ସଂପର୍କ ନୁହେଁ ଖେଳଘର (ଭାଗ -୧୭)
ସଂପର୍କ ନୁହେଁ ଖେଳଘର (ଭାଗ -୧୭)
ଏକଥା ଶୁଣି ରାୟ ବାବୁ ବନ୍ଧୁଙ୍କୁ କହିଛନ୍ତି, ଭଲ ସଂସ୍କାର ଦେଇଚୁରେ ତୋ ପୁଅକୁ, ବହୁତ୍ ଖୁସି ଲାଗିଲା ଏମିତି ଚିନ୍ତାଧାରାର କେହି ମୋର ଜ୍ବାଇଁ ହେବାକୁ ଯାଉଚି, ଓଃ ମୁଁ ନିଜ ପାଇଁ ଗର୍ବ ଅନୁଭବ କରୁଛି ଏବେ । ଏତିକି ଶୁଣି ରାୟ ବାବୁଙ୍କ ବନ୍ଧୁ ଉତ୍ତର ଦେଇଛନ୍ତି, ନା ସେମିତି କିଛି ନୁହେଁ, ସବୁ ଭଗବାନଙ୍କ ଆଶୀର୍ବାଦ, ଆମେ ତ ନିମିତ୍ତ ମାତ୍ର ଯାହା ତାଙ୍କର ଲୀଳା ।
ହେଲେ ତୁ ବି ତ କିଛି କମ୍ ସଂସ୍କାର ଦେଇ ନଥିବୁ ତୋ ଝିଅକୁ, କାଇଁ ମୋ ବୋହୂ କାଇଁ ଯେ, ଆସିବା ସମୟରୁ କାଇଁ ଦେଖିତ ପାରୁନି, ଉତ୍ତରରେ ରାୟ ବାବୁ କହିଛନ୍ତି, ମା ଛେଉଣ୍ଡ ଝିଅକୁ କଣ ବା ମୁଁ ସଂସ୍କାର ଦେଇ ପାରିବି, ତଥାପି ଏତିକି କହିବି ଝିଅ ମୋର ବହୁତ୍ ଦୁଃଖର ସୁଖର, ବାକି ଯାହା ଶିଖିବା କଥା ବନ୍ଧୁପତ୍ନୀ ତାଙ୍କୁ ଠିକ୍ ଭାବରେ ବୁଝେଇ ସୁଝେଇ ଶିଖେଇ ଦେବେ ସେଇଟା ମୁଁ ଜାଣିଛି ଏବଂ ସେଥିପ୍ରତି ମୁଁ ନିର୍ଦ୍ଵନ୍ଦରେ ଅଛି । ଏକଥା ଶୁଣି ରାୟ ବାବୁଙ୍କ ବନ୍ଧୁପତ୍ନୀ ଏବଂ ତାଙ୍କ ବନ୍ଧୁ ହସିବାରେ ଲାଗିଲେ ଏବଂ କହିଲେ ଏବେ ଆମ ବୋହୂକୁ ଡାକରା ହେଉ ।
ଏତିକି ଶୁଣି ସ୍ୱରାଜ ମଧ୍ୟ ଚାତକର ସହିତ ଅପେକ୍ଷା କରୁଥିଲେ, ପ୍ରଥମଥର ପାଇଁ ବନ୍ଦନାଙ୍କୁ ଦେଖିବା ଆଶାରେ, ରାୟ ବାବୁଙ୍କ ନଜରରେ ଏଇଟା ପଡ଼ିଗଲା କି ବନ୍ଦନାଙ୍କୁ ଡାକିବା କଥାକୁ ନେଇ ସ୍ୱରାଜ ନିଜର ଆଖି ଏପଟ ସେପଟ ବୁଲାଇ ଯେମିତି କାହାକୁ ଖୋଜୁଛନ୍ତି, ଏଇଟା ଦେଖିବା ପରେ ସେ ସ୍ୱରାଜକୁ କହିଥିଲେ ଆରେ ବାପା କଥା କଣ ବିଦେଶରେ ରହୁଥିଲୁ, ତୁ ଏ ବିବାହ ପାଇଁ ସ୍ଵଇଚ୍ଛାରେ ଖୁସି ତ, ତତେ କେହି ବାଧ୍ୟ ବାଧକରେ ରଖି ନାହାଁନ୍ତିରେ ବାପା ତୁ ତୋର ନିଜସ୍ୱ ମତ ଦେଇ ପାରିବୁ ।
ତେବେ କହିଲୁ ତୁ ଏ ବିବାହରେ ଖୁସି ତ, ଏତିକି ଶୁଣି ସ୍ୱରାଜ ଉତ୍ତର ଦେଇଛନ୍ତି, ମୁଁ ଆଜି ଯାଏଁ କେବେ କାହାକୁ ନେଇକି ସେ ଦୃଷ୍ଟିରେ ଦେଖି ପାରିନି ଏଥି ପାଇଁ କାରଣ ମତେ ସମ୍ପୂର୍ଣ୍ଣ ଜଣା ଯେ ଆପଣ ଦୁହେଁ ପ୍ରତିଶୃତି ନେଇ ସାରିଛନ୍ତି, ତେବେ ଆପଣଙ୍କ ପ୍ରତିଶୃତିକୁ ମୁଁ ନିଜର କର୍ତ୍ତବ୍ୟ ଭାବି ମୁଣ୍ଡେଇ ସାରିଛି, ଏବଂ ଆଶା ବନ୍ଦନା ମଧ୍ୟ ସେମିତି ଚିନ୍ତାଧାରା ରଖିଥିବେ ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

