ସଂପର୍କ ନୁହେଁ ଖେଳଘର (ଭାଗ -୨୧)
ସଂପର୍କ ନୁହେଁ ଖେଳଘର (ଭାଗ -୨୧)
ଏତିକି ଶୁଣି ଅଳ୍ପ ହସି ବନ୍ଦନା କହିଛନ୍ତି ମୋର କିଛି ବି ହେଇନି, ମତେ ତ ଆପଣ ଠିକ୍ ସମୟରେ ଧରିନେଇଛନ୍ତି, ସେଥିପାଇଁ ଧନ୍ୟବାଦ୍ । ହେଲେ ଏବେ ଚାଲନ୍ତୁ ମୋ ଫୋନକୁ ଟିକେ ଦେଖିବାକୁ ତଳକୁ ଯିବା କାରଣ ସେଥିରେ ମୋର ଅଫିସର ବହୁତ୍ ଜରୁରୀ ଡକ୍ୟୁମେଣ୍ଟ ଅଛି, ଯେଉଁଟା ହଜିଯିବା ମୋ ପାଇଁ ବେଶୀ ବିପଦଜନକ ରହିବ ।
ପରେ ପରେ ଉଭୟ ତଳକୁ ଯାଇଥିଲେ ଏବଂ ବନ୍ଦନାଙ୍କୁ ଚିତ୍କାର ଶୁଣି କ'ଣ ହେଲା ବୋଲି ବାପା ରାୟ ବାବୁ ପ୍ରଶ୍ନ କରିଥିଲେ, ଉତ୍ତରରେ ବନ୍ଦନା କହିଥିଲେ, କିଛି ନାହିଁ ବାପା ସାମାନ୍ୟ ଅସାବଧାନତା ପାଇଁ ଫୋନଟି ହାତରୁ ପଡ଼ିଗଲା । ରାୟ ବାବୁ ଏକଥା ଶୁଣି ପୁନଃ ପ୍ରଶ୍ନ କରିଛନ୍ତି, ତୋର କିଛି ହେଇନି ତ ମା', ଉତ୍ତରରେ ବନ୍ଦନା କହିଛନ୍ତି ନା ବାପା ମୋର କିଛି ବି ହେଇନି ମୋର ଗୋଡ଼ ସ୍ଲିପ୍ କରିବା ମାତ୍ରେ ମତେ ସ୍ଵରାଜ ଧରିନେଇଛନ୍ତି, ଯେଉଁଥିପାଇଁ ମୁଁ ସୁରକ୍ଷିତ ଅଛି କିନ୍ତୁ ଫୋନଟି ପୁରା ତଳେ ପଡି ଯାଇଚି, ଆମେ ଯାଉଛୁ ଫୋନର ଅବସ୍ଥା ଏବେ କଣ ଦେଖିବାକୁ ।
ରାୟ ବାବୁ ହସି କହିଛନ୍ତି, ମା' ରେ ତୋଠୁ କୋଉ ଫୋନ୍ ମୋ ପାଇଁ ବଡ଼ ନୁହେଁ, ଛାଡେ ଯଦି କିଛି ହେଇଥିବ, ଏବେ ତ ବହୁତ୍ କିଛି କିଣିବାର ଅଛି, ତା ଭିତରେ ତୁ ତୋ ଫୋନ୍ ଯାଇକି ନେଇ ଆସିବୁ । ଏକଥା ଶୁଣି ବନ୍ଦନା ଭାବୁଛନ୍ତି, ଏତେ ବ୍ୟସ୍ତ ଭିତରେ ଗୋଟେ ଛୋଟ ମେସେଜଟିଏ ବି ମୁଁ ବିକାଶଙ୍କୁ କରି ପାରିଲି ନାହିଁ । ଉପରେ ପୁଣି ଫୋନ୍ ପଡ଼ିଗଲା, ହେ ଭଗବାନ୍ ଫୋନ୍ ଯେମିତି ଠିକ୍ ଠାକ୍ ଥାଉ । ନହେଲେ ତାଙ୍କୁ କିଛି ବି ଜଣେଇବାଟା ମୋ ପକ୍ଷରେ ଅସମ୍ଭବ ହେଇଯିବ ।
ପରେ ବନ୍ଦନା ହଉ କହିକି ତଳକୁ ଚାଲିଗଲେ, କାରଣ ବନ୍ଦନା ଯାଉଥିଲେ ଉପରକୁ ସ୍ଵରାଜଙ୍କୁ ନେଇକି, ମଝି ଫ୍ଲୋରରେ ବାପା ରାୟ ବାବୁ ଏବଂ ବନ୍ଧୁ, ବନ୍ଧୁପତ୍ନୀଙ୍କ ସଙ୍ଗମ, ଆଉ ଫୋନ୍ ଗଡି ଗଡି ପଡ଼ିଥିଲା ତଳ ଫ୍ଲୋରରେ । ତ ସ୍ୱାଭାବିକ କଥା ଥିଲା କି ଫୋନର ଅବସ୍ଥା ଜମା ବି ଠିକ୍ ନଥିବ କାରଣ 3rd ଫ୍ଲୋରରୁ ପଡ଼ିଥିବା ଫୋନ୍ ଯେ ଆଉ ସଚଳ ଥିବ ସେଇଟା ଗୋଟେ ଚମତ୍କାର ଛଡ଼ା ଆଉ କିଛି ହେଇ ପାରେନି। ତଥାପି ଗୋଟେ ଆଶାରେ ବନ୍ଦନା ଆଗେଇ ଗଲେ ଭଗବାନଙ୍କ ନାମକୁ ନେଇକି।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

