନ୍ ପାଇଁ ପଛ ସିଟକୁ ହାତେଇ ବସିଥିଲେ ମା' ଆଉ ପାଖ ସିଟରେ ବସିଥିଲେ ବନ୍ଦନା । ଜାଣିଶୁଣି ମା' ଅଣଦେଖା କରିଥିଲେ, ଫୋନରେ ଗୀତ ବଜେଇ କାନରେ ଇଅର୍ ଫୋନ୍ ଦେଇ ଆଖିବୁଜି ସିଟରେ ଡେରି ହୋଇ ଶୋଇପଡ଼ିଥିଲେ ଏବଂ କହିଥିଲେ କିଣାକିଣିର ସ୍ଥାନ ହେଇଗଲେ ମତେ ଜଣେଇବ ।
ଏଇଟା ଦେଖି ବନ୍ଦନା ସବୁ ଠିକ୍ ବୁଝି ପାରୁଥିଲେ, ବାସ୍ ନିଜର ଅଭିନୟକୁ ଜାବୁଡ଼ି ରଖିବା ସହିତ ଏପଟକୁ ମଧ୍ୟ ଟିକେ ଦେଖୁଥିଲେ, ସେ ଦେଖୁଥିଲେ ଯେମିତି ତାଙ୍କୁ କେହି ଟିକେ ବି ସନ୍ଦେହ ନ କରନ୍ତୁ, ଏବଂ ଏଇଟା ବି ଦେଖୁଥିଲେ ଯେମିତି କିଛି ନା କିଛି ଗୋଟେ ବାହାନାରେ ସେ ଯେମିତି ବିକାଶଙ୍କ ସହିତ କଥା ହେଇ ପାରିବେ । ସେଥିପାଇଁ ସେ ସ୍ୱରାଜଙ୍କ ସହିତ ବେଶ୍ ଭଲ ଭାବରେ ମିଶି ଯାଉଥିଲେ । ଗୋଟେ ଭଲ ବନ୍ଧୁ ପରିକା ତାଙ୍କ ଭଲ ମନ୍ଦ ସବୁ ଉଭୟ ଉଭୟଙ୍କୁ କହିବାରେ ଲାଗିଥିଲେ । ଯାହା ପଛରେ ଥିବା ମା' ନିଜ ଗୀତର ସାଉଣ୍ଡ କମେଇକି ଶୁଣିଥିଲେ ଏବଂ ମନେ ମନେ ବହୁତ ଖୁସି ହେଇଥିଲେ । ସେ ଭାବିଲେ ଯାହା ହେଉ ଉଭୟ ଉଭୟଙ୍କ ପାଇଁ ଭଲ ଚିନ୍ତାଧାରା ରଖୁଛନ୍ତି ତେବେ ଏମାନେ ଭବିଷ୍ୟତରେ ନିବିଡ଼ ବନ୍ଧନରେ ରହିପାରିବେ ଜଣା ପଡ଼ୁଛି, ତେବେ ଯେଉଁଟା ଆମର ଦରକାର ଥିଲା ସେଇଟା ମୁଁ ଏବେ ଜାଣି ପାରିଛି ।
ନହେଲେ ଆଜି କାଲିର ପିଲାମାନେ ତ ସମ୍ପର୍କକୁ ଖେଳଘର ଭାବି ନେଲେଣି, ଗଢିବାର କିଛି ବର୍ଷ ପରେ ଭାଙ୍ଗିବାକୁ କେମିତି ଏତେ ଖୁସିରେ ରାଜି ହେଇଯାଉଛନ୍ତି କେଜାଣି । ତେବେ ସେ ଯାହା ହେଉ ଏମାନଙ୍କ କଥାରୁ ଲାଗୁଚି, ମୁଁ ଯାହା ଏତିକି ଭିତରେ ବୁଝି ପାରିଛି ଉଭୟ ଉଭୟଙ୍କୁ ବୁଝିବେ, ବାକି ଆମେ ତ ବୁଢ଼ା ବୁଢ଼ୀ ଅଛୁ ନା, ଯଦି କିଛି କୋଉଠି ଅସୁବିଧା ହୁଏ ତେବେ ଆମେ ଶାସନ କରି ସଜାଡି ଦେବୁ । ଏପଟେ ସ୍ଵରାଜ ଭାବୁଥାନ୍ତି, ଯେମିତି ଖୋଜୁଥିଲି ବହୁତ୍ ବେଶୀ ପାଇଛି ସବୁ ଭଗବାନଙ୍କ ଆଶୀର୍ବାଦ, ତାଙ୍କ ବିନା ତ ଗଛର ପତ୍ର ବି ହଲିବା ଅସମ୍ଭବ ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

