KAMALKUMAR DASH

Drama


2  

KAMALKUMAR DASH

Drama


ଶୀତଲ

ଶୀତଲ

2 mins 7 2 mins 7

ବିମଲ ବାବୁ ଦିଲ୍ଲୀରେ ଥିଲେ କିଛି ଅଫିସ କାମରେ | ସନ୍ଧ୍ୟାରେ ତାଙ୍କ ଫୋନ ରିଂ ହେଲା ସେ ଫୋନ ଉଠାଇ ହାଲୋ କହିଲେ, ସେପଟୁ ଜଣେ ସ୍ତ୍ରୀ ଲୋକ ନ୍କ ସ୍ୱର ଶୁଣାଗଲା | ସେ କହିଲେ ବିମଲ ବାବୁ କଣ ମତେ ଚିହ୍ନିପାରୁନାହାନ୍ତି | ବିମଲ କହିଲା ନା ସେ କହିଲେ ଆରେ ମୁଁ ଶୀତଲ ସାମନ୍ତ କହୁଛି | କୋଉ ଶୀତଲ କହତ ? ଶୀତଳ ମୋ ସ୍ତ୍ରୀର ନାଁ ହେଲେ ତୁମେ କିଏ ମୋର ଜମା ମାନେ ପଡୁନି | ଓହୋ ଆରେ ମୁଁ ତୋ ସ୍କୁଲ ସାଙ୍ଗ ଶୀତଲ କହୁଛି ଏବେ ମନେ ପଡିଲା ନା ଗୋଟେ ଶୀତଲକୁ ପାଇ ମତେ ଭୁଲିଗଲୁ | ଆରେ ନା ଏବେ ବି ଭାବୁଛି | ଶୀତଲ କହିଲା ଥରେ ବର୍ଷା ଦିନରେ ଟିଉସନ ରୁ ଫେରିଲା ବେଳେ ମୋର ସାଇକେଲ ଖରାପ ହୋଇଯାଇଥିଲା ମୁଁ ତୋ ସାଇକେଲରେ ବସି ଘରକୁ ଆସିଥିଲି | ତୋତେ ମୁଁ କହିଥିଲି ଆମ ଘରର କବାଟ ଖୋଲିବା ଯାଏଁ ଟିକେ ରହିବାକୁ କହିଥିଲି, କାରଣ ପିଲାଦିନେ ମୁଁ ଭାବୁଥିଲି ଆମ ଘର ଆଗ ଆମ୍ବ ଗଛରେ ଗୋଟେ ଭୁତ ରହେ ବୋଲି | ଆଉ ତୁ କବାଟ ଖୋଲିବା ଆଗରୁ ଚାଲିଯାଇଥିଲୁ କାରଣ ତୁ ବି ଭୁତକୁ ଡରୁଥିଲୁ | ତା ପରେ ବିମଲର ସବୁ ମନେ ପଡିଗଲା କାରଣ ସେଦିନ ବି ବର୍ଷI ହେଉଥିଲା | ଶୀତଲ କହିଲା ମୁଁ ଦିଲ୍ଲୀରେ ରହେ ସରୋଜିନୀ ନଗରରେ କେବେ ସୁଵିଧ୍ୟାହେଲେ ଆସିବୁ |  

  ଶୀତଲର କହିବାକୁ ଅନେକ କଥା ଥିଲା ହେଲେ ବିମଲ ଫୋନରେ ୱାଇଫ କଲିଙ୍ଗ ଦେଖାଗଲା | ସେ ପଛରେ କଥା ହେବ କହି ତାର କଲି କାଟିଲା ଓ ୱାଇଫ ଶୀତଲକୁ କଲ କଲା | ସେ ପୁରା ରାଗରେ ପଚାରିଲେ କାହା ସାଙ୍ଗରେ ଏତେ ଗପ ଚାଲିଛି ଶୁଣେ ? ବିମଲ କହିଦେଲା ଏଇ ଶୀତଳ ସାଙ୍ଗରେ | କିଏ ସେ ଶୀତଲ ? କଣ ମୋର ଡୁପ୍ଲିକେଟ ନା କଣ, ଘରୁ ବାହାରୁ ବାହାରୁ ଗାଲ ଫ୍ରେଣ୍ଡ ମିଳିଗଲାଣି | ଆରେ ସେ ମୋ ପିଲା ଦିନ ସାଙ୍ଗ, କୋଉଠୁ ମୋ ନମ୍ବର ପାଇଁ ଫୋନ କରିଥିଲା | ସେ ଫୁଣି ପଚାରିଲେ ସେ କେଉଁଠି ରୁହେ ? ଏବେ ଦିଲ୍ଲୀରେ ରହୁଛି କହିଲେ ବିମଲ ବାବୁ | ଶୀତଲ ମାଡାମ କହିଲେ ଟିକେ ଭିଡିଓ କଲ କର | ସେ ହୋଟେଲରେ ଏକ ଥିବାର ଦେଖି ଶାନ୍ତ ହେଲେ ସେ ଓ ଚେତାଇ ଦେଲେ ଶୁଣ ଯାହା କଥା ହେଲ ସେତିକି ଆଉ ତା ଫୋନ ଉଠାଇବ ନାହିଁ କି ତା ଘରକୁ କେବେ ବି ଯିବନି ହେଲା | ଓକେ ଡ଼ିଅର ଗୁଡ଼ ନାଇଟ କହି ଫୋନ ରଖିଲେ ବିମଲ ବାବୁ | ତାପରେ ସାଙ୍ଗ ଶୀତଲର କଲ ଆସିଲା ହେଲେ ସେ ଉଠାଇଲେନି ଡରରେ |



Rate this content
Log in

More oriya story from KAMALKUMAR DASH

Similar oriya story from Drama