Rasmita Sahoo

Abstract Children Stories Classics

3  

Rasmita Sahoo

Abstract Children Stories Classics

କିଛି ଅକୁହା କଥା (ଭାଗ ୩)

କିଛି ଅକୁହା କଥା (ଭାଗ ୩)

3 mins
234


ଶୁଭ୍ରାଂଶ :- ଓହୋ... ଯଦିଓ ଭଗବାନ ଜାତି ଆଉ ଧର୍ମର ନିର୍ମାତା ନୁହନ୍ତି ତେବେ କାହିଁକି ଲୋକମାନେ ଜାତି ଆଉ ଧର୍ମର ନାଆଁରେ ମାରପିଟ ହେଉଛନ୍ତି ଆଉ ମନୁସ୍ମୃତି ଦହନ ସଙ୍ଗେ ଏହାର କଣ କନେକ୍ସନ ?

- You know what, Subhransh ... ଦୁନିଆରେ ଏମିତି ଅନେକ କିଛି କଥାଅଛି ଯାହା ପରସ୍ପର-ପରସ୍ପର ସହିତ ଇଣ୍ଟର କନେକଟେଡ଼ ଥାଏ । ଆଉ ଆମ ଏହି ପୃଥିବୀରେ ଏମିତି ଅନେକ କିଛି ରହସ୍ୟ ମଧ୍ୟ ଅଛି ଯାହା ବୋଧେ ପ୍ରକୃତ ସମୟ ଆସିଲେ ହିଁ ସମସ୍ତଙ୍କୁ ଜଣାଯିବ । ସେମିତି କିଛି କଥା ମଧ୍ୟ ଏମିତି ଅଛି ଯାହା ତୋର ଠିକ ବୟସ ଆସିଲେ ତୋତେ ଜଣାଯିବ।


- ଓହୋ.....ତମର ଏମିତି ଗୋଲ-ଗୋଲ କଥା ବେଳେ-ବେଳେ ମୋତେ ଜମାରୁ ବି ବୁଝା ହିଁ ପଡେନି ! ଆଉ ମୋର ଠିକ ବୟସ କେବେ ଆସିବ ସେ କଥା ମୁଁ ଜାଣେନି ,ତୁମେ ମୋତେ ମୋ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ ଏବେ, ବାସ !


-ଆଚ୍ଛା ହଉ ଶୁଣ, "ମନୁସ୍ମୃତି " ହେଉଛି ସନାତନ ଧର୍ମର ( ହିନ୍ଦୁ ଧର୍ମ ) ଧର୍ମଗ୍ରନ୍ଥ ମଧ୍ୟରେ ଏକ ପ୍ରାଚୀନ ଆଇନଗତ ପାଠ ଏବଂ ସମ୍ବିଧାନ ଅଟେ । ଯାହାକୁ ୧୭୭୬ ରେ ଇଂରେଜ ମାନଙ୍କ ଦ୍ୱାରା ସଂସ୍କୃତ ରୁ ଇଂରାଜୀ ଭାଷାରେ ଅନୁବାଦ କରାଯାଇଥିଲା । ଯେଉଁଥିରେ ସେମାନଙ୍କ ମଧ୍ୟରୁ କିଛି ଖଳ ପ୍ରକୃତିର ବ୍ୟକ୍ତି ବିଶେଷ ନିଜ ଇଚ୍ଛା ମୁତାବକ ଅନେକ ପରିବର୍ତ୍ତନ କରି ତାକୁ ନିଜଭାଷାରେ ଅନୁବାଦ କରିଥିଲେ ଏବଂ ଯାହାର କୁ-ପରିଣାମ ଆଜି ପର୍ଯ୍ୟନ୍ତ ଆମ ସମାଜରେ ଅନେକଙ୍କୁ ଭୋଗିବାକୁ ପଡୁଛି ।


- ନାନୀ,ଏମିତି ଆଉ କେତେ ଯୁଗ ଆଉ ବର୍ଷ ଧରିଧରି ଧର୍ମ,ଜାତି ଆଉ ବର୍ଣ୍ଣ ନାଁରେ ସମସ୍ତେ ଲଢ଼ୁଥିବେ ? ଏହି ସବୁକୁ ରୋକିବା ପାଇଁ କଣପାଇଁ କେହି ବି ଚେଷ୍ଟା କରୁନାହାଁନ୍ତି ?


-କିଏ କହିଲା ! କେହିବି, କେବେ ଚେଷ୍ଟା କରିନାହାନ୍ତି ଆଉ କରୁନାହାନ୍ତି ବୋଲି ! ଏହା ସବୁକୁ ରୋକିବା ପାଇଁ ପ୍ରତ୍ୟେକଟି ଯୁଗରେ ଭିନ୍ନଭିନ୍ନ ସ୍ଥାନରେ ଅନେକ ମହାତ୍ମା ଏବଂ ଯୁଗ ପୁରୁଷ ଜନ୍ମ ନେଇଛନ୍ତି ଯାହା ମଧ୍ୟରୁ ଗୌତମ ବୁଦ୍ଧ ,ମହାବୀର ଜିନ,ପ୍ରଫେଟ ମହମ୍ମଦ,ଯୀଶୁ ଖ୍ରୀଷ୍ଟ, ଗୁରୁ ନାନକ ଅନ୍ୟତମ।ଯୁଗଯୁଗ ଧରି ଅନେକ ସାଧୁ ମହାତ୍ମା ମାନେ କଣ ମନୁଷ୍ୟଙ୍କୁ ସତମାର୍ଗରେ ଚାଲିବା ପାଇଁ ଏବଂ ଜିବେ ପ୍ରତି ଦୟାଭାବର ମୂଳମନ୍ତ୍ର କଣ ଶିଖାଇ ନାହାନ୍ତି ! କିନ୍ତୁ କାଳକ୍ରମେ ତାହାକୁ ମଧ୍ୟ କିଛି ଲୋକଙ୍କ ମତଭେଦ ମନୋଭାବ ଯୋଗୁଁ ବର୍ତ୍ତମାନ ଅନେକ ନୂତନ ନୂତନ ଧର୍ମ ନାଁରେ ନାମିତ ହୋଇସାରିଛି।


- ନାନୀ, ସେମାନଙ୍କୁ ମିଳୁଛି କ'ଣ, ମଣିଷକୁ ଆଉ ଦେଶକୁ ଏମିତି ଧର୍ମ ଏବଂ ଜାତି ଆଉ ବର୍ଣ୍ଣ ନାଁରେ ଭାଗ ଭାଗ କରିକି?


- ତମ ଗପ ବହିରେ ଗୋଟିଏ ଗପ ପଢ଼ିଥିଲ ନା ,ଯେଉଁଠି ଆମେ ଶିଖିଥିଲେ "ଦୁଇଜଣ ଝଗଡାରେ ତୃତୀୟ ଜଣକର ହିଁ ଫାଇଦା ରହିଥାଏ" ସେମିତି କିଛି ଏଠି ବି ଆପ୍ଲିକେବଲ ହେଉଛି ।


- ସେମାନେ କଣ ଆମ ପରି ସ୍କୁଲ ଗୋଇଙ୍ଗ ସ୍ତୁଡେଣ୍ଟ ?


-ଦେଶ ଆଉ ବିଶ୍ୱକୁ କେଉଁ ସ୍କୁଲ ଗୋଇଙ୍ଗ ସ୍ତୁଡେଣ୍ଟ ଚଳାନ୍ତି ନାହଁ, ବୁଝିଲୁ stupid !


-ତାହେଲେ ଏମିତି ସବୁବେଳେ ଆମ ପରି ଝଗଡ଼ା କଣ ପାଇଁ ହେଉଛନ୍ତି ? ଆଚ୍ଛା ନାନୀ, ସେ ତୃତୀୟ ବ୍ୟକ୍ତି ବିଶେଷ ସବୁ କିଏ ?


-କିଛି ଉତ୍ତରର ଅପେକ୍ଷା ସଠିକ ସମୟ ଆସିଲେ ଜାଣିବା ଶ୍ରେୟସ୍କର ହେବ ତୋ ପାଇଁ। ଆଉ ହଁ ଶୁଣୁ,ଏହି ବିଷୟରେ ଜେଜେଙ୍କୁ ବେଶି ଆଉ ପଚାରୁଉଚୁରା କରିବୁ ନାହିଁ କି ତାଙ୍କୁ ଆଉ ଏକ୍ସଟ୍ରା ମୁଣ୍ଡବ୍ୟଥା ବଢ଼େଇବୁ ନାହିଁ।


ଶୁଭ୍ରାଂଶ - ମୁଣ୍ଡବ୍ୟଥା !!! ସତରେ କ'ଣ ମୋ ପ୍ରଶ୍ନ ସମସ୍ତଙ୍କୁ ମୁଣ୍ଡବ୍ୟଥା ଦେଇଥାଏ !


- ନାରେ, ସେମିତି କିଛି କଥା ନୁହେଁ , ତୋର ଏହି ବୟସରେ ପାଠପଢ଼ା ବ୍ୟତୀତ ଅନ୍ୟ ସବୁ କଥାକୁ ସମସ୍ତେ ଅଣଦେଖା କରିବେ ଆଉ ମୁଣ୍ଡବ୍ୟଥା ଶ୍ରେଣୀରେ ମଧ୍ୟ ରଖିଦେବେ । ସେଥିପାଇଁ ତ ତମକୁ କୁହାଯାଇଥିଲା ଯଥା ସମ୍ଭବ ମୋବାଇଲ ଆଉ ସୋସିଆଲ ମିଡ଼ିଆ ଠାରୁ ଦୂରେ ରହିବା ପାଇଁ ।


- ମୁଁ କ'ଣ ଯେ କରିବି ! ମୋର ସବୁ କ୍ଲାସ ତ online ରେ ହଉଛି, ମୋବାଇଲ ରୁ ଦୂରେ ରହିଲେ ପାଠ କେମିତି ପଢ଼ିବି !


-ଉଫଃ, what an excuse ! ତୋତେ ପାଠ ପଢ଼ିବାକୁ କେହିବି ମନା କରିନାହାନ୍ତି ବୁଝିଲୁ କିନ୍ତୁ ପାଠପଢ଼ା ନାଁରେ ଏକ୍ସଟ୍ରା ଡ୍ରାମା ଟିକେ ବନ୍ଦହେଲେ ସମସ୍ତଙ୍କ ପାଇଁ ଭଲ ହେବ ।


-ହମ୍ମ...ଠିକଅଛି,ଚେଷ୍ଟା କରିବି । 


( ମୋ କଥା ଶୁଣିସାରିଲା ପରେ ଶୁଭ୍ରାଂଶ ଅଵଶ୍ୟ ସମ୍ପୂର୍ଣ୍ଣଭାବେ ଖୁସି ତ ନଥିଲା କିନ୍ତୁ ସବୁକିଛି ବୁଝିଲା ଭଳି ନିଜ ମୁଣ୍ଡକୁ ଟୁଙ୍ଗାରି-ଟୁଙ୍ଗାରି ନିଜ ଘରକୁ ଲେଉଟିଥିଲା । )


Rate this content
Log in

Similar oriya story from Abstract