Rasmita Sahoo

Children Drama Comedy Children Stories Abstract Inspirational Classics

4  

Rasmita Sahoo

Children Drama Comedy Children Stories Abstract Inspirational Classics

ଶେଷ ମୁହୂର୍ତ୍ତ

ଶେଷ ମୁହୂର୍ତ୍ତ

7 mins
314


(ମଣିଷ ଜୀବନର ଅଗଣିତ, ଅବ୍ୟକ୍ତ ମୁହୂର୍ତ୍ତର କିଛିଟି ମୁହୂର୍ତ୍ତକୁ ନେଇ ଆଧାରିତ ଆଜିର ଏହି କାହାଣିଟି)


ମିଷ୍ଟର ବଣ୍ଟୁ ହୋଟେଲରେ ଡ୍ରିଙ୍କ କରି ଝିଅମାନଙ୍କ ସଙ୍ଗେ ନାଚିବା ସମୟରେ ହଠାତ୍ ତାଙ୍କୁ ହାର୍ଟ ଆଟାକ୍ ପଡ଼ିଲା ଆଉ ଯେତେ ବେଳେ ସେ ନିଜ ଆଖି ଖୋଲି ଦେଖିନ୍ତି ତ ସେତେ ବେଳକୁ ତାଙ୍କୁ ଯମରାଜାଙ୍କ ଦୂତମାନେ ଆସି ନେଉ ଥାଆନ୍ତି । ତାଙ୍କୁ ହଠାତ୍ ଦେଖି ସେ ଚିହ୍ନି ନ ପାରି ଭୟରେ ପଚାରିଲେ "ଆରେ ତମେ ଦୁହେଁ କିଏ? ମୋତେ ଏମିତି ଘୋଷାଡ଼ି-ଘୋଷାଡ଼ି ନେଉଛ କୁଆଡ଼େ?


ଦୂତ ମାନେ ଶୁଣିବେ ବା କାହିଁକି ! ସେ ପୁଣିଥରେ କହିଲେ "ମୋତେ ଛାଡ଼ିଦିଅରେ ଭାଇମାନେ...ମୋ ଘରକୁ ଯିବା ଲେଟ ହେଲେ ଘରେ ମୋ ମିସେସ୍ ମୋତେ କଞ୍ଚା ସୁପ୍ କରି ପିଇ ଦେବ ଆଉ ସକାଳ ହେଲେ ଅଫିସ ଯିବାଟା ଟିକେ ଯଦି ଲେଟ ହୁଏ, ସେଠି ମୋ' ଏମ୍.ଡି ମୋତେ ଜିବନରୁ ମାରିଦେବ।" 

(ଏହା ଶୁଣି ଦୂତମାନେ ନିଜ ନିଜ ମଧ୍ୟରେ ସ୍ମିତ ହାସ୍ୟ ଦେଇ କିଛି ନ ଶୁଣିଲା ପରି ତାଙ୍କୁ ସେମିତି ଟାଣି ଟାଣି ନେବାରେ ବ୍ୟସ୍ତ ।)

କିଛି ସମୟ ପରେ ପୁଣି ଥରେ ମିଷ୍ଟର ବଣ୍ଟୁ ସେମାନଙ୍କୁ କହିଲେ "ଦେଖ ଭାଇମାନେ ମୋତେ କିଡ଼ନାପ୍ କରି ତୁମମାନଙ୍କୁ କିଛି ମିଳିବାର ନାହିଁ,ବୋଧହୁଏ ତମେମାନେ ଭୁଲ ଲୋକକୁ ଉଠେଇ ଆଣିଚ !" ଆଗ ଭଳି ଦୂତ ମାନେ କିଛି ପତିକ୍ରିୟା ନ ଦେଇ ତାଙ୍କୁ ସେମିତି ଟାଣି-ଓଟାରି ନେବାରେ ବ୍ୟସ୍ତ । କିଛି କ୍ଷଣ ପରେ ପୁର୍ନବାର କିଛି ଭାବି ସେମାନଙ୍କୁ କହିଲେ "ଦେଖ ଭାଇ ମାନେ ମୋ ପାଖେ ଏବେ ବାସ ଏହି ଆଇ-ଫୋନ ଆଉ ସୁନା ଚେନଟି ଅଛି ଆଉ ଯେଉଁ କ୍ରେଡିଟ କାର୍ଡ଼ଟି ଅଛି ତାହା କେବଳ ନାମକୁ ମାତ୍ର!"

ସେ ଯେତେବେଳେ ଏତିକି କହି ସେ ନିଜ ପକେଟରେ ହାତ ମାରି ଅଣ୍ଡାଳିବାକୁ ଲାଗିଲେ, ସେତେବେଳେ ହଠାତ୍ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ପିନ୍ଧିଥିବା କପଡା ଆଉ ସେହି କପଡ଼ା ନୁହେଁ , ପେଣ୍ଟ-ସାର୍ଟ ଆଉ ବ୍ଲେଜର ବଦଳରେ ଶୁଭ୍ର ରଙ୍ଗର କପଡ଼ାଟିଏ ଘୋଡ଼ାଇ ହୋଇଥିବାର ପ୍ରାୟ ଦିଶୁଥାଏ ତାଙ୍କୁ । ସେ ଏହା ଦେଖି ଶିଘ୍ର ନିଜ ଆଖପାଖର ପରିବେଶକୁ ଦେଖିବାକୁ ଲାଗିଲେ ଏବଂ ସେଥିରୁ ବାରି ନେଲେ ଯେ, ସେ ଆଉ ଜୀବିତ ନାହାନ୍ତି । 

ଏହା ଜାଣିବା ପରେ ସେ' ପୁଣିଥରେ ମନେ ପକେଇବାକୁ ଚେଷ୍ଟା କଲେ ଯେ, ତାଙ୍କ ଚେତା ଯିବାର ଶେଷ ମୁହୂର୍ତ୍ତଟିରେ ତାଙ୍କ ସାଙ୍ଗେ କଣ ହେଇଥିଲା। ସେ' କିଛି ଭାବୁ-ଭାବୁ ହଠାତ୍ ତାଙ୍କ ସାମ୍ନାରେ ଏକ ବିରାଟକାୟ ସୁବର୍ଣ୍ଣ ରଙ୍ଗର ଫାଟକଟି ଆପେ-ଆପେ ଖୋଲିଗଲା ।

ତାଙ୍କ ଚର୍ତୁଃପାଶ୍ୱରୁ ଅନେକ ଆର୍ତ୍ତ ଚିତ୍କାରର ଶବ୍ବ ଶୁଣି ମିଷ୍ଟର ବଣ୍ଟୁଙ୍କ ଅକଲ ଗୁଡ଼ୁମ, ସେ ଛୋଟ ଥିଲା ସମୟରେ ତାଙ୍କ ଗ୍ରାଣ୍ଡ ମାଆଙ୍କ ଠାରୁ ଶୁଣିଥିଲେ ଯେ ମଣିଷ ମଲା ପରେ ତାଙ୍କ ଭୁଲ-ଠିକର ହିସାବ ଉପରେ ହୋଇଥାଏ । 

ହଠାତ୍ ଯେମିତି ତାଙ୍କ ଜୀବନରେ କରିଥିବା ସବୁ କୁକର୍ମଗୁଡ଼ିକ ଗୋଟି ଗୋଟି କରି ସ୍ଲାଇଡ଼-ଶୋ ପରି ଫ୍ଲାସ୍ ହେବାରେ ଲାଗିଥାଏ ଏବଂ ଭୟର ଲହରିର ମାଳ ସବୁ ଢେଉ-ଢେଉକା ଖେଳିବାରେ ବ୍ୟସ୍ତ । 

ତାଙ୍କ ଭାବନାରେ ପୂର୍ଣ୍ଣଛେଦ ସେତେବେଳେ ପଡ଼ିଲା ଯେତେବେଳେ ସାମ୍ନାରୁ ଜଣେ କେହି ତାଙ୍କୁ ତାଙ୍କ ନାମ ଧରି ଡାକିଲେ "କଣ ବଣ୍ଟୁ ବାବୁ ଆସିଗଲ, ଏବେ ତୁମର ହିଁ ହିସାବ ନିକାସ ଚାଲିଥିଲା !" 

(ଚିତ୍ରଗୁପ୍ତ ତାଙ୍କୁ ସ୍ମିତ ହାସ୍ୟ ଦେଇ) ମିଷ୍ଟର ବଣ୍ଟୁ ତାଙ୍କୁ କିନ୍ତୁ ଚିହ୍ନି ପାରିନଥିଲେ ଆଉ ମନେ ପକାଇବାକୁ ଅନେକ ବୃଥା ଚେଷ୍ଟା ମଧ୍ୟ କରୁଥିଲେ। 

ଚିତ୍ରଗୁପ୍ତ ପୁଣିଥରେ କହିଲେ :- "ଏବେ ଯମରାଜ ଆସି ଯିବେ, ତାଙ୍କରି ସାମ୍ନାରେ ହିଁ ତୁମର ସବୁ ହିସାବ ପତର କରାଯିବ ।" ଏତିକି କହି ସାରିଛନ୍ତି କି ନାହିଁ ହଠାତ୍ ସେଠାରେ ଯମରାଜ ସମ୍ପୁର୍ଣ୍ଣ ନାଟକିୟ ଢ଼ଙ୍ଗରେ ଯାଦୁଗର ଭଳି ଆର୍ବିଭାବ ହେଲେ ।  

ଚିତ୍ରଗୁପ୍ତ ଏବଂ ଅନ୍ୟ ସମସ୍ତେ କହିଲେ "ପ୍ରଣାମ ମହାରାଜ" 

ଯମରାଜ :- ପ୍ରଣାମ, କୁହ ଚିତ୍ରଗୁପ୍ତ .... ଆଜି କାହା କାହାର ମୁକ୍ତି ଦିବସ ?  

ଚିତ୍ରଗୁପ୍ତ :- "ମୁକ୍ତି ଦିବସ" ! ପ୍ରଭୁ କଣ ଆପଣ ବି ଆଜି ମନୁଷ୍ୟଙ୍କ ପରି ମାତୃ ଦିବସ, ପିତୃ ଦିବସ, ଭଗିନି ଦିବସ,ବନ୍ଧୁତ୍ୱ ଦିବସ,ମହିଳା ଦିବସ, ଗୋଲାପ ଦିବସ, ଭାଲୁ ଦିବସ, ଚକୋଲେଟ ଦିବସ, ଟି.ବି ଦିବସ, ଏଡ୍ସ ଦିବସ ପରି "ମୁକ୍ତି ଦିବସ" ଉନ୍ମୋଚନ କଲେଣି ! ତଥା ମନୁଷ୍ୟ ସିନା କ୍ଷଣିକ ଖୁସିକୁ ବର୍ଷକୁ ଥରେ ପାଳନ କରୁଛି କିନ୍ତୁ ଆମ୍ଭମାନଙ୍କର ତ ଏହା ପ୍ରତିଦିନର କାର୍ଯ୍ୟ !

ଯମରାଜା :- ଦେଖ ଚିତ୍ରଗୁପ୍ତ ,ମନୁଷ୍ୟକୁ କର୍ମର ଫଳ ଦେବାର ଦାୟିତ୍ୟ ପରମାତ୍ମା ଆମ୍ଭମାନଙ୍କୁ ଦେଇଛନ୍ତି ଆଉ ଆଜିର ଆଧୁନିକ ମନୁଷ୍ୟଙ୍କୁ ତାଙ୍କ ଆଧୁନିକ ଉପାୟରେ ହିଁ ସମ୍ଭାଳିବା ଉଚିତ୍ ।

ଚିତ୍ରଗୁପ୍ତ :- ଯଥା ଆଜ୍ଞା ପ୍ରଭୁ, କିନ୍ତୁ ଆଜିର ଏହି ଆଧୁନିକ ଯୁଗରେ ନୁତନତ୍ୱର ପରିଭାଷା ଯେ କୁତ୍ସିତ ଏବଂ ସମଗ୍ର ବିଶ୍ୱକୁ ବିଧ୍ୱଂସ୍ତ ଆଡ଼କୁ ଅଗ୍ରସର କରିନେଊଛି ତାହା ଆଜିର ମନୁଷ୍ୟ ବୁଝିବାକୁ କିପରି ଅସମର୍ଥ ! 

ଯମରାଜା :-ସବୁ ସେହି ସମୟର ଖେଳ ! ଯାହା କେବେ ସବୁଜ ବନାନି ଥିଲା ତାହା ଆଜି ମରୁଭୁମି ଏବଂ ଯେଉଁ ସ୍ଥାନ କେବେ ସ୍ୱର୍ଗ ଠୁଁ କିଛି ଗୁଣ କମ ନ ଥିଲା ତାହା ଏବେ ନର୍କର ଗନ୍ତବ୍ୟ ସ୍ଥଳ ହୋଇସାରିଛି । (ସେହି ସମୟରେ ମି. ବଣ୍ଟୁଙ୍କ ଆଡକୁ ଦେଖି) କଣ ବଣ୍ଟୁ ମହାଶୟ, ଆପଣଙ୍କ ମର୍ତ୍ତ୍ୟମଣ୍ଡଳର କୀର୍ତ୍ତିଗୁଡିକର ଚର୍ଚ୍ଚା ଆମ ନଗରରେ ବହୁତ ଶୁଣିବାକୁ ମିଳୁଛି !

ମିଷ୍ଟର ବଣ୍ଟୁ :- ମୋ କୀର୍ତ୍ତିଗୁଡିକର ଚର୍ଚ୍ଚା ...ପୁଣି ଏଠାରେ ! (ନିଜ ମନକୁ ମନ ଭାବି)

ଯମରାଜା :- (ସ୍ମିତ ହାସ୍ୟ ଦେଇ) ଆଉ ନୁହେଁ ! ବାଲ୍ୟ କାଳରେ ବନ୍ଧୁଙ୍କ ସଙ୍ଗେ ବିଶ୍ୱାସଘାତକତା, ଯୁବାବସ୍ଥାରେ ପ୍ରେମ ଭଳି ପବିତ୍ର ବନ୍ଧନକୁ ଅପବିତ୍ର କରି ତାକୁ ବେପାର କରିବା, ସମାଜରେ ମିଥ୍ୟା ଆଭିଜାତ୍ୟ ଏବଂ ସ୍ୱାର୍ଥ ପାଇଁ ନିଜ ଧର୍ମ ପରିବର୍ତ୍ତନ କରିବା, ଚାକିରି କାଳରେ ଅସହାୟ ଏବଂ ନୀରିହ ଲୋକଙ୍କଠୁଁ ଲାଞ୍ଚ ନେବା, ବିବାହ ପରେ ନିଜ ଜନ୍ମ କଲା ପିତାମାତାଙ୍କୁ ଅତ୍ୟାଚାର କରିବା ଆଉ ତାଙ୍କ ବୃଦ୍ଧାବସ୍ଥାରେ ଅନାଥଙ୍କ ପରି ତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେବା....

ବାସ ଏହି ସବୁ କଥାକୁ ନେଇ ତୁମ ପରି ଅନେକ ବଣ୍ଟୁଙ୍କ ଚର୍ଚ୍ଚା ଏମିତି ଏଠି ପ୍ରତିଦିନ ଏଠାରେ ଚାଲିଥାଏ ।

(ଚିତ୍ରଗୁପ୍ତଙ୍କ ଆଡ଼କୁ ଦେଖି) କୁହ ଚିତ୍ରଗୁପ୍ତ ,କଣ ସବୁ ହିସାବ ପତର ସରିଲା କି ଆଉ କିଛି ବାକି ରହିଛି ? 

ଚିତ୍ରଗୁପ୍ତ :- ହଁ, ମହାରାଜ ସବୁ ସରିଲାଣି , ବାସ ଆପଣ ଅନୁମତି ଦେଲେ କାର୍ଯ୍ୟ ଆରମ୍ଭ ହେବ ଆଉ ...।

(କାର୍ଯ୍ୟ ଆରମ୍ଭ କଥାଟି ଶୁଣି ମିଷ୍ଟର ବଣ୍ଟୁଙ୍କ ହୃଦୟ ଆଉ ନ ଥାଇ ସୁଦ୍ଧା ତାଙ୍କୁ ହୃଦୟର ସ୍ପନ୍ଦନ ଦୃତ ଗତିରେ ବଢ଼ିଲାପରି ଲାଗୁଥାଏ ଆଉ ସେ ନିଜ ମନକୁ ବୁଝେଇ, ସାହାସ ଏବଂ ଗର୍ବର ସହ ସେ ଯମରାଜଙ୍କୁ ଚାହିଁ କୁହନ୍ତି...)

ମିଷ୍ଟର ବଣ୍ଟୁ :- ହେ ଯମରାଜ, କ୍ଷମା କରିବେ କିନ୍ତୁ ମୋତେ ଦଣ୍ଡଦେବା ଆଗରୁ ମୋର ସନ୍ଦେହଗୁଡ଼ିକର ସମାଧାନ ପ୍ରଥମେ କରନ୍ତୁ ତାହା ପରେ ଆପଣ ଯାହା ଦଣ୍ଡ ଦେବେ ମୁଁ ମଥା ପାତି ତାହା ସହ୍ୟ କରିନେବି।

ଯମରାଜା :- ସନ୍ଦେହ ! ହା..ହା..ହା... ମନୁଷ୍ୟମାନଙ୍କ ମୃତ୍ୟୁ ପରେ ଅନେକ ସନ୍ଦେହ ନୁହେଁ କି ଚିତ୍ରଗୁପ୍ତ ! 

ଚିତ୍ରଗୁପ୍ତ :- ହଁ, ଠିକ କହିଲେ ମହାରାଜ ।

ଯମରାଜା :- ହଉ ଠିକ ଅଛି ମିଷ୍ଟର ବଣ୍ଟୁ, ତୁମେ ପଚାରି ପାର ତୁମ ସନ୍ଦେହଗୁଡିକୁ ...।

ମିଷ୍ଟର ବଣ୍ଟୁ :-ପୃଥିବୀରେ ସର୍ବଦା ସତ କହିବା, ନ୍ୟାୟ ପଥରେ ଚାଲିବା ଅର୍ଥାତ ଜଳନ୍ତା ନିଆଁରେ ଧାସ ଦେବା ସଙ୍ଗେ ସମାନ । ପୃଥିବୀରେ ଯେ କେହି ବି, ମୋ ପରି ସାଧାରଣ ମନୁଷ୍ୟ ସତ୍ୟ ଏବଂ ନ୍ୟାୟ ପଥରେ ଚାଲିବାକୁ ଚେଷ୍ଟା କରନ୍ତୁ ନା କାହିଁକି ସେ ନିଶ୍ଚିତ ରୂପେ ବିପଦ ମୁହଁରେ ହିଁ ପଡ଼ନ୍ତି ନଚେତ୍ ମୃତ୍ୟୁ ମୁଖରେ । ଏମିତିରେ ଯେ କେହି ବି ସାଧାରଣ ମନୁଷ୍ୟ କିପରି ଏବଂ କାହିଁକି ସେ ସତ୍ ମାର୍ଗରେ ଯିବାକୁ ଚାହିଁବ ? 

(ଯମରାଜା ସ୍ମିତ ହାସ୍ୟ ସହିତ ମିଷ୍ଟର ବଣ୍ଟୁଙ୍କ ଆଡ଼କୁ ଚାହିଁ ଆଗକୁ ପ୍ରଶ୍ନଗୁଡ଼ିକୁ ଜାରି ରଖିବାକୁ ସମ୍ମତି ଦେଲେ)

ଆମର ଏହି ଆଧୁନିକ ଯୁଗରେ ଆମକୁ ପିଲାଟି ବେଳୁ ଶିଖା ଯାଇଥାଏ " ମର୍ତ୍ତ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ" ଏହାର ଅର୍ଥ ଏହା ହେଲା କି ଯେ କେହିବି ଅର୍ଥାତ ସେ ଦେବତା ହୁଅନ୍ତୁ ଅବା ରାକ୍ଷସ, ଯେ କେହି ମନୁଷ୍ୟ ରୁପରେ ଯଦି ପୃଥିବୀ ପୃଷ୍ଠରେ ଜନ୍ମ ହେବ ସେ ମୃତ୍ୟୁ ବରଣ କରିବା ସୁନିଶ୍ଚିତ, ତେବେ ସିଏ କଣ ପାଇଁ ଭୋଗ ଆଉ ବିଳାସରେ ନିଜ ଜୀବନକୁ ବଞ୍ଚିବ ନାହିଁ ? ସେଥିରେ ପାପ ଆଉ ପୁର୍ଣ୍ଣର ପ୍ରଶ୍ନ କଣ ପାଇଁ ଉଠେ ?  

(ଏହି ପ୍ରଶ୍ନ ଶୁଣିସାରିଲା ପରେ... 

ଯମରାଜା :- ହା ..ହା...ହା...( ଅଟ୍ଟ ହାସ୍ୟ କରି ମିଷ୍ଟର ବଣ୍ଟୁଙ୍କ ଆଡ଼କୁ ଦେଖି କହିଲେ) 

"ରେ ମନୁଷ୍ୟ ତୁମେ ନିଜର ସ୍ୱାର୍ଥ ପାଇଁ ଭୁଲ୍ - ଠିକ୍ ତଥା ଧର୍ମ - ଅଧର୍ମର ବିଚାର ମଧ୍ୟ କର ନାହିଁ ଯାହା ଫଳରେ ତୁମେ ଅତି ନିମ୍ନରୁ ନିମ୍ନ ସ୍ତରକୁ ମଧ୍ୟ ଚାଲିଯାଇ ଥାଅ! ସଂସାରର ମାୟାରେ ପଡ଼ି ତୁମେ ଏତେ ମାତ୍ରାରେ ମଜ୍ଜି ଯାଇଥାଅ ଯେ, ତୁମେ ନିଜକୁ ଭୋଗ ଆଉ ବିଳାସରେ ମୋହିତ ହୋଇ ଲୋଭ, ଲାଳସା ଏବଂ ବାସ୍ନାରେ ଅନ୍ଧ ହୋଇ ଯାଇଥାଅ ଏବଂ ଯାହା ଫଳ ସ୍ୱରୁପ ତୁମେ ଭୂଲି ଯାଇ ଥାଅ ନିଜେ ନିଜର ଅସ୍ତିତ୍ୱର ବାସ୍ତବିକତାକୁ । 

ମିଷ୍ଟର ବଣ୍ଟୁ :- କ୍ଷମା କରିବେ ମହାରାଜ,କିନ୍ତୁ ଆଜିର ଏହି ବ୍ୟସ୍ତ ବହୁଳ ଯିବନରେ ମଣିଷକୁ ଶାନ୍ତିରେ ଟିକେ ବଞ୍ଚିବାକୁ ହେଲେ ଅନେକ ଝଡ଼ ତୋଫାନର ସମ୍ମୁଖିନ କରିବାକୁ ପଡ଼ିଥାଏ ଆଉ ଏହି ମଧ୍ୟରେ କାହା ପାଖରେ ଏତେ ସମୟ ବା କାହିଁ ଯେ ସେ ନିଜେ ନିଜର ଅସ୍ତିତ୍ୱର ବାସ୍ତବିକତାକୁ ଖୋଜିବାକୁ ପ୍ରୟାସ ଶିଳ ହେବ !  

ଯମରାଜା :- ହା...ହା...ହା..." ମନୁଷ୍ୟ ଦେହି ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ" ! କୁଆଡ଼େ ଗଲା ତୁମର ସେହି ଦିବ୍ୟ ଜ୍ଞାନ ? ତଥା ତୁମ ପାଇଁ ଶାନ୍ତିର ପରିଭାଷା କଣ ! ମଦ-ମାଂସରେ ବୁଡ଼ି ନିଜ ସ୍ୱାର୍ଥରେ ଅନ୍ଧ ହୋଇ ବଞ୍ଚିବା କଣ ଶାନ୍ତି ! ତୁମେ ମନୁଷ୍ୟ କେବଳ ନିଜ ଜ୍ଞାନର ବ୍ୟବହାର ଅନ୍ୟର ଅପକାର ଏବଂ ନିଜସ୍ୱ ସ୍ୱାର୍ଥ ପ୍ରାପ୍ତି ପାଇଁ ଯଦି କରୁଥିବ, ଏଥିରେ କିଏ ବା ତୁମକୁ ସାହାଯ୍ୟ କରି ପାରିବେ ! ତୁମକୁ ସ୍ୱୟଂ ଭଗବାନ ମଧ୍ୟ ସାହାଯ୍ୟ କରିପାରିବେନି ଯେଉଁ ପର୍ଯ୍ୟନ୍ତ ମନୁଷ୍ୟ ନିଜ ଭାଗ୍ୟକୁ ନିନ୍ଦିବା ବଦଳରେ ନିଜ କର୍ମ ପ୍ରତି ଯତ୍ନଶୀଳ ନ ହୋଇଛନ୍ତି । କିଛି ପ୍ରଶ୍ନର ଉତ୍ତର ତୁମେ ଅନ୍ୟତ୍ର ଖୋଜିବା ବଦଳରେ ସ୍ୱଂୟକୁ ପଚାରିବା ଶିଖ ତେବେ ଯାଇ ତୁମର ଅଗଣିତ ସନ୍ଦେହର ସମ୍ଭାବନା ରହିବ ନାହିଁ । 

(ହଠାତ୍ ଯମରାଜା ଚିତ୍ରଗୁପ୍ତଙ୍କ ଆଡ଼କୁ ଦେଖି )

 ଚିତ୍ରଗୁପ୍ତ ଏହି ମନୁଷ୍ୟକୁ ନେଇ ନର୍କ ଦ୍ୱାରରେ ନେଇ ଫିଙ୍ଗି ଦିଆଯାଉ......

(ନର୍କ ଦ୍ୱାର କଥା ଶୁଣି ମିଷ୍ଟର ବଣ୍ଟୁ ଯମରାଜାଙ୍କ ପାଦ ତଳେ ପଡ଼ି ..)

ମିଷ୍ଟର ବଣ୍ଟୁ :- କ୍ଷମା କରନ୍ତୁ ଯମରାଜ ଏଥରକ ଛାଡି ଦିଅନ୍ତୁ । ମୁଁ ଆଗକୁ ନିଜ ଭୁଲକୁ ସୁଧାରିବାକୁ ଚେଷ୍ଟା କରିବି ।

ଯମରାଜା :- କର୍ମର ଫଳରୁ ସ୍ୱଂୟ ଭଗବାନ ଚାହିଁଲେ ସୁଦ୍ଧା ପରିବର୍ତ୍ତନ କରିପାରିବେ ନାହିଁ ଆମ୍ଭେ ତ ତାଙ୍କର କେବଳ ନିମିତ୍ତ ମାତ୍ର । ତୁମକୁ ତୁମ କର୍ମ ଫଳ ଭୋଗିବାରୁ ମଧ୍ୟ କେହି ସୁଦ୍ଧା ରକ୍ଷା କରିପାରିବେ ନାହିଁ ।

(ଏହି ମଧ୍ୟରେ ଯମରାଜାଙ୍କ ଦୂତମାନେ ଆସି ମିଷ୍ଟର ବଣ୍ଟୁକୁ ଘୋଷାଡ଼ି ଘୋଷାଡ଼ି ନେଉଥିବା ସମୟରେ ସେ ଆର୍ତ୍ତ ଚିତ୍କାର କରି ଦୂତ ମାନଙ୍କୁ କହିଲେ ...)

ମିଷ୍ଟର ବଣ୍ଟୁ :- ଛାଡ଼ି ଦିଅ ମତେ .. ଛାଡ଼ି ଦିଅ ମତେ...ଛାଡ଼ି ଦିଅ ତମେ ସବୁ ମୋତେ....

ଠିକ ଏହି ସମୟରେ ମିଷ୍ଟର ବଣ୍ଟୁଙ୍କ ଉପରେ ତତଲା ଫୁଟୁ ଥିବା ତେଲକୁ ନେଇ ଢାଳି ଦିଆଗଲା କିନ୍ତୁ ଏ କଣ.....

ସେ ଗରମରେ ଜଳି ପୋଡ଼ି ପାଉଁଶ ହୋଇଯିବା ବଦଳରେ ତାଙ୍କୁ ତାହା ଥଣ୍ଡା-ଥଣ୍ଡା କେମିତି ଲାଗିଲା ! ଏହା ଭାବୁ‌‌‌-ଭାବୁ ହଠାତ୍ କେହି ଜଣେ ଆସି ତାଙ୍କ ଉପରେ ପାଣି ଆଉ ଥରେ ଢାଳି ଦେଲେ ।

ମିସେସ୍ ମାୟା : ‌- (ମିଷ୍ଟର ବଣ୍ଟୁଙ୍କ ଧର୍ମପତ୍ନୀ) ତୁମକୁ ମୁଁ କେତେଥର କହିଛି ସେହି ବିଷ ଗୁଡ଼ାକ ପିଇ ମୋ ଘର ଭିତରକୁ ଆସିବନି ବୋଲି ! (ରାଗରେ ତମ୍ ତମ୍ ହୋଇ) ତୁମ ପାଇଁ ମୋ ପିଲା ଯଦି ତୁମ ପରି ସେ ଭୁଲ ରାସ୍ତାକୁ ଗଲେ ନା ଦେଖିବ ମୋ ଅସଲି ରୂପ ।

ଏହା ଦେଖି ମିଷ୍ଟର ବଣ୍ଟୁଙ୍କ ପ୍ରାଣରେ ଯେମିତି ପ୍ରାଣ ଫେରିଲା । ସେହି ମୁହୂର୍ତ୍ତରେ ତାଙ୍କ ପତ୍ନୀ ତାଙ୍କୁ କୌଣସି ସାବିତ୍ରି ଠୁଁ ତାଙ୍କୁ କମ୍ ଲାଗୁ ନ ଥିଲେ , ଯିଏ କି ତାଙ୍କୁ ମୃତ୍ୟୁ ମୁଖରୁ ସତେ ଯେମିତି ଉଦ୍ଧାର କରି ଆଣିଛି ! 

ସେଦିନଠୁଁ ସେ ଜେତେ ଚେଷ୍ଟା କଲେ ସୁଦ୍ଧା ସେ ସବୁକୁ ଖରାପ ସ୍ୱପ୍ନ ଭାବି ଭୁଲି ଯିବାକୁ କିନ୍ତୁ ତାଙ୍କ ଦୁଇଟି ହାତରେ ଲାଗିଥିବା ସେହି ଚିହ୍ନଗୁଡ଼ିକୁ ତାଙ୍କୁ କେବେ ତାହା ଭୁଲିବାକୁ ଦେଇ ନାହିଁ ! ତା' ପରଠୁଁ ସେ ସର୍ବଦା ଚୁପଚାପ ରହିବାକୁ ଲାଗିଲେ ଯେତେବେଳେ ଯିଏ ଯାହା କହିଲା ନିଜ ମୁଣ୍ଡକୁ ଟୁଙ୍ଗାରି, ସ୍ମିତ ହାସ୍ୟ ଦେଇ ସବୁ ପରିସ୍ଥିତିରେ ନିଜ ମନକୁ ଖାପ ଖୁଆଇବାକୁ ଶିଖାଇଦେଲେ ।

"ପାଣିର ବୁଦବୁଦ ପରି ସଭିଙ୍କ ଜୀବନ ତେବେ କଣ ପାଇଁ ଏତେ ଈର୍ଷା, ହିଂସା, ରାଗ ଆଉ ଦ୍ଵେଷର ମାୟାରେ ସମସ୍ତେ ଅନ୍ଧ !" 



Rate this content
Log in

Similar oriya story from Children