STORYMIRROR

Rasmita Sahoo

Comedy Drama Action

3  

Rasmita Sahoo

Comedy Drama Action

ରୁଟି (ଜୀବନର ପ୍ରଥମ ଅନୁଭୂତି)

ରୁଟି (ଜୀବନର ପ୍ରଥମ ଅନୁଭୂତି)

3 mins
227

ମାଆ, ମାଇଁ ଙ୍କ ଦେହ ଖରାପ ଥିବାରୁ ମାମୁଁ ଘରକୁ ଯାଇଥାଏ |ଦୀର୍ଘ କୋଡ଼ିଏ ବର୍ଷ ପରେ ଯାଉଥିଲା ବୋଲି ଆମେ ଭାଇ ଭଉଣୀ କିଛି କହିବି ପାରୁ ନ ଥିଲୁ କାରଣ ଆଗକୁ ଆମ ପରୀକ୍ଷା ଥାଏ ବୋଲି ! ସେ ଯିବା ଆଗରୁ କହି ଦେଇ ଗଲା "ତମେ ଭାତ ଆଉ ରୁଟି କରି ଦେବ ଆଉ ପନିପରିବା ଟିକେ କାଟି ଦେଇଥିବ ଭାଇ ଆସି ତରକାରୀ କରିଦେବ ହେଲା, ମିଳି ମିଶି ରହିବ ଝଗଡା କରିବନି,ବୁଝିଲ !" 

ମୋତେ ଦେଖି କହିଲା "ରାତିରେ ରୁଟି ନ କରି ପାରିଲେ ଭାତ କେତେ ଦିନ ଟିକେ ନ ହେଲେ ଖାଇ ଦେବ" 

ଆମେ ପ୍ରତିତ୍ତର ରେ କହିଲୁ "ତୁ ଆରାମରେ ଯାଆ, ଆମେ ଆମର ଦେଖି ନେବୁନି !"

ମାଆର ଠିକ କହିବା ଅନୁସାରେ ମଧ୍ୟାହ୍ନଭୋଜନ  ଆରାମରେ ହେଇ ଗଲା କିନ୍ତୁ ରାତିରେ ଯାହା ହେଲା ତାହା ଏବେ ବି ମନେ ପଡ଼ିଲେ ସମସ୍ତେ ମୁଣ୍ଡରେ ହାତ ଦିଅନ୍ତି !

ସଂନ୍ଧ୍ୟାରେ ମୁଁ ଅନ୍ୟ କୌଣସି କାମରେ ବ୍ୟସ୍ତ ଥିବାରୁ ସାନ ଭଉଣୀ କୁ କହିଲି - "ତୁ ଅଟା ଚକଡି ଦେ ମୁଁ ପରିବା କାଟି ଦେଉଛି"

ସେ ହଁ ଭରି ଯେତେ ବେଳେ ଗଲା ଅଟା ପାଖକୁ, କହିଲା - "ନାନୀ ଆଜି ଅଟା କେତେ ସଫା ଆସିଛି ଦେଖିଲୁ , ମୁଁ ଏତେ ସଫା ଅଟା କେବେ ଆସିବାର ଦେଖିନି !" 

ମୁଁ - ହମ୍ମ..."ଏଇଟା ମଇଦା ନୁହେଁ ତ!" (ଘରେ ଥିବା ମଇଦାକୁ ଆଉ ଅଟାକୁ ପରୀକ୍ଷା କଲି ) 

" ନା.. ମଇଦା ତ ନୁହେଁ ! ଆମେ ତ ଭାଇକୁ ଅଟା କହି ଥିଲୁ ନା ଆଣିବା ପାଇଁ ତା ହେଲେ ସେ ଅଟା ହିଁ ଆଣିଥିବ ନା.. ବୋଧେ ଆଜି ସେ ଅନ୍ୟ ଦୋକାନରୁ ଆଣି ଥିବ ତେଣୁ ଅଟା ଟିକେ ଭଲ ଆସିଛି !! ହଉ ଛାଡ଼.. ତୁ ଆଗ ଶୀଘ୍ର ଶୀଘ୍ର ଚକଡିଲୁ.. ଲେଟ ହେଲେ ବଡ଼ ଆସି ରଡିବ ଯେ "


ପ୍ରଥମ କରି କରିଥିଲୁଁ ବୋଲି ଆମ ରୁଟିଟି ମାଆ ରୁଟି ଠୁଁ ଅପେକ୍ଷା କୃତ ଟିକେ ବଡ଼ ହେଇ ଯାଇଥିଲା, ଯାହା ଫଳରେ ତାଵାରେ ବି ଜାଗା ଧରି ନ ଥିଲା ! ରୁଟି ବି କଲା ସମୟରେ ଏତେ ଅସୁବିଧା ହେଲା ଯେ, ଆମେ ସ୍ଥିର କରି ନେଇ ଥିଲୁ "ଆଉ ରୁଟି କରିବୁନି ,ମାଆ ଆସିଲେ ହିଁ ସେ ବୁଝିବ ତା ରୁଟି କଥା !" 

(ଖାଇବା ସମୟରେ)

ସାନ ଭାଇ କହିଲା :- ଆଜି ରୁଟି ଏମିତି କେମିତି ଲାଗୁଛି "ପୁରା ପାମ୍ପଡ଼", ଆଉ ଉପରକୁ ଏତେ ବଡ଼.."ପୋଡି ଭି ଯାଇଛି" !

ମୁଁ :- ଆଚ୍ଛା !! ବେଶୀ କମ୍ପ୍ଲେନ୍ କରନି ଚୁପ୍ ଚାପ ଖାଇ ପକା ...ତୁ କଣ ଟା ଜାଣିଚୁ ଯେ.. ଆଜି ଆମର କେତେ ବେଣ୍ଡ ବାଜିଛି କେବଳ ଏହି ରୁଟି ପାଇଁ !"

ବଡ଼ ଭାଇ :- (ସାନ କୁ କହିଲା ) ତୁ ଚୁପଚାପ ଖାଇଦେ ଆଜି , କାଲି ଠୁଁ ଆମେ ସବୁ ଭାତ ଖାଇ ଦେବା ! (ମୁଁ ମନେ ମନେ ଆଜି କେମିତ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେଇ ଗଲା!)

(ମୋତେ ଦେଖି) କାଲି ଭାତ ସଙ୍ଗେ ଦହି ବାଇଗଣ ଆଉ ଚିପ୍ସ କରିବା...

ମୁଁ :- ଚିପ୍ସ ....! ତେଲ ଅଛି କିନ୍ତୁ ମଇଦା ନାହିଁ !

ବଡ଼ :- କାହିଁକି !!! ମୁଁ ଆଜି ଯଉ ଆରାରୁଟ ପାଉଡର୍

ଆଣିଥିଲି !! 

(ମୁଁ , ସାନ ଭଉଣୀ ପରସ୍ପର କୁ ଦେଖି , ସେ ହସିବା ଆରମ୍ଭ କରି ଦେଲା)

ମୁଁ ବଡ଼ କୁ କହିଲି :- ତତେ ତ ଆଜି ଅଟା ଆଣିବାକୁ କୁହା ହେଇଥିଲା ତୁ ଆରାରୁଟ କଣ ପାଇଁ ଆଣିଲୁ !! 

ବଡ଼ ଭାଇ, ସାନ ଭଉଣୀକୁ ଦେଖି :

-କଣ ହେଲା ! ହସୁଛୁ କଣ ପାଇଁ !

- ତୁ ଖାଉଛୁ କଣ ଜାଣି ପାରୁନୁ !! ମୁଁ ନାନୀ କୁ କହିଥିଲି , ନାନୀ ଦେଖ ବୋଲି ,ସେ କହିଲା.. ନୂଆ ଦୋକାନରୁ ଆଣିଥିବ ସେଥିପାଇଁ ଏମିତି ଦିଶୁଥିବ ! 

ସାନ ଭାଇ :- ଆଜି ରାତିରେ ମୋର ଯଦି କଣ ହେଲାନା ତା ପାଇଁ ତୁ ହିଁ ଦାଇ ରହିବୁ ...!!!

ବଡ଼ :- ମୁଣ୍ଡରେ ହାତ ଦେଇ , କଣ ଆରାରୁଟ ପାଉଡର୍ ଦେଖିନୁ ! ଆଉ ରଖିଛୁ କି ସବୁ ସାରି ଦେଲୁ !

ମୁଁ :- ମୋତେ ଆରାରୁଟ ସାଙ୍ଗେ କଣ କାମ ଯେ ତାକୁ ମୁଁ ଜାଣିବି ! ତୁ ଆଣିବା ଟାଇମ୍ ରେ କହି ପାରିଲୁନି କି ମୁଁ ଆଜି ଅଟା ନୁହେଁ ଆରାରୁଟ ଆଣିଛି ବୋଲି !!

(ଆଉ କଣ ଥିଲା ସେ ଦିନ ଠାରୁ ବଡ଼ ଭାଇ ଯେତେବେଳେ ଆରାରୁଟ ପାଉଡର୍ ଆଣେ କହେ ନେ ରୁଟି କରିଦେ.. ତା ପରେ ଆଉ କଣ ବାପା-ମାଆ ସାଙ୍ଗ-ସାଥିରେ ରୁଟି କରିବାରେ ଫେମସ୍ ହେଇ ଗଲି )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy