STORYMIRROR

Rasmita Sahoo

Abstract Children Stories Inspirational

3  

Rasmita Sahoo

Abstract Children Stories Inspirational

କିଛି ଅକୁହା କଥା

କିଛି ଅକୁହା କଥା

2 mins
262

ଶୁଭ୍ରାଂଶ ର ଜାଣିବା ବ୍ୟାକୁଳତା ଦେଖି, ଯେମିତି ଲାଗିଲା ମୁଁ ନିଜ ପ୍ରତିଛବି ସହ କଥାବାର୍ତ୍ତା ହେଉଛି। ତାକୁ ଯେ କେଉଁପରି ଭାବେ ତା ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବି ... !!!

ଏହା ମଧ୍ୟରେ ସେ ମୋ ମୁହଁ ସାମ୍ନାରେ ନିଜ ଦୁଇ ହାତକୁ ହଲାଇ କହିଲା "କ'ଣ ଯେ ଏତେ ଭାବୁଛ... ?"


ମୁଁ ତାକୁ କହିଲି ତୋ ପ୍ରଶ୍ନର ଉତ୍ତର ଦେବା ଆଗରୁ ମୋତେ ପ୍ରମିସ୍ କର ତୁ ସେହି ସୋସିଆଲ ମିଡ଼ିଆ ଠୁଁ ଯଥା ସମ୍ଭବ ଦୂରେ ରହିବୁ । ଯେତେବେଳେ ଯାହା ଜାଣିବାର ଥିବ ବଡ଼ ମାନଙ୍କ ସାହଯ୍ୟ ନେବୁ ଏବଂ ତାଙ୍କ ଦେଖରେଖରେ ହିଁ ମୋବାଇଲ ର ବ୍ୟବହାର କରିବୁ ! 


 - ସୋସିଆଲ ମିଡ଼ିଆ ୟୁଜ କରିବା ପାଇଁ ବି ପରମିଶନ !!! ଆଛା, ଠିକଅଛି... ଚେଷ୍ଟା କରିବି ....କିନ୍ତୁ ସେ ଛୋଟଛୁଆଙ୍କ ଭଳି ମୁଁ ସେ ପ୍ରମିସ - ଫ୍ରମିସ୍ କରିପାରିବି ନାହିଁ । 

ଏବେ ତ କୁହ .....


-ହଉ, ଠିକ ଅଛି... ପ୍ରଥମେ କହ କେଉଁ ପ୍ରଶ୍ନଟିର ଉତ୍ତର ତତେ ଜାଣିବାର ଅଛି ?

-ହମ୍ମ... (କିଛିକ୍ଷଣ ଭାବିଲା ପରେ ) ମୁଁ ଯେତିକି ଜେଜେଙ୍କୁ ବୁଝିଛି,ସେ କେବେବି ମୋ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ନିରାଶ ହୁଅନ୍ତି ନାହିଁ । କିନ୍ତୁ ଆଜି ଏମିତି ଉତ୍ତର ନ ଦେଇ ଶ୍ଳୋକ ଶିଖାଇବାର ଅର୍ଥ ମାନେ ....which means ଏହି ଶ୍ଳୋକ ସହିତ ମୋ ପ୍ରଶ୍ନ ସଙ୍ଗେ କିଛି ନା କିଛି ଲିଙ୍କ ଥାଇପାରେ !!! 

ଆଉ ତୁମେ ବି ତ ମୋତେ ସବୁବେଳେ କୁହ "ଶୁଭ୍ରାଂଶ ...Thousand Problem,One Solution and that is Shrimada Bhagavad-Gita "


- yeah, Indeed.

- ହଉ ଆଉ ବେସି ସମୟ ନ ନେଇ Now, let me open Shrimada Bhagavad-Gita .

ଏହି ଶ୍ଳୋକ ଟି ଅଧ୍ୟାୟ -୪ ଏବଂ ଶ୍ଳୋକ - ୧୩ ରେ ବର୍ଣ୍ଣିତ ଅଛି । 


"ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ ।

ତସ୍ୟ କର୍ତାରମପି ମାଂ ବିଦ୍ଧ୍ୟକର୍ତାରମବ୍ୟୟମ୍ ।।"


ଯାହାର ଅନୁବାଦ ହେଲା :-

ଚାତୁର୍ବର୍ଣ୍ଣ୍ୟଂ ଅର୍ଥାତ ବୃତ୍ତିଗତ ଚାରୋଟି ବିଭାଗ,

ମୟା -ମୋ ଦ୍ୱାରା; ସୃଷ୍ଟଂ -ସୃଷ୍ଟ; ଗୁଣ-ଗୁଣ; କର୍ମ-କର୍ମ; 

ବିଭାଗଶଃ - ବିଭାଗ ଅନୁଯାୟୀ; ତସ୍ୟ -ତାହାର; 

କର୍ତାରମ୍ -ସ୍ରଷ୍ଟା; ଅପି -ଯଦିଓ; ମାଂ-ମୋତେ; 

ବିଦ୍ଧି -ଜାଣ: ଅକର୍ତାରମ୍ -ଅକର୍ତ୍ତା ରୂପେ; ଅବ୍ୟୟମ୍ - ଅବିନାଶୀ ।


ଅର୍ଥାତ :-

ପରମାତ୍ମା ବା ଶ୍ରୀକୃଷ୍ଣ, ମନୁଷ୍ୟମାନଙ୍କର ଗୁଣ ଓ କର୍ମ ଅନୁସାରେ, ସେ ଚାରି ପ୍ରକାର ବର୍ଣ୍ଣ ବା ବୃତ୍ତି ସୃଷ୍ଟି କରିଛନ୍ତି । ଏହା ତାଙ୍କର ଜନ୍ମ ଅନୁସାରେ ନ ହୋଇ ପ୍ରକୃତି ଅନୁସାରେ ହୋଇଛି ।

ବେଦ କହେ ଯେ ମାୟାଶକ୍ତି ତ୍ରିଗୁଣ ଯୁକ୍ତ ଅଟେ: 

ସତ୍ତ୍ୱଗୁଣ (ସତ୍‌ଗୁଣ), 

ରଜୋଗୁଣ (କାମନା ଯୁକ୍ତ ଗୁଣ), 

ତମୋଗୁଣ (ଅଜ୍ଞାନ ଗୁଣ) । 

ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି ମାନେ ବ୍ରାହ୍ମଣ ଶ୍ରେଣୀର ଅଟନ୍ତି । ସେମାନେ ମୁଖ୍ୟତଃ ପୂଜାଦିକର୍ମ ତଥା ଶିକ୍ଷକତା କରନ୍ତି । କ୍ଷତ୍ରିୟମାନଙ୍କଠାରେ ରଜୋଗୁଣ ପ୍ରବଳ ମାତ୍ରାରେ ଥାଏ, କିନ୍ତୁ କିଛି ମାତ୍ରାରେ ସତ୍ତ୍ୱଗୁଣ ମଧ୍ୟ ଥାଏ । ସେମାନେ ଶାସନ କରିବା ତଥା ପରିଚାଳନା ଆଦି କର୍ମରେ ନିଯୁକ୍ତ ରହନ୍ତି । ବୈଶ୍ୟମାନଙ୍କଠାରେ ରଜୋଗୁଣ ତଥା କିଛିମାତ୍ରାରେ ତମୋଗୁଣ ଥାଏ, ସେମାନେ ବ୍ୟବସାୟୀ ତଥା କୃଷକ ଶ୍ରେଣୀର ଅଟନ୍ତି । ଶୁଦ୍ରମାନଙ୍କଠାରେ ଅଜ୍ଞାନତାର ଗୁଣ ଅଧିକ ଥାଏ ଏବଂ ସେମାନେ ଶ୍ରମିକ ଶ୍ରେଣୀର ଅଟନ୍ତି । ଏହି ବିଭକ୍ତିକରଣ ଜନ୍ମ ଅନୁସାରେ ନ ଥିଲା ବା ଏହା ଅପରିବର୍ତ୍ତନୀୟ ନ ଥିଲା । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଏହି ବର୍ଣ୍ଣାଶ୍ରମ ପ୍ରଥାର ବିଭକ୍ତିକରଣ ମନୁଷ୍ୟମାନଙ୍କର ସ୍ୱଭାବ ଏବଂ କର୍ମ ଅନୁସାରେ ହୋଇଥିଲା ।


ଯଦିଓ ଭଗବାନ ସଂସାରର ସମସ୍ତ ଯୋଜନାର ସ୍ରଷ୍ଟା ଅଟନ୍ତି, ତଥାପି ସେ ଅକର୍ତ୍ତା ଅଟନ୍ତି । ଯେପରି ବୃଷ୍ଟିଜଳ ଜଙ୍ଗଲର ସର୍ବତ୍ର ସମାନ ଭାବରେ ପଡିଥାଏ, କିନ୍ତୁ କେତେକ ମଞ୍ଜିରୁ ବିଶାଳ ବରଗଛ ଅଙ୍କୁରିତ ହୁଏ ତ ଅନ୍ୟ ମଞ୍ଜିରୁ ସୁନ୍ଦର ଫୁଲ ଫୁଟିଥାଏ, ଏବଂ ଅନ୍ୟ କେତେକରୁ କଣ୍ଟକଯୁକ୍ତ ଗୁଳ୍ମ ବାହାରିଥାଏ । ବର୍ଷା ନିରପେକ୍ଷ ଅଟେ, ଏହିସବୁ ଭିନ୍ନତା ପାଇଁ ସେ ଏଥିପାଇଁ ଦାୟୀ ନୁହେଁ । ସେହିପରି ଭଗବାନ ଜୀବକୁ କର୍ମ କରିବାର ଶକ୍ତି ଦେଇଥାନ୍ତି । ସେହି ଶକ୍ତିର ସେମାନେ କିପରି ଉପଯୋଗ କରିବେ, ସେହି ନିର୍ଣ୍ଣୟ ନେବାରେ ଜୀବ ସ୍ୱତନ୍ତ୍ର ଅଟେ; ତା’ର କାର୍ଯ୍ୟ ପାଇଁ ଭଗବାନ ଦାୟୀ ନୁହନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract