STORYMIRROR

Rasmita Sahoo

Comedy Romance

3  

Rasmita Sahoo

Comedy Romance

"ୱାର୍ଲ୍ଡ ସାଇକେଲ୍ ଡେ !"

"ୱାର୍ଲ୍ଡ ସାଇକେଲ୍ ଡେ !"

1 min
277

     

ଆଜି ପାତ୍ରବାବୁ ସକାଳୁ ଟିକେ ସଅଳ ଉଠି ନିଜ ଦିନଚର୍ଯ୍ୟା କାମ ସାରି ବ୍ରେକ ଫାଷ୍ଟ ଟେବୁଲରେ ବସିବା ଆଗରୁ ନିଜ ଡ୍ରାଇଭରକୁ କହିଲେ ,"ମୁଁ ଆଜି ସାଇକେଲରେ ଅଫିସ ଯିବି, ଗୋଦାମରୁ ପୁରୁଣା ସାଇକେଲଟିକୁ ବାହାର କରିଦେ ଆଉ ଠିକ ଭାବେ ସଫାସଫି କରି ପମ୍ପ ମାରିଦେ।"


ଡ୍ରାଇଭର ପାତ୍ରବାବୁଙ୍କ ଆଦେଶ ଶୁଣି ଆଶ୍ଚର୍ଯ୍ୟ ଭାବରେ ନିଜକୁ ନିଜେ ଗୁଣୁଗୁଣୁ ହେଇ, "ଆଜି ବାବୁଙ୍କ ହେଇଛି କଣ ,ତାଙ୍କ ପୁରୁଣା ସାଇକେଲକୁ କାଢ଼ିବାକୁ କହିଲେ ଯେ ! କଣ କିଏ କହିଲା ନା କଣ ମୋ ବିଷୟରେ...! ନା, ମୁଁ ତ ଆଉ ମଦ ପିଇକି ଗାଡ଼ି ଚଲଉନି ! ଆଜି ଏମିତି କେମିତି ସାଇକେଲଟିକୁ କାଢ଼ିବାକୁ କହିଲେ ଯେ !" 


ତାଙ୍କ ବ୍ରେକଫାଷ୍ଟ ସମୟରେ ପାତ୍ରବାବୁଙ୍କ ଧର୍ମ ପତ୍ନୀ (ବ୍ରେଡ଼ ଉପରେ ଟମାଟୋ ଜେଲି ଲଗେଇବା ସମୟରେ ଆଶ୍ଚର୍ଯ୍ୟ ପୂର୍ଣ୍ଣ ଭାବରେ) ତାଙ୍କୁ ପଚାରିଲେ "ଆଜି ଗାଡ଼ିରେ ନ ଯାଇ,ସାଇକେଲରେ ପୁଣି ...କଣ ପାଇଁ ?" 


ପାତ୍ରବାବୁ - "ହଁ,ସେମିତି... ଆଜି ଅଫିସରେ ଷ୍ଟାଫ ସବୁ କହିଛନ୍ତି ତ ସମସ୍ତେ ମିଶି ସାଇକେଲରେ ଅଫିସକୁ ଯିବା ପାଇଁ , କେବଳ ସେଇଥି ପାଇଁ!"

(ବ୍ରେକଫାଷ୍ଟ ସାରି,ନିଜ ବ୍ୟାଗ ଧରି ବାହାରିବା ବେଳେ..)

ତାଙ୍କ ପତ୍ନୀ (ମନରେ ଅସଂଖ୍ୟ ପ୍ରଶ୍ନର କୋଳାହଳ ମଧ୍ୟରେ, ଅଭିଯୋଗ ଭରା ଦୃଷ୍ଟିରେ ) :- " କଣ ବିନା କାରଣରେ ?"

ପାତ୍ରବାବୁ :- ଆରେ ତମେ କଣ ଜାଣିନ ଆଜି ପରା "ୱାର୍ଲ୍ଡ ସାଇକେଲ୍ ଡେ !"


ବାବୁଙ୍କ କଥା ଶୁଣିଲା ପରେ, ଡ୍ରାଇଭର ମନେରେ ଶାନ୍ତିରେ ନିଃଶ୍ଵାସ ନେଇ, 

"ଓଃ ହୋ.. ମଣିଷ ବଞ୍ଚିଗଲା, ଆଜି ତାହା ହେଲେ ବର୍ଷକର ସେଇଦିନ, ଯଉଦିନ ବାବୁ ଆମର ସାଇକେଲରେ ଅଫିସରେ ଯାଆନ୍ତି!" 

ତାଙ୍କ ପତ୍ନୀ (ମନରେ ସବୁ ଶଙ୍କା-ଆଶଙ୍କାରେ ପୂର୍ଣଛେଦ ପକାଇ, ଶ୍ରୀଜଗନ୍ନାଥଙ୍କୁ ମନରେ ସୁମରି ) :- " ହେ ମହାପ୍ରଭୁ, ଏହି ସାଇକେଲ ଡେଟି ମାସକ ପାଞ୍ଚ-ଛଅ ଥର ଆସନ୍ତା ନି ! କମ୍ ସେ କମ୍ ଏହାର ନାଆଁଟିରେ ୟାଙ୍କ ପେଟଟି ହେଲେ କମି ଯାଆନ୍ତା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy