ସଂପର୍କ ନୁହେଁ ଖେଳଘର (ଭାଗ -୧୯)
ସଂପର୍କ ନୁହେଁ ଖେଳଘର (ଭାଗ -୧୯)
ବନ୍ଦନାଙ୍କୁ ଦେଖି ସେଠି ସବୁ ଖୁସି ହୁଅନ୍ତି, ଏପଟେ ସ୍ୱରାଜଙ୍କ ମନରେ ପ୍ରେମର ଉଚ୍ଛୁଳା ଜୁଆର ଯେମିତି ମାଡ଼ି ଆସେ, ହେଲେ ବନ୍ଦନା ସେଠି ଟିକେ ବି ସ୍ୱରାଜଙ୍କୁ ଦେଖୁ ନଥିଲେ, ଯାହା ପର ମୁହୂର୍ତ୍ତରେ ତାଙ୍କର ଲାଜ ବୋଲି ସମସ୍ତଙ୍କ ନଜରରେ ବ୍ୟାଖ୍ୟା କରାଯାଇଥିଲା, କିନ୍ତୁ ପ୍ରକୃତରେ ସେ ତାଙ୍କ ମନର ପ୍ରଶ୍ନ ପାଇଁ ଏବଂ ସେପଟରେ ଯିବାର ସମୟକୁ ନେଇକି ବହୁତ୍ ଚିନ୍ତିତ ଥିଲେ, ତାଙ୍କ ମନରେ ପ୍ରଶ୍ନ ଥିଲା ହଠାତ୍ କାହାକୁ କିଛି ନ କହିକି ଏମିତି କେମିତି ସ୍ୱରାଜଙ୍କ ପରିବାର ବିବହାର ଏତେ ପୂର୍ବରୁ କେମିତି ଆସିଗଲେ ଯେ, ପୁଣି ସେଦିନ ଯେଉଁଦିନ କି ମୁଁ ବିକାଶଙ୍କ ସହିତ ଯିବା ପାଇଁ ବାହାରିଛି, ତାଙ୍କୁ ଗୋଟେ ଜିନିଷ ବେଶୀ ଚିନ୍ତିତ କରିଦେଇଥିଲା, ସେଇଟା ହେଉଛି, ଏମାନଙ୍କ ଆସିବା ପାଇଁ ମୋର ଯିବାରେ କିଛି ଅସୁବିଧା ସୃଷ୍ଟି ହେବନି ତ ।
ଯଦି ସେମିତି ହୁଏ ତେବେ ବିକାଶ ସେପଟେ ମତେ ନ ପାଇକି ବ୍ୟସ୍ତ ହେଇଯିବେ ଯେ, ଏମିତି ଭାବିବା ଭିତରେ ଉଭୟ ବନ୍ଧୁ କଥାରେ ମଜିଗଲେ ଏବଂ ଦୁଇ ପିଲାଙ୍କୁ ଏକାଠି କିଛି ସମୟ କଥାହେଇ ଉଭୟ ଉଭୟଙ୍କୁ ଜାଣିବା ପାଇଁ କହିଥିଲେ । ଏ ଭିତରେ ଚିନ୍ତାରେ ଥିବା ବନ୍ଦନା ବାହାନା ଦେଖେଇ ଅଫିସ୍ ସମୟ ପାଇଁ ଡେରି ହେଇଯାଉଚି କହିଥିଲେ, କିନ୍ତୁ ବାଧ୍ୟ ବାଧକରେ ବାପା ରାୟ ବାବୁ ତାଙ୍କୁ ଅଟକାଇ ଦେଇଥିଲେ ।
ରାୟ ବାବୁ କହିଥିଲେ ଆଜି ଘରେ ଏତେ ଦିନ ପରେ ମୋର ବନ୍ଧୁଙ୍କ ପରିବାର ଆସିଛି ପୁଣି ନୂତନ ପରିଚୟ ନେଇକି, ତୋର ଯିଏକି ଏବେ ଭାବି ଶାଶୁ, ଶଶୁର ଆସିଛନ୍ତି, ତୁ ତାଙ୍କୁ ଟିକେ ସମୟ ଦେ, ବାକି ରହିଲା ତୋ ଅଫିସ୍ କଥା ଯେତେ ଜଲଦି ପାରୁଚୁ ଜଣେଇ ଦେ ତୋ ବିବାହ ବିଷୟରେ ଯାହା ଫଳରେ ତତେ ସେପଟ ବ୍ରାଞ୍ଚକୁ ଟ୍ରାନସ୍ଫର୍ ପାଇଁ ସୁବିଧା ହେବ, ବୁଝିଲୁରେ ମା' । ଏତିକି କହିବା ପରେ, ସେସବୁକୁ ଶୁଣି ବନ୍ଦନା କିଛି ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଉଥିବା ସମୟରେ ବନ୍ଦନାଙ୍କ ଉତ୍ତରକୁ ପ୍ରତ୍ୟାଖାନ କରି ରାୟ ବାବୁ ନିଜର ମତକୁ ପ୍ରାଧାନ୍ୟ ଦେଇ ଉପରେ ଯାଇ କଥା ହେବାକୁ ଉଭୟ ପିଲାଙ୍କୁ ସ୍ଵୀକୃତି ଦେଇଥିଲେ ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

