Akshayakumar Dash

Action Classics Inspirational

3  

Akshayakumar Dash

Action Classics Inspirational

ଶ୍ରଦ୍ଧା ସବୁରୀ

ଶ୍ରଦ୍ଧା ସବୁରୀ

4 mins
251



ନିତ୍ୟାନନ୍ଦ ଏହି କିଛିଦିନ ହେବ ଅନ୍ୟମନସ୍କ ରହୁଛନ୍ତି ।ପଚାରିଲେ କୁହନ୍ତି "କାହିଁକି ମନରେ ସବୁବେଳେ ଭୟ ଆସୁଛି ?ଚୁପଚାପ ରହିବାକୁ ଭଲଲାଗୁଛି ।ଦେହ ଓ ମନ ଅସୁସ୍ଥ । କିଛି ଖାଦ୍ୟ ଖାଇବାକୁ ଇଛା ହେଉନାହିଁ ।ମନରେ ବହୁତ କଥା ପଶୁଛି ।ଯେମିତି ଏହି ଦୁନିଆରେ ମୋର ବଂଚିରହିବାକୁ ସ୍ଥାନ ନାହିଁ । କୌଣସି ଅଦୃଶ୍ୟ ସତ୍ତା ମତେ ସଦାବେଳେ ବିପଦ ମୁଖକୁ ଟାଣି ନେଉଛି ।ଯେତେ ମନକୁ ବୁଝେଇଲେବି ମନ ଅସ୍ତିର ଲାଗୁଛି । କୌଣସି କଥା ମନେ ରହୁନି ।ଲେଖିବାକୁ ବସିଲେ ,କିଛି ଭାଵ ମୁଣ୍ଡରେ ପଶୁନି ।ସଦା ସର୍ବଦା ଶୋଇ ରହିବାକୁ ଇଛା ହେଉଛି । ପ୍ରବଳ ଭାବରେ ହାଇ ଆସୁଛି ।" ଡାକ୍ତର ବାବୁ ସବୁ ଶୁଣି କହିଲେ," ତୁମେ ମେଣ୍ଟାଲ ରୋଗୀ। ତୁମକୁ ସାଇକ୍ରେଟିକ ଟ୍ରିଟମେଣ୍ଟ କରିବାର ଅଛି । ନିତ୍ୟାନନ୍ଦ ଡାକ୍ତରଙ୍କ ଚିକିତ୍ସାରେ ରହିଲେ । ଡାକ୍ତରୀ ଔଷଧ ଖାଇଲେ । ମାସେ ଦୁଇମାସ ଗଲା , କିଛି ଲାଭ ହେଲାନି ।ଓଲଟି ଆଉକିଛି ଜଟିଳ ରୋଗ ସୃଷ୍ଟି ହେଲା ।ପ୍ରବଳ ଗ୍ୟାସ ହେବା ସହିତ ଅର୍ସ ରୋଗ ଦେଖାଦେଲା । ତାହାପାଇଁ ବି ଔଷଧ ଖାଇଲେ । ଝାଡ଼ରୁ ରକ୍ତ ପଡିଲା , କେତେ ଉପଚାର କରି ମଧ୍ୟ କିଛି ଉପକାର ହେଲାନାହିଁ ।ନିତ୍ୟାନନ୍ଦ କଂ ପତ୍ନୀ ଜଣେ ଜ୍ୟୋତିଷଙ୍କ ପାଖକୁ ଯାଇ ଜନ୍ମ ଜାତକ ଦେଖେଇଲେ ।ଜ୍ୟୋତିଷ ମହାଶୟ ଜାତକ ଦେଖି କହିଲେ , ଏ ଜାତକ କହୁଛି, ସନିସପ୍ତା ଦଶା ଚାଲିଛି । ତେଣୁ ଶିବ ମନ୍ଦିର ରେ ରୁଦ୍ରଭିଷେକ କରିବାକୁ । ପତ୍ନୀ ସ୍ଥାନୀୟ ଶିବ ମନ୍ଦିରରେ ରୁଦ୍ର।ଭିଷେକ କରିଲେ ।କିଛିଦିନ ପରେ ନିତ୍ୟାନନ୍ଦକୁଂ ଟିକେ ଭଲ ଲାଗିଲା । କିନ୍ତୁ ସମ୍ପୂର୍ଣ ଆରୋଗ୍ୟ ହେଲେ ନାହିଁ । ହଠାତ ଦିନେ ସକାଳୁ ଦୀନବନ୍ଧୁ ନାମକ ସନ୍ୟାସୀ ଜଣେ ପହଁଚିଲେ । ସନ୍ୟାସୀ ଘର କବାଟ ରେ ଆଘାତ କଲେ । ନିତ୍ୟାନନ୍ଦ କବାଟ ଖୋଲି ଦେଖନ୍ତି ତ ସନ୍ୟାସୀ । ପ୍ରଣାମ କଲେ ।ସନ୍ୟାସୀ କହିଗଲେ , ତୁମେ ବହୁଦିନ ଧରି ବହୁତ କଷ୍ଟ ଭୋଗୁଛ । ତେବେ ଏବେ ତୁମକୁ ଆଉ କଷ୍ଟ ଭୋଗିବାକୁ ପଡିବନି ।ତୁମ ପାଖରେ ଅଛିତ ଗୋଟିଏ ଟଙ୍କା ଆଣ । ନିତ୍ୟାନନ୍ଦ ଘରୁ ଯାଇ ଟଙ୍କାଟିଏ ଦେଲେ । ସାଧୁ କହିଲେ, ତୁମ ହାତମୁଠାରେ ରଖ , ମୁଠା ବନ୍ଦ କରି ଦେଖ । ନିତ୍ୟାନନ୍ଦ ଦେଖନ୍ତି ତ ତାହା ଗୋଟିଏ ତାବିଜ ଥିଲା ।ଏବେ ସାଧୁ କହିଲେ ତୁମ ପାଖରେ ସଦା ରଖିବ । କହି ଫେରିଲେ, ଗଲାବେଳେ କହିଗଲେ, ମୁଁ ପୁଣି ଦେଖିବାକୁ ତୁମକୁ ଆସିବି । ନିତ୍ୟାନନ୍ଦ ଘରେ ନିଜ ମନିପର୍ସରେ ପକେଟ ଭିତରେ ରଖିଦେଲେ ।ପତ୍ନୀ ଘରକୁ ଫେରିବାରୁ ସବୁ ଘଟଣା କହିଲେ ।ପତ୍ନୀ ଦେଖିଲେ ,ପ୍ରକୃତରେ ଗୋଟିଏ ତାବିଜ । ବିଶ୍ୱାସ କରିବାକୁ କାହାର ବି ମନ ହେବନି । କାରଣ ଆମେ ଯାହାକୁ ଜୀବନରେ କେବେ ଦେଖିନୁ ତାହାକୁ କିପରି ବା ବିଶ୍ଵାସ କରିବା ।ଗୁଣି ଗାରେଡି ଓ ଝଡା ଫୁଙ୍କା ସବୁ ଅନ୍ଧ ବିଶ୍ୱାସରେ ଯାଉଛି । 

 ସମୟ କ୍ରମେ ନିତ୍ୟାନନ୍ଦ ଆରୋଗ୍ୟ ଲାଭ କଲେ । ମାନସିକ ଅବସ୍ଥା ଏବେ ଚଳନୀୟ ।ମୁଣ୍ଡରେ ଆଉ ଏକ ସମସ୍ୟା । ତାହା ଝିଅ ର ବିବାହ । ହଠାତ ଜଣେ ଅଜଣା ବ୍ୟକ୍ତି ଫୋନ କରି କହିଲେ , ମୁଁ ଆପଣଙ୍କ ଝିଅକୁ ମୋ ପୁଅ ସହିତ ବିବାହ କରି ବୋହୁକରିବାକୁ ଚାହୁଁଛି ।ଉତ୍ତମ ପ୍ରସ୍ତାବ ।ହେଲେ ମୁଁ କିଛି ଜାଣିବାକୁ ଚାହୁଁଛି ।ନିତ୍ୟନାଦ ଉତର ଦେଲେ । କୁହନ୍ତୁ,

ଆପଣଙ୍କ ପତ୍ନୀ ସହିତ ଗୋଆ ଆସନ୍ତୁ । ମୁଁ ଏଠାରେ ରହିବା ଓ ଖାଇବା ର ବ୍ୟବସ୍ଥା କରୁଛି । ଦୁଇ ଦିନ ବୁଲି ଫେରିବେ । ଭଦ୍ର ବ୍ୟକ୍ତି ଜଣେ ବ୍ୟାଙ୍କ ର ମେନେଜର ଥିଲେ । କଥାବର୍ତ୍ତାରୁ ଜଣାଯାଏ ,ଜଣେ ସ୍ପଷ୍ଟବାଦୀ ଲୋକ । ନିତ୍ୟାନନ୍ଦ ପ୍ରସ୍ତାବ ରାଜିହେଲେ ଓ ନିର୍ଦ୍ଦିଷ୍ଟ ଦିନରେ ଗୋଆରେ ପହଁଚିଲେ । ଭଦ୍ର ବ୍ୟକ୍ତି ଜଣକ ନିର୍ଦ୍ଦିଷ୍ଟ ହୋଟେଲ ଆଗରୁବୁକ କରିଥିଲେ । ସେଠାରେ ରହି ଝିଅ ବିବାହ ଓ ସାକ୍ଷାତ ସବୁ ପ୍ରାଥମିକ ଆଲୋଚନା ହୋଇଗଲା ।ନିତ୍ୟାନନ୍ଦ ଯେଉଁ କାମକୁ ଗୋଟେ ବୋଝ ବୋଲି ଧରିଥିଲେ ତାହା ହାଲ୍କା ଲାଗିଲା । ପ୍ରସ୍ତାବ କ୍ରମେ ଦିଲ୍ଲୀର ଗୁରୁଗ୍ରାମରେ ବିଧିମତେ ବିବାହ କାର୍ଯ୍ୟ ସମାପନ ହେଲା ।

ଦୀର୍ଘ ଜୀବନ ଭଡା ଘରେ ରହି ଆସି ନିଜ ଘର ଟିଏ କରିବାକୁ ଆସାଇ ହେଲେ ନିତ୍ୟାନନ୍ଦ ।ଠିକ ଗୋଟିଏ ପ୍ରସ୍ତାବ ଆସିଲା ସୁନ୍ଦର ଜାଗାଟିଏ କିଣିବାକୁ ସକ୍ଷମ ହେଲେ ନିତ୍ୟାନନ୍ଦ 

 ନିତ୍ୟାନନ୍ଦ ଜଣେ ଶିକ୍ଷକ, ସ୍ୱଳ୍ପ ବେତନ ଭିତରେ ପରିବାର ଚଲେଇବା ,ଘରଭଡା ଦେବା, ଦୁଇଜଣ ପୁଅ ଓ ଝିଅ କୁ ଉଛ ଶିକ୍ଷା ଦେବା ଓ ଝିଅ ବିବାହ କରିବା ସହିତ ଜାଗା କିଣିବା ଘର କରିବା ପରି କଠିନ କାର୍ଯ୍ୟ ତାଙ୍କ ପାଇଁ ହେଲେବି ସବୁକାମ ଯାଦୁନିଧ୍ୟ।ପରି ହେଉଥାଏ ।ଜାଗାରେ ମଧ୍ୟ ଘର ଟିଏ ଗଢିଲେ ନିତ୍ୟାନନ୍ଦ । ସମୟ କ୍ରମେ ସେହି ସାଧୁବାବା ଆସି ପୁନଃ ଦେଖାଦେଲେ । ନିଜ ନିତ୍ୟକର୍ମ ସାରି ଦେବତାଙ୍କୁ ଆରାଧନା ପାଇଁ ନିଜ ନୂଆ ପ୍ରତିଷ୍ଠା କରିଥିବାଠାକୁର ଘରେ ପୂଜା କରୁଥିବା ବେଳେ ନିତ୍ୟାନନ୍ଦ ଦେଖିଲେ ସେଇ ସାଧୁ ଜଣକ ଦୁଆର ପାଖକୁ ଆସି ଅତି ଚଞ୍ଚଳ ସ୍ୱରରେ କହିଲେ ଏବେ ସବୁ ଭଲତ ? ନିତ୍ୟାନନ୍ଦ ହଁ କହି ତାଙ୍କୁ ଦକ୍ଷିଣା ଦେବାକୁ ଘର ଭିତରକୁ ପଶିବା ବେଳେ ଯାଇ ଦେଖନ୍ତି ,ବାବା ସେଠି ନାହାନ୍ତି ,ନିତ୍ୟାନନ୍ଦ ଦାଣ୍ଡକୁ ଆସି ଓ ପଛେ ବାହାରକୁ ଆସି ଦେଖନ୍ତିତ ନ ପାଇ ବ୍ୟସ୍ତ ମନରେ ଘରକୁ ଫେରିଲେ ।

ବିତି ଗଲାଣି ସମୟ , ଜୀବନ ଯୁଧ୍ୟରେ ହାରିବା ଜିତିବା ଚାଲିଛି । ହେଲେ ନିତ୍ୟାନନ୍ଦ କେବେ ଝୁକି ପଡିନାହାନ୍ତି । ସାହସର ସହିତ ନିଜ ଜୀବନ ନାବକୁ ବାହି ଚାଲିଛନ୍ତି । ଅଲୌକିକ ଶକ୍ତି ତାଙ୍କର କେବଳ ନୁହେଁ ସାରା ବିଶ୍ୱବ୍ରହ୍ମାଣ୍ଡ କୁ ଚଳାଉଛନ୍ତି, ଅଦୃଶ୍ୟରେ ତାଙ୍କର କାର୍ଯ୍ୟ ଚାଲିଛି। ସେଦିପରି ଦୁର୍ଦ୍ଦିନ ଆଉ ନାହିଁ । ସମୟ କ୍ରମେ ସମାଧାନ ହୁଏ । କେବଳ ଶ୍ରଦ୍ଧା ସବୁରି । କ'ଣ ଏହି ଶ୍ରଦ୍ଧା ତାର ଅର୍ଥ କଣ ,କିପରି ଓ କାହିଁକି ମଣିଷ ସମସ୍ତଙ୍କ ପ୍ରତି ଶ୍ରଦ୍ଧା ରଖିବ ଆଦି ବହୁପ୍ରଶ୍ନ ର ଉତ୍ତର ଖୋଜିବାକୁ ନିତ୍ୟାନନ୍ଦ ଚାହିଁ ଛନ୍ତି ।ବେଦରେ କୁହାଯାଇଛି ଶ୍ରଦ୍ଧାବାନ ଲାଭତେ ଜ୍ଞାନ । ଶ୍ରଦ୍ଧା କହିଲେ ,ଶତ ଧା ଅର୍ଥାତ ସତ୍ୟ କୁ ଧାରଣ କରିବା ।ସତ୍ୟକୁ ଜାଣି ଜୀବନରେ ଧାରଣ କରିବା । ଈଶ୍ୱର ସତ୍ୟ ଓ ଅସତ୍ୟ ଭିତରେ ପ୍ରଭେଦ ଆମକୁ ଜଣେଇଦେଛନ୍ତି ।ସତ୍ୟ ପ୍ରତି ଆମଠାରେ ସ୍ୱାଭାବିକ ଶ୍ରଦ୍ଧା ଓଅସତ୍ୟ ପ୍ରତି ଆମଠାରେ ଅସ୍ୱାଭାବିକ ଅଶ୍ରଦ୍ଧା ଆସେ । ନିତ୍ୟାନନ୍ଦ କୁହନ୍ତି ମାନବ କୁ ତ୍ରିବିଦ୍ଧ ଦୁଃଖ ଆସେ । ଆଧି ଦୈବିକ, ଆଧ୍ୟ୍ୟତ୍ମିକ, ଓ ଆଧିଭୌତିକ ।ଏଥିରୁ ଉଦ୍ଧାର ପାଇବା ହେଉଛି ଉପାସନା ।ଈଶ୍ୱରଙ୍କ ସ୍ୱରୂପ ନଜାଣି ଉପାସନା ନକରି କେହି ଦୁଃଖରୁ ଉଦ୍ଧାର ପାଇବାକୁ ସମର୍ଥନ ହୁଅନ୍ତି ନାହିଁ । ଧ୍ୟାନକରି ମନୁଷ୍ୟ ଜ୍ଞାନ ଲାଭ କରି ବିବେକୀ ହୋଇ ଶୁଭ କର୍ମ ସମ୍ପାଦନ କରିଥାଏ ।ଜ୍ଞାନ ଲାଭ ପରେ ଧନ ଲାଭ ହୁଏ । ଯାହା ନିଜର ଅଛି ତାହା ଅନ୍ୟର ମଙ୍ଗଳ ପାଇଁ ବ୍ୟବହୃତ କରିବା ହେଉଛି ଦେବତ୍ଵ ।ମନୁଷ୍ୟ ସ୍ତରରୁ ଉପରକୁ ଉଠିବା ହେଉଛି ଦେବତ୍ଵ ।ଜୀବନ ସାଧନାର କ୍ଷେତ୍ର।ଶ୍ରଦ୍ଧା, ବ୍ରହ୍ମଚର୍ଯ୍ୟ, ବିଦ୍ୟା, ଓ ତପସ୍ୟା ଗୁଡିକୁ ଜାରୀ ରଖିବାକୁ ହେବ ।ମାର୍ଗ ଯେତେ କଠିନ ହେଲେବି ସିଦ୍ଧି ଓ ଶାନ୍ତି ଆନନ୍ଦ ସୁନିଶ୍ଚତ ।ଆମର ପୂର୍ବଜ ଋଷି ମନେ ଗୃହସ୍ତି ଥିଲେ ।ଘରେ ଗୃହସ୍ତ ଆଶ୍ରମରେ ରହି ମଧ୍ୟ ଶ୍ରେଷ୍ଟ ଯୋଗୀ ହୋଇପାରୁଥିଲେ ।ସୁଖୀ ପ୍ରତି ମିତ୍ରତା, ଦୁଃଖୀ ପ୍ରତି କରୁଣା, ପୁଣ୍ୟାତ୍ମା ପ୍ରତି ଆନନ୍ଦ ପାପାତ୍ମା ପ୍ରତି ଉପେକ୍ଷା ଭାଵ ରଖି ସମାଜରେ ଚାଲିବାର ବାଟ ।

ନିତ୍ୟାନନ୍ଦ ପରି ସାମାଜିକ ଜୀବନରେ କଷ୍ଟ, ଦୁଃଖ, ଓ ଯନ୍ତ୍ରଣା ଭୋଗୁଥିବା ଅସଂଖ୍ୟ ମନୁଷ୍ୟ ପ୍ରତି ସରଳ ସୂତ୍ର ଶ୍ରଦ୍ଧା ସବୁରି।


Rate this content
Log in

Similar oriya story from Action