STORYMIRROR

Rasmita Sahoo

Abstract Classics Children

2  

Rasmita Sahoo

Abstract Classics Children

ଗୀତା ପୂଜା

ଗୀତା ପୂଜା

1 min
129

            

ବର୍ଷ ପରେ ବର୍ଷ ବିତିଗଲାଣି। କିନ୍ତୁ ଗୀତା ପୂଜାର ପୂର୍ବ ଦିନର ସାଜସଜ୍ଜା ରୁ ଆରମ୍ଭ କରି ପରଦିନର ଉଷାରୁ ଫୁଲ ଗୁନ୍ଥା ପର୍ଯ୍ୟନ୍ତ। କଳସ ପୂଜା,ଶଙ୍ଖ-ଘଣ୍ଟ ନାଦ,ଭଜନ ପାଠ, କ୍ଷୀରି-ଖେଚୁଡ଼ି, ଘାଣ୍ଟ ତରକାରୀ ର ବାସ୍ନା ଆଉ ସେହି ଜନଘହଳି...

ଏତେ ଥାଇ ସୁଦ୍ଧା ଆଉ କାହିଁ ସେହି ଉତ୍ସାହ..ସେହି ଆତ୍ମୀୟତା...ସେହି ପିଲାଳିଆମୀ.. ! 

ସତେ ଯେମିତି "କାଳ" ର ଚକ୍ରରେ ସମସ୍ତଙ୍କ ଉତ୍ସାହ,ଆତ୍ମୀୟତା ଆଉ ପିଲାଳିଆମୀ ବିଲୁପ୍ତ ...ଠିକ ଯେମିତି ଅନେକ ପଶୁପକ୍ଷୀ ଙ୍କ ପରି !


ଏହି ସେହି ଗୀତା ପୂଜାରେ ,ଯେଉଁ ଦିନ ଠାକୁ-ମା, ଠାକୁ-ବା(ବାପାଙ୍କ ମାମୁଁ ମାଇଁ ),ଦାଦା-ଖୁଡ଼ି ଆଉ 

ଆମ ସମସ୍ତେ ଭାଈ-ଭଉଣି ମାନଙ୍କ ମଧ୍ୟରେ ଭଜନ ପାଠ ରୁ ଆରମ୍ଭ କରି ଗୀତା ର ସାରତତ୍ୱ ଉପରେ ସତେ ଯେମିତି ପରୀକ୍ଷା କରନ୍ତି ବଡ଼ ବଡୁଆ ସବୁ! ତାହା ପରୀକ୍ଷା କି ପ୍ରତିଯୋଗିତା ଥିଲା ଏବେ ପର୍ଯ୍ୟନ୍ତ ଆମ ଭାଈ ଭଉଣୀ ମାନଙ୍କୁ ବୁଝା ପଡ଼ିନି। 

ହେଇଥାଏ ପାରେ ସେ ଆମ ଅବୋଧତା କିମ୍ବା ହେଇଥାଇ ବି ପାରେ ବଡ଼-ବଡ଼ ଙ୍କ ଚତୁରତା !!! 

ପରମାତ୍ମାଙ୍କ କୃପାରୁ ଆଜିର ଗୀତା ପୂଜା ଟି ମଧ୍ୟ ଆଗ ଭଳି ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହେଇ ଗଲା ।

ହେଲେ କିଛି ପ୍ରଶ୍ନ ମନରେ ଉଙ୍କି ମାରେ ...

"ସମୟର ସେହି ଅମୁଲ୍ୟ ମୁଲ୍ୟ,

କଣ କେହିବି ବୁଝନ୍ତି ତା' ପ୍ରକୃତ ମୁଲ୍ୟ ? 

ଯଦିଓ ବୁଝଇ କିଏ ତା ପ୍ରକୃତ ମୂଲ୍ୟ,

କଣ ପ୍ରତିଉତ୍ତୋରେ ମିଳେ ତାକୁ ସଠିକ ମୂଲ ?"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract