STORYMIRROR

DR SAMIR RANJAN BEHERA

Drama Romance Inspirational

3  

DR SAMIR RANJAN BEHERA

Drama Romance Inspirational

ସ୍ମୃତି ଏକ ରୁପା ଜହ୍ନ

ସ୍ମୃତି ଏକ ରୁପା ଜହ୍ନ

4 mins
65

      


ଆଜି ବୟସର ଅପରାହ୍ନରେ ଉପନ୍ନିତ ମିଷ୍ଟର ମିସେସ ବାନାମ୍ବର ମହାନ୍ତି l

ଜୀବନ କାଳରେ ବହୁତ ଟଙ୍କା ପ୍ରପଟି ଅର୍ଜି ଥିବା ମିଷ୍ଟର ମହାନ୍ତି ସତେ ଆଜି କ୍ଲାନ୍ତ ଶ୍ରାନ୍ତ l ପୁଅ ଆଜି ଆମେରିକାରେ ସଫ୍ଟୱାର ଇଞ୍ଜିନିଅର, ଝିଅ ଶିଖା ମହାନ୍ତି ସୁନାମଧନ୍ୟ କାଡ଼ିଓଲୋଜିଷ୍ଟ l

ହେଲେ ଜୀବନ ର ଏ ଅସହାୟ ଶେଷ କାଳରେ ଆଜି କେହି ନାହାନ୍ତି l ବନିତା ଦେବୀ ବାନାମ୍ବର ବାବୁଙ୍କ ଲଉଡ଼ି ପାଲଟି ଯାଇଛନ୍ତି ଆଉ ବନିତା ଦେବୀଙ୍କ ବାନାମ୍ବର ବାବୁ l

ଝିଅ କେବେ କେବେ ଆସେ କିଛି ଜିନିଷ ପତ୍ର ଦେଇଦେଇ ଆଉ BP ଟିକେ ମାପିଦେଇ ମେଡ଼ିସିନ ଆଣିଦେଇ ତା ବ୍ୟସ୍ତ ଜୀବନରେ ବୁଡ଼ିଯାଏ l

ପୁଅ ବୋହୁ ତ ସ୍ବପ୍ନ l କେଉଁ ବର୍ଷେରେ ଥରେ ଦର୍ଶନ ମିଳେ l

" ବୁଝିଲ ବନି ଏ ଦୁନିଆଟା ହେଲା ଏମିତି, ଯେତେବେଳେ ବଳ ଥିବ ବୟସ ଥିବ ସେତେବେଳେ ସମୟ ନଥିବ, ଆଉ ଯେତେବେଳେ ସମୟ ଥିବ ସେତେବେଳେ ନା ବଳ ଥିବ ନା ସମୟ ଥିବ l "

ସେଦିନ ବନିତା ଦେବୀଙ୍କୁ ଅସୁସ୍ଥ ଲାଗୁଥାଏ l ଝିଅ ଆସି ଚେକ ଚାକ କରି ଔଷଧ ଦେଇ ଚାଲିଗଲା l

"ମା ରେ ଆଜି ଟିକେ ରହିଯା, ତୋ ମା ଦେହ ଭଲ ଲାଗୁନି, କଣ ହେବ ନହେବ ମୋତେ ଟିକେ ଡର ଲାଗୁଛି l"

"ବାପା ବ୍ୟସ୍ତ ହୁଅନି ଟିକେ ପ୍ରେସର ବଡ଼ିଛି । ତାପରେ ଆଜି କାର୍ଡିଆକ ଲାବରେ ତିନିଟା କେସ ଅଛି l

ମୁଁ କାଲି ସକାଳୁ ଆସୁଛି l"

ଝିଅ ତ ତା ବାଟରେ ଚାଲିଗଲା l

ମେଡ଼ିସିନ ଖୁଏଇ ଦେଇ ବାନାମ୍ବର ବାବୁ ପତ୍ନୀକୁ ସୋଇପଡ଼ିବାକୁ କହିଲେ l

" ଶୁଣିଲ ମୋତେ କିଛି ଭଲ ଲାଗୁନି, ନିଦ ହେଉନି କାହିଁକି ସମସ୍ତଙ୍କ କଥା ମନେ ପଡୁଛି l"

"ଚୁପ ସେମିତି କୁହନି, ତମେ ଶୋଇଲ ମୋ କୋଳରେ ମୁଁ ତମକୁ ଗପ କହି ସୁଏଇଦେବି l"

ବନିତା ଦେବୀଙ୍କୁ କୋଳରେ ଶୁଏଇ ମୁଣ୍ଡକୁ ଆଉଁସୁ ଥାନ୍ତି l

" ଶୁଣୁଛ "

"ଉଁ "

"ବନି, କଲେଜ ବେଳର ସେଇ ସ୍ମୃତି ଆଜି କାହିଁକି ମନେ ପଡୁଛି l

ରେଭେନ୍ସା କଲେଜରେ +୩ ଫାଇନାଲ ଇୟରରେ ପଢ଼ୁଥିଲୁ ଆମେ, ତମେ ତ ଭଲ ପଡୁଥିଲ, ମୁଁ ଟିକେ ପାଠରେ କମି ଥିଲି l

ହନର୍ସ କ୍ଲାସରେ ସବୁଠୁଁ ମଜା ଲାଗୁଥିଲା, ତମ ପାଖ ସିଟରେ ବସୁଥିଲି, ଆଉ ତମେ ମୋତେ ଲାଇନ ମାରୁଥିଲ l"

"ହଁ ହଁ ତମେ ଲାଇନ ମାରୁଥିଲ ନା ମୁଁ, ତମେ ତ ସବୁବେଳେ ମୋତେ ଉଣ୍ଡୁ ଥିଲ, ହୋତା ସାର ଦୁଇଥର ଅନ୍ୟ ମନସ୍କ ପାଇଁ ତମକୁ କାନ ଧରେଇଥିଲେ ଭୁଲିଗଲ l"

"ହା ହା ହା ବନି ମାଡାମ.. ସବୁ ମନେ ଅଛି ବାହାନା କାଢି ତମ ପାଖରେ ଠିଆ ହେଇ ଗୁପଚୁପ ଖାଇବା, ପାର୍କ ରେ ଲୁଚିଲୁଚି ଲାଇନ ମାରିବା, ମିଛ ଟାରେ ପଢ଼ିବି କହି ତମଠୁ ମୁଁ ବହି ଆଣି ସେଥିରେ  ଚିଠି ଲେଖି ପୁରେଇବା, ସାଙ୍ଗ ମାନେ ତମ ନା ରେ କହିଲେ ଗଣ୍ଡଗୋଳ କରିବା l ଆଉ ସବୁଠୁଁ ମଜା କଥା ହେଲା ତମେ ଯେବେ ଘରକୁ ଯିବାର ଥାଏ ତମକୁ ବାଦାମବାଡ଼ିରେ ଛାଡ଼ିବି ବୋଲି ରାତିସାରା ନିଦ ହୁଅନି, ତମେ ଯିବାର ଘଣ୍ଟେ ଆଗରୁ ମୁଁ ରେଡି ହେଇ ତମ ହଷ୍ଟେଲ ଆଗରେ ସାଇକେଲଟା ଧରି ଚାତକ ପରି ଅନେଇଥାଏ l"

ମୁରୁକି ମୁରୁକି ବନିତା ଦେବୀ ହସୁଥାନ୍ତି, 

"ହଁ ମୁଁ ଟିକେ ଅଧିକା ଫୁଲେଇ ହେଉଥିଲି, ତମକୁ ଖାଲି ଚିଡ଼େଇବା ପାଇଁ ବେଳେ ବେଳେ i hate you ବି କହିଦେଉଥିଲି, କିନ୍ତୁ ତମେ ଚିଡ଼ିଲେ ମୋତେ ଭଲ ଲାଗୁଥିଲା l"

ବନି ଆଉ ଗୋଟେ କଥା ମନେ ପଡୁଛି ନା, "ତମକୁ ଥରେ ସାଇକେଲରେ ବସେଇ OMP ରୁ ନେଇଆସୁଥିଲି, ଓବରବ୍ରିଜ ଗଡ଼ାଣି ପାଖରେ ସାଇକେଲ ସ୍ଲିପ କରିଗଲା ଆଉ ଆମେ ପଡ଼ିଗଲୁ ସଂଗେ ସଂଗେ ଆମକୁ ବଡମେଡିକାଲ ନିଆଗଲା । ଆମେ ପାଖା ପାଖି ବେଡ଼ରେ ଦୁଇଦିନ ରହିଲୁ, ତମ ଘର ଲୋକ ଆମ ଘର ଲୋକ ସବୁ ଆସିଥିଲେ "

"ତାପରେ ସେଇଠି ତମେ ମତେ ଭଲ ଭଲପାଇଗଲ, ଠିକ କହିଲି ନା..

ବିଲକୁଲ, ମୁଁ ସେ ଦୁଇଦିନ ଖାଲି ତମ ମୁହଁକୁ ଅନେଇ ଅନେଇ କାଟିଦେଲି, ପେନ ଫେନ କିଛି ଜଣା ପଡୁନଥାଏ l

ବନି ମୋ ମା ତମ ମା କୁ କଣ କହିଥିଲା ମନେ ଅଛି ନା

" ପଢ଼ା ସରିଲେ ଏ ଦୁଇଜଣଙ୍କର ବାହାଘର କରିଦେବା "

ମୁଁ ତ କୁରୁଳି ଉଠିଲି, ଆଉ ତମେ ଲାଜେଇ ଯାଇଥିଲ l

ବନିତା ଖାଲି ମୁରୁକି ମୁରୁକି ହସୁଥାନ୍ତି l

" ବନି ଆଉ ଗୋଟେ ଅଭୁଲା ସ୍ମୃତି ମନେ ପଡୁଛି ନା, କଲେଜ ଫଙ୍କସନରେ ଡ୍ରାମାରେ ତମେ ସୀତା ମୁଁ ରାମ ହେଇଥିଲି l ଜାଣିଛ ଆଜିଯାଏ ତମକୁ ଗୋଟେ କଥା କହିନଥିଲି... ତମକୁ ସୀତା କରିବା ପାଇଁ ଆମ ଡ୍ରାମା ମାଷ୍ଟରକୁ ଲୁଚିକି ପଚାଶ ଟଙ୍କା ଦେଇଥିଲି l "

ଆଛା ତାହେଲେ ଆଜି ମୁଁ ବୁଝିପାରିଲି ଏତେ ସୁନ୍ଦର ଆଉ ଟ୍ୟାଲେଣ୍ଟେଡ ଝିଅ ଥାଉଁ ଥାଉଁ ମୋତେ କାହିଁକି ସୀତା ଭୂମିକା ମିଳିଲା l 

ହେ ହେ ହେ ତମେ କଉଠି କମ ସୁନ୍ଦରୀ ଥିଲ କି କମ ଟ୍ୟାଲେଣ୍ଟେଡ ଥିଲ ବନି ମାଡାମ, ମୁଁ ପରା ତମକୁ ଦେଖିଲେ ଖାଇବା ପିଇବା ଭୁଲି ଯାଉଥିଲି l

" ଧେତ ଅଲାଜୁକ ଟା "

ବନିତା ଦେବୀ ସ୍ୱାମୀ ଗାଲକୁ ଟିକେ ଚିପିଦେଲେ l

ଆଉ ବାନାମ୍ବର ବାବୁ ଆଙ୍କି ଦେଇଛନ୍ତି ଗୋଟେ ସ୍ନେହର ଚୁମ୍ବନ l

" ବନି ସବୁଠୁଁ ମଜା ଥିଲା ନା ସେ ଡ୍ରାମା ଦିନ, ମୋତେ ତ ସେଦିନ ସତସତିକା ରାମ ଭଳି ଲାଗୁଥିଲା । ଆଉ ସବୁଠୁ ମଜା ଲାଗିଥିଲା ତମର ଗୋଟେ ଡାଇଲଗ ଥିଲା

"ପ୍ରାଣନାଥ, ମୁଁ ଅନେଇ ବସିଛି ତମ ପ୍ରତ୍ୟାବରତ୍ତନ ପଥ"

ଆଉ ତମେ କଣ କହିଲ

" ପ୍ରେମନାଥ, ମୁଁ ଅନେଇ ବସିଛି ତମ ପରିବର୍ତ୍ତନ ପଥ "

ହାହାହା.. ମୁଁ ବି ଷ୍ଟେଜ ରେ ହସି ପକେଇଲି l ହଲ ସାରା ହସି ହସି ସବୁ ବେଦମ ହେଇଗଲେ l

ସତରେ ବନି କେତେ ମିଠା ଆଉ ସୁନ୍ଦର ଥିଲା ସେ ସ୍ମୃତି ।

ସତେ ସେ ସ୍ମୃତି ଥିଲା ଏକ ରୁପାଜହ୍ନ ନା l ଆଉ ଥରେ ସେ ପିଲା ଦିନ ଫେରିଆସନ୍ତା କି.........

ବନିତା ଦେବୀ ମୁରୁକି ମୁରୁକି ହସୁଥାନ୍ତି ସ୍ୱାମୀଙ୍କ କୋଳରେ, କେଇଟୋପା ଆନନ୍ଦ ଅଶ୍ରୁ ନିଗାଡ଼ି ଆସୁଥାଏ..।

ଭାବୁଥାନ୍ତି ସତରେ ପୁତ୍ର କନ୍ୟାକୁ ମଣିଷ କେତେ ଆଶ୍ରା କରିଥାଏ, କିନ୍ତୁ କାହାପାଖରେ ନା ଅଛି ସମ୍ମାନ ନା ସମୟ l ସମସ୍ତେ ନିଜ ନିଜ କାମରେ ବ୍ୟଗ୍ର ବ୍ୟସ୍ତ, ଜୀବନ ସାଥି ହିଁ ସବୁଦିନ ଜୀବନ ସାଥି ହିଁ ରହିଥାଏ l ଆଜି ସତୁରି ବର୍ଷ ବୟସରେ ବି ସିଏ ହାର ମାନି ନଥାନ୍ତି ବୟସ ପାଖରେ l ଅନବରତ ସେବା ମୋର କରି ଚାଲିଛନ୍ତି l ପୁଅ ବୋହୁ ଝିଅ ଜ୍ୱାଇଁ ନାତି କାହାର ବି ସାହାଯ୍ୟ ଖୋଜୁ ନଥାନ୍ତି l ଆଜି ଏ ବୟସର ଗୋଧୂଳିରେ ସ୍ୱାମୀଙ୍କ ସେବା ମୁଁ ତ କରିପାରୁନି ବରଂ ତାଙ୍କର ବି ଡାଇବେଟିସ ପ୍ରେସର ଥାଇ ମୋତେ କେବେ ଅସହାୟ ଅନୁଭବ କରିବାକୁ ଦେଇ ନାହାନ୍ତି l

ପୁରୁଣା ଦିନର ସେଇ ସ୍ମୃତି ସାଉଁଟୁ ସାଉଁଟୁ ବନିତା ଦେବୀଙ୍କ ଆଖିକୁ ନିଦ ଆସିଯାଇଛି l ବାନାମ୍ବର ବାବୁ ବି ଟିକେ ଆଖିବୁଜେଇ ଦେଇଥାନ୍ତି l



Rate this content
Log in

Similar oriya story from Drama