Manoj Behera

Action Classics Others

3  

Manoj Behera

Action Classics Others

ଶିମିଳା ଶିବରାତ୍ରି ଶଗଡଗଡି

ଶିମିଳା ଶିବରାତ୍ରି ଶଗଡଗଡି

3 mins
180


ମୟୂରଭଞ୍ଜ ର ଶୈବପୀଠ ଶିମିଳା । ଶିବରାତ୍ରୀ । ଶଗଡଗାଡି  

--------------------------


ଶିବରାତ୍ରୀ ପାଳନ ଅବସରରେ ଭକ୍ତଟିଏ ଶିବ ସଂକଳ୍ପ ରେ ଅନୁପ୍ରାଣିତ । ପ୍ରତ୍ୟକ ଶିବ ପୀଠରେ ସାମୁହୀକ ଭାବରେ ଅପୂର୍ବ ଉଦ୍ଦିପନା ର ସହିତ ଏହି ପର୍ବ ପାଳନ କରିଥାନ୍ତି।ସମସ୍ତଙ୍କ ମୁଖରେ ବିଭୂଚେତନାର ମନ୍ତ୍ର ଉଚ୍ଚାରିତ। 

ଆଜି ମହା ଶିବରାତ୍ରି । 

ଦେବ ଦେବମହାଦେବଙ୍କ ନିକଟରେ ଜାଗର ଜାଳିବେ ଶ୍ରଦ୍ଧାଳୁ । 

ସେଥିପାଇଁ ଦୀପର ଆଲୋକମାଳାରେ ସୁସଜ୍ଜିତ ଶିମିଳା ର ଶିମଲେଶ୍ଵର ମହାଦେବ ଙ୍କ ପୀଠ । 

ମୟୂରଭଞ୍ଜ ର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଏହି ପୀଠ । 

ଶ୍ରଦ୍ଧାଳୁ ବସିଥାନ୍ତି ଦୀପକୁ ଜଗି ।

ଘଣ୍ଟ -ଘଣ୍ଟା ନାଦେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୁଏ । 

ମହାଶିବରାତ୍ରୀ ବା ଜାଗରଯାତ୍ରା ।

 ଉପଲବ୍ଧୀ ର ଦିବସ ଭାବରେ ପାଳନ କରାଯାଏ ବହୁ ନିଷ୍ଠା -ଭକ୍ତି ,ଓ ସମର୍ପଣ ର ସହ ।

ଜାଗର । ଜାଗ୍ରତ ରହିବାର ଦିନ ।

ମୟୂରଭଞ୍ଜ ର ସିମଳା ର ବାବା ସିମଳେଶ୍ଵର ମହାଦେବ ଙ୍କ ପୀଠ । 

ପ୍ରାକୃତିକ ଦୃଶ୍ୟ ଓ ସଂସ୍କୃତି ବେଶ ମଧୁମୟ ।

ଷାଠିଏ -ସତୁରୀ ଦଶକର କଥା । 

ସେତେବେଳେ ଶିବରାତ୍ରି ରେ ଅଧିକାଂଶ ପରିବାର ଦୀପ ଜାଳିବା ପାଇଁ ଆସନ୍ତି ସିମଳା । 

ଶଗଡ ସବୁ ଆସେ ବାଙ୍ଗିରିପୋଷି, ତଥା ଆଖ ପାଖ ଅଞ୍ଚଳରୁ । ଆସିବା ପାଇଁ ଶଗଡଗାଡି ହିଁ ମୂଖ୍ୟ ବାହନ ଥିଲା ।

କିଛି କିଛି ସାଇକେଲ ଥାଏ । 

ବସ କହିଲେ ଚାଇଁବସା ,ରେଡ ବସ୍ ,ସାହୁ ବସ୍ ଇତ୍ୟାଦି । 

ବଡିଭୋର ରୁ ଶଗଡିଆ ପେଟେ ପଖାଳ ଖାଇଦେଇ ବାହାରିପଡୁଥିଲା ଶିମିଳା । 

ଯେଉଁ ମାନଙ୍କର ଅଖଣ୍ଡ ଦୀପ ଜାଳିବାର ଥିଲେ ସେମାନେ ସକାଳେ ସକାଳେ ପହଞ୍ଚୁ ଥିଲେ ସିମଳା ।

 ଯେଉଁ ମାନେ ରାତିରେ ଜାଳିବେ ସେମାନେ ଦ୍ଵିପ୍ରହରରେ ପହଞ୍ଚିଯାନ୍ତି ।  

ବ୍ରିଟିଶ ସମୟର ଜଉମାରା ପୋଲ ର ତଳକୁ ଦେଇ ଶଗଡ ସବୁ ଆସେ ବାଙ୍ଗିରିପୋଷି ରୁ ।

ଏବେ ଜଉମାରା ପୋଲଟି ନୂଆ ରୂପ ପାଇଛି । 

ଶଗଡ ଗାଡି ଯିବା ରାସ୍ତାରେ ସୀତାହାର ଫୁଲ ର ସମ୍ଭାର । ଶଗଡ ଆସୁଥିବା ବେଳେ ଯଦି ବସ ଯାଉଥାଏ ତେବେ କଥା ସରିଲା ବସର ହର୍ଣ୍ଣ ରେ ଯୋଚା ହୋଇଥିବା ବଳଦ ଗୁଡିକ ଭୟରେ ରାସ୍ତାରୁ ତଳକୁ ଓହ୍ଲାଇ ଏଣେ ତେଣେ ଧାଇଁବାକୁ ଆରମ୍ଭ କରନ୍ତି ।

କିନ୍ତୁ ବିଚକ୍ଷଣ କୁଶଳି ଶଗଡିଆ ମାନେ ସେମାନଙ୍କୁ ବେଶ ନିୟନ୍ତ୍ରଣ କରିଦିଅନ୍ତି ।

ଶଗଡ ଗାଡି ରେ ଛାମଡା ଥାଏ।

 ଗୋଟିଏ ଖୋଲା ଶଗଡକୁ ତୋରଣ ଦେଇ ସଜାଇଦିଆଯାଇଥାଏ । 

ଅଧିକାଂଶ ଲୋକଙ୍କର ଶଗଡ ଖଣ୍ଡେ ଲେଖାଏଁ ଥାଏ ।

ସେମାନେ ବଡିଭୋରରୁ ନିଜ ନିଜର ଶଗଡ ଗାଡିରେ ବସି ବାହାରି ପଡନ୍ତି ।ଶିମଳା ର ଶିମଳେଶ୍ବର ମହାଦେବଙ୍କ ପାଖକୁ । ତଳେ କୁଟା ପଡିଥାଏ ବସିବାପାଇଁ ।  

ବସ୍ତା ରେ ମୁଢି ,ଏକ ବାଲଟି ।

 ବାସ୍ ଏତିକି ସାମଗ୍ରୀ ବଳଦ ମାନଙ୍କ ବେକରେ ବନ୍ଧା ହୋଇଥିବା ଘଣ୍ଟି ର ଶବ୍ଦ ଭୋର ରାତ୍ରୀ ର ନୀରବତା କୁ ଭାଙ୍ଗି ସକାଳର ଆଭାସ ଦେଉଥିଲା ।

ଦୂର ରୁ କଳାହୋଳମୟ ପରିବେଶରେ ମନ୍ଦିର ର ଘଣ୍ଟା ଧ୍ବନୀ ବାଜି ଉଠିଲେ ଦିବ୍ୟ ଚେତନା ଜାଗିଉଠେ ।

ମୁଣ୍ଡ ନଇଁ ଯାଏ ଆପେ ଆପେ ଶିମଳେସ୍ଵର ମହାଦେବ ଙ୍କୁ ସୁମରଣା କରି ।

ଶଗଡିଆ ମାନେ ଏକୁଜୁଟ ହୋଇଯାନ୍ତି ।

ଯୋଚାଯାଇଥିବା ବଳଦ ମାନଙ୍କୁ ଅଦୂରରେ ବହିଯାଉଥିବା ବୁଢାବଳଙ୍ଗ ନଇପଠା ରେ ବିଚରଣ ପାଇଁ ଛାଡିଦିଅନ୍ତି । 

ଚାଳି ର ବ୍ୟବସ୍ଥା ପୂର୍ବରୁ ସେହି ଶଗଡ ଗୁଡିକ ମନ୍ଦିର ର ପାଖ ପ୍ରାନ୍ତର ଗୁଡିକରେ ଶଗଡ ଗାଡି ସବୁ ଅଟକିରହେ ।ବଳଦଗୁଡିକୁ ଖୋଲି ଦେଲାପରେ ଯୋଚାହୋଇଥିବା ଅଂଶକୁ ତଳକୁ କରିଦିଆଯିବାପରେ ବସିବା ପରି ଏକ ଛୋଟ ଘର ଆକୃତି ହୋଇଯାଏ । 

ଜାଗର ଜାଳୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ତଲ୍ଲୀନ ହୋଇଯାନ୍ତି ।ବିଭୋରପଣରେ ହଜିଯାନ୍ତି ,ମଜ୍ଜିଯାନ୍ତି ବିଭୁ ଆରାଧନାରେ  । ଧାନବିଲରେ ଶିଶିର ସିକ୍ତ ସଦ୍ୟ କଟା ଧାନମୂଳଗୁଡିକ ଗୋଡରେ ଆଡେଇ ଆଡେଇ ଆସୁଥିଲେ ଆଗନ୍ତୁକ ଭକ୍ତ ମାନେ ଦିନେ ଦୁଇ ଦିନ ପୂର୍ବରୁ ଶିମିଳା ମେଳାରେ ନିଜ ନିଜର ବ୍ୟବସାୟ ଧରି ଆସିଥାନ୍ତି ଜାତି ଜାତିକା ବ୍ୟବସାୟୀ ।

ଯେମିତି ଟୁରିଂ ସିନେମା ,ମାଳୀ ଅପେରା ପାର୍ଟି ।କଳାକୁଞ୍ଜ । ଶିବରାତ୍ରୀ ଦିନ ଦ୍ଵିପ୍ରହରକୁ ପହଞ୍ଚିଯାନ୍ତି ଶୂନ୍ୟବାବା,ଅଷ୍ଟଧାତୁ ମୁଦିବାଲା ,। ପାଲା ଓ ଦାସକାଠିଆ ମଧ୍ୟ ଆୟୋଜନ ହୋଇଥାଏ ।

ଧାଡି ଧାଡି ମନୋହରୀ ଦୋକାନର ବିପଣୀ ଲାଗିଥାଏ।ଶ୍ରଦ୍ଧାଳୁ ମାନଙ୍କ ଦୀପଜାଳିବା ନିମନ୍ତେ ପ୍ରସ୍ତୁତ ଛୋଟ ଛୋଟ ଚାଳି ।

କିଛି ମୂଲ୍ୟ ବିନିମୟରେ ଅକ୍ଳେଶରେ ମିଳିଯାଏ ଏହି ଚାଳି । ରାତି ଘଡିକରେ ଆରମ୍ଭ ହୁଏ ଚାଳି କୁ ଚାଳି ବୁଲିବା । ଗୋଟିପୁଅ ଦଳ ବୁଲନ୍ତି ରାତିରେ । 

ସେତେବେଳେ  ଉଆଁଣିଆ ଗାଁ ର ଗୋଟିଏ ଦଳ ଆସୁଥିଲେ ।ଜଣେ ପୁଅ ପିଲା ଶାଢୀ ପିନ୍ଧି ଝିଅ ହୋଇଥାଏ ।

ଶିବରାତ୍ରୀ ର ମାହଲକୁ ବେଶ ଜମେଇ ଦେଇଥାନ୍ତି । 

ଚାଳିକୁ ଚାଳି ବୁଲି ନାଚ ଗୀତ କରୁଥିବା ଏକ ଦଳ ।

୩ରୁ ୪ଜଣ ଥାନ୍ତି ।କିଏ କେମିତି ଶିବ ଭାବରେ ନିଜର ବେଶଭୂଷା କରିଥାଏ 

ରାତି ରେ ଦୀପର ଆଲୋକରେ ଉଦଦ୍ଭାସିତ ଆଲୋକମାଳା ବେଶ୍ ମଧୁମୟ ।

ସତେଯେମିତି ସଂସ୍କୃତିର ଏକ ବିଶାଳ ସମାରୋହ,କଳ୍ପନା କରିହୁଏନା ।

ଦୀପର ଆଲୋକ ମାଳା ରେ ସୁସଜ୍ଜିତ ସିମଳା । 

ଦୂରରୁ ଦିଶେ ମନ୍ଦିରରଚୂଡା । 

ସିମଳା ରେ ବାବାଙ୍କ ପୀଠ ,ଅନ୍ୟ ଦିନମାନଙ୍କରେ ଲାଗେ ନୀରବ ,ନିଶ୍ଚଳ ,ନିର୍ଜନ ।

ଆଜି ଏହି ଶୁଭ ତିଥିରେ ଶୈବ ପୀଠ ଗୁଡିକର ଦୃଶ୍ୟ ଦେବଲୋକଠୁ କମ ନଥାଏ ।

ସେଥିରୁ ଆମ ସିମିଳା କେମିତି ବା ବାଦଯିବ ।


Rate this content
Log in

Similar oriya story from Action