Rasmita Sahoo

Abstract Children Stories Inspirational

3  

Rasmita Sahoo

Abstract Children Stories Inspirational

କିଛି ଅକୁହା କଥା (ପ୍ରଥମ ଭାଗ)

କିଛି ଅକୁହା କଥା (ପ୍ରଥମ ଭାଗ)

2 mins
297


ନାରାୟଣ ମଉସା ତାଙ୍କ ଦଶ ବର୍ଷର ନାତି "ଶୁଭ୍ରାଂଶ" ସେ ଅନଲାଇନରେ ପାଠ ପଢ଼ିବା ସମୟରେ କେତେବେଳେ ଯେ ଫେସବୁକ ଆଉ ଟ୍ୱିଟରରେ ନିଜ ଖାତା ଖୋଲି ଦେଇଛି ଘରେ କାହାକୁ ବି ଜଣାନାହିଁ। ପିଲାଟି ଆମର କିନ୍ତୁ ଭାରି ଚାଲାକ ଏବଂ ବୁଦ୍ଧିମାନ ମଧ୍ୟ,ମୋ ମତରେ ତା' ନାମ ଟି "ଶୁଭ୍ରାଂଶ" ବଦଳରେ "ଜିଜ୍ଞାଷୁ" ହେବାର ଥିଲା କାରଣ ତାକୁ ସବୁକିଛି ଜାଣିବାର ଅଛି, କଣ ପାଇଁ ଏମିତି ହେଲା...କାହିଁକି ଏମିତି ହେଲା ନାହିଁ... ଏମିତି ଅନେକ ପ୍ରଶ୍ନ ତା ବାପା-ମାଆ, ଜେଜେ-ଜେଜି,ଦାଦା-ଖୁଡ଼ିଙ୍କୁ ସେ ପଚାରୁଥାଏ। କିନ୍ତୁ ତାକୁ ଯେ ସବୁ ପ୍ରଶ୍ନ ଗୁଡ଼ିକର ସଠିକ ଉତ୍ତର ମିଳୁଥିବ ମୋର ସନ୍ଦେହ!


ଏହି ସପ୍ତାହକର ଘଟଣା ହେବ , ସେ ନିଜ ମୋବାଇଲ ଧରି ମୋ ପାଖକୁ ଆସି ପଚାରିଲା "ନାନୀ, ମନୁସ୍ମୃତି ଦହନ ଦିବସ ମାନେ କଣ?"

ମୁଁ ସେହି ପ୍ରଶ୍ନଟିର ଉତ୍ତର ଦେବା ଆଗରୁ ...ଟିକେ ଆଶ୍ଚର୍ଯ୍ୟରେ ତା ଆଡ଼କୁ ଦେଖି ,ତା'ର ଉଚ୍ଚତା ଏବଂ ବୟସ କୁ ସମୟର ମାପଦଣ୍ଡରେ ଟିକେ ମାପିବାକୁ ଚେଷ୍ଟା କରୁଥିଲି ...ସେହି ପ୍ରଶ୍ନଟିକୁ। ଏହି କଅଁଳ ବୟସରେ ତା'ର ଏମିତି ପ୍ରଶ୍ନ ପଚାରିବା ! 

ଶୁଭ୍ରାଂଶ - କଣ ଭାବୁଛ ? ତମକୁ ବି କଣ ଜଣା ନାହିଁ କି ?

ମୁଁ ଟିକେ ହସିଦେଇ ପଚାରିଲି - ଆଚ୍ଛା, ବାବା ଟିକେ କହିଲ, ଏହି ପ୍ରଶ୍ନଟି ତମେ କେଉଁଠି ପଢ଼ିଲ ? 

-ନା,ମ ନାନୀ ସେ କଥା କଅଣ କି ,ମୋ ସାଙ୍ଗ "ଶୋଭନ" ସେ କାଲି ରାତିରେ କହିଲା ଟ୍ୱିଟର ବିଷୟରେ ...ସେଇଠି ନାଶା ର ଅଫିସିଆଲ ଆକାଉଣ୍ଟ ଅଛି ସେଇଠି ବହୁତ ତଥ୍ୟ ମିଳୁଯାଉଛି ଆମ ପ୍ରୋଜେକ୍ଟ ପାଇଁ , ତେଣୁ କାଲି ରାତିରେ ହିଁ ସେଠାରେ ମୁଁ ମୋର ଖାତାଟିଏ ଗୋଟିଏ ଖୋଲି ଦେଲି । କିନ୍ତୁ ଖାତାଟି ଖୋଲୁ-ଖୋଲୁ କେତେ କଣ ଯେ ଟ୍ୱିଟରରେ ଟ୍ରେଣ୍ଡ ହେବାର ଦେଖିଲି ଆଉ କୁହନି। ହଜାର-ହଜାର ଲୋକ "ମନୁସ୍ମୃତି ଦହନ ଦିବସ" ର ଟ୍ରେଣ୍ଡ କରୁଛନ୍ତି !

ଏହି ବିଷୟ ରେ ମୁଁ ଯେତେବେଳେ ମାଆ-ବାପାଙ୍କୁ ପଚାରିଲି ସେ କହିଲେ ଆମ ପାଖରେ ସମୟ ନାହିଁ ତୁ ଯାଇ ,ତୋ ଜେଜେଙ୍କୁ ପଚାର ।

ଜେଜେଙ୍କୁ ପଚାରିବା ରୁ ସେ କହିଲେ , ଟ୍ୱିଟର କିମ୍ବା ଅନ୍ୟ କେଉଁଠି ଖାତା ଖୋଲିବା ଆଗରୁ ଗୁରୁଜନଙ୍କ ଅନୁମତି ନେଇ ଖୋଲିବାକୁ।

ଆଉ କହିଲେ ଶ୍ରୀମଦ ଭାଗବତଗୀତାର ଏହି ଶ୍ଳୋକ ଟିକୁ ମନେରଖିବାକୁ । 


"ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ ।

ତସ୍ୟ କର୍ତାରମପି ମାଂ ବିଦ୍ଧ୍ୟକର୍ତାରମବ୍ୟୟମ୍ ।।"


ଆଉ କହିଲେ ତୁମ ପାଖକୁ ଯିବାକୁ ଆଉ ବୁଝି ଆସିବାକୁ ।ଭାବିଲି ଜିଦ୍ଦି କରି ତାଙ୍କୁ ପଚାରିବି କିନ୍ତୁ ଏଇ କିଛି ମାସ ହେବ ଦେଖୁଛି ଜେଜେଙ୍କ ମନ ଜମାରୁ ଭଲ ରହୁନି, ତେଣୁ ମୁଁ ତାଙ୍କୁ ବେସି ବାଧ୍ଯ ମଧ୍ୟ ଆଉ କଲିନାହିଁ । ସେଇଥିପାଇଁ ମୁଁ ତୁମ ପାଖକୁ ଆସିଗଲି, ଏବେ କୁହ... ଜେଜେ କହିଥିବା ଶ୍ଳୋକ ର ଅର୍ଥ ଏବଂ ମନୁସ୍ମୃତି ଦହନ ଦିବସର ଅର୍ଥ ।


Rate this content
Log in

Similar oriya story from Abstract