STORYMIRROR

Rasmita Sahoo

Children Stories

3  

Rasmita Sahoo

Children Stories

ଗ୍ରୀଷ୍ମକାଳୀନ ଅଦିନିଆ ବର୍ଷା

ଗ୍ରୀଷ୍ମକାଳୀନ ଅଦିନିଆ ବର୍ଷା

3 mins
200

କୁନମୁନ ହଠାତ ଗାଡ଼ିର କବାଟକୁ ଜୋରରେ ଖୋଲି,କାହାକୁ କିଛି ନ କହି ସେ ଦୌଡି ଦୌଡ଼ି ରାସ୍ତାର ଆରପଟରେ ଥିବା ଗୁପ୍ ଚୁପ୍ ଠେଲା ପାଖକୁ ଚାଲିଥାଏ । ତା' ପଛେ-ପଛେ ଆମେ ସମସ୍ତେ ମଧ୍ୟ ଚାଲିଥାଉ ! ଯେତେବେଳେ ସ୍ୱାତୀ ଅପା ରାଗି ତାକୁ ନିରେଖି ଦେଖନ୍ତି ତ ସେ ନିଜ ନିରୀହ ଏବଂ ଚପଳାମି ଭରା ହସରେ କୁହେ " ମମ୍ମା,ତୁମେ ଆଜି ରାଗିଲେ ସୁଦ୍ଧା ମୁଁ ଆଜି ଖାଇବି । କାହା କଥା ଶୁଣିବି ନାହିଁ ଆଉ ତୁମେ ହିଁ ତ ପାପାଙ୍କୁ କୁହନା ଯେତେବେଳେ ତୁମେ ଆଇସକ୍ରିମ ଖାଅ,ଏମିତି ଦିନେ ଅଧେ ଖାଇ ଦେଲେ ମୋତେ କିଛି ହବନି ! ମୋ ପାଇଁ ହିଁ ଖାଲି ତମେ ସବୁ ବେଳେ ନୂଆ ନୂଆ ନିୟମ ସବୁ ତିଆରି କର!" (ନିଜ ମୁହଁକୁ ଫୁଲେଇ ମହାରାଣୀ ଆମର ଏହି ଭିତରେ ଗୁପ୍ ଚୁପ୍ ସାରି ଆଇସକ୍ରିମ ଖାଇବାରେ ବ୍ୟସ୍ତ ।)

ଆଉ ଏପଟେ ଅପା ଆଉ ଭାଇଙ୍କ ମଧ୍ୟରେ ସିରିଆଲର ଟିଭି ଶୋ ଭଳି ତୁ-ତୁ ମେ-ମେ ଭି ଆରମ୍ଭ ହୋଇଯାଇ ଥାଏ । ମୁଁ ଏହି ଭିତରେ ଚୁପଚାପ ଏକ ଦର୍ଶକ ଭଳି ସମସ୍ତଙ୍କ ଅଭିନୟକୁ ଦେଖିବାରେ ବ୍ୟସ୍ତ ।


ଅପା ଏବଂ ଭାଇଙ୍କ ମଧ୍ୟରେ ଯୁକ୍ତି ଚାଲିଥାଏ ।

-ଏହି ସମୟରେ ଝିଅକୁ ବାହାରେ ଆଣି ବାହାରର ଅପରିଷ୍କାର ଖାଦ୍ୟ ଖୁଆଇବା କେତେ ଯେ ବିପଦଜନକ ତମେ କଣ ଜାଣିନ ! ଡାକ୍ତର କଣ କହିଛନ୍ତି ତମେ କେମିତି ଭୁଲିଗଲ !

- କଣ କରିବି ଆଉ ମୁଁ ! ଝିଅର ବିକଳ ଚେହେରା ଆଉ ସହି ପାରିଲିନି । ତାକୁ ଏମିତି ଆଉ କେତେ ଦିନ ପଞ୍ଜୁରୀରେ ବାନ୍ଧିଲା ଭଳି ରଖିଥିବା !

- ତମେ କଣ ଭାବୁଛ ମୋତେ ସେ ସବୁ କଣ ଦେଖା ଯାଉନାହିଁ ! କିନ୍ତୁ ତା ଜିଦ ସାମ୍ନାରେରେ ତା ଦେହକୁ ଖରାପ କେମିତି କରିବାକୁ ଦେବି !ଏବେ ଏବେ ତମେ ତ ଦେଖିଛ ତାର କେମିତି ଫୁଡ଼ ପଏଜନିଂ ହେଇଥିଲା ଆଉ ତା ଅବସ୍ଥା କେତେ ସିରିଅସ ହେଇ ପଡିଥିଲା !

-ସବୁ ଦେଖିଛି ଏବଂ ଜାଣିଛି ସ୍ୱାତୀ ଆଉ ତାହାର ମୂଳ କାରଣ ମଧ୍ୟ ମୁଁ ଜାଣିବାକୁ ପାଇସାରିଛି ତେଣୁ ଟିକେ ଶାନ୍ତ ହୁଅ ଆଉ ଝିଅକୁ ଖୁସିରେ ବଞ୍ଚିବାକୁ ଦିଅ।

-ମୂଳ କାରଣ ଜାଣିବାକୁ ପାଇଛ .... !

- ଘର ଗଲେ ତୁମକୁ ସବୁ କହିବି ଆଜି ।


ଏହି ଭିତରେ କୁନମୁନ କେତେବେଳେ ଯାଇ ରୋଡ଼ କରରେ ଥିବା ଭଙ୍ଗା ଶଗଡ଼ ଗାଡ଼ି ଉପରକୁ ଚଢ଼ିଯାଇ ଜୋରରେ ଚିତ୍କାର କରି କହିଲା "ଥାଙ୍କ ୟୁ ପାପା ।"


ସେମାନଙ୍କ କଥାବାର୍ତ୍ତା ହେଉଥିବାର ଦେଖି ମୁଁ କୁନମୁନ ପାଖକୁ ଯାଇ ତାକୁ ଓହ୍ଲେଇବାକୁ ଚେଷ୍ଟା କଲି ଏବଂ ସଙ୍ଗେ ସଙ୍ଗେ ଅପା ଏବଂ ଭାଇ ମଧ୍ୟ ଆସିଗଲେ ତାକୁ ଓହ୍ଲେଇବା ପାଇଁ । ଏହା ପରେ ଆମେ ସମସ୍ତେ ଗାଡ଼ି ବସିଲୁ ଏବଂ ଗାଡ଼ିଟି ଆଗକୁ ଆଗକୁ ମାଡ଼ିଚାଲି ଥାଏ, ସମସ୍ତେ ଚୁପଚାପ । କିଛି ସମୟ ପରେ ଗାଡ଼ିଟି ଗୋଟିଏ ଗାଆଁ ଦେଇ ଚାଲିଥାଏ ଏବଂ ସେହି ସମୟରେ କୁନମୁନ ତା ବାପାଙ୍କୁ ଦେଖି ହସି ଦେଇ ବାହାରକୁ ଆଖି ଠାରି ନିଜ କୁନିକୁନି ହାତରେ ସେହି ପିଲାଙ୍କ ପାଖରେ ଥିବା ଜିନିଷକୁ ଦେଖେଇ ..। ମୁଁ ଯେତେବେଳେ ଗାଡ଼ିର ଗ୍ଲାସକୁ ତଳକୁ କରି ବାହାରକୁ ଦେଖେ ତ ପରିବେଶଟି ସହରଠୁଁ ଢ଼େର ଗୁଣରେ ଉତ୍ତମ ସ୍ତରରେ ଥିଲା ଏବଂ ତା ସାଙ୍ଗକୁ କୋଇଲିର କୁହୁକୁହୁ ଡାକ ଆଉ ରାସ୍ତାକରରେ ଲାଗିଥିବା ଧାଡ଼ିଧାଡି ହୋଇ ମହୁଲ ଗଛଗୁଡ଼ିକ ଏବଂ ତାର ବାସ୍ନା ... ଓଃ, କି ମନ ମୁଗ୍ଧକର ଦୃଶ୍ୟ ଆଉ ପରିବେଶ ! ଯଦି ମୁଁ କବିତା ଲେଖିବାରେ ସେତିକି ପାରଙ୍ଗମ ଥାଆନ୍ତି ନା ସେଠି ଖାଲି କବିତାର ବନ୍ୟା ହେବାର ସୋସିଆଲ ମିଡ଼ିଆରେ ଖାଲି ଉଠନ୍ତା ଆଉ ପଡ଼ନ୍ତା। ଠିକ ସେହି ସମୟରେ ଅପା ଗାଡ଼ି ରୁ ବାହାରି 

ରାସ୍ତା କଡ଼ରେ ବସିଥିବା ଦଶ-ବାର ବର୍ଷର ବୋଧହୁଏ ପାଖାପାଖି ସେ ପିଲା ଦୁଇଟି ହେବେ, ତାଙ୍କଠୁଁ କିଛି ପୋଡ଼ା ବାଦାମ କିଣି ଆମ ପାଖକୁ ଆସେ ।ଚାଲ ବାହାରେ ପାଗଟିର ଏହି ବାଦାମ ସାଙ୍ଗେ ମିଶି ଆନନ୍ଦନେବା।

ଏହି ଗ୍ରୀଷ୍ମ ସମୟରେ ଅଦିନିଆ ବର୍ଷା ସହିତ ଏବଂ ବଦଳିଥିବା ମୌସୁମୀ ଵାୟୁ ଯେ ମଣିଷ ମନରେ ଏମିତି ପରିବର୍ତ୍ତନ ଆଣି ପାରେ ପ୍ରଥମଥର କରି ଦେଖିବାକୁ ମିଳିଥିଲା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍