STORYMIRROR

Sunanda Mohanty

Thriller

2  

Sunanda Mohanty

Thriller

ସ୍ମୃତି ହୋଇଗଲା ସ୍ୱର୍ଗୀୟ କଳା

ସ୍ମୃତି ହୋଇଗଲା ସ୍ୱର୍ଗୀୟ କଳା

2 mins
41

ଏଇ ବାଇଶି ମସିହାରେ ଓଡିଆ, ହିନ୍ଦୀ, ପଞ୍ଜାବୀ ସଙ୍ଗୀତଜ୍ଞ ମାନେ ବିଦାୟ ନେଇଗଲେ ସଂସାରରୁ। ଆଉଥରେ ଶୁଣନ୍ତି କି ସେହି କଣ୍ଠରୁ ଗୀତ ଭାବିଲେ ବି ଶୁଣି ପାରିବେନି ପ୍ରଫୁଲ୍ଲ କରଙ୍କ କଣ୍ଠରୁ ଓଡିଆ ସଂଗୀତ, ଲତା ମଙ୍ଗେସକର ଓ କେକେ ଙ୍କ କଣ୍ଠରୁ ହିନ୍ଦୀ ସଂଗୀତ କି ଶୁଣିହେବନାହିଁ ସିଦ୍ଧୁ ଙ୍କ କଣ୍ଠରୁ ପଞ୍ଜାବୀ ସଂଗୀତ। ତଥାପି ମନକୁ ବୁଝେଇ ତାଙ୍କ ପୁରୁଣା ଗୀତ ସବୁ ଶୁଣି ତାଙ୍କ ସ୍ମୃତି ଚାରଣ କରିହେବ l

ବିତିଯାଇଥିବା ପିଲାଦିନର ଗୁଲୁଗୁଲିଆ କଣ୍ଠ ସ୍ବର ବା ପ୍ରଥମ କରି ଖନେଇ ଖନେଇ କହୁଥିବା କଥା ଆଉଥରେ ଶୁଣନ୍ତିକି ବୋଲି ଭାବିଲେ ଶୁଣି ହେବନି। ଯେମିତି ପୁଅ ପିଲାଦିନେ କହୁଥିଲା "କୁକ ଦଉଲି ଦଉଲି ପଳେଇଲା"ଛୋଟ ବେଳେ ଝିଅ କହୁଥିଲା "ଓହୋ ପୁଚା ଓହୋ ପୁଚା"। ବିଭିନ୍ନ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର ପରିସ୍ଥିତକୁ ନେଇ ପିଲାଦିନେ ପିଲାମାନେ କହିଥିବା କଥା ହୃଦୟରେ ରହିଥାଏ ହେଲେ ଆଉ ଥରେ ଶୁଣନ୍ତିକି, ଭାବିଲେ ଶୁଣି ହୁଏନି।

ଏବେ ଏବେ ନାତୁଣୀ ଟି ଗୁଲଗୁଲ କଥା କହୁଛି, "ଆଚୁନୁ ବଚିବୁ, ଖାଇବୁ, ଲହିବୁ, କାକ ହେବୁ, କାହିଁକି ବୁଲୁଚୁ ଡଗ" ପୁଣି କେତେବେଳେ କହୁଛି "ମତେ ଦୋ ମତେ ଦୋ", ପୁଣି କହୁଚି "ଚକି ଖାଇ", "କୋଲାପୁତ ଯିବା", ଅଦା ବଞ୍ଚିଛନ୍ତି (ବସିଛନ୍ତି), ଏମିତି କେତେ କଣ। ତାକୁ ଛାଡ଼ି ଆସି ଟ୍ରେନ୍ ରେ ସେହିସବୁ କଥା ମନେ ପଡ଼ି ଆଖିରୁ ଗଡ଼ି ଆସୁଥିଲା ଲୁହ ଦୁଇଧାର। ଆରଥରକୁ ଆସିଲାବେଲକୁ ଆଉ ଥରେ ଶୁଣନ୍ତିକି ଭାବିଲେ ବି ଶୁଣିବାକୁ ମିଳିବନି। ହୃଦୟ ଭିତରେ ଯେତେଦିନ ଲେଖା ହୋଇ ରହିଥିବ, ହୁଏତ ବାର୍ଦ୍ଧକ୍ୟ ଆହୁରି ବାର୍ଦ୍ଧକ୍ୟ ହେଲା ପର୍ୟ୍ୟନ୍ତ।

ଏତିକି ବେଳେ ଅନ୍ଧ ଭିକାରୀ ଜଣେ ପଖଉଜ ବଜେଇ ବଜେଇ "କୋଠ ଭୋଗ ଖିଆ ମୋ ଚକା ଆଖିଆ" ଗୀତଟି ଗାଇ ଗାଇ ପଶିଆସିଲେ ଆମ ବଗିକୁ, ସେ ସୁମଧୁର ସ୍ୱର ଲୟ ତାଳ ହୁଏତ ସେ ଗୀତର ସ୍ରଷ୍ଟା, ଭିକାରୀ ବଳଙ୍କ ଠାରୁ ମଧ୍ଯ ବିଣାଜିଣା ଶୁଭୁଥିଲା ମୋ କାନକୁ। କିଛି କିଛି ଖୁଚୁରାର ବଦାନ୍ୟତାରେ ସେ ଚାଲିଗଲେ ହେଲେ ମୋ ମନ ହୃଦୟ ଭିତରେ ଗୁଞ୍ଜରିତ ହେଉଥିଲା। ଘରେ ପହଞ୍ଚି ଅନଲାଇନରୁ ଗୀତଟି ଶୁଣିଲେ ବି ମନ ଖୋଜୁଥିଲା ଆଉଥରେ ଶୁନାନ୍ତିକି??, ସ୍ଵାମୀ ରସିକତା କରୁଥିଲେ, ନାତୁଣୀକୁ ଦେଖିବାକୁ ଗଲାବେଳେ ପୁଣି ଶୁଣିବ ସେ କଳାକାରଙ୍କ କଣ୍ଠରୁ। ଏ ଭିତରେ ଅନେକ ଥର କୋରାପୁଟ ଆସି ପୁଣି ଫେରିଛି, ହେଲେ ଆଉଥରେ ଶୁଣନ୍ତି କି ସେହି ଅଜଣା କଳାକାରଙ୍କ କଣ୍ଠରୁ ସେହି ଭଜନ ଟି, ହେଲେ ଶୁଣି ପାରିନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Thriller